ଦିଲ୍ଲୀରେ ଖସିଲା କରୋନା ମିଟର । ୫ ପ୍ରତିଶତ ତଳକୁ ଆସିଲା ସଂକ୍ରମଣ ହାର । ସେପଟେ ଦେଶରେ ବି କମିଲା ସଂକ୍ରମଣ

କନକ ବ୍ୟୁରୋ: ଦେଶରେ କମିଲା ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୨ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୭ ହଜାର କରୋନା ଆକ୍ରାନ୍ତ । ତେବେ ବଡ କଥା ହେଉଛି ଦିଲ୍ଲୀରେ ସଂକ୍ରମଣ ଯଥେଷ୍ଟ କମି ଯାଇଛି । ଏଠାରେ ସଂକ୍ରମଣ ହାର ୫ ପ୍ରତିଶତContinue reading “ଦିଲ୍ଲୀରେ ଖସିଲା କରୋନା ମିଟର । ୫ ପ୍ରତିଶତ ତଳକୁ ଆସିଲା ସଂକ୍ରମଣ ହାର । ସେପଟେ ଦେଶରେ ବି କମିଲା ସଂକ୍ରମଣ”

ଭାରତରେ ‘ଫାଇଜର୍’ ଟିକାକୁ ଅନୁମତି ଦେବା ନେଇ ବିବାଦ । ଫାଇଜର ଚାହୁଁଛି-ସାଇଡ୍ ଇଫେକ୍ଟ ଦେଖାଦେଲେ ଦାୟୀ ହେବ ନାହିଁ କମ୍ପାନୀ

କନକ ବ୍ୟୁରୋ: ଆମେରିକାର କରୋନା ଟିକା ଫାଇଜର ଭାରତ ଆସିବା ନେଇ ସମସ୍ୟା ରହିଛି । ଟିକା ବ୍ୟବହାର ନେଇ କଂପାନୀ କରୁଥିବା ଦାବିର ଆଇନଗତ ସୁର କ୍ଷାକୁ ନେଇ ଭାରତ ଓ ଟିକା କଂପାନୀ ମଧ୍ୟରେ ତାଳମେଳ ହୋଇପାରୁନାହିଁ । ସିଧା କହିବାକୁ ଗଲେ କ୍ଷତିପୂରଣ ବଣ୍ଡକୁ ନେଇ ଭାରତ ସରକାର ଓ ଫାଇଜର ନିର୍ମାତା କଂପାନୀ ମୁହାଁମୁହିଁ ହେଉଛନ୍ତି । ଫାଇଜରର ଏଭଳି ଚୁକ୍ତିରେ କାହିଁକି ଭାରତ ସରକାରଙ୍କ ସ୍ୱାକ୍ଷର କରିବେ ବୋଲି କୁହାଯାଇଥିବାContinue reading “ଭାରତରେ ‘ଫାଇଜର୍’ ଟିକାକୁ ଅନୁମତି ଦେବା ନେଇ ବିବାଦ । ଫାଇଜର ଚାହୁଁଛି-ସାଇଡ୍ ଇଫେକ୍ଟ ଦେଖାଦେଲେ ଦାୟୀ ହେବ ନାହିଁ କମ୍ପାନୀ”

କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ ? ଆଦିମ ଜନଜାତିର ଲୋକଙ୍କୁ ଦ୍ୱିତୀୟ ଲହରର କରୋନା ଛୁଇଁଲା କେମିତି ?

କନକ ବ୍ୟୁରୋ: କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ । ଆଦିମ ଜନଜାତିର ଲୋକଙ୍କୁ ଦ୍ୱିତୀୟ ଲହରର କରୋନା ଛୁଇଁଲା କେମିତି । ଏହା ର ସଠିକ ତଥ୍ୟ ରଖିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆନ୍ଧ୍ର ସୀମାରେ ଥିବା ସାପ୍ତାହିକ ହାଟକୁ ଯାଇ ସଂକ୍ରମଣ ର ଶିକାର ହୋଇଥିଲେ ବଣ୍ଡା ଜନଜାତି । ତେବେ କରୋନା ପାଇଁ ଘାଟି ର ତଳିଆ ଅଂଚଳର ସାପ୍ତାହିକ ହାଟ ବନ୍ଦ ଥିବା ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଅନକାଡେଲି ସାପ୍ତାହିକContinue reading “କେମିତି ବ୍ୟାପିଲା ବଣ୍ଡାଘାଟିରେ ସଂକ୍ରମଣ ? ଆଦିମ ଜନଜାତିର ଲୋକଙ୍କୁ ଦ୍ୱିତୀୟ ଲହରର କରୋନା ଛୁଇଁଲା କେମିତି ?”

