କନକ ବ୍ୟୁରୋ : କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ବର୍ତମାନ ଆମେ ଷ୍ଟେବୁଲ ସ୍ଥିତିରେ ଅଛୁ । ଟ୍ରାନ୍ସମିଶନ ଚେନ ବ୍ରେକ କରିବା ପାଇଁ ଲକଡାଉନ ଜରୁରୀ ଥିଲା । ଲକ ଡାଉନର ପ୍ରଭାବ ୨ରୁ ୮ ସପ୍ତାହ ପରେ ଜଣାପଡ଼ିବ । ସଂକ୍ରମଣ ନିହାତି କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହା ସହ ସେ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଫୋକସ ଗ୍ରାମାଂଚଳରେContinue reading “କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା : ଟ୍ରାନ୍ସମିଶନ ଚେନ ବ୍ରେକ କରିବା ପାଇଁ ଲକଡାଉନ ଜରୁରୀ”
Author Archives: Raghaba
ଗଂଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଘରକୁ ଘର ଟିକାକରଣ ପ୍ରକ୍ରିୟା : ଏହି ସୁବିଧା କେବଳ ବିଏମସି ଅଂଚଳରେ ଲାଗୁ କରାଯିବ
କନକ ବ୍ୟୁରୋ : ଗଂଜାମ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେଲା ଘରକୁ ଘର ଟିକାକରଣ ପ୍ରକ୍ରିୟା । ଏହି ସୁବିଧା କେବଳ ବିଏମସି ଅଂଚଳରେ ଲାଗୁ କରାଯିବ । ପ୍ରତ୍ୟେକ ଅଂଚଳରେ କିଛି ଲୋକଙ୍କୁ ନେଇ ଏହି ଟିକାଦାନ କରାଯିବ । ଏହି ସେବା ପାଇଁ ଏକ ସ୍ୱତନ୍ତ୍ର ଗାଡି ପ୍ରସ୍ତୁତ କରାଯାଇଛି । ଏହି ଗାଡ଼ି ଘର ଘର ବୁଲି ପଂଜିକୃତ କିମ୍ବା ଟିକା ନେବା ପାଇଁ ସୂଚନା ଦେଇଥିବା ଲୋକଙ୍କୁ ଚିହ୍ନଟ କରିContinue reading “ଗଂଜାମ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଘରକୁ ଘର ଟିକାକରଣ ପ୍ରକ୍ରିୟା : ଏହି ସୁବିଧା କେବଳ ବିଏମସି ଅଂଚଳରେ ଲାଗୁ କରାଯିବ”
ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ କଲେ ଉଦଘାଟନ
କନକ ବ୍ୟୁରୋ : ଆଜି ଶୁଭାରମ୍ଭ ହେଲା ଡିଆରଡିଓ ବିକଶିତ କରିଥିବା କରୋନା ଔଷଧ ‘ଟୁ-ଡିଜି’ । ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍ ଏହି ଔଷଧ ତିଆରି କରିଛି । ଉଦଘାଟନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହଷବର୍ଦ୍ଧନ ଉପସ୍ଥିତ ଅଛନ୍ତି । ଆଜି ରାଜନାଥ ସିଂ ୧୦ ହଜାର ଡୋଜ୍ ବଂଟନ କରିବେ । ଦିଲ୍ଲୀର କିଛି ହସପିଟାଲରେ ଏହାକୁ ଦିଆଯିବContinue reading “ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ କଲେ ଉଦଘାଟନ”
ଦେଶରେ କମିଲା ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୦୬ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୨.୮୧ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୦୬ ରହିଥିବା ଜଣାପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୧,୩୮୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪,୧୦୬ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୪୯,୬୫,୪୬୩ ଓ ମୃତ୍ୟୁସଂଖ୍ୟା ୨,୭୪,୩୯୦ରେ ପହଞ୍ଚିଛି। ସେହିଭଳି ଗତ ୨୪Continue reading “ଦେଶରେ କମିଲା ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ୨ ଲକ୍ଷ ୮୨ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୦୬ ମୃତ”
