ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ତେଲ କଂପାନିଗୁଡ଼ିକ ନିୟମିତ ବ୍ୟବଧାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ାଉଛନ୍ତି। ଏହାର ପ୍ରଭାବରେ ଗତ ଦୁଇ ସପ୍ତାହ ଭିତରେ ପେଟ୍ରୋଲ୍ ଦାମ୍ ୨ ଟଙ୍କା ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨ ଟଙ୍କା ୬୦ ପଇସା ମହଙ୍ଗା ହୋଇଛି। ଆଜି ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଦାମ୍ ୨୭ ପଇସା ଓ ଡିଜେଲ୍ ଦର ୨୯ ପଇସା ବଢ଼ାଇଛନ୍ତି। ଫଳରେ ଭୁବନେଶ୍ବରରେ ଏକ ଲିଟର ପେଟ୍ରୋଲ୍Continue reading “ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର… ଦୁଇ ସପ୍ତାହରେ ୨ ଟଙ୍କା ୩୦ ପଇସା ମହଙ୍ଗା ହେଲା ପେଟ୍ରୋଲ”
Author Archives: Raghaba
ଭୟ ବଢାଉଛି ସିଙ୍ଗାପୁର ଭାଇରସ । ସ୍କୁଲ ଓ କଲେଜ ବନ୍ଦ କଲେ ସିଙ୍ଗାପୁର ସରକାର । କେଜରିୱାଲ କହିଲେ, ବନ୍ଦ କରାଯାଉ ଭାରତରୁ ବିମାନ ସେବା
କନକ ବ୍ୟୁରୋ: ସିଙ୍ଗାପୁର ଭୂତାଣୁ ହୋଇପାରେ ଭାରତର ତୃତୀୟ କରୋନା ଲହର । ଏହାକୁ ନେଇ ଆଗୁଆ ସତର୍କ କରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଭୂତାଣୁ ଦେଶରେ ଶିଶୁ ମାନଙ୍କ ପାଇଁ ଅଧିକ ବିପଦଜନକ ହେବା ସଂଭାବନା ଥିବାରୁ ଅଧିକ ଚିନ୍ତା ଦେଖା ଦେଇଛି । ସେପଟେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣାକୁ ଅଧିକ କଡା କରିଛନ୍ତି ସିଙ୍ଗାପୁର ସରକାର । ବର୍ତମାନ କରୋନା ଦ୍ୱିତୀୟ ଲହର ସାରାଦେଶକୁ ଅସ୍ତବ୍ୟସ୍ତ କରୁଥିବାContinue reading “ଭୟ ବଢାଉଛି ସିଙ୍ଗାପୁର ଭାଇରସ । ସ୍କୁଲ ଓ କଲେଜ ବନ୍ଦ କଲେ ସିଙ୍ଗାପୁର ସରକାର । କେଜରିୱାଲ କହିଲେ, ବନ୍ଦ କରାଯାଉ ଭାରତରୁ ବିମାନ ସେବା “
ବିବାହ ପୂର୍ବରୁ ଏକାଠି ପ୍ରେମୀଯୁଗଳ ରହିବାକୁ ନାପସନ୍ଦ କଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ । କହିଲେ, ନୈତିକ ଓ ସାମାଜିକ ଭାବେ ଗ୍ରହଣଯୋଗ୍ୟ ନୁହେଁ ଲିଭ-ଇନ ସମ୍ପର୍କ
କନକ ବ୍ୟୁରୋ: ଲିଭ–ଇନ ରିଲେସନକୁ ନେଇ ପଂଜାବ-ହରିୟାଣା ହାଇକୋର୍ଟ ଏକ ବଡ ଟିପ୍ପଣୀ କରିଛନ୍ତି । ସୁରକ୍ଷା ନିବେଦନ କରିଥିବା ପ୍ରେମୀ ଯୁଗଳଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଲିଭ-ଇନ-ରିଲେସନ ନୈତିକ ଓ ସାମାଜିକ ଭାବେ ଗ୍ରହଣଯୋଗ୍ୟ ନୁହେଁ । ମିଡିଆ ରିପୋର୍ଟ ଅନୁସାରେ ୧୯ ବର୍ଷ ବୟସ୍କ ଗୁଲଜା କୁମାରୀ ଓ ୨୨ ବର୍ଷ ବୟସ୍କ ଗୁରବିନ୍ଦର ସିଂ ନାମକ ପ୍ରେମୀଯୁଗଳ ନିଜ ସୁରକ୍ଷା ପାଇଁ ପଂଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନରେContinue reading “ବିବାହ ପୂର୍ବରୁ ଏକାଠି ପ୍ରେମୀଯୁଗଳ ରହିବାକୁ ନାପସନ୍ଦ କଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ । କହିଲେ, ନୈତିକ ଓ ସାମାଜିକ ଭାବେ ଗ୍ରହଣଯୋଗ୍ୟ ନୁହେଁ ଲିଭ-ଇନ ସମ୍ପର୍କ “
କରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା । ମନାଇଥିଲେ ୨୪ତମ ଜନ୍ମଦିନ । କିଛି ଘଂଟାର ବ୍ୟବଧାନରେ ଆଖିବୁଜିଲେ ଯାଆଁଳା ଭାଇ
କନକ ବ୍ୟୁରୋ: କରୋନାରେ ଯାଁଳା ଭାଇଙ୍କ ନିଧନ ଖବର ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଉତରପ୍ରଦେଶର ମେରଟହ ଯାଁଳା ଭାଇଙ୍କ ଜନ୍ମ ଗୋଟିଏ ଦିନରେ ହୋଇଥିବା ବେଳେ ମୃତ୍ୟୁ ମଧ୍ୟ ଗୋଟିଏ ଦିନରେ ହୋଇଛି । ମାତ୍ର ୨୪ ବର୍ଷ ବୟସରେ କରୋନାରେ ପୀଡିତ ପରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଭାଇଙ୍କର ଜୀବନ ଚାଲିଗଲା । ମାତ୍ର କିଛି ଦିନ ପୂର୍ବେ ଦୁଇ ନିଜ ଜନ୍ମଦିନ ପାଳନ କରିଥିଲେ । ଜନ୍ମରେ କେବଳ ୩Continue reading “କରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା । ମନାଇଥିଲେ ୨୪ତମ ଜନ୍ମଦିନ । କିଛି ଘଂଟାର ବ୍ୟବଧାନରେ ଆଖିବୁଜିଲେ ଯାଆଁଳା ଭାଇ”
ବଣ୍ଡା ଘରେ ଭୂତାଣୁ । ହେଲେ ସଙ୍ଗରୋଧରେ ରହିବା ପାଇଁ ନାହିଁ ସୁବିଧା କିମ୍ବା ଇଚ୍ଛାଶକ୍ତି । ସଂକ୍ରମିତଙ୍କ ସହ ଏକାଠି ରହୁଛନ୍ତି ପରିବାର ଲୋକ
କନକ ବ୍ୟୁରୋ: ଗ୍ରାମାଂଚଳର କରୋନା ସଂକ୍ରମଣକୁ ନେଇ ସବୁଆଡେ ଆତଙ୍କ । ଆତଙ୍କ ଭିତରେ କିନ୍ତୁ ଗାଁ ଗଣ୍ଡାର ଚିତ୍ର ଭିନ୍ନ । କରୋନାରେ ଆକ୍ରାନ୍ତ ହେବା ପରେ ବି ଗୋଟିଏ ଘରେ ପରିବାର ଅନ୍ୟ ସଦସ୍ୟଙ୍କ ସହ ରହୁଛନ୍ତି ଆକ୍ରାନ୍ତ । ସାଧାରଣ ଜୀବନ ଶୈଳୀକୁ ଆଗରେ ରଖି ମହାମାରିକୁ ନେଇ ଭୟଭିତ ହେଉନି ବଣ୍ଡା ପାହାଡ । ମାଲକାନଗିରି ଜିଲା ବଣ୍ଡା ଘାଟିରେ ଭିତିପ୍ରସ୍ତର ଅଭାବରୁ କେମିତି ଅଲଗା କଠୋରୀରେ ରହିବେ ବଣ୍ଡା ଜନଜାତିରContinue reading “ବଣ୍ଡା ଘରେ ଭୂତାଣୁ । ହେଲେ ସଙ୍ଗରୋଧରେ ରହିବା ପାଇଁ ନାହିଁ ସୁବିଧା କିମ୍ବା ଇଚ୍ଛାଶକ୍ତି । ସଂକ୍ରମିତଙ୍କ ସହ ଏକାଠି ରହୁଛନ୍ତି ପରିବାର ଲୋକ “
ଦେଶରେ କମୁଛି ସଂକ୍ରମଣ, ହେଲେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଲଗାତର ଦ୍ୱିତୀୟ ଦିନ ଦେଲା ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ । ଏପଟେ ଓଡ଼ିଶାରେ ୧୦ ହଜାର ତଳକୁ କମୁନି ସଂକ୍ରମଣ
କନକ ବ୍ୟୁରୋ: ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । କିନ୍ତୁ ଏବେ ବି ୮ଟି ରାଜ୍ୟରେ ସକ୍ରିୟ ମାମଲା ୧ଲକ୍ଷରୁ ଅଧିକ ରହିଛି । ୧୦ଟି ରାଜ୍ୟରେ ୫୦ ହଜାରରୁ ଏକ ଲକ୍ଷ । ଏବଂ ୧୮ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛି । ଆଉ ଏହାରି ଭିତରେ ଚିନ୍ତାର କାରଣ ପାଲଟିଛି ୨୨ଟି ରାଜ୍ୟର ୧୫% ପଜିଟିଭ୍ ହାର । ଭାରତରContinue reading “ଦେଶରେ କମୁଛି ସଂକ୍ରମଣ, ହେଲେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଲଗାତର ଦ୍ୱିତୀୟ ଦିନ ଦେଲା ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ । ଏପଟେ ଓଡ଼ିଶାରେ ୧୦ ହଜାର ତଳକୁ କମୁନି ସଂକ୍ରମଣ”
