ରାଜ୍ୟରେ କରୋନା ସଂକ୍ରମଣର ଅଲୋଡା ରେକର୍ଡ : ୨୪ ଘଂଟାରେ ଚିହ୍ନଟ ହେଲେ ୧୨, ୫୨୩ ସଂକ୍ରମିତ

କନକ ବ୍ୟୁରୋ :  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୨,୫୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୭୦୧୨ ଚିହ୍ନଟ ହୋଇଥିବା ବେଳେ ୫୫୧୧ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦୮୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛିContinue reading “ରାଜ୍ୟରେ କରୋନା ସଂକ୍ରମଣର ଅଲୋଡା ରେକର୍ଡ : ୨୪ ଘଂଟାରେ ଚିହ୍ନଟ ହେଲେ ୧୨, ୫୨୩ ସଂକ୍ରମିତ”

ବାୟୁସେନାର ମିଗ୍-୨୧ ଫାଇଟର ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ : ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ

କନକ ବ୍ୟୁରୋ : ବାୟୁସେନାର ମିଗ୍-୨୧ ଫାଇଟର ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ । ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତି ଗୋଟାଏରେ ଦୁର୍ଘଟଣାଗ୍ରସ୍ତ । ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ସୁରତଗଡରୁ ଉଡାଣ ଭରିଥିଲା । ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିବା ପୂର୍ବରୁ ତାହାକୁ ଚଳାଉଥିବା ପାଇଲଟ୍‌ ‘ସ୍କ୍ବାଡ୍ରୋନ୍‌ ଲିଡର୍‌ ଅଭିନବ ଚୌଧୁରୀ ବାହାରି ଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ସାଂଘାତିକ ଥିବା କଥା ସେମାନେ କହିଛନ୍ତି । ରୁଟିନ୍‌ ତାଲିମ୍Continue reading “ବାୟୁସେନାର ମିଗ୍-୨୧ ଫାଇଟର ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ : ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ”

ରଥଖଳାକୁ କରୋନା ସଂକ୍ରମଣ ମୁକ୍ତ କରିବା ପାଇଁ ଅଂଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ : ବାୟୋ ବବଲ ବଳୟରେ ରହିବ ରଥଖଳା

କନକ ବ୍ୟୁରୋ : ରଥ ନିର୍ମାଣରେ ନିୟୋଜିତ ୮ଜଣ ସେବକ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୩ଜଣ ମହାରଣା ସେବକ ଓ ୫ଜଣ ଭୋଇ ସେବକ ରହିଛନ୍ତି। ରଥ ନିର୍ମାଣ ସେବକଙ୍କ ମହଲରେ ଏହା ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ରଥଖଳାରେ ସଂକ୍ରମଣମୁକ୍ତ ପରିବେଶ ପାଇଁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ସମ୍ପୂର୍ଣ୍ଣ ରଥଖଳାକୁ ବାୟୋ ବବଲ୍‌ ବଳୟରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । କେବଳ ରଥ ନିର୍ମାଣରେContinue reading “ରଥଖଳାକୁ କରୋନା ସଂକ୍ରମଣ ମୁକ୍ତ କରିବା ପାଇଁ ଅଂଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ : ବାୟୋ ବବଲ ବଳୟରେ ରହିବ ରଥଖଳା”

ପ୍ରଶାନ୍ତଙ୍କୁ ମନେପକାଇଲେ ସଚିନ୍ ତେନ୍ଦୁଲକର : ଗୁରୁ ରମାକାନ୍ତ ଆଚରେକରଙ୍କ ଠାରୁ କ୍ରିକେଟ କୌଶଳ ଶିଖୁଥିଲେ

