କରୋନାରେ ଚାଲିଗଲା ବଲିଉଡ କଣ୍ଠଶିଳ୍ପୀ ଅରଜିତ ସିଂଙ୍କ ମା’ଙ୍କ ଜୀବନ । ଦୀର୍ଘଦିନ ହେବ କରୋନାରେ ହୋଇଥିଲେ ସଂକ୍ରମିତ ।

କନକ ବ୍ୟୁରୋ : କରୋନା ନେଇଗଲା ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଅରଜିତ୍ ସିଂଙ୍କ ମା’ଙ୍କ ଜୀବନ ।ଦୀର୍ଘଦିନ ହେବ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ତାଙ୍କ ମା’ । କରୋନାରେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା ଆଉ ଆଜି ପ୍ରାୟ ୧୧ଟା ବେଳକୁ ତାଙ୍କ ମା’ଙ୍କର ଦେହାନ୍ତ ହୋଇଛି । ଏହାପୂର୍ବରୁ ଅରଜିତଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ଥିବାContinue reading “କରୋନାରେ ଚାଲିଗଲା ବଲିଉଡ କଣ୍ଠଶିଳ୍ପୀ ଅରଜିତ ସିଂଙ୍କ ମା’ଙ୍କ ଜୀବନ । ଦୀର୍ଘଦିନ ହେବ କରୋନାରେ ହୋଇଥିଲେ ସଂକ୍ରମିତ ।”

ଗଞ୍ଜାମରେ ଅପରେସନ ଭୋଜି : ଗୋଟିଏ ଦିନରେ ୨୧ଟି ଭୋଜି ବନ୍ଦ କଲା ପ୍ରାଶସନ; ଅମାନିଆଙ୍କଠାରୁ ଆଦାୟ କଲେ ଜରିମାନା

କନକ ବ୍ୟୁରୋ : ଅପରେସନ ଭୋଜି । ଗଞ୍ଜାମ ଜିଲ୍ଲାରେ ଅମାନିଆ ମାନୁନାହାଁନ୍ତି କଟକଣା । ବାରମ୍ବାର ଚଢ଼ାଉ ସତ୍ୱେ ବି ଜିଲ୍ଲାର ୭ ଥାନା ଅଂଚଳରେ ୨୧ ଭୋଜିକୁ ବନ୍ଦ କରିଛି ପ୍ରଶାସନ । ଗଞ୍ଜାମ ଜିଲ୍ଳାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏଭଳି ସମୟରେ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ବି ଜାରି ରହିଛି । କିନ୍ତୁ ଗଞ୍ଜାମContinue reading “ଗଞ୍ଜାମରେ ଅପରେସନ ଭୋଜି : ଗୋଟିଏ ଦିନରେ ୨୧ଟି ଭୋଜି ବନ୍ଦ କଲା ପ୍ରାଶସନ; ଅମାନିଆଙ୍କଠାରୁ ଆଦାୟ କଲେ ଜରିମାନା”

ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା : ୧୦ରାଜ୍ୟର ୫୮ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ : ଦେଶରେ କାୟା ମେଲାଉଛି କରୋନାର ଦ୍ବିତୀୟ ଲହର । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ୧୦ରାଜ୍ୟର ୫୮ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା ମଧ୍ୟ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆମକୁ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଧ୍ୟାନ ଦେବା ଆବଶ୍ୟକ । ସେଠାରେ କରୋନା ପରୀକ୍ଷାକୁ ଅଧିକରୁ ଅଧିକ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଦେଶରେContinue reading “ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା : ୧୦ରାଜ୍ୟର ୫୮ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା”

କରୋନା ପାଇଁ ବଦଳିଲା ବ୍ୟାଙ୍କର ସମୟ ନିର୍ଘଣ୍ଟ । ଏବେ କେବଳ ୪ ଘଂଟା ଖୋଲା ରହିବ ବ୍ୟାଙ୍କ୍

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସାରା ଦେଶର ବ୍ୟାଙ୍କ ମାନଙ୍କୁ କାର୍ଯ୍ୟ ନିର୍ଘଣ୍ଟ କମ୍ କରିବାକୁ ପରାମର୍ଶ ଦେଇଛି । ଆଇବିଏର ପରାମର୍ଶ ମୁତାବକ କେବଳ ସକାଳ ୧୦ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତମାସ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତିର ସଂଯୋଜକ କହିଥିଲେ କି ଦେଶରେ ବଢୁଥିବା କରୋନା ସଂକ୍ରମଣକୁContinue reading “କରୋନା ପାଇଁ ବଦଳିଲା ବ୍ୟାଙ୍କର ସମୟ ନିର୍ଘଣ୍ଟ । ଏବେ କେବଳ ୪ ଘଂଟା ଖୋଲା ରହିବ ବ୍ୟାଙ୍କ୍”