କରୋନା ହାରିଲା, କୁନିଛୁଆ ଜିତିଲା । ଭୟଙ୍କର କରୋନା ଯୁଦ୍ଧରେ ଜିତିଗଲା କୁନି ଯୋଦ୍ଧା । ସଂକ୍ରମିତ ହେବା ପରେ ନୂଆପଡା ଡାକ୍ତରଖାନାରେ ଚାଲିଥିବା ଚିକିତ୍ସା
କନକ ବ୍ୟୁରୋ: କୁନି ଛୁଆ ଜିତିଲା କରୋନା ଯୁଦ୍ଧ । କରୋନା ସଂକ୍ରମଣକୁ ମାତ୍ ଦେଲା ନବଜାତକ । ମହାମାରୀର ଲଢେଇରେ ଅଦୃଶ୍ୟ ଭୂତାଣୁକୁ ହରାଇଛି କୁନି ଯୋଦ୍ଧା । ନବଜାତକଟି କରୋନାରେ ସଂକ୍ରମିତ ହେବା ପରେ ତାକୁ ନୂଆପଡା ଡାକ୍ତରଖାନାର ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା । ତେବେ କୋଭିଡ ଭୂତାଣୁରେ ସଂକ୍ରମତି ହୋଇଥିବା ଏହି ନବଜାତକଟିକୁ ଅକ୍ସିଜେନ ଦିଆଯିବା ସହ ରକ୍ତ ଦିଆଯାଇ ଚିକିତ୍ସା କରାଯାଇଥିଲା । ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞContinue reading “କରୋନା ହାରିଲା, କୁନିଛୁଆ ଜିତିଲା । ଭୟଙ୍କର କରୋନା ଯୁଦ୍ଧରେ ଜିତିଗଲା କୁନି ଯୋଦ୍ଧା । ସଂକ୍ରମିତ ହେବା ପରେ ନୂଆପଡା ଡାକ୍ତରଖାନାରେ ଚାଲିଥିବା ଚିକିତ୍ସା”
ରାଜ୍ୟରେ ଆଉ ହେବନି ପ୍ଲାଜମା ଥେରାପି । ଆଗାମୀ ସପ୍ତାହରେ ଦୈନିକ ୭୦ ହଜାର ନମୁନା ପରୀକ୍ଷା
କନକ ବ୍ୟୁରୋ: ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ । ରାଜ୍ୟରେ ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ । ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇ କହିଥିଲେ ମୁଖ୍ୟ ମୁଖ୍ୟ ଶାସନ ସଚିବ । ସେହିପରି ରାଜ୍ୟରେ ଆଇସିୟୁ ବେଡର ସଂଖ୍ୟାContinue reading “ରାଜ୍ୟରେ ଆଉ ହେବନି ପ୍ଲାଜମା ଥେରାପି । ଆଗାମୀ ସପ୍ତାହରେ ଦୈନିକ ୭୦ ହଜାର ନମୁନା ପରୀକ୍ଷା”
ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ୟ୍ୟକ୍ରମର ସଫଳ କାର୍ୟ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି ।Continue reading “ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ”
କରୋନା ଭିତରେ ବାତ୍ୟାର ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପ୍ରାରମ୍ଭିକ ସଂକେତ ମିଳୁଥିବା ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଦେଲେ ସୂଚନା
କନକ ବ୍ୟୁରୋ: ସୋମବାର ରାତିରେ ଆରବ ମହାସାଗରରେ ଉଠିଥିବା ବାତ୍ୟା ଗୁଜରାଟରେ ମାଡ କରିବା ପରେ ଅନ୍ୟପଟେ ବଙ୍ଗୋପ ମହାସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବା ନେଇ ସଂକେତ ମିଳୁଛି । ପୂର୍ବ କେନ୍ଦ୍ରିୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୨୩ ତାରିଖ ବେଳକୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୌସୁମୀ ପୂର୍ବରୁ ଏଭଳି ଲଘୁଚାପ ସୃଷ୍ଟି ହେବା ଏକ ସାଧାରଣ କଥା, କିନ୍ତୁContinue reading “କରୋନା ଭିତରେ ବାତ୍ୟାର ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପ୍ରାରମ୍ଭିକ ସଂକେତ ମିଳୁଥିବା ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଦେଲେ ସୂଚନା “