ବାତ୍ୟା ପରେ ବନ୍ୟା ମାଡ । ବନ୍ୟାରେ ବୋହିଗଲା ୧୦ କୋଟିରୁ ଅଧିକ ଟଙ୍କାର ଲୁଣ, ଉତ୍ପାଦନକାରୀଙ୍କ ମୁଣ୍ଡରେ ଚଡକ

କନକ ବ୍ୟୁରୋ : ବତ୍ୟା ପରେ ବନ୍ୟା ମାଡ… ବାତ୍ୟା ତୌତେ ଗୁଜୁରାଟରେ ଅନେକ କ୍ଷୟକ୍ଷତି କରିଛି । ବାତ୍ୟା ଯିବାର ଦିନ କେଇଟା ହୋଇନି… ଠିକ୍ ଭାବରେ ଗୁଜୁରାଟ ଅଣ୍ଟା ସଳଖି ଛିଡା ହୋଇନଥିବା ବେଳେ ମାଡିଆସିଛି ଆଉ ଏକ ବିପଦ । ବାତ୍ୟା ଯାଉ ଯାଉ ବନ୍ୟା ମାଡିଆସିଛି । ଆଉ ନଷ୍ଟ ହୋଇଯାଇଛି କୋଟି କୋଟି ଟଙ୍କାର ଲୁଣ । ବନ୍ୟାରେ ୧୦ କୋଟି ଟଙ୍କାର ଲୁଣ ବୋହିଯାଇଛି । କ୍ଷତ୍ତି ଉପରେContinue reading “ବାତ୍ୟା ପରେ ବନ୍ୟା ମାଡ । ବନ୍ୟାରେ ବୋହିଗଲା ୧୦ କୋଟିରୁ ଅଧିକ ଟଙ୍କାର ଲୁଣ, ଉତ୍ପାଦନକାରୀଙ୍କ ମୁଣ୍ଡରେ ଚଡକ”

ଭୁବନେଶ୍ୱରରେ ଜାରି ରହିବ ଡ୍ରାଇଭ-ଇନ ଟିକାକରଣ : ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାରୁ ମେ’ ୨୨ ଯାଏଁ ଦିଆଯିବ ଟିକା

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଗାମୀ ୨୨ ତାରିଖ ଯାଏଁ ଜାରି ରହିବ ଡ୍ରାଇଭ-ଇନ୍ ଟିକାକରଣ । ଯଦିଓ ଡ୍ରାଇଭ-ଇନ୍ କିମ୍ବା ଡୋର ଷ୍ଟେପ୍ ଟିକାକରଣକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ତଥାପି ବିଏମସି ଏହି ଅଭିଯାନ ଜାରି ରଖିଛି । କାରଣ ପୂର୍ବରୁ କୋ-ୱିନ ପୋର୍ଟାଲରେ ଆଗାମୀ ୨୨ ତାରିଖ ଯାଏଁ ଡ୍ରାଇଭ-ଇନ ଟିକାକରଣ ପାଇଁ ପଞ୍ଜିକରଣ ହୋଇସାରିଛି ଓ ସ୍ଲଟ ବୁକିଂContinue reading “ଭୁବନେଶ୍ୱରରେ ଜାରି ରହିବ ଡ୍ରାଇଭ-ଇନ ଟିକାକରଣ : ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାରୁ ମେ’ ୨୨ ଯାଏଁ ଦିଆଯିବ ଟିକା”

ମହାମାରୀର ରୂପ ନେଉଛି ବ୍ଲାକ ଫଙ୍ଗସ୍ । ଦେଶରେ ୫ ହଜାର ଉପରେ ମାମଲା । ମହାରାଷ୍ଟ୍ରରେ ୯୦ ମୃତ

କନକ ବ୍ୟୁରୋ : ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣରେ ଏପର୍ଯ୍ୟନ୍ତ ଦେଶରେ ୧୨୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହ ଦେଶରେ ଏହି ଭୁତାଣୁ ସଂକ୍ରମଣରେ ୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । କରୋନା ଭଳି ବ୍ଲାକ ଫଙ୍ଗସ୍ ସଂକ୍ରମଣ ଦ୍ୱାରା ହେଉଥିବା ମୃତ୍ୟୁ ସଂଖ୍ୟରେ ମହାରାଷ୍ଟ୍ର ଏବେ ଆଗରେ ରହିଛି । ରାଜ୍ୟରେ ଏହି ଭୂତାଣୁ ସଂକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଦେଶର ୫ ଟିContinue reading “ମହାମାରୀର ରୂପ ନେଉଛି ବ୍ଲାକ ଫଙ୍ଗସ୍ । ଦେଶରେ ୫ ହଜାର ଉପରେ ମାମଲା । ମହାରାଷ୍ଟ୍ରରେ ୯୦ ମୃତ”