ଆସନ୍ତାକାଲି ଭୁବନେଶ୍ବରରେ ଶୂନ୍ୟ ଛାୟା ଦିବସ : ପୂର୍ବାହ୍ନ ୧୧ଟା ୪୩ ମିନିଟରେ ଯେକୌଣସି ଲମ୍ବ ଆକାରର ବସ୍ତୁର ଛାଇ ଦୃଶ୍ୟମାନ ହେବ ନାହିଁ

କନକ ବ୍ୟୁରୋ : ଆସନ୍ତାକାଲି ଭୁବନେଶ୍ୱରରେ ହେବ ଶୂନ୍ୟ ଛାୟା ଦିବସ । ପୂର୍ବାହ୍ନ ୧୧ଟା ୪୩ ମିନିଟରେ ଭୁବନେଶ୍ୱରରେ ଯେକୌଣସି ଲମ୍ବ ଆକାରର ବସ୍ତୁର ଛାଇ ଦୃଶ୍ୟମାନ ହେବ ନାହିଁ । ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ଏହି ଶୂନ୍ୟ ଛାୟା ସମୟ ରହିବ । ୨୫ ରୁ ୩୦ ବର୍ଷ ପୂର୍ବେ ଭାରତରେ ଜ୍ୟୋତିର୍ବିଜ୍ଞାନିମାନେ ବିଧିବଦ୍ଧ ଭାବେ ଏହି ଶୂନ୍ୟ ଛାୟା ଦିବସ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ମେ ୨୧ ତାରିଖContinue reading “ଆସନ୍ତାକାଲି ଭୁବନେଶ୍ବରରେ ଶୂନ୍ୟ ଛାୟା ଦିବସ : ପୂର୍ବାହ୍ନ ୧୧ଟା ୪୩ ମିନିଟରେ ଯେକୌଣସି ଲମ୍ବ ଆକାରର ବସ୍ତୁର ଛାଇ ଦୃଶ୍ୟମାନ ହେବ ନାହିଁ”

ରଥ ନିର୍ମାଣରେ ନିୟୋଜିତ ୬ଜଣ ସେବାୟତ କରୋନା ପଜିଟିଭ : ବର୍ତ୍ତମାନ ସୁଦ୍ଧା ୧୯୨ଜଣ ସେବାୟତ ପଜିଟିଭ

କନକ ବ୍ୟୁରୋ : ଜୁଲାଇ ୧୨ରେ ବିଶ୍ୱ ନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତାକୁ ନଜରରେ ରଖି ଏବେ ରଥଖଳା ହୋଇଉଠିଛି ଚଳଚଂଚଳ । ବିଶ୍ୱକର୍ମା ସେବକମାନେ କୋଭିଡ କଟକଣା ଭିତରେ ରଥ ନିର୍ମାଣକୁ ଶୃଙ୍ଖଳିତ ଓ ସୁସଂଗଠିତ ଭାବେ ଆଗେଇ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାଲିଛି ତୁମ୍ଭକାର୍ଯ୍ୟ । ସେପଟେ ଆଜି ପୁଣି ରଥ ନିର୍ମାଣରେ ନିୟୋଜିତ ୬ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଭୋଇ ସେବାୟତContinue reading “ରଥ ନିର୍ମାଣରେ ନିୟୋଜିତ ୬ଜଣ ସେବାୟତ କରୋନା ପଜିଟିଭ : ବର୍ତ୍ତମାନ ସୁଦ୍ଧା ୧୯୨ଜଣ ସେବାୟତ ପଜିଟିଭ”

କରୋନା ଉଜାଡ଼ି ଦେଉଛି ପରିବାର : ପୁଅର ମୃତ୍ୟୁ ଖବର ଶୁଣି ହୃଦଘାତରେ ପ୍ରାଣ ହରାଇଲେ ମାଆ

କନକ ବ୍ୟୁରୋ : କରୋନାରେ ପୁଅର ମୃତ୍ୟୁ ଖବର ଶୁଣି ହୃଦଘାତରେ ପ୍ରାଣ ହରାଇଲେ ମାଆ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଯାଜପୁର ବ୍ୟାସନଗର ସହରର ଧବଳଗିରି ଅଂଚଳରେ । ସୂଚନା ମୁତାବକ, ଚୈତନ୍ୟ ଆରୁଖ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଶୈଳବାଳା ଆରୁଖ ଓ ପୁଅ ରତିରଂଜନ ଆରୁଖଙ୍କୁ ନେଇ ଧବଳଗିରି ଅଂଚଳରେ ରହୁଥିଲେ । ଚୈତନ୍ୟ ରଙ୍ଗ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଗତ ୮ ଦିନContinue reading “କରୋନା ଉଜାଡ଼ି ଦେଉଛି ପରିବାର : ପୁଅର ମୃତ୍ୟୁ ଖବର ଶୁଣି ହୃଦଘାତରେ ପ୍ରାଣ ହରାଇଲେ ମାଆ”