୧୩ ବର୍ଷର ପିଲା ଠାରେ ଦେଖାଦେଲା ବ୍ଳାକ ଫଙ୍ଗସ ଭୂତାଣୁ । ଅହମଦାବାଦ ଠାରେ କରାଗଲା ଅପରେସନ

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ବ୍ଲାକ ଫଙ୍ଗସ ଭୂତାଣୁ ପୁଣି ଭାରତ ପାଇଁ ଏକ ବିପଦ ଭାବେ ଉଭୟ ହୋଇଛି । ବୟସ୍କ ଲୋକଙ୍କ ପରେ ଏବେ ଛୋଟ ପିଲାମାନଙ୍କ ଶରୀରରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଅହମଦାବାଦ ଠାରେ ଏକ ୧୩ ବର୍ଷର ପିଲାଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ସୂଚନା ମୁତାବକ ଗୁଜୁରାଟର ଅହମଦାବାଦ ଠାରେ ଜଣେ ୧୩ ବର୍ଷର ପିଲାଠାରେ ବ୍ଲାକ ଫଙ୍ଗସ ଭୂତାଣୁContinue reading “୧୩ ବର୍ଷର ପିଲା ଠାରେ ଦେଖାଦେଲା ବ୍ଳାକ ଫଙ୍ଗସ ଭୂତାଣୁ । ଅହମଦାବାଦ ଠାରେ କରାଗଲା ଅପରେସନ”

ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି । ଉପକୂଳ ଜିଲ୍ଲା ଗୁଡ଼ିକରେ ମାଇକ୍ ଲଗାଇ ମତ୍ସଜୀବୀଙ୍କୁ ସର୍ତକ କଲା ପ୍ରଶାସନ, ସମୁଦ୍ର ଭିତରୁ ଫେରି ଆସିବା ପାଇଁ ସତେତନ କରୁଛି ତଟ ସୁରକ୍ଷା ବାହିନୀ

କନକ ବ୍ୟୁରୋ: ବାତ୍ୟା ଆସୁଥିବାରୁ ମାଇକ୍ ଲଗାଇ ଲୋକଙ୍କୁ ସେଚତନ କରୁଛି ପ୍ରଶାସନ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦେବା ସହ ଯେଉଁମାନେ ସମୁଦ୍ରରେ ଭିତରେ ଅଛନ୍ତି, ବାହାରି ଆସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଡଙ୍ଗା, ଜାଲ ଓ ଇଂଜିନ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଅସ୍ତରଙ୍ଗ ଉପକୂଳବର୍ତି ଅଂଚଳରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ଏପଟେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ହୋଇଛି । ସମୁଦ୍ରContinue reading “ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି । ଉପକୂଳ ଜିଲ୍ଲା ଗୁଡ଼ିକରେ ମାଇକ୍ ଲଗାଇ ମତ୍ସଜୀବୀଙ୍କୁ ସର୍ତକ କଲା ପ୍ରଶାସନ, ସମୁଦ୍ର ଭିତରୁ ଫେରି ଆସିବା ପାଇଁ ସତେତନ କରୁଛି ତଟ ସୁରକ୍ଷା ବାହିନୀ”

ଆଜି ପୁଣି ୧୨ ହଜାର ଉପରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ୨୭କୁ ବଢ଼ିଲା ମୃତ୍ୟୁ ସଂଖ୍ୟା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଚଳିତ ମାସ ଶେଷ ବେଳକୁ କମିବ ସଂକ୍ରମଣ

କନକ ବ୍ୟୁରୋ: ଲକଡାଉନ କଟକଣା ସତ୍ୱେ ବି ରାଜ୍ୟରେ ସଂକ୍ରମଣ ଉପରେ ଲାଗୁନି ଲଗାମ । ଦିନକରେ ପୁଣି ରେଡର୍କ ସଂଖ୍ୟକ ୧୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସର୍ବକାଳିନ ରେକର୍ଡ ଭାଙ୍ଗି ପ୍ରଥମ ଥର ପାଇଁ ରାଜ୍ୟରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ତାରିଖ        ସଂକ୍ରମିତ        ମୃତ ୨୧ ମେ    ୧୨, ୫୨୩     ୨୭ ୨୦ ମେ   Continue reading “ଆଜି ପୁଣି ୧୨ ହଜାର ଉପରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ୨୭କୁ ବଢ଼ିଲା ମୃତ୍ୟୁ ସଂଖ୍ୟା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଚଳିତ ମାସ ଶେଷ ବେଳକୁ କମିବ ସଂକ୍ରମଣ”

