ରାଜ୍ୟରେ ଆଜି ସୁସ୍ଥ ହେଲେ ୧୨ ହଜାରରୁ ଅଧିକ ରୋଗୀ । ୨୪ ଘଂଟାରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ ।

କନକ ବ୍ୟୁରୋ: କରୋନାକୁ ନେଇ ଭଲ ଖବର ଆସିଛି । ଆଜି ୧୨ ହଜାର ୭୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୨ କରୋନା ଆକ୍ରାନ୍ତ ଭଲ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୬୧୧ ଜଣ ଭଲ ହୋଇଛନ୍ତି । ସେହିପରି କଟକରୁ ୯୧୬ ଜଣ, ଅନୁଗୁଳରୁ ୫୮୦ ଓ ସମ୍ବଲପୁରରୁ ୫୪୩ ରୋଗୀ ସୁସ୍ଥ ହୋଇଛନ୍ତି । ବରଗଡ଼, ପୁରୀ, ବାଲେଶ୍ୱର, ବଲାଙ୍ଗୀର, ନବରଙ୍ଗପୁରରୁ ୪ ଶହରୁContinue reading “ରାଜ୍ୟରେ ଆଜି ସୁସ୍ଥ ହେଲେ ୧୨ ହଜାରରୁ ଅଧିକ ରୋଗୀ । ୨୪ ଘଂଟାରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ ।”

ସରକାରୀ ଓ ବେସରକାରୀ ହସପିଟାଲରେ ୨୪ ଘଂଟିଆ ହେଲପଡେସ୍କ ବାଧ୍ୟତାମୂଳକ । କୋଭିଡ ହସପିଟାଲରେ ରହିବ କନଫରେନ୍ସ ହଲ, ଆଟେନାଂଟ ଜାଣିପାରିବେ ରୋଗୀଙ୍କ ତଥ୍ୟ

କନକ ବ୍ୟୁରୋ: ଉଭୟ ସରକାରୀ ଓ ଘରୋଇ କୋଭିଡ୍ ହସପିଟାଲରେ ହେଲ୍ପ ଡେକ୍ସ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ହେଲ୍ପ ଡେକ୍ସ ୨୪ ଘଂଟିଆ କାମ କରିବ । ହସପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଏହି ହେଲ୍ପ ଡେକ୍ସ ସୂଚନା ଦେବ । ଏଥିପାଇଁ କର୍ମଚାରୀ ରଖିବେ ହସପିଟାଲ କର୍ତୃପକ୍ଷ । ଏନଜିଓ, ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଏହି କାର୍ୟ୍ୟରେ ନିୟୋଜିତ କରାଯାଇ ପାରିବ । ହେଲ୍ପ ଡେସ୍କ ପାଇଁ ଟୋଲ ଫ୍ରି ନମ୍ବରContinue reading “ସରକାରୀ ଓ ବେସରକାରୀ ହସପିଟାଲରେ ୨୪ ଘଂଟିଆ ହେଲପଡେସ୍କ ବାଧ୍ୟତାମୂଳକ । କୋଭିଡ ହସପିଟାଲରେ ରହିବ କନଫରେନ୍ସ ହଲ, ଆଟେନାଂଟ ଜାଣିପାରିବେ ରୋଗୀଙ୍କ ତଥ୍ୟ”

ରୋଜଗାର ଦେଉଛି ଉଦ୍ୟାନ କୃଷି । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତଙ୍କ ପ୍ରୟାସ । ୪ ଏକର ଜାଗାରେ ଫାର୍ମ କରି ନିଜେ ରୋଜଗାର କରିବା ସହ ୪୦ ଜଣଙ୍କୁ ଦେଇଛନ୍ତି ନିଯୁକ୍ତି

କନକ ବ୍ୟୁରୋ: ଶିକ୍ଷିତ ଯୁବକଙ୍କୁ ଉଦ୍ୟାନ କୃଷି ବି ଦେଇପାରେ ରୋଜଗାର । ଅନ୍ୟକୁ କର୍ମସଂସ୍ଥାନ ଦେବା ସହ କରିପାରେ ସ୍ୱାବଲମ୍ବୀ । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତଙ୍କ କଥା । ନିଜର ୪ଏକର ବିଶିଷ୍ଟ ଫାର୍ମରେ ୪୦ଜଣଙ୍କୁ ନିଯୁକ୍ତି ଦେବା ସହ ବାର୍ଷିକ ୫୦ରୁ ୬୦ଲକ୍ଷଟଙ୍କାର ବ୍ୟବସାୟ କରି ହୋଇପାରିିଛନ୍ତି ବେଶ୍ ଆତ୍ମନିର୍ଭରଶୀଳ । ଉଦ୍ୟାନ କୃଷି ବି ଦେଖାଇପାରେ ରୋଜଗାରର ବାଟ । ଏକଥାକୁ ପ୍ରମାଣContinue reading “ରୋଜଗାର ଦେଉଛି ଉଦ୍ୟାନ କୃଷି । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭୁଷଣ୍ଡପୁର ଗାଁର ଅବିନାଶ ରାଉତଙ୍କ ପ୍ରୟାସ । ୪ ଏକର ଜାଗାରେ ଫାର୍ମ କରି ନିଜେ ରୋଜଗାର କରିବା ସହ ୪୦ ଜଣଙ୍କୁ ଦେଇଛନ୍ତି ନିଯୁକ୍ତି”

