ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ 

କନକ ବ୍ୟୁରୋ: ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ମହାମାରୀ ଘୋଷଣା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ମହାମାରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସରକାର । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ସରକାର । ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି । କରୋନା ସଂକ୍ରମିତଙ୍କ ଠାରେ ଏହିContinue reading “ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ “

ଆରପାରିରେ ଜାତୀୟ କ୍ରିକେଟର ଭୁବନେଶ୍ୱର କୁମାରଙ୍କ ପିତା । ଦୀର୍ଘ ଦିନର ଅସୁସ୍ଥତା ପରେ ନିଜ ବାସଭବନରେ ନିଧନ

କନକ ବ୍ୟୁରୋ : ଭାରତୀୟ ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କ ପିତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱର କୁମାର କିଛିଦିନ ହେବ ଘରେ ରହି ତାଙ୍କ ପିତାଙ୍କର ସେବା କରୁଥିଲେ । ତାଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟ ଖେଳି ଯାଇଛି । କହିରଖୁ କି ସେ ଅସୁସ୍ଥ ଯୋଗୁଁ ଦିଲ୍ଲୀର ଏମ୍ସରେ ଚିକିତ୍ସତ ହୋଇ କିଛିଦିନ ହେବ ଘରକୁContinue reading “ଆରପାରିରେ ଜାତୀୟ କ୍ରିକେଟର ଭୁବନେଶ୍ୱର କୁମାରଙ୍କ ପିତା । ଦୀର୍ଘ ଦିନର ଅସୁସ୍ଥତା ପରେ ନିଜ ବାସଭବନରେ ନିଧନ”

ଦେଶରେ ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, କିଛି ଲୋକ ନାକ ତଳକୁ ମାସ୍କ ପିନ୍ଧୁଛନ୍ତି । ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କନକ ବ୍ୟୁରୋ : କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିଲେ ବି ଦେଶର ଅନେକ ଲୋକ ଏବେ ବି ସତର୍କତା ଅବଲମ୍ବନ କରୁନାହାନ୍ତି । ଏକ ଅଟକଳ ଅନୁସାରେ ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି । ଯ଼େତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ ପିନ୍ଧୁଛନ୍ତି କିନ୍ତୁ ତାହା କେବଳ ପାଟିକୁ ଆବୃତ କରୁଛି ଓ ନାକ ଖୋଲା ରହୁଛି । ୨୦ ପ୍ରତିଶତ ଲୋକ ଥୋଡ଼ିରେContinue reading “ଦେଶରେ ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, କିଛି ଲୋକ ନାକ ତଳକୁ ମାସ୍କ ପିନ୍ଧୁଛନ୍ତି । ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।”

ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ୍ ହେବେ ଟିମ୍ ଇଣ୍ଡିଆର କୋଚ୍ । ୭ବର୍ଷ ପରେ ଭାରତୀୟ ଦଳ ସହ ଯୋଡିହେବେ ରାହୁଲ ।

କନକ ବ୍ୟୁରୋ : ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଆଉ ଏହି ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ରହିବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ମାସରେ ୩ଟି ଦିନିକିଆ ମ୍ୟାଚ୍, ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ତେବେ ରାହୁଲ ଦ୍ରାବିଡ୍ ଭାରତ-ଏ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର କୋଚ୍ ରହିଥିଲେ । ତେବେ ସିନିୟର ଟିମ୍ ସହ ଦ୍ୱିତୀୟContinue reading “ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ୍ ହେବେ ଟିମ୍ ଇଣ୍ଡିଆର କୋଚ୍ । ୭ବର୍ଷ ପରେ ଭାରତୀୟ ଦଳ ସହ ଯୋଡିହେବେ ରାହୁଲ ।”

କେରଳରେ ଇତିହାସ ରଚିଲା ବାମ ମେଣ୍ଟ । ୨୦ ମନ୍ତ୍ରୀଙ୍କ ସହ ଶପଥ ନେଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଶପଥପାଠ କରାଇଲେ ରାଜ୍ୟପାଳ

କନକ ବ୍ୟୁରୋ : ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଆଜି ଦ୍ୱିତୀୟଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିପିଆଇଏମ୍ ନେତା ପିନାରାଇ ବିଜୟନ । ଥିରୁଅନ୍ତପୁରମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୨୦ ଜଣ ବିଧାୟକ ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପିନାରାଇ ବିଜୟନଙ୍କ ମନ୍ତ୍ରୀ ମଣ୍ଡଳରେ ସିପିଆଇ ଓ ସିପିଏମ ବ୍ୟତୀତ ଏନସିପିରୁContinue reading “କେରଳରେ ଇତିହାସ ରଚିଲା ବାମ ମେଣ୍ଟ । ୨୦ ମନ୍ତ୍ରୀଙ୍କ ସହ ଶପଥ ନେଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଶପଥପାଠ କରାଇଲେ ରାଜ୍ୟପାଳ”