କରୋନା ଟିକାର ମିଶ୍ର ବ୍ୟବହାର ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର : ଅନୁମତି ମିଳିଲେ ଦୁଇଟି ଡୋଜରେ ଯେକୌଣସି ଟିକା ନେଇପାରିବେ ଲୋକ

କନକ ବ୍ୟୁରୋ : କରୋନା ଟିକାର ମିଶ୍ର ବ୍ୟବହାର ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଅର୍ଥାତ ଜଣେ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ ଦ୍ୱିତୀୟ ଡୋଜ୍ ଆକାରରେ କୋଭିସିଲ୍ଡ ଟିକା ନେଇପାରିବେ । ସେହିପରି କୋଭିସିଲ୍ଡ ନେଇ ଦ୍ୱିତୀୟ ଡୋଜ୍ କୋଭାକ୍ସିନ ନେଇପାରିବେ । ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏହା କେବଳ ବିଚାର ବିମର୍ଶ ପର୍ଯ୍ୟାୟରେ ରହିଛି । ଏଥିପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ । ଟିକାକରଣContinue reading “କରୋନା ଟିକାର ମିଶ୍ର ବ୍ୟବହାର ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର : ଅନୁମତି ମିଳିଲେ ଦୁଇଟି ଡୋଜରେ ଯେକୌଣସି ଟିକା ନେଇପାରିବେ ଲୋକ”

ପୁଣି କୋଟିଆରେ ପସିଲା ଆନ୍ଧ୍ର । ବିବାଦୀୟ ପାଟୁସିନେରୀ ଗାଁରେ ଆନ୍ଧ୍ର ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ମାଗଣାରେ ଦେଉଛନ୍ତି ଔଷଧ ଓ ସ୍ୱାସ୍ଥ୍ୟ ସେବା 

କନକ ବ୍ୟୁରୋ : କରୋନା କାଳରେ କୋଟିଆରେ ପଶି ପୁଣି ଆନ୍ଧ୍ରର ଦାଦାଗିରି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ପାଟୁସିନେରୀ ଗାଁରେ ପହଞ୍ଚି ଆନ୍ଧ୍ର ଅଧିକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଔଷଧ ବାଣ୍ଟୁଥିବା ଦେଖିବାକୁ ମିଳିଛି । ବର୍ତମାନ କରୋନା ସଂକ୍ରମଣ ଗ୍ରାମାଞ୍ଚଳରେ ବ୍ୟାପୁଥିବାବେଳେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ସହ ଆସି ଲୋକଙ୍କୁ ସବା ଯୋଗାଉଛି ଆନ୍ଧ୍ର ପ୍ରଶାସନ । ପଡୋଶୀ ରାଜ୍ୟରୁ ଆସିଥିବା ଟିମରେ ଜଣେ ଡାକ୍ତରଙ୍କContinue reading “ପୁଣି କୋଟିଆରେ ପସିଲା ଆନ୍ଧ୍ର । ବିବାଦୀୟ ପାଟୁସିନେରୀ ଗାଁରେ ଆନ୍ଧ୍ର ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ମାଗଣାରେ ଦେଉଛନ୍ତି ଔଷଧ ଓ ସ୍ୱାସ୍ଥ୍ୟ ସେବା “

କରୋନା ଜନିତ ମୃତ୍ୟୁରେ ମଧ୍ୟ ସର୍ବକାଳୀନ ରେକର୍ଡ : ଦିନକରେ ଗଲା ୨୭ଜଣଙ୍କ ଜୀବନ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁର ଅଲୋଡା ରେକର୍ଡ । ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୨, ୫୨୩ ସଂକ୍ରମିତ । ସେହିପରି ୨୪ ଘଂଟାରେ ୨୭ଜଣଙ୍କ ମୃତ୍ୟୁ ହୋଇଛି ।  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 26.A 53 years old male of Sundargarh district. 27.A 25 years old male of Sundargarh district. — HContinue reading “କରୋନା ଜନିତ ମୃତ୍ୟୁରେ ମଧ୍ୟ ସର୍ବକାଳୀନ ରେକର୍ଡ : ଦିନକରେ ଗଲା ୨୭ଜଣଙ୍କ ଜୀବନ”

