ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୧୮୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୦୪୧ ଜଣ  

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୧୮୬ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୧୮୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୦୪୧ ଜଣ  “

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ କ୍ଷେତ୍ର । କାଲି ସୁଧା ଲଘୁଚାପ ଓ ୨୪ରେ ନେବ ବାତ୍ୟାର ରୂପ ।

କନକ ବ୍ୟୁରୋ: ଉତର ଆଣ୍ଡମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ବଳ ଗୋଟାଉଛି । ଇନସାଟ ୩-ଡି ସାଟେଲାଇଟ ଇନଫ୍ରାରେଡ୍ ଚିତ୍ରରୁ ଜଣାପଡୁଛି ବଙ୍ଗୋପସାଗର ଉପରେ ଏକାଠି ହେଉଛି ମେଘଖଣ୍ଡ । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ । ବର୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମା ବାୟୁ ସକ୍ରିୟ ଥିବାରୁ ଏହା ମଧ୍ୟ ଲଘୁଚାପ ସୃଷ୍ଟିରେ ସହାୟକ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ । ତେବେ ୨୪Continue reading “ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ କ୍ଷେତ୍ର । କାଲି ସୁଧା ଲଘୁଚାପ ଓ ୨୪ରେ ନେବ ବାତ୍ୟାର ରୂପ ।”

କୋଟିଆରେ ଆନ୍ଧ୍ର କରିଥିବା ନର୍ବାଚନ ରଦ୍ଦ । ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା । ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଦ୍ର ହାଇକୋର୍ଟ । ନିୟମ ଅନୁଯାୟୀ ନିର୍ବାଚନ କରାଯାଇ ନଥିବାରୁ ନିର୍ବାଚନ ରଦ୍ଦ କଲେ ହାଇକୋର୍ଟ । ନିର୍ବାଚନ ପାଇଁ ନିୟମ ଉଲ୍ଲଘଂନ ଆଣିଥିଲେ ଟିଡିପି ଓ ବିଜେପି । ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଟିଡିପି ଓ ବିଜେପି । ଅଭିଯୋଗ ପରେ ଆବେଦନର ଶୁଣାଣି କରି ଜିଲ୍ଲା ପରିଷଦ ନିର୍ବାଚନକୁ ରଦ୍ଦContinue reading “କୋଟିଆରେ ଆନ୍ଧ୍ର କରିଥିବା ନର୍ବାଚନ ରଦ୍ଦ । ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ”

ଛଅ’ ନମ୍ବର ହସ୍ପିଟାଲରେ ଛଟପଟ ହେଉଥିଲା ବଣିଛୁଆ । ପକ୍ଷୀର ଅବୁଝା ଭାଷା ବୁଝି ଟାଇଁ ଟାଇଁ ଖରାରେ ପାଣି ପିଆଇ ଜୀବନ ବଞ୍ଚାଇଲା ମଣିଷ । ରାଜଧାନୀ ଛାତିରେ ପୁଣି ଲେଖାହେଲା ବଣି- ମଣିଷର ବନ୍ଧୁତା…

କନକ ବ୍ୟୁରୋ: ଧନ ତୁ କୁଆଡେ ଗଲୁରେ… କେଉଁଠି ଅଛୁ, କୁଆଡେ ଯାଇଛୁ… ତତେ ଖୋଜି ଖୋଜି ମୋ ଜୀବନ ବାହାରି ଗଲାଣି, ମୋ ନିଶ୍ୱାସ ଅଟକି ଗଲାଣି… ଫେରିଆରେ ଧନ ଫେରିଆ… ହେ ଭଗବାନ ! ମୋ ଛୁଆକୁ ରକ୍ଷା କର… ତାକୁ ଫେରାଇ ଆଣ… ମୁଣ୍ଡ ଉପରେ ଧୁ ଧୁ ଖରା, ମନ ଭିତରେ ଛୁଆ ପାଇଁ ଆଶଙ୍କା, ଛାତି ଧଡଧଡ । ବସା ଭିତରୁ କୁଆଡେ ପଳାଇଛି ବଣି ଛୁଆ । ଟିକିContinue reading “ଛଅ’ ନମ୍ବର ହସ୍ପିଟାଲରେ ଛଟପଟ ହେଉଥିଲା ବଣିଛୁଆ । ପକ୍ଷୀର ଅବୁଝା ଭାଷା ବୁଝି ଟାଇଁ ଟାଇଁ ଖରାରେ ପାଣି ପିଆଇ ଜୀବନ ବଞ୍ଚାଇଲା ମଣିଷ । ରାଜଧାନୀ ଛାତିରେ ପୁଣି ଲେଖାହେଲା ବଣି- ମଣିଷର ବନ୍ଧୁତା…”