ଜୀବନ ବଞ୍ଚାଉ ବଞ୍ଚାଉ ଚାଲିଯାଉଛି ଜୀବନ । କରୋନାରେ ପ୍ରାଣ ହରାଇଲେଣି ୩୨୯ ଡାକ୍ତର ।

କନକ ବ୍ୟୁରୋ : କରୋନା ସହ ଲଢେଇରେ ସବୁଠୁ ଆଗଧାଡିର ଯୋଦ୍ଧା ହେଉଛନ୍ତି, ସମସ୍ତ ଡାକ୍ତର ଆଉ ସ୍ୱାସ୍ଥ୍ୟକର୍ମୀ । ଅନ୍ୟର ଜୀବନ ବଞ୍ଚଉ ବଞ୍ଚଉ, ଅନେକ ଡାକ୍ତରଙ୍କ ଜୀବନ ମଧ୍ୟ ଚାଲିଗଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସାରା ଦେଶରେ କରୋନାରେ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୩୨୯ ଜଣ ଡାକ୍ତର ପ୍ରାଣ ହରାଇଲେଣି । ଆଉ ଏହି ସଂଖ୍ୟା ବିହାରରୁ ଅଧିକ ଆସିଛି । ଯେଉଁଠି ୮୦ଜଣ ଡାକ୍ତରଙ୍କ ଜୀବନ ଗଲାଣି ।Continue reading “ଜୀବନ ବଞ୍ଚାଉ ବଞ୍ଚାଉ ଚାଲିଯାଉଛି ଜୀବନ । କରୋନାରେ ପ୍ରାଣ ହରାଇଲେଣି ୩୨୯ ଡାକ୍ତର ।”

ମହାମାରୀ ମୁକାବିଲା । ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ଆଇସିୟୁ ବେଡର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କନକ ବ୍ୟୁରୋ : ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ଆଇସିୟୁ ବେଡର ଲୋକାର୍ପଣ । ନୂଆଦିଲ୍ଲୀରୁ ଭର୍ଚୁଆଲ ଯୋଗେ ଏହାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଧର୍ମେନ୍ଦ୍ର କହିଛନ୍ତି ମହାମାରୀର ମୁକାବିଲା ପାଇଁ ଓଡିଶାର କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ବିଶେଷ ଭାବରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍ ବେଡ୍ ଏବଂ ୧ ହଜାରରୁ ଉଦ୍ଧ୍ୱର୍ ଭେଂଟିଲେଟରର ବ୍ୟବସ୍ଥା କରାଯାଉଛିContinue reading “ମହାମାରୀ ମୁକାବିଲା । ରାଉରକେଲା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ଆଇସିୟୁ ବେଡର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । “

କରୋନା କାଳରେ କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ । ଅମାନିଆଙ୍କଠୁ ୯ କୋଟିରୁ ଅଧିକ ଫାଇନ୍ ଆଦାୟ କରିଛି ପୋଲିସ । ପ୍ରେସମିଟରେ ସୂଚନା ଦେଲେ ପୋଲିସ ଡିଜି ।

କନକ ବ୍ୟୁରୋ: କରୋନା କାଳରେ ଅମାନିଆଙ୍କୁ ନିସ୍ତାର ଦେଇନି ଓଡିଶା ପୋଲିସ । ଏପ୍ରିଲ ୧ ପରଠାରୁ କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି । ଏ ସମ୍ଭନ୍ଧରେ ପୋଲିସ ମୋଟ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଫାଇନ୍ ଆଦାୟ କରିଥିବା ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି । ଆଜି କରୋନା ସମ୍ଭନ୍ଧରେ ପୋଲିସର ଭୂମିକା ଓContinue reading “କରୋନା କାଳରେ କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ । ଅମାନିଆଙ୍କଠୁ ୯ କୋଟିରୁ ଅଧିକ ଫାଇନ୍ ଆଦାୟ କରିଛି ପୋଲିସ । ପ୍ରେସମିଟରେ ସୂଚନା ଦେଲେ ପୋଲିସ ଡିଜି ।”

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା‌ରେ ବର୍ଷା ସମ୍ଭାବନା ରହିଛି । ଏଥି ସହିତ ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ବି ରହିଛି । ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁContinue reading “ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଗୁଜୁରାଟରେ ବୈଜ୍ଞାନିକ ମାନଙ୍କ ସଫଳତା । ଉତ୍ପାଦନ କଲେ ସବୁଠାରୁ ମହଙ୍ଗା ଛତୁ । ଜାଣନ୍ତୁ କେତେ ରହିଛି କିଲୋ ପ୍ରତି ଦାମ୍ ।

କନକ ବ୍ୟୁରୋ : ଗୁଜୁରାଟର ବୈଜ୍ଞାନିକମାନେ ସବୁଠାରୁ ମହଙ୍ଗା ଛତୁ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ଉତ୍ପାଦିତ ହୋଇଥିବା ଏହି ଛତୁର କିଲୋପ୍ରତି ଦାମ ପାଖା ପାଖି ୧.୫ ଲକ୍ଷ ଟଙ୍କା ରହିଛି । ବୈଜ୍ଞାନିକ ମାନେ ୯୦ ଦିନ ଭିତରେ ଲ୍ୟାବର ନିୟନ୍ତ୍ରଣ ବାତାବରଣରେ ୩୫ ଜାର ଛତୁ ଉତ୍ପାଦନ କରିଛନ୍ତି । କଚ୍ଚ ଠାରେ ଥିବା ଗୁଜୁରାଟ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜର୍ଟ ଇକୋଲୋଜି ସଂସ୍ଥାନ ର ବୈଜ୍ଞାନିକ ମାନେ ଏହା କରି ଦେଖାଇଛନ୍ତିContinue reading “ଗୁଜୁରାଟରେ ବୈଜ୍ଞାନିକ ମାନଙ୍କ ସଫଳତା । ଉତ୍ପାଦନ କଲେ ସବୁଠାରୁ ମହଙ୍ଗା ଛତୁ । ଜାଣନ୍ତୁ କେତେ ରହିଛି କିଲୋ ପ୍ରତି ଦାମ୍ ।”

Design a site like this with WordPress.com
Get started