ଦେଶର କରୋନା ମିଟର : ୨୪ ଘଂଟାରେ ୨ ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ, ୪୨୦୯ମୃତ

କନକ ବ୍ୟୁରୋ : ଦେଶରେ କମୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୨ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ । ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୭ ହଜାର ୨୯୫ଜଣ । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୬୦ ଲକ୍ଷ ୩୧ ହଜାର ୯୯୧ ଜଣ । ସେଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୨୭ ଲକ୍ଷContinue reading “ଦେଶର କରୋନା ମିଟର : ୨୪ ଘଂଟାରେ ୨ ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ, ୪୨୦୯ମୃତ”

ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୧୩ ମାଓବାଦୀ ନିହତ : ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଏନକାଉଣ୍ଟର

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଏନକାଉଣ୍ଟର । ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୧୩ ମାଓବାଦୀ ନିହତ । ଗଡଚିରୋଲି ଏଟାପାଲି ଜଙ୍ଗଲରେ ଗୁଳି ବିିନିମୟ ଜାରି ରହିଛି । ମହାରାଷ୍ଟ୍ର ସି-୬୦ ଯବାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ୧୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଯବାନ । ଗଡଚିରୋଲି ଡିଆଇଜି ସନ୍ଦୀପ ପାଟିଲ ଏ ନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେହି ଅଞ୍ଚଳରେ ପୋଲିସ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଛିContinue reading “ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୧୩ ମାଓବାଦୀ ନିହତ : ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଏନକାଉଣ୍ଟର”

ଅନୁଗୁଳ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ : ଜେଲରେ ୨୮ କଏଦୀ କରୋନା ଆକ୍ରାନ୍ତ; ୩ ଦିନ ତଳେ କାରାଗାରର ଜଣେ କଏଦୀ ହୋଇଥିଲେ ସଂକ୍ରମିତ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗାଁଠାରୁ ସହର ସବୁ ସ୍ଥାନରେ ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି ଜାହିର କରୁଛି । ଏହି ସଂକ୍ରମଣରୁ ବାଦ ପଡ଼ିନି ଅନୁଗୁଳ ଜେଲ । ଜେଲରେ ୨୮ ଜଣ ବିଚାରଧୀନ କଏଦୀ କରୋନା ପଜିଟିଭ ଥିବା ଜେଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ ୩ ଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲାContinue reading “ଅନୁଗୁଳ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ : ଜେଲରେ ୨୮ କଏଦୀ କରୋନା ଆକ୍ରାନ୍ତ; ୩ ଦିନ ତଳେ କାରାଗାରର ଜଣେ କଏଦୀ ହୋଇଥିଲେ ସଂକ୍ରମିତ”

ପୂର୍ବ କେନ୍ଦ୍ରୀୟ ବଙ୍ଗେପସାଗରରେ ବଳ ଗୋଟାଉଛି ଲଘୁଚାପ କ୍ଷେତ୍ର : ଆସନ୍ତାକାଲି ସୁଧା ଲଘୁଚାପ ଓ ୨୪ରେ ନେଇପାରେ ବାତ୍ୟାର ରୂପ

କନକ ବ୍ୟୁରୋ : ଉତ୍ତର ଆଣ୍ଡମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ବଳ ଗୋଟାଉଛି । ଇନସାଟ ୩-ଡି ସାଟେଲାଇଟ ଇନଫ୍ରାରେଡ୍ ଚିତ୍ରରୁ ଜଣାପଡୁଛି ବଙ୍ଗୋପସାଗର ଉପରେ ଏକାଠି ହେଉଛି ମେଘଖଣ୍ଡ । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମା ବାୟୁ ସକ୍ରିୟ ଥିବାରୁ ଏହା ମଧ୍ୟ ଲଘୁଚାପ ସୃଷ୍ଟିରେ ସହାୟକ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ।Continue reading “ପୂର୍ବ କେନ୍ଦ୍ରୀୟ ବଙ୍ଗେପସାଗରରେ ବଳ ଗୋଟାଉଛି ଲଘୁଚାପ କ୍ଷେତ୍ର : ଆସନ୍ତାକାଲି ସୁଧା ଲଘୁଚାପ ଓ ୨୪ରେ ନେଇପାରେ ବାତ୍ୟାର ରୂପ”

Design a site like this with WordPress.com
Get started