କନକ ବ୍ୟୁରୋ : ପୂର୍ବତନ ରଣଜୀ କ୍ରିକେଟର ତଥା ବିଶିଷ୍ଠ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କୁ ମନେ ପକାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ମାଷ୍ଟର ବ୍ଲାଷ୍ଟର କହିଛନ୍ତି- ପ୍ରଶାନ୍ତ ତାଙ୍କର ନିକଟତମ ବନ୍ଧୁ ନଥିଲେ, ହେଲେ ସେ ତାଙକୁ ଖୁବ ଭଲଭାବେ ଜାଣିଥିଲେ । ସବୁଠାରୁ ବଡକଥା ହେଉଛି ସଚିନଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କଠାରୁ କ୍ରିକେଟ ପ୍ରଶିକ୍ଷଣ ନେଉଥିଲେ ପ୍ରଶାନ୍ତ ମହାପାତ୍ର । ମୁମ୍ବାଇର ଶିବାଜୀ ପାର୍କରେ ନେଟ୍ସରେ ବ୍ୟାଟିଂ କରୁଥିବାବେଳେContinue reading “ପ୍ରଶାନ୍ତଙ୍କୁ ମନେପକାଇଲେ ସଚିନ୍ ତେନ୍ଦୁଲକର : ଗୁରୁ ରମାକାନ୍ତ ଆଚରେକରଙ୍କ ଠାରୁ କ୍ରିକେଟ କୌଶଳ ଶିଖୁଥିଲେ”

ଦେଶରେ ଚାଲିଥିବା ସାର୍ବଜନୀନ ଟିକାକରଣ ନିରାଶାଜନକ : ଲଗାତାର ତୃତୀୟ ଦିନ ପାଇଁ ୧୫ ଲକ୍ଷ ତଳେ ଟିକାକରଣ

କନକ ବ୍ୟୁରୋ : ମହାମାରୀ କୋଭିଡ୍‌-୧୯ର ଭୟାବହତାର ସମୟୋଚିତ ମୁକାବିଲା ପାଇଁ ଦ୍ରୁତ ଗଣଟିକାକରଣ ହିଁ ଶ୍ରେଷ୍ଠ ଉପାୟ ଭାବେ ଉଭା ହୋଇଛି । ମାତ୍ର ଭାରତରେ ଦୀର୍ଘ ୪ ମାସ ହେଲା ଜାରି ରହିଥିବା ବିଶ୍ବର ଏହି ବୃହତ୍ତମ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ନିରୁତ୍ସାହଜନକ ରହିଥିବା ସରକାରଙ୍କ କୋ-ଵିନ୍‌ ପୋର୍ଟାଲ ତଥ୍ୟରୁ ଜଣାଯାଇଛି । ମିଳିଥିବା ସୂଚନାନୁଯାୟୀ, ଲଗାତାର ତୃତୀୟ ଦିନ ପାଇଁ ୧୯ ତାରିଖ ମଧ୍ୟ ଟିକା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧୫Continue reading “ଦେଶରେ ଚାଲିଥିବା ସାର୍ବଜନୀନ ଟିକାକରଣ ନିରାଶାଜନକ : ଲଗାତାର ତୃତୀୟ ଦିନ ପାଇଁ ୧୫ ଲକ୍ଷ ତଳେ ଟିକାକରଣ”

ଏମ୍‌କେସିଜିରେ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଲୋକାର୍ପିତ : ଉତ୍ପାଦନ କ୍ଷମତା ୨୦ ହଜାର ଲିଟର

କନକ ବ୍ୟୁରୋ : ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ଲିକ୍ବିଡ୍‌ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଲୋକାର୍ପିତ ହୋଇଛି । ୨ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ୍‌ ନିର୍ମାଣ କରାଯାଇଛି। ଏହାର ୨୦ ହଜାର ଲିଟର ଉତ୍ପାଦନ କ୍ଷମତା ରହିଛି । ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଏହାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ଲାଣ୍ଟ୍‌ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଅକ୍ସିଜେନ୍ ସିଲିଣ୍ଡର୍‌ ଉପରେ ଚାପ କମାଇବା ସହ ଦକ୍ଷିଣ ଓଡ଼ିଶାContinue reading “ଏମ୍‌କେସିଜିରେ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଲୋକାର୍ପିତ : ଉତ୍ପାଦନ କ୍ଷମତା ୨୦ ହଜାର ଲିଟର”

ଅସହ୍ୟ କରି ପକାଉଛି ପ୍ରଚଣ୍ଡ ଖରା : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡ଼ିଶା

