ଆସୁଛି ସିଙ୍ଗାପୁର ଷ୍ଟ୍ରେନ୍, ଶିଶୁଙ୍କୁ ରଖନ୍ତୁ ସୁରକ୍ଷିତ । ବିଶ୍ୱ ପାଇଁ ବିପଦ ଆଣିପାରେ ଭୂତାଣୁର ସିଙ୍ଗାପୁର ଷ୍ଟ୍ରେନ । ଛୋଟ ପିଲାଙ୍କ ପାଇଁ ଅଧିକ ଭୟଙ୍କର ଆଶଙ୍କା ।

କନକ ବ୍ୟୁରୋ: ବିଶ୍ୱ ପାଇଁ ନୂଆ ବିପଦ ଭାବେ ଉଭା ହୋଇଛି କରୋନା ଭୂତାଣୁର ସିଙ୍ଗାପୁର ଷ୍ଟ୍ରେନ । ଭୂତାଣୁର ଏହି ନୂଆ ଷ୍ଟ୍ରେନ ଛୋଟ ପିଲାଙ୍କ ପାଇଁ ଅଧିକ ଭୟଙ୍କର ହୋଇଥିବା ସୂଚନା ମିଳିଛି । ସେପଟେ ସିଙ୍ଗାପୁର ସରକାର ଏହି ଭୂତାଣୁ ପ୍ରଥମେ ଭାରତରେ ଦେଖାଯାଇଥିବା କହିବା ସହ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି । ବୁଧବାର ଠାରୁ ସିଙ୍ଗାପୁରରେ ସ୍କୁଲ ଓ କଲେଜକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ଘୋଷଣା କରାଯାଇଛି ।Continue reading “ଆସୁଛି ସିଙ୍ଗାପୁର ଷ୍ଟ୍ରେନ୍, ଶିଶୁଙ୍କୁ ରଖନ୍ତୁ ସୁରକ୍ଷିତ । ବିଶ୍ୱ ପାଇଁ ବିପଦ ଆଣିପାରେ ଭୂତାଣୁର ସିଙ୍ଗାପୁର ଷ୍ଟ୍ରେନ । ଛୋଟ ପିଲାଙ୍କ ପାଇଁ ଅଧିକ ଭୟଙ୍କର ଆଶଙ୍କା ।”

ରାଜ୍ୟ ପାଇଁ ଭଲ ଖବର । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୦, ୨୪୨ କରୋନା ଆକ୍ରାନ୍ତ

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୦ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୦ ହଜାର ୨୪୨ କରୋନା ପଜିଟିଭ । ତେବେ ଗତ କିଛି ଦିନ ରାଜ୍ୟରେ ସଂକ୍ରମଣ ମଧ୍ୟ ସ୍ଥିର ରହିଛି । ଆଜି ଗୋଟିଏ ଦିନରେ ୧୦,୩୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୧୮, ସନ୍ଦରଗଡରୁ ୯୪୩ ଆକ୍ରାନ୍ତ ସୁସ୍ଥContinue reading “ରାଜ୍ୟ ପାଇଁ ଭଲ ଖବର । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୦, ୨୪୨ କରୋନା ଆକ୍ରାନ୍ତ”

ଭୁବନେଶ୍ୱରରେ ପୁଣି ବଢିଲା ସଂକ୍ରମଣ । ଆଜି ଚିହ୍ନଟ ହେଲେ ୧,୧୫୧ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୮୯୬ ଜଣ

କନକ ବ୍ୟୁରୋ: ଭୁବନେଶ୍ୱର ପୁଣି ସଂକ୍ରମଣ ଉପର ମୁହାଁ ହୋଇଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୧୫୧ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୬୭ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା,Continue reading “ଭୁବନେଶ୍ୱରରେ ପୁଣି ବଢିଲା ସଂକ୍ରମଣ । ଆଜି ଚିହ୍ନଟ ହେଲେ ୧,୧୫୧ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୮୯୬ ଜଣ”