ଏଣିକି ଘର ଦୁଆରେ ପହଞ୍ଚିବ ଆଲୁ-ପିଆଜ । କରୋନା ଚେନ୍ ଭାଙ୍ଗିବା ପାଇଁ ରାଉରକେଲା ପ୍ରଶାସନର ବଡ ପଦକ୍ଷେପ

ରାଜ୍ୟରେ କରୋନା କଟକଣା କଡାକଡି ହୋଇଛି । କିନ୍ତୁ ଲୋକଙ୍କୁ ଜେତେ ସଚେତନ କରିବା ପରେ ବି ଲୋକେ ଚେତୁନାହାନ୍ତି । ଭୋଜି ଭାତ ଚାଲିଛି । ମିଛ ବାହାନା ଦେଖାଇ ବାହାରେ ବୁଲାବୁଲି ବି ଚାଲିଛି । ଏପରିକି ପରିବା କିଣିବା ଆଳ ଦେଖାଇ ଲୋକେ ବାହାରକୁ ବାହାରୁଛନ୍ତି । ଯାହା ଦ୍ୱାରା ସଂକ୍ରମଣ ବଢିବାର ଆଶଂକା ବଢିଯାଉଛି । ତେଣୁ ଏଭଳି ପରିସ୍ଥିତିରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି ।Continue reading “ଏଣିକି ଘର ଦୁଆରେ ପହଞ୍ଚିବ ଆଲୁ-ପିଆଜ । କରୋନା ଚେନ୍ ଭାଙ୍ଗିବା ପାଇଁ ରାଉରକେଲା ପ୍ରଶାସନର ବଡ ପଦକ୍ଷେପ”

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ କରୋନା ସଂକ୍ରମଣରେ ଦେହାନ୍ତ । ରାଜ୍ୟରେ ଗୋଟିଏ ଦିନ ପାଇଁ ଘୋଷଣା ହେଲା ରାଜକୀୟ ଶୋକ ।

କନକ ବ୍ୟୁରୋ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଇ ପାହାଡିଆଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ପାହାଡିଆଙ୍କ ମୃତ୍ୟୁପରେ ରାଜସ୍ଥାନ ସରକାର ରାଜ୍ୟରେ ଗୋଟିଏ ଦିନ ପାଇଁ ରାଜକୀୟ ଶୋକ ଘୋଷଣା କରିଛନ୍ତି । ଏହି କ୍ରମରେ ଆଜି ରାଜସ୍ଥାନରେ ରାଷ୍ଟ୍ରୀୟ ପତାକା ଗୋଟିଏ ଦିନ ପାଇଁ ଅର୍ଦ୍ଧ ନମିତ ରହିବ । ସବୁ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଏହାସହ ମନ୍ତ୍ରୀପରିଷଦ ବୈଠକରେ ଶୋକ ସଭାContinue reading “ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ କରୋନା ସଂକ୍ରମଣରେ ଦେହାନ୍ତ । ରାଜ୍ୟରେ ଗୋଟିଏ ଦିନ ପାଇଁ ଘୋଷଣା ହେଲା ରାଜକୀୟ ଶୋକ ।”

କାଳ ହୋଇ ଆସିଲା କରୋନା, ଛଡ଼ାଇନେଲା ଖୁସିର ସଂସାର : ଆତ୍ମୀୟ ସ୍ୱଜନଙ୍କ ଶେଷକୃତ୍ୟ କ’ଣ ଶେଷଦର୍ଶନ ବି କରିପାରୁନାହାନ୍ତି ପରିବାର

କନକ ବ୍ୟୁରୋ :  ସୁଖର ସଂସାରରେ ଦାନବ ହୋଇ ଆସିଛି କରୋନା । ଭୂତାଣୁ ସଂକ୍ରମିତ ହୋଇ କିଏ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି ତ ଆଉ କିଏ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଉଛନ୍ତି । ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରି ଦେଉଛି ଏ ମହାମାରୀ । ଜଣଙ୍କ ଜୁଇ ଲିଭିବା ଆଗରୁ ଚାଲି ଯାଉଛି ଆଉ ଜଣଙ୍କ ଜୀବନ । ଆଉ ଅଧାରେ ରହି ଯାଉଛି ଶେଷ ଇଚ୍ଛା । ପ୍ରତିଦିନContinue reading “କାଳ ହୋଇ ଆସିଲା କରୋନା, ଛଡ଼ାଇନେଲା ଖୁସିର ସଂସାର : ଆତ୍ମୀୟ ସ୍ୱଜନଙ୍କ ଶେଷକୃତ୍ୟ କ’ଣ ଶେଷଦର୍ଶନ ବି କରିପାରୁନାହାନ୍ତି ପରିବାର”

Design a site like this with WordPress.com
Get started