୧୨୦ ବର୍ଷରେ ଟିକା ନେଇ ସାରା ଗାଁକୁ ଦେଲେ ପ୍ରେରଣା । ସେନା ବି କଲା ସମ୍ମାନୀତ

କନକ ବ୍ୟୁରୋ : ବିଶେଷଜ୍ଞଙ୍କ ମତରେ କରୋନା ବିରୋଧି ଲଢେଇରେ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଟିକାଳ ନେବାକୁ ହେବ । ହେଲେ ଅନେକ କାରଣ ଦର୍ଶାଇ ଅନେକ ଲୋକ ଟିକା ନେବାକୁ ରାଜି ହେଉନଥିବା ବେଳେ ଜଣେ ୧୨୦ ବର୍ଷିୟା ବୃଦ୍ଧା ଟିକା ନେଇ ସାରା ଗାଁ କୁ ପ୍ରେରଣା ଦେଇଛନ୍ତି । ସୂଚନା ମୁତାବକ ଜମ୍ମୁ-କାଶ୍ମୀର ତହସିଲ ଅନ୍ତର୍ଗତ ଲଟ୍ଟୀ ଉପମଣ୍ଡଳ କଟିୟାସ ଗାଁରେ ରହୁଥିବା ୧୨୦ ବର୍ଷିୟ ବୃଦ୍ଧା ଢୋଲି ଦେବୀ ଟିକାContinue reading “୧୨୦ ବର୍ଷରେ ଟିକା ନେଇ ସାରା ଗାଁକୁ ଦେଲେ ପ୍ରେରଣା । ସେନା ବି କଲା ସମ୍ମାନୀତ”

ଭବାନୀପୁରରୁ ବିଧାନସଭା ନିର୍ବାଚନ ଲଢିବେ ମମତା ବାନାର୍ଜୀ ! ବିଧାୟକ ଶୋଭନ ଦେବ ଦେଲେ ଇସ୍ତଫା ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ । ହେଲେ ଭବାନୀପୁରରୁ ବିଧାୟକ ଭାବେ ଜିତିଥିବା ଟିଏମସି ନେତା ଶୋଭନ ଦେବ ଆଜି ବିଧାୟକ ପଦରୁ ଇସ୍ତଫା ଦେବା ପରେ ମମତା ବାନାର୍ଜର ଭବାନୀପୁର ଆସନରୁ ପ୍ରାର୍ଥୀ ହେବାContinue reading “ଭବାନୀପୁରରୁ ବିଧାନସଭା ନିର୍ବାଚନ ଲଢିବେ ମମତା ବାନାର୍ଜୀ ! ବିଧାୟକ ଶୋଭନ ଦେବ ଦେଲେ ଇସ୍ତଫା ।”

ଆମେରିକାରେ ଚୀନ୍ ସିରିଞ୍ଜକୁ ନା । ଟିକାକରଣ ପ୍ରକ୍ରିୟାରେ ବ୍ୟବହାର ହେବନି ଚୀନର ସିରିଞ୍ଜ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