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଶତ ପ୍ରତିଶତ ଟିକାକରଣ ହୋଇଥିବା ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କାର ବିଶେଷ ସହାୟତା ରାଶି

କନକ ବ୍ୟୁରୋ :  ଗାଁରେ କରୋନା ଟିକାକରଣକୁ ପ୍ରୋତ୍ସାହିତ କରିବାକୁ ମଙ୍ଗଳବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଯେଉଁ ଗାଁ ଶତ ପ୍ରତିଶତ ଟିକାକରଣ ଟାର୍ଗେଟ୍ ଫିଲପ କରିବ ସେହି ଗ୍ରାମକୁ ରାଜ୍ୟ ସରକାରଙ୍କ ତରଫରୁ ୧୦ ଲକ୍ଷ ଟଙ୍କାର ବିଶେଷ ସହାୟତା ରାଶି ପ୍ରଦାନ କରାଯିବ । ପଞ୍ଜାବ ସରକାର ‘କରୋନା ମୁକ୍ତ ଗାଁ’ ଅଭିଯାନ ଅଧିନରେ ଏଭଳି ଘୋଷଣା କରିଛନ୍ତିContinue reading “ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଶତ ପ୍ରତିଶତ ଟିକାକରଣ ହୋଇଥିବା ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କାର ବିଶେଷ ସହାୟତା ରାଶି”

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା ।

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଛି । ହେଲେ ଏହାରି ମଧ୍ୟରେ କିଛିଦିନ ହେବ ସଂକ୍ରମଣ ହାର କମ ହେବାରେ ଲାଗିଛି । ଦିଲ୍ଲୀରେ ବି ସଂକ୍ରମଣ କମିଛି, ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି । ଏହାସହ ପେନସନ ପାଇଁ ମଧ୍ୟ ଘୋଷଣା କରିଛନ୍ତି । ସେହିପରିContinue reading “ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି ଘୋଷଣା ।”

କରୋନା ମହାମାରୀ ମଧ୍ୟରେ ଆଶ୍ୱସ୍ଥିକର ଖବର । ଦେଶରେ ବଢୁଛି ସୁସ୍ଥତା ହାର । ୧୯୯ ଜିଲ୍ଲାରେ କମୁଛି ସଂକ୍ରମଣ

କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଏବେ କମୁ୍ଥିବା ନେଇ ସ୍ପଷ୍ଟଚିତ୍ର ଆସିଛି । ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇଛି । ଏହା ଏବେ ୮୫.୬ ପ୍ରତିଶତରେ ପହଂଚିଛି । କହିରଖୁ କି ମେ ୩ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ମୁତାବକ ଏହା ୮୧.୭ ପ୍ରତିଶତ ଥିଲା । ଏହି କ୍ରମରେContinue reading “କରୋନା ମହାମାରୀ ମଧ୍ୟରେ ଆଶ୍ୱସ୍ଥିକର ଖବର । ଦେଶରେ ବଢୁଛି ସୁସ୍ଥତା ହାର । ୧୯୯ ଜିଲ୍ଲାରେ କମୁଛି ସଂକ୍ରମଣ”

ମାଛଗାଡିରେ ଆସୁଥିଲା ଧଳାଜହର । ଜଳେଶ୍ୱରରୁ ଆସୁଥିଲା, ଭୁବନେଶ୍ୱରରେ ବିକ୍ରି ହେଉଥିଲା । ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ : ମାଛ ବେପାର ଆଳରେ ବ୍ରାଉନସୁଗାର କାରବାର କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି କମିସନରେଟ୍‌ ପୁଲିସ୍‌। ଏହି ଘଟଣାରେ ପୁଲିସ୍‌ ସୋମବାର ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବୋଲେରୋ ୫୮୨ ଗ୍ରାମର ବ୍ରାଉନସୁଗାର, ୧୯୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ, ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ଗାଡ଼ିContinue reading “ମାଛଗାଡିରେ ଆସୁଥିଲା ଧଳାଜହର । ଜଳେଶ୍ୱରରୁ ଆସୁଥିଲା, ଭୁବନେଶ୍ୱରରେ ବିକ୍ରି ହେଉଥିଲା । ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ ।”