ପାହାଡ଼ ଚଢ଼ିଗଲା ଭୂତାଣୁ, ନିୟମଗିରିରେ କାୟା ମେଲୁଛି କରୋନା । ଭୂତାଣୁ କବଳରେ ଡଙ୍ଗରିଆ କନ୍ଧ । ଗୋଟିଏ ଗାଁରେ ୪୬ ସଂକ୍ରମିତ ପଜିଟିଭ ଚିହ୍ନଟ

କନକ ବ୍ୟୁରୋ: ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରୀ ଅଂଚଳରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ କରୋନା । ଗୋଟିଏ ଗାଁରୁ କରାଯାଇଥିବା ୬୨ଟି ନମୁନାରୁ ୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିୟମଗିରି ପାହାଡ ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ଭିତରେ ଭୟଙ୍କର ହେଉଛି କରୋନା ସଂକ୍ରମଣ । ପ୍ରଥମେ ଡଙ୍ଗରିଆମାନେ ଟେଷ୍ଟିଂ ପାଇଁ ରାଜି ହେଉନଥିଲେContinue reading “ପାହାଡ଼ ଚଢ଼ିଗଲା ଭୂତାଣୁ, ନିୟମଗିରିରେ କାୟା ମେଲୁଛି କରୋନା । ଭୂତାଣୁ କବଳରେ ଡଙ୍ଗରିଆ କନ୍ଧ । ଗୋଟିଏ ଗାଁରେ ୪୬ ସଂକ୍ରମିତ ପଜିଟିଭ ଚିହ୍ନଟ”

ରଥଖଳାରେ ହେବ ଜୈବ ବଳୟ । ଆଇପିଏଲ ଭଳି ରଥ ନିର୍ମାଣରେ ବ୍ୟବହାର ହେବ ‘ଜୈବବଳୟ’ ପ୍ରଣାଳୀ । ୮ ଜଣ ଭୋଇ ଓ ମହାରଣା ସେବାୟତ ପଜିଟିଭ ପରେ ପ୍ରଶାସନର ନିଷ୍ପତ୍ତି ।

କନକ ବ୍ୟୁରୋ: ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କିନ୍ତୁ ଏବେ ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ମଧ୍ୟରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ ଜଣ ମହାରଣା ସେବାୟତ ଓ ୫ ଜଣ ଭୋଇ ସେବକ ସଂକ୍ରମିତ ହେବା ପରେ କେମିତି ରଥ ନିର୍ମାଣ କାର୍ଯ୍ୟ ଜାରି ରହିବ ତାହା ପ୍ରଶାସନର ଚିନ୍ତାକୁ ବଢ଼ାଇ ଦେଇଛି । ଧାର୍ଯ୍ୟ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ଶେଷContinue reading “ରଥଖଳାରେ ହେବ ଜୈବ ବଳୟ । ଆଇପିଏଲ ଭଳି ରଥ ନିର୍ମାଣରେ ବ୍ୟବହାର ହେବ ‘ଜୈବବଳୟ’ ପ୍ରଣାଳୀ । ୮ ଜଣ ଭୋଇ ଓ ମହାରଣା ସେବାୟତ ପଜିଟିଭ ପରେ ପ୍ରଶାସନର ନିଷ୍ପତ୍ତି ।”

ପ୍ରଦୀପ- ପାଠକ ପଜିଟିଭ । କରୋନାରେ ଆକ୍ରାନ୍ତ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକ ।

କନକ ବ୍ୟୁରୋ: ଦୁର୍ନୀତି ଅଭିଯ଼ୋଗରେ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯ଼ାଇଛି । ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯ଼ାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି। ତେବେ ଗୁରୁବାର ଦିନ ଝାରପଡ଼ା ଜେଲରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । କୋଭିଡ୍Continue reading “ପ୍ରଦୀପ- ପାଠକ ପଜିଟିଭ । କରୋନାରେ ଆକ୍ରାନ୍ତ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକ ।”

ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ହାଇ ଆଲର୍ଟରେ ରଖିଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ହାଇ ଆଲର୍ଟରେ ରଖିଲେ ରାଜ୍ୟ ସରକାର । ବାତ୍ୟା ମୁକାବିଲା ପାଇଁ ସବୁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ଏସଆରସି । ଏସଆରସି କହିଛନ୍ତି, ବର୍ତ୍ତମାନ ୩୯Continue reading “ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ହାଇ ଆଲର୍ଟରେ ରଖିଲେ ରାଜ୍ୟ ସରକାର ।”

Design a site like this with WordPress.com
Get started