କନକ ବ୍ୟୁରୋ : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ୬ଟାରୁ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ପ୍ରାୟ ୮ଟା ବେଳକୁ ପ୍ରଚଣ୍ଡ ଖରା ମାଡ଼ି ଆସି ଆହୁରି ଅସହ୍ୟ କରି ପକାଉଛି । ଅପରାହ୍‌ଣ ପ୍ରାୟ ୫ଟା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହୁଛି । ଏବେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ଅଧିକ ରହୁଥିବାରୁ ସ୍ବାଭାବିକଠାରୁ ପ୍ରାୟ ୨ରୁ ୩ଡିଗ୍ରି ଅଧିକ ତାପମାତ୍ରା ଅନୁଭୂତ ହେଉଛି ବୋଲି ଆଞ୍ଚଳିକContinue reading “ଅସହ୍ୟ କରି ପକାଉଛି ପ୍ରଚଣ୍ଡ ଖରା : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡ଼ିଶା”

ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସୂଚନା : ସ୍ୱତନ୍ତ୍ର ରିଲିଫ କମିଶନର କହିଲେ, ୨୬ ତାରିଖରେ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟରେ ମାଡ ହୋଇପାରେ ବାତ୍ୟା

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ତନାଘନା ଆରମ୍ଭ କରିଛନ୍ତି ।  ବାତ୍ୟାରେ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରିକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ବାତ୍ୟା ପାଇଁContinue reading “ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସୂଚନା : ସ୍ୱତନ୍ତ୍ର ରିଲିଫ କମିଶନର କହିଲେ, ୨୬ ତାରିଖରେ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟରେ ମାଡ ହୋଇପାରେ ବାତ୍ୟା”

ସ୍ପଷ୍ଟୀକରଣ ରଖିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବ୍ଲାକ୍ ଫଙ୍ଗସକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି, ମହାମାରୀ ଭାବେ ଘୋଷଣା କରାଯାଇନି ।

କନକ ବ୍ୟୁରୋ: ବ୍ଲାକ ଫଙ୍ଗସ୍ ଏବେ ଓଡିଶାରେ ଏକ ମହାମାରୀ ରୋଗ ନୁହେଁ । ଆଜି ଏନେଇ ସ୍ପଷ୍ଟୀକରଣ ରଖିଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି ଯେ, ବ୍ଲାକ ଫଙ୍ଗସ ରୋଗକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି । ତାହାର ଅର୍ଥ ନୁହେଁ ଯେ, ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି । ତେଣୁ ବ୍ଲାକ୍ ଫଙ୍ଗସ୍ ଏବେ ଆମ ରାଜ୍ୟରେ ମହାମାରୀ ଭାବେ ଘୋଷଣା ହୋଇନାହିଁ ବୋଲି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣContinue reading “ସ୍ପଷ୍ଟୀକରଣ ରଖିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବ୍ଲାକ୍ ଫଙ୍ଗସକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି, ମହାମାରୀ ଭାବେ ଘୋଷଣା କରାଯାଇନି ।”

କରୋନା ହାରିଲା, ବୃଦ୍ଧ ଜିତିଲେ । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୯୯ ବର୍ଷିୟ ବୃଦ୍ଧ ।

କନକ ବ୍ୟୁରୋ: କରୋନା କାଳରେ ଏ ଖବର ନିଶ୍ଚିତ ଆପଣଙ୍କ ମନକୁ ବଳ ଯୋଗାଇବ । କରୋନା ବିରୋଧରେ ଲଢେଇ କରି କରୋନାକୁ ପରାସ୍ତ କରିଛନ୍ତି ୯୯ ବର୍ଷୀୟ ବୃଦ୍ଧ । ବର୍ତମାନ ବିଶେଷ କରି ଯୁବ ବର୍ଗ କରୋନା ସଂକ୍ରମଣରେ ହାର ମାନି ଯାଉଥିବା ସମୟରେ , ଏହି ବୟୋଜେଷ୍ଠ ବ୍ୟକ୍ତି ସୁସ୍ଥ ହେବା ନିଶ୍ଚିତ ଭାବେ ଏକ ଭଲ ଖବର । ନାଁ ମୁରଲିଧର ଦାସ । ବୟସ ୯୯ ବର୍ଷ । କରୋନାContinue reading “କରୋନା ହାରିଲା, ବୃଦ୍ଧ ଜିତିଲେ । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୯୯ ବର୍ଷିୟ ବୃଦ୍ଧ ।”

Design a site like this with WordPress.com
Get started