ଗଙ୍ଗା କୂଳରେ ଟାୟାର ଜାଳି ମୃତଦେହ ପୋଡିଦେଲା ପୋଲିସ । ଭିଡିଓ ଭାଇରାଲ ପରେ ୫ ପୋଲିସ କର୍ମଚାରୀ ସସପେଣ୍ଡ 

କନକ ବ୍ୟୁରୋ: ଗଙ୍ଗା ନଦୀରେ ଭାସୁଥିବା ଅଚିହ୍ନା ମୃତଦେହକୁ ଟାୟାର ଜାଳି କିଛି ପୋଲିସ କର୍ମଚାରୀ ପୋଡି ଦେଇଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି ପେଟ୍ରୋଲ ଡିଜେଲ ଢାଳି ଶବ ଗୁଡିକପୋଡୁଥିବାର ନଜର ଆସିଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । କରୋନା ମହାମାରୀ କେତେ ଭୟଙ୍କର ହୋଇ ତାହା ଗଙ୍ଗାContinue reading “ଗଙ୍ଗା କୂଳରେ ଟାୟାର ଜାଳି ମୃତଦେହ ପୋଡିଦେଲା ପୋଲିସ । ଭିଡିଓ ଭାଇରାଲ ପରେ ୫ ପୋଲିସ କର୍ମଚାରୀ ସସପେଣ୍ଡ “

ଭଲ ଖବର : ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି. ଦେଶରେ ଆରୋଗ୍ୟ ହାର ବଢୁଛି । 

କନକ ବ୍ୟୁରୋ : ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା ଆରମ୍ଭ କରିଛି । ଅନ୍ୟ ୫ଟି ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ଆସାମ,ପୁଡୁଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ । ମେ’ ପ୍ରଥମ ସପ୍ତାହରେ ଓଡ଼ିଶାର ହାରାହାରି ପଜିଟିଭିଟି ହାର ୨୪.୪ ପ୍ରତିଶତ ଥିବାବେଳେ ମେ ଦ୍ୱିତୀୟ ସପ୍ତାହରେ ତାହା ୨୩.୩ ପ୍ରତିଶତକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତିContinue reading “ଭଲ ଖବର : ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି. ଦେଶରେ ଆରୋଗ୍ୟ ହାର ବଢୁଛି । “

କାଳ ସାଜିଛି କରୋନାର ଦ୍ୱିତୀୟ ଲହର । କରୋନାରେ ଗଲାଣି ୩୦୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ ।

କନକ ବ୍ୟୁରୋ : ଖବର ପଢ଼ୁପଢ଼ୁ, ଲେଖୁଲେଖୁ ବା ସଂଗ୍ରହ କରୁ କରୁ ଖବର ପାଲଟି ଯାଉଛନ୍ତି ସାମ୍ବାଦିକ । କରୋନା ଭୂତାଣୁର ଭୟାବହତା ନେଇ ଲୋକଙ୍କୁ ସତର୍କ କରିବା ହେଉ କି ଅସୁବିଧାରେ ପଡିଥିବା ଲୋକଙ୍କ ସମସ୍ୟାକୁ ଆଗକୁ ଆଣୁଥିବା ଏହି ସମ୍ମୁଖ ଯୋଦ୍ଧାଙ୍କର ପ୍ରତିଦିନ ମୃତ୍ୟୁ ହେଉଛି । ଯୁଦ୍ଧ ଚାଲିଛି, ଆଉ ଜଣେ ପରେ ଜଣେ ଯୋଦ୍ଧା ଟଳିପଡୁଛନ୍ତି । ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜିଥିବା ସାମ୍ବାଦିକଙ୍କ ମୃତ୍ୟୁରContinue reading “କାଳ ସାଜିଛି କରୋନାର ଦ୍ୱିତୀୟ ଲହର । କରୋନାରେ ଗଲାଣି ୩୦୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ ।”

Design a site like this with WordPress.com
Get started