କନକ ବ୍ୟୁରୋ : ପୂରା ବିଶ୍ୱ ଏବେ କରୋନା ମହାମାରୀ ସହ ଯୁଦ୍ଧ ଲଢୁଛି । କରୋନାକୁ ମାତ ଦେବା ପାଇଁ ଅନେକ ଦେଶରେ ଟିକାକରଣକୁ ମଧ୍ୟ ଜୋରଦାର କରିଦିଆଯାଇଛି । ଆମେରିକା ମଧ୍ୟ ଏଥିରୁ ବାଦ ପଡିନି । କରୋନା ମୁକାବିଲା ପାଇଁ ଆମେଜିକାରେ ଟିକାକରଣ ବେସ୍ ଜୋରସୋରରେ ଚାଲିଛି । ଆଉ ଏହାରି ମଧ୍ୟରେ ଟିକାକରଣ ପ୍ରକ୍ରିୟାରେ ଚୀନର ସିରିଞ୍ଜ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଛି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ୍Continue reading “ଆମେରିକାରେ ଚୀନ୍ ସିରିଞ୍ଜକୁ ନା । ଟିକାକରଣ ପ୍ରକ୍ରିୟାରେ ବ୍ୟବହାର ହେବନି ଚୀନର ସିରିଞ୍ଜ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ”

କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କାର ସହାୟତା ଦେବ ରିଜର୍ଭ ବ୍ୟାଙ୍କ୍ । ରିଜର୍ଭବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକରେ ମଞ୍ଜୁରୀ ।

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକ ପରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ୨୦୨୦ ଜୁଲାଇ ମାସରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୋଲି କୁହାଯାଇଛି । ଏହାସହ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ନିଷ୍ପତ୍ତି ନେଇଛି କି ଜରୁରୀକାଳୀନ ପାଣ୍ଠିର ପରିମାଣ ୫.୫ ପ୍ରତିଶତ ରଖାଯିବ । ଜାଲାନContinue reading “କେନ୍ଦ୍ର ସରକାରଙ୍କୁ ୯୯.୧୨୨ କୋଟି ଟଙ୍କାର ସହାୟତା ଦେବ ରିଜର୍ଭ ବ୍ୟାଙ୍କ୍ । ରିଜର୍ଭବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ବୈଠକରେ ମଞ୍ଜୁରୀ ।”

ଏସଆରସି କହିଲେ ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା : ପ୍ରସ୍ତୁତି ଜୋରଦାର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ୨୬ ତାରିଖରେ ବାତ୍ୟା ଉତ୍ତର ଉପକୂଳ ଓଡିଶାରୁ ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବାଂଲାଦେଶ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗକୁ ଛୁଇଁପାରେ । ଏହାକୁ ଆଖିରେ ରଖି ସମସ୍ତ ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶନContinue reading “ଏସଆରସି କହିଲେ ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା : ପ୍ରସ୍ତୁତି ଜୋରଦାର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ”

କରୋନା ସଂକଟ ସମୟରେ କିନ୍ନର ମାନଙ୍କ ପାଇଁ ଖୁସି ଖବର । ସରକାର ଯୋଗାଇ ଦେବେ ସହାୟତା । ଜାଣନ୍ତୁ କ’ଣ ରହିଛି ନିୟମ

କନକ ବ୍ୟୁରୋ : କରୋନା କାଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରୋଜଗାର ଥିବା ଲୋକଙ୍କର ରୋଜଗାର ନାହିଁ ବା କମିଛି ଅନ୍ୟପଟେ ଦେଶରେ ରହୁଥିବା କିନ୍ନର ମାନଙ୍କ ଦୈନିକ ଖାଦ୍ୟ ସଂଗ୍ରହରେ ବି ସମସ୍ୟା ଦେଖା ଦେଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର କିନ୍ନର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ସୂଚନାContinue reading “କରୋନା ସଂକଟ ସମୟରେ କିନ୍ନର ମାନଙ୍କ ପାଇଁ ଖୁସି ଖବର । ସରକାର ଯୋଗାଇ ଦେବେ ସହାୟତା । ଜାଣନ୍ତୁ କ’ଣ ରହିଛି ନିୟମ”

Design a site like this with WordPress.com
Get started