କରୋନା ସଂକ୍ରମିତ ଅଥବା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଲେ ଶବ ସତ୍କାର ହେଉଛି ସତୀଚୌରାରେ। କିନ୍ତୁ ଅନ୍ୟ କାରଣରୁ ମୃତ୍ୟୁ ଘଟୁଥିଲେ ବି ଗାଁକୁ ଯାଉନି ଶବ। ନିଟକ ସଂପର୍କୀୟଙ୍କର ବି ଦେଖା ମିଳୁନି। ଏଭଳି ସ୍ଥିତିରେ ଶବ ସତ୍କାର ପାଇଁ କେବଳ ସ୍ବେଚ୍ଛାସେବୀ ହିଁ ଭରସା। ସ୍ବେଚ୍ଛାସେବୀ ତଥା ଶବର ସାଥୀ ଅଭିମନ୍ୟୁ ଦାସ ଖାନ୍ନଗର ସ୍ଥିତ ସ୍ବର୍ଗଧାମରେ ଏଭଳି ପ୍ରାୟ ପ୍ରତ୍ୟେକ ଦିନ ଶବ ସତ୍କାର କରୁଛନ୍ତି। କଟକ ବଡ ଡାକ୍ତରଖାନାରେ ସପ୍ତାହେ ହେଲା କିଡ୍ନିContinue reading “କରୋନା ଭୟରେ ସମ୍ପର୍କୀୟଙ୍କ ଦେଖାମିଳୁନି… ଶବ ସତ୍କାର ପାଇଁ ସ୍ୱେଚ୍ଛାସେବୀ ଭରସା”
Author Archives: Raghaba
ଚିତା ଜଳୁଥିଲା, ଟେକା ପଡୁଥିଲା । ମଶାଣି ଜମି ବିବାଦକୁ ନେଇ ପୁରୀ ଅସ୍ତରଙ୍ଗ ବ୍ଲକରେ ତୁମୁଳକାଣ୍ଡ । ୧୨ଘଣ୍ଟା ପଡିରହିଲା ବୃଦ୍ଧଙ୍କ ଶବ, ରାସ୍ତା ଉପରେ ଶବ ପୋଡିଲେ ଲୋକେ ।
କନକ ବ୍ୟୁରୋ : ମଶାଣି ଜମି ବିବାଦକୁ ନେଇ ତୁମୁଳକାଣ୍ଡ । ୧୦୪ ବର୍ଷ ବୃଦ୍ଧଙ୍କ ମୃତଦେହ ୧୨ ଘଣ୍ଟା ରାସ୍ତାରେ ପଡିବା ପରେ ରାସ୍ତା ଉପରେ ପୋଡିଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଅସ୍ତରଙ୍ଗ ବ୍ଲକ ଦିନନଗର ପଂଚାୟତ ଦିନାଡିଆ ଗାଁରେ । ଏଠାରେ ଗତକାଲି ୧୦୪ ବର୍ଷିୟ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନଙ୍କୁ ଆଣିବା ପରେ ନିକଟସ୍ଥ ନୂଆ କଳିଆକଣ ଗାଁରContinue reading “ଚିତା ଜଳୁଥିଲା, ଟେକା ପଡୁଥିଲା । ମଶାଣି ଜମି ବିବାଦକୁ ନେଇ ପୁରୀ ଅସ୍ତରଙ୍ଗ ବ୍ଲକରେ ତୁମୁଳକାଣ୍ଡ । ୧୨ଘଣ୍ଟା ପଡିରହିଲା ବୃଦ୍ଧଙ୍କ ଶବ, ରାସ୍ତା ଉପରେ ଶବ ପୋଡିଲେ ଲୋକେ ।”
ପୁରୀରେ ପୋଲିସ-ପବ୍ଲିକ ମୁହାଁମୁହିଁ । ବଡଶଙ୍ଖ ଛକରେ ଉଠା ଦୋକାନୀଙ୍କୁ ଉଠାଉଥିବା ବେଳେ ଉତ୍ତେଜନା, ପ୍ରତିବାଦରେ ଧାରଣାରେ ବସିଲେ ବ୍ୟବସାୟୀ ସଂଘ ।
କନକ ବ୍ୟୁରୋ : ଲକଡାଉନ ସମୟରେ ପୁରୀରେ ଉତ୍ତେଜନା । ସହରର ବଡଶଙ୍ଖ ବଜାରରେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି । ଠେଲା ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଆଜି ବଡଶଙ୍ଖରେ ଠେଲା ବ୍ୟବସାୟୀମାନେ କୌଣସି ସମାଜିକ ଦୂରତା ନ ମାନି ଦୋକାନ ଖୋଲିବା ସହ ବ୍ୟବସାୟ କରୁଥିଲେ । ପୋଲିସ ଏଠାରେ ପଂହଚି ଭିଡକୁ ନିୟନ୍ତ୍ରଣ କରିବାକୁ ଆସିଥିବାବେଳେContinue reading “ପୁରୀରେ ପୋଲିସ-ପବ୍ଲିକ ମୁହାଁମୁହିଁ । ବଡଶଙ୍ଖ ଛକରେ ଉଠା ଦୋକାନୀଙ୍କୁ ଉଠାଉଥିବା ବେଳେ ଉତ୍ତେଜନା, ପ୍ରତିବାଦରେ ଧାରଣାରେ ବସିଲେ ବ୍ୟବସାୟୀ ସଂଘ ।”