ଦେଶରେ କମିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୨ ଲକ୍ଷ ୮୨ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ, ୪୧୦୬ ମୃତ
କନକ ବ୍ୟୁରୋ : ଦେଶରେ କମିଛି ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ୨ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୩ଲକ୍ଷ ୭୮ ହଜାର ୭୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହି ମହାମାରୀରେ ୪୧୦୬ ଜଣଙ୍କ ଜୀବନ ଯାଇଛି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨କୋଟି ୪୯ଲକ୍ଷ ୬୫ ହଜାର ୪୬୩ରେ ପହଂଚିଛି । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷContinue reading “ଦେଶରେ କମିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୨ ଲକ୍ଷ ୮୨ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ, ୪୧୦୬ ମୃତ”
ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା
କନକ ବ୍ୟୁରୋ : ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ ହୋଇଛି । ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ସେ ଗତ ୫ଦିନ ହେଲା ଚିକିତ୍ସିତ ହେଉଥିଲେ । ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ‘ପୁଚୁକି ଗାଲି’ର ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଆଜି ସକାଳୁ ପରଲୋକ ନେଇ ଖବର ମିଳିଛି । ମୃତ୍ୟୁ ବେଳକୁ ଅମରେନ୍ଦ୍ର ମହାନ୍ତିଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଓଲିଉଡରେ ସେ ‘ବୁଲୁ’ ନାଆଁରେ ଅଧିକ ଲୋକପ୍ରିୟ ଥିଲେ। ଅମରେନ୍ଦ୍ର ଆକାଶବାଣୀରୁContinue reading “ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା”
କୋଭିଡ୍ ଟିକାର ୨ଟି ଡୋଜ୍ ନେବା ପରେ ହସ୍ପିଟାଲ ଯିବା ଆଶଙ୍କା ୦.୦୬ % : ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ସୂଚନା
କନକ ବ୍ୟୁରୋ : କୋଭିଡ ଟିକାର ୨ଟି ଯାକ ଡୋଜ ନେଇ ସାରିଥିବା ହିତାଧିକାରୀମାନଙ୍କ ଭିତରୁ ୯୭ ଦଶମିକ ୩୮ ପ୍ରତିଶତ ଏହି ମହାମାରୀ ଭୂତାଣୁ ଠାରୁ ସୁରକ୍ଷିତ ରହିପାରିବେ । ସେହିପରି ସେମାନଙ୍କ ଭିତରୁ ୦.୦୬% କ୍ଷେତ୍ରରେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଛି ବୋଲି ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି । ଦେଶରେ ଟିକାକରଣ ଆରମ୍ଭ ହେବାର ପ୍ରଥମ ଶହେ ଦିନContinue reading “କୋଭିଡ୍ ଟିକାର ୨ଟି ଡୋଜ୍ ନେବା ପରେ ହସ୍ପିଟାଲ ଯିବା ଆଶଙ୍କା ୦.୦୬ % : ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ସୂଚନା”
ଘଂଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଆଡ଼କୁ ମାଡ଼ି ଚାଲିଛି ତାଉ-ତେ : ଅତିଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ହେଉଛି ଉପକୂଳ ମୁହାଁ
କନକ ବ୍ୟୁରୋ : ଅତ୍ୟନ୍ତ ପ୍ରବଳ ବାତ୍ୟା ଆକାରରେ ଗୁଜରାଡ ଆଡକୁ ମାଡିଚାଲିଛି ତାଉ-ତେ । ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ସମୁଦ୍ର ମଧ୍ୟରେ ବାତ୍ୟାର କେନ୍ଦ୍ରସ୍ଥଳ ନିକଟରେ ପବନର ବେଗ ଘଂଟାପ୍ରତି ୧୮୦ରୁ ୧୯୦ କିଲୋମିଟର ରହିଛି । ସମୟ ସମୟରେ ଏହା ୨୧୦ କିଲୋମିଟରରେ ପହଂଚି ଯାଉଛି । ବର୍ତମାନ ବାତ୍ୟା ତାଉ-ତେ ମୁମ୍ବାଇର ୧୬୦ କିଲୋମିଟର ପଶ୍ଚିମକୁ ଆରବ ସାଗରରେ ରହିଛି । କିନ୍ତୁ ଏହାର ପ୍ରଭାରରେ ମୁମ୍ବାଇ ସମେତContinue reading “ଘଂଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଆଡ଼କୁ ମାଡ଼ି ଚାଲିଛି ତାଉ-ତେ : ଅତିଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ହେଉଛି ଉପକୂଳ ମୁହାଁ”
ଆରମ୍ଭ ହେଲା ଶ୍ରୀଜୀଉଙ୍କ ରଥର ତୁମ୍ଭ ନିର୍ମାଣ : ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ ପରେ ନିର୍ମାଣ ଆରମ୍ଭ କଲେ ମହାରଣା ସେବାୟତ
କନକ ବ୍ୟୁରୋ : ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପରେ ରଥଖଳା ଚଳଚଞ୍ଚଳ ହୋଇଉଠିଛି । କଡ଼ା କଟକଣା ଭିତରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ଚକାର ତୁମ୍ବ କାମ ଆରମ୍ଭ ହୋଇଛି । କରତିମାନେ ଲମ୍ବା ଲମ୍ବା କାଠଗଣ୍ଡିକୁ ତୁମ୍ୱ ମାପରେ କାଟିବା ପରେ ତିନି ରଥର ବିଶ୍ୱକର୍ମାମାନେ ନିର୍ମାଣ କାମ ଆରମ୍ଭ କରିଛନ୍ତି । ୧୦ରୁ ଅଧିକ ମହାରଣାଙ୍କ ସମେତ ଭୋଇ ଓ କରତିଙ୍କୁ ନେଇ ପ୍ରଥମ ଦିନର ନିର୍ମାଣContinue reading “ଆରମ୍ଭ ହେଲା ଶ୍ରୀଜୀଉଙ୍କ ରଥର ତୁମ୍ଭ ନିର୍ମାଣ : ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ ପରେ ନିର୍ମାଣ ଆରମ୍ଭ କଲେ ମହାରଣା ସେବାୟତ”
ଦେଶୀ ଟିକା କୋଭାକ୍ସିନର ଚମତ୍କାରୀତାକୁ ନେଇ ଆସିଲା ଭଲ ଖବର : ନୂଆ ଅଧ୍ୟୟନରେ ଦାବି ଭାରତ ଓ ବ୍ରିଟେନ ଷ୍ଟ୍ରେନ ବିରୋଧରେ ପ୍ରଭାବୀ ହେଉଛି ଟିକା
କନକ ବ୍ୟୁରୋ : କରୋନା ଭୂତାଣୁର ବ୍ରିଟେନ ଏବଂ ଭାରତ ପ୍ରଜାତି ବିରୋଧରେ କୋଭାକ୍ସିନ ଟିକା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଏନେଇ ଭାରତ ବାୟୋଟେକ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । କୋଭାକ୍ସିନ ଶରୀରର ଏଭଳି ଆଣ୍ଟିବଡି ସୃଷ୍ଟି କରୁଛି ଯାହା କରୋନା ଭାଇରାସର ସମସ୍ତ ପ୍ରଜାତିକୁ ମୁକାବିଲା କରିବାରେ ସକ୍ଷମ ହୋଇପାରୁଛି । କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ କହିଛି ଯେ ଏହି ଟିକା ଭାରତରେ ଅତି କ୍ଷୀପ୍ର ସଂକ୍ରମଣଶୀଳ ପ୍ରଜାତିContinue reading “ଦେଶୀ ଟିକା କୋଭାକ୍ସିନର ଚମତ୍କାରୀତାକୁ ନେଇ ଆସିଲା ଭଲ ଖବର : ନୂଆ ଅଧ୍ୟୟନରେ ଦାବି ଭାରତ ଓ ବ୍ରିଟେନ ଷ୍ଟ୍ରେନ ବିରୋଧରେ ପ୍ରଭାବୀ ହେଉଛି ଟିକା”