କରୋନା କାଳରେ ଅଭାବନୀୟ ଘଟଣା । ଗଙ୍ଗାରେ ଭାସୁଛି କୁଢ଼ କୁଢ଼ ଶବ । ଉତ୍ତର ପ୍ରଦେଶ ପ୍ରୟାଗରାଜ ସଂଗମ ଅଂଚଳରୁ ଆସିଲା ଛାତିଥରା ଦୃଶ୍ୟ

କନକ ବ୍ୟୁରୋ: ଦେଶରେ ଗତ ତିନି ଦିନ ହେବ ତଳକୁ ଖସୁଛି କରୋନା ଗ୍ରାଫ୍ । ଏପରି ଭଲ ଖବର ଭିତରେ ବର୍ତମାନ ଦୈନିକ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବର୍ତମାନ ଗଙ୍ଗାନଦୀ କୂଳରେ କୁଢ କୁଢ ଶବ ଭାସୁଥିବା ଚିତ୍ର ଆସୁଛି ସାମ୍ନାକୁ । ଉତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ନଦୀ ପଠାରେ ପଡିଛି ଶବ, ଗଙ୍ଗୀ ନଦୀ କୂଳରେ ପଡିଛି ଶବ । ଏହି ଘଟଣା ପରେ ଆତଙ୍କିତContinue reading “କରୋନା କାଳରେ ଅଭାବନୀୟ ଘଟଣା । ଗଙ୍ଗାରେ ଭାସୁଛି କୁଢ଼ କୁଢ଼ ଶବ । ଉତ୍ତର ପ୍ରଦେଶ ପ୍ରୟାଗରାଜ ସଂଗମ ଅଂଚଳରୁ ଆସିଲା ଛାତିଥରା ଦୃଶ୍ୟ”

ଗାଁ ଆଡକୁ ମୁହାଁଉଛି କରୋନା ଭୂତାଣୁ । ଗ୍ରାମାଂଚଳ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର 

କନକ ବ୍ୟୁରୋ: ବିଦେଶରୁ ଦେଶ ଓ ମହାନଗରରୁ ସହର ଦେଇ ଏବେ ଗାଁରେ ମାଡ଼ି ଚାଲିଛି ମହାମାରୀ । ଦେଶର କିଛି ସ୍ଥାନରେ ସ୍ଥିତି ଏମିତି ହେଲାଣୀ ଯେ, ସହର ତୁଳାନରେ ଗାଁର ସଂକ୍ରମଣ ହାର ଅଧିକ ରହିଛି । ଆଉ ଏଭଳି ସ୍ଥିତିରେ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗ୍ରାମାଂଚଳ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । ଏଥିରେ କୁହାଯାଇଛି- – ପ୍ରତି ଗାଁରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାର ଯାଂଚ କରାଯାଉ –Continue reading “ଗାଁ ଆଡକୁ ମୁହାଁଉଛି କରୋନା ଭୂତାଣୁ । ଗ୍ରାମାଂଚଳ ପାଇଁ ନୂଆ ଗାଇଡଲାଇନ ଜାରି କଲା କେନ୍ଦ୍ର “

ଗାଁ ଗଣ୍ଡାରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ନିୟମଗିରିରେ ପଶିଲା କରୋନା, ୨ ଦିନରେ ୧୯ ପଜିଟିଭ୍ । ବଣ୍ଡାଘାଟିରେ ୧୨ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା ।

କନକ ବ୍ୟୁରୋ: ଆଦିବାସୀ ଇଲାକାରେ କରୋନା ପଶିଲେ ପରିସ୍ଥିତି ଉକ୍ରଟ ହେବା ଆଶଙ୍କା କରାଯାଉଥିଲା, ଏହି ଆଶଙ୍କା ଏବେ ସତରେ ପରିଣତ ହେବାରେ ଲାଗିଛି । ନିୟମଗିରି ଓ ବଣ୍ଡା ଘାଟିରେ କରୋନା ଚିହ୍ନଟ ହେବା ପରେ ମହାମାରୀର ବିକଳ ଚିତ୍ର ସାମନାକୁ ଆସିଛି । ନିୟମଗିରିରେ ଦୁଇ ଦିନରେ ୧୯ ଜଣ ପଜିଟିଭ୍ ହୋଇଥିବା ବେଳେ ବଣ୍ଡା ଘାଟିରେ ଏକାଥରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ତ୍ୱରିତ ପଦକ୍ଷେପ ନିଆନଯାଏ ଗୋଷ୍ଠୀContinue reading “ଗାଁ ଗଣ୍ଡାରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ନିୟମଗିରିରେ ପଶିଲା କରୋନା, ୨ ଦିନରେ ୧୯ ପଜିଟିଭ୍ । ବଣ୍ଡାଘାଟିରେ ୧୨ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା ।”

ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତାଉ-ତେ । କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ।

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌଟେ ଧୀରେ ଧୀରେ ଗୁଜରାଟ ଆଡକୁ ମାଡି ଆସୁଛି । ଆସନ୍ତା ମଙ୍ଗଳବାର ଏହା ଗୁଜରାଟରେ ସ୍ଥଳଭାଗକୁ ସ୍ପର୍ଶ କରିବ । ସଂଭାବ୍ୟ ସ୍ଥିତିକୁ ନଜରରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୬ ରାଜ୍ୟ ସହିତ ଆଲୋଚନା କରିଛନ୍ତି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ଗୋଆ ଓ କର୍ଣ୍ଣାଟକରେ ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ଦେଶର ଏ ହେଉଛି ସେହିContinue reading “ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତାଉ-ତେ । କେରଳ, ଗୋଆ ଓ କର୍ଣ୍ଣାଟକରେ ବାତ୍ୟାର ତାଣ୍ଡବ ।”

କରୋନା ବିରୋଧରେ ପ୍ରଭାବ ହରାଉଛି ଗୋଟିଏ ପରେ ଗୋଟିଏ ଔଷଧ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ପରେ କରୋନା ଚିକିତ୍ସାରୁ ଆଇଭରମେକ୍ଟିନ୍ ଔଷଧକୁ ବାଦ୍ ଦେଲା ତାମିଲନାଡୁ

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବର୍ତମାନ ଯାଏଁ ବହୁଳ ଭାବରେ ବ୍ୟବହାର ହେଉଥିବା ‘ଆଇଭରମ୍ୟାକଟିନ୍’ ଏବଂ ‘ପ୍ଲାଜାମା ଥେରାପି’ ସେଭଳି ଫଳପ୍ରଦ ହେଉନାହିଁ, ଯେଉଁଭଳି ଆଶା ନେଇ ଏହାର ବିନିଯୋଗ କୋଭିଡ-୧୯ ଚିକିତ୍ସା ପାଇଁ ହେଉଥିଲା । ତାମିଲନାଡୁ ସରକାର ‘ଆଇଭରମ୍ୟାକଟିନ୍’ ବ୍ୟବହାରକୁ କରୋନା ଚିକିତ୍ସାରୁ ବାଦ ଦେଇଥିବା ବେଳେ ‘ପ୍ଲାଜାମା ଥେରାପି’କୁ ବାଦ ଦେବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଆଇସିଏମ୍ଆର । କରୋନା ମହାମାରୀ ନେଇ ଗଠିତ ହୋଇଥିବାContinue reading “କରୋନା ବିରୋଧରେ ପ୍ରଭାବ ହରାଉଛି ଗୋଟିଏ ପରେ ଗୋଟିଏ ଔଷଧ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ପରେ କରୋନା ଚିକିତ୍ସାରୁ ଆଇଭରମେକ୍ଟିନ୍ ଔଷଧକୁ ବାଦ୍ ଦେଲା ତାମିଲନାଡୁ”

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ

କନକ ବ୍ୟୁରୋ: ହାରିବ କରୋନା, ଜିତିବ ମଣିଷ। ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ । ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂContinue reading “କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ”

ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସଂକ୍ରମଣ ବଢୁଥିବା ଦେଖି ବଡ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଥିବାବେଳେ ପୁରୀରୁ ଆସିଛି ବଡ ଖବର । ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କରୋନା ସଂକ୍ରମଣ ରାଜ୍ୟରେ ବଢୁଥିବା ଦେଖି ଏପରି ଏକ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଏହି ସମୟରେ ଯଥାରୀତି ମହାପ୍ରଭୁଙ୍କର ନୀତି ସମ୍ପନ୍ନ ହେବ ବୋଲି କୁହାଯାଇଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପିContinue reading “ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସଂକ୍ରମଣ ବଢୁଥିବା ଦେଖି ବଡ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସନ ।”

Design a site like this with WordPress.com
Get started