ଭାରତରେ ବ୍ୟାପୁଥିବା କୋଭିଡ ମ୍ୟୁଟାଣ୍ଟ ବିପକ୍ଷରେ ଫଳପ୍ରଦ ହେଉଛି ଆମେରିକୀୟ ଟିକା ।
କନକ ବ୍ୟୁରୋ : ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁଥିବା କୋଭିଡ୍-୧୯ ଟିକା ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ମାରାତ୍ମକ ‘ଭେରିଆଣ୍ଟ୍’ ବିପକ୍ଷରେ ଫଳପ୍ରଦ ବୋଲି ମଙ୍ଗଳବାର ଦିନ ଶୀର୍ଷସ୍ତରୀୟ ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଭୂତାଣୁ ‘ଭେରିଆଣ୍ଟ୍’ ‘ବି.୧.୬୧୭’ ଗତବର୍ଷ ପ୍ରଥମେ ଭାରତରେ ଚିହ୍ନଟ ହେବା ପରେ ତାହାକୁ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ବୈଶ୍ବିକସ୍ତରରେ ‘ଭେରିଆଣ୍ଟ୍ ଅଫ୍ କନ୍ସର୍ଣ୍ଣ’ ବା ‘ଚିନ୍ତା ଉଦ୍ରେକକାରୀ ପ୍ରଜାତି’ ଭାବେ ବର୍ଗୀକରଣ କରିଥିଲା। ୱାସିଂଟନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ମୁଖ୍ୟ ଡାକ୍ତରୀContinue reading “ଭାରତରେ ବ୍ୟାପୁଥିବା କୋଭିଡ ମ୍ୟୁଟାଣ୍ଟ ବିପକ୍ଷରେ ଫଳପ୍ରଦ ହେଉଛି ଆମେରିକୀୟ ଟିକା ।”
ବାପାଙ୍କ ପରେ ପରେ ଚାଲିଗଲେ ପୁଅ । ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁଅ ତଥା ପୂବର୍ତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । ୯ତାରିଖରେ ରଘୁନାଥ ମହାପାତ୍ରଙ୍କ ହୋଇଥିଲା ଦେହାନ୍ତ
କନକ ବ୍ୟୁରୋ : ବାପାଙ୍କ ପରେ ପରେ ଚାଲିଗଲେ ପୁଅ । ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ରଘୁନାଥ ମହାପାତ୍ର ଏକାଦଶାହରେ ଚାଲିଯାଇଛନ୍ତି ତାଙ୍କ ପୁଅ ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ର । କରୋନାରେ ଆକ୍ରାନ୍ତ ହେବା ପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ରଘୁନାଥ ମହାପାତ୍ରଙ୍କ ଗତ ୯ ତାରିଖରେ ପରଲୋକ ହୋଇଥିଲା । ଆଉ ଏହାର ଠିକ ଏଗାରଦିନ ପରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ୍ୟୁବେଳକୁ ତାଙ୍କୁContinue reading “ବାପାଙ୍କ ପରେ ପରେ ଚାଲିଗଲେ ପୁଅ । ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁଅ ତଥା ପୂବର୍ତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । ୯ତାରିଖରେ ରଘୁନାଥ ମହାପାତ୍ରଙ୍କ ହୋଇଥିଲା ଦେହାନ୍ତ”
ବଣ୍ଡାଘାଟିରେ କରୋନା ସଂକ୍ରମଣକୁ ଗୁରୁତର ସହ ନେଲା ମାଲକାନଗିରି ପ୍ରଶାସନ । ଘାଟି ମଣିଷଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କଲେ ଜିଲ୍ଲାପାଳ, ଘରକୁ ଘର ବୁଲି ସର୍ଭିଲାନ୍ସ କରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ବଣ୍ଡା ଘାଟିରେ କରୋନା ବ୍ୟାପିବାର ଖବର ପ୍ରସାରଣ ପରେ ଏହାକୁ ଗୁରୁତର ସହ ଗ୍ରହଣ କରିଛି ମାଲାକନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରିର କରୋନା ପ୍ରଭାବିତ ବଣ୍ଡାଘାଟି ଗସ୍ତ କରିଛନ୍ତି ଜିଲ୍ଲାପାଳ । ଘାଟି ମଣିଷଙ୍କୁ ଭେଟିବା ସହ କରୋନା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ୱାଇ. ବିଜୟ । କରୋନାକୁ ମାତ୍ ଦେବା ଲାଗି ସେ ବଣ୍ଡା ମଣିଷଙ୍କ ସହଯୋଗ ଲୋଡିଛନ୍ତି । ଘାଟି ଲୋକେ ନିର୍ଭର କରୁଥିବା ଅନକାଡେଲିContinue reading “ବଣ୍ଡାଘାଟିରେ କରୋନା ସଂକ୍ରମଣକୁ ଗୁରୁତର ସହ ନେଲା ମାଲକାନଗିରି ପ୍ରଶାସନ । ଘାଟି ମଣିଷଙ୍କୁ ଭେଟିବା ସହ ସ୍ଥିତିର ଅନୁଧ୍ୟାନ କଲେ ଜିଲ୍ଲାପାଳ, ଘରକୁ ଘର ବୁଲି ସର୍ଭିଲାନ୍ସ କରିବାକୁ ନିର୍ଦ୍ଦେଶ”
ଗତ ୨୪ଘଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୧,୦୯୯ । ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦
କନକ ବ୍ୟୁରୋ :ରାଜ୍ୟରେ ପୁଣି ଉପରମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ୧୧ହଜାର ଟପିଛି । ଗତ ୨୪ଘଂଟାରେ ୧୧ହଜାର ୯୯ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦ୍ୱିତୀୟ ଲହରରେ ରେକର୍ଡ ୬୦ହଜାର ୫୧୦ ଟେଷ୍ଟିଂ କରାଯାଇଛି । ସଙ୍ଗରୋଧରୁ ୬ହଜାର ୨୧୪ ଓ ୪ହଜାର ୮୮୫ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୮ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୧୪ଶହ ୬୦ପଜିଟିଭ ମାମଲା ସାମ୍ନାକୁ ଆସିଛିContinue reading “ଗତ ୨୪ଘଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୧,୦୯୯ । ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦ “
ଉତରପ୍ରଦେଶର ବନ୍ୟା ଓ ନିୟନ୍ତ୍ରଣ ରାଷ୍ଟ୍ର ମନ୍ତ୍ରୀ ବିଜୟ କଶ୍ୟପଙ୍କ ପରଲୋକ । ଏପ୍ରିଲ ୨୯ରେ ପଜିଟିଭ ଚିହ୍ନଟ ହେବା ପରେ ଚାଲିଥିଲା ଚିକିତ୍ସା
କନକ ବ୍ୟୁରୋ : କରୋନାରେ ଚାଲିଗଲା ମନ୍ତ୍ରୀଙ୍କ ଜୀବନ । ଉତରପ୍ରଦେଶର ବନ୍ୟା ଓ ନିୟନ୍ତ୍ରଣ ରାଷ୍ଟ୍ରମନ୍ତ୍ରୀ ବିଜୟ କଶ୍ୟପଙ୍କ କରୋନାରେ ପରଲୋକ ହୋଇଯାଇଛି । ୨୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ବିଜୟ କଶ୍ୟପ ମୁଜାଫରନଗରର ଚରଥବାଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ବିଜୟ କଶ୍ୟପଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓContinue reading “ଉତରପ୍ରଦେଶର ବନ୍ୟା ଓ ନିୟନ୍ତ୍ରଣ ରାଷ୍ଟ୍ର ମନ୍ତ୍ରୀ ବିଜୟ କଶ୍ୟପଙ୍କ ପରଲୋକ । ଏପ୍ରିଲ ୨୯ରେ ପଜିଟିଭ ଚିହ୍ନଟ ହେବା ପରେ ଚାଲିଥିଲା ଚିକିତ୍ସା”
ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ । ଜୁନ୍ ୧ ସକାଳ ୫ଟା ଯାଏଁ ରହିବ କଟକଣା, ବଦଳିଲା ଦୋକାନ ବଜାର ଖୋଲିବା ସମୟ
କନକ ବ୍ୟୁରୋ: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ । ଜୁନ୍ ୧ ସକାଳ ୫ଟା ଯାଏଁ ବଳବତର ରହିବ କଟକଣା । ଏହାସହ ଆଜିଠାରୁ ବଦଳିଛି ଦୋକାନ ବଜାର ଖୋଲିବା ସମୟ । ନୂଆ ନିଷ୍ପତି ଅନୁସାରେ ସୋମବାରରୁ ଶୁକ୍ରବାର ୪ଘଂଟା କୋହଳ କରାଯାଇଛି କଟକଣା । ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ସକାଳ ୭ଟାରୁ ୧୧ଟା ଯାଏଁ ଅନୁମତି ଦିଆଯାଇଛି । ୫ଶହ ମିଟର ଭିତରେ ଚାଲିଚାଲି ଯାଇ କିଣିପାରିବେ ଅତ୍ୟାବଶ୍ୟକ ସାମଗ୍ରୀ । ମଙ୍ଗଳବାରଦିନContinue reading “ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ । ଜୁନ୍ ୧ ସକାଳ ୫ଟା ଯାଏଁ ରହିବ କଟକଣା, ବଦଳିଲା ଦୋକାନ ବଜାର ଖୋଲିବା ସମୟ”
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେବା ପରେ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା ସଂଭାବନା, ପ୍ରାରମ୍ଭିକ ସଂକେତ ମିଳୁଥିବା ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଦେଲେ ସୂଚନା
ଆରବ ସାଗରରେ ବାତ୍ୟାର ପ୍ରକୋପକୁ ନେଇ ଚର୍ଚ୍ଚା ସରିନି, ଏପଟେ ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିଲେଣି। ଏହାର ପ୍ରକୃତ ସ୍ବରୂପ କଣ ହେବ, କେଉଁଠାରେ ସ୍ଥଳଭାଗକୁ ଛୁଇଁବ, କେତେ ବିପଦ ଆଣି ଆସୁଛି, ସର୍ବୋପରି କେତେ ପରିମାଣରେ କ୍ଷତି କରିପାରେ, ସେ ସଂପର୍କରେ ଏଯାଏ ଠୋସ୍ ନିର୍ଣ୍ଣୟ ହୋଇନଥିଲେ ମଧ୍ୟ ଏହାକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି। ଆଜି ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ରାଜେଶ ମାଧବନ୍ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସଂପର୍କରେ ପ୍ରଥମେContinue reading “ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେବା ପରେ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା ସଂଭାବନା, ପ୍ରାରମ୍ଭିକ ସଂକେତ ମିଳୁଥିବା ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଦେଲେ ସୂଚନା”