ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ଚିହ୍ନଟ ହେଲେ ୧,୩୫୩ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୩୮ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୩୫୩ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୨୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୩୫ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ଚିହ୍ନଟ ହେଲେ ୧,୩୫୩ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୩୮ ଜଣ”

ଚତୁର୍ଥୀ ହୋମ ନିଆଁ ଲିଭିନି, ମଥାରୁ ଲିଭିଗଲା ସିନ୍ଦୁର । କେନ୍ଦ୍ରାପଡ଼ା ଦୁର୍ଗାଦେବୀପଡ଼ା ଗାଁରେ ବିବାହର ୫ଦିନ ପରେ ବରର ମୃତ୍ୟୁ

କନକ ବ୍ୟୁରୋ: ଚତୁର୍ଥୀ ହୋମ ନିଆଁ ଲିଭିନି, ହେଲେ ମଥାରୁ ଲିଭିଗଲା ସିନ୍ଦୁର । ସଂସାର ଗଢିବା ଆଗରୁ ଜୁଇରେ ଜଳିଲା ସିନ୍ଦୁର । ଆରପାରିକୁ ଚାଲିଗଲେ ବର । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପ୍ରଧାନପଡ଼ା ପଂଚାୟତର ଦୁର୍ଗାଦେବୀପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୁଚନା ଅନୁସାରେ ଦୁର୍ଗଦେବୀପଡ଼ା ଗାଁର ସଂଜୟ କୁମାର ନାୟକ ବେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତାଙ୍କ ବାହାଘର ରାଜକନିକା ବ୍ଲକର ଓଳାଭାର ପଂଚାୟତର ଏକContinue reading “ଚତୁର୍ଥୀ ହୋମ ନିଆଁ ଲିଭିନି, ମଥାରୁ ଲିଭିଗଲା ସିନ୍ଦୁର । କେନ୍ଦ୍ରାପଡ଼ା ଦୁର୍ଗାଦେବୀପଡ଼ା ଗାଁରେ ବିବାହର ୫ଦିନ ପରେ ବରର ମୃତ୍ୟୁ”

୧୫ ଦିନରେ ଗଲାଣି ୧୫ ଜଣଙ୍କ ଜୀବନ । କିନ୍ତୁ କରୋନା ଟେଷ୍ଟ କରିବାକୁ ରାଜି ହଉନାହାନ୍ତି ଗ୍ରାମବାସୀ, ଓଲଟା ଯାଞ୍ଚ ଟିମକୁ ଦେଲେ ଧମକ ।

କନକ ବ୍ୟୁରୋ : କେବଳ ସହର ନୁହେଁ ଏବେ ଗାଁରେ ମଧ୍ୟ କାୟା ମେଲାଇ ଚାଲିଛି କରୋନା ଭୂତାଣୁ । ଆଉ ଏପରି ସ୍ଥିତିରେ ଗାଁ ଗୁଡିକରେ ଟେଷ୍ଟିଂ ବଢାଇବା ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ଦେଶର କେତେକ ଗାଁରୁ ଅଧିକ ସଂଖ୍ୟାରେ କରୋନାରେ ମୃତ୍ୟୁ ହେଉଥିବା ଖବର ଆସୁଛି । ଏହା ସତ୍ୱେ ମଧ୍ୟ କରୋନା ଟେଷ୍ଟ କରାଇବା ପାଇଁ ପ୍ରସ୍ତୁତ ନାହାନ୍ତି ଗାଁଲୋକେ । ଆଉ ଏହାରି ଭିତରେ ଉତ୍ତରପ୍ରଦେଶରୁ ଯେଉଁ ଖବରContinue reading “୧୫ ଦିନରେ ଗଲାଣି ୧୫ ଜଣଙ୍କ ଜୀବନ । କିନ୍ତୁ କରୋନା ଟେଷ୍ଟ କରିବାକୁ ରାଜି ହଉନାହାନ୍ତି ଗ୍ରାମବାସୀ, ଓଲଟା ଯାଞ୍ଚ ଟିମକୁ ଦେଲେ ଧମକ ।”

ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । 

କନକ ବ୍ୟୁରୋ: ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । ନୟାଗଡରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କଲା ନୟପଲ୍ଲୀ ଥାନା ପୋଲିସ । ଗିରଫ ହୋଇଥିବା ଯୁବକଙ୍କ ନାଁ ହେଉଛି ସ୍ରୀନିବାସ ଜେନା । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା ପୋଲିସ । ତେବେ ଶିଶୁକୁ ବିକ୍ରି କରିଥିବା ବାପା ଏବେ ଫେରାର ଅଛି । ଆଇନ ଅନୁସାରେ ଶିଶୁଙ୍କୁContinue reading “ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । “

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଗୋଟେପଟେ ସାମୁଦ୍ରିକ ଝଡ ତୌକାତେ ଦେଶର ୬ ଟି ରାଜ୍ୟରେ ତାଣ୍ଡବ ମଚାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି । ସୂଚନା ମୁତାବକ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଗଜପତି, ମାଲକାନଗିରି, ରାୟଗଡା, କୋରାପୁଟ, ସୁନ୍ଦରଗଡ, ନବରଙ୍ଗପୁର,Continue reading “ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ସମ୍ଭାବନା”

ବ୍ରହ୍ମପୁରରେ ଘରକୁ ଘର ବୁଲି ହେବ ଟିକାକରଣ । ଆସନ୍ତକାଲି ଠାରୁ ବିଏମସି ଅଂଚଳରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଘରକୁ ଘର ଟିକାକରଣ ପ୍ରକ୍ରିୟା । ଏହି ସୁବିଧା କେବଳ ବିଏମସି ଅଂଚଳରେ ଲାଗୁ କରାଯିବ । ପ୍ରତ୍ୟେକ ଅଂଚଳରେ କିଛି ଲୋକଙ୍କୁ ନେଇ ଏହି ଟିକାଦାନ କରାଯିବ । ଏହି ସେବା ପାଇଁ ଏକ ସ୍ୱତନ୍ତ୍ର ଗାଡି ପ୍ରସ୍ତୁତ କରାଯାଇଛି । ଏହି ଗାଡ଼ି ଘର ଘର ବୁଲି ପଂଜିକୃତ କିମ୍ବା ଟିକା ନେବା ପାଇଁ ସୁଚନା ଦେଇଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁContinue reading “ବ୍ରହ୍ମପୁରରେ ଘରକୁ ଘର ବୁଲି ହେବ ଟିକାକରଣ । ଆସନ୍ତକାଲି ଠାରୁ ବିଏମସି ଅଂଚଳରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ”

ଟ୍ୱିଟରରେ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା । ଲେଖିଲେ, ମୋଦୀ ଜୀ ଆମ ପିଲାଙ୍କ ଭ୍ୟାକ୍ସିନ ବିଦେଶ କାଇଁ ପଠେଇଲେ । 

କନକ ବ୍ୟୁରୋ: ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ରାହୁଲ ଓ ପ୍ରିୟଙ୍କା ନିଜ ଟ୍ୱିଟର ପ୍ରୋଫାଇଲର ଡିପି ପରିବର୍ତ୍ତନ କରିଦେଇଛନ୍ତି । ଆଉ ସେଥିରେ ଲେଖିଛନ୍ତି ମୋଦୀ ଜୀ ଆମ ପିଲାଙ୍କ ଭ୍ୟାକ୍ସିନ ବିଦେଶ କାଇଁ ପଠେଇଲ? ଏହାସହ ଏହି ଫଟୋକୁ ରାହୁଲ ଗାନ୍ଧୀ ଟ୍ୱିଟରରେ ସେୟାର କରିବା ସହ ଲେଖିଛନ୍ତି ମତେ ବି ଗିରଫ କରିନିଅ । ତେବେ କଣ ହୋଇଥିଲା ଘଟଣାContinue reading “ଟ୍ୱିଟରରେ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା । ଲେଖିଲେ, ମୋଦୀ ଜୀ ଆମ ପିଲାଙ୍କ ଭ୍ୟାକ୍ସିନ ବିଦେଶ କାଇଁ ପଠେଇଲେ । “

ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଲେ,ଚାପ ସହିପାରିବ ତ ଚିକିତ୍ସା ଭିତ୍ତିଭୂମି? ଗ୍ରାମାଞ୍ଚଳ ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ ।

କନକ ବ୍ୟୁରୋ: କିଛି ଦିନ ହେଲା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଅନୁମାନ କରାଯାଉଛି ଦେଶର ସହରାଞ୍ଚଳରେ କରୋନା ଶୀର୍ଷରେ ପହଂଚି ସାରିଥିବା ବେଳେ ଗାଁ ଗହଳିରେ ଶୀର୍ଷ ଛୁଇଁବାକୁ ଆହୁରି ବାକି ଅଛି । ଓଡ଼ିଶାର ଆଦିବାସୀ ଅଧୁଷିତ ନିୟମଗିରି ଓ ମାଲକାନଗିରିର ବଣ୍ଡା ଜନଜାତିଙ୍କ ଭିତରେ କରୋନା ସଂକ୍ରମଣ ଦେଖା ଦେବା ପରେ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି । ପ୍ରଶ୍ନ ଉଠୁଛି କରୋନା ସଂକ୍ରମଣର ଏହି ଚାପContinue reading “ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଲେ,ଚାପ ସହିପାରିବ ତ ଚିକିତ୍ସା ଭିତ୍ତିଭୂମି? ଗ୍ରାମାଞ୍ଚଳ ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ ।”

ନିୟମଗିରି ଓ ବଣ୍ଡାଘାଟିରେ ପଶିଲା କରୋନା । ୧୨ ବଣ୍ଡା ଜନଜାତି ଓ ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ପରେ ବଢିଲା ଚିନ୍ତା

କନକ ବ୍ୟୁରୋ: ଆଦିମ ଜନଜାତିଙ୍କ ବଣ୍ଡାଘାଟିକୁ ଛୁଇଁଲା କରୋନା । ଆଦିମ ବଣ୍ଡା ଜନଜାତିର ପ୍ରାୟ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରିର ମୁଦୁଲିପଡା ଏବଂ ଅଣ୍ଡ୍ରାହଲର କିଛି ଲୋକେ ଅନକାଡେଲି ସାପ୍ତାହିକ ହାଟକୁ ଯାଇଥିବା ବେଳେ ଆନ୍ଧ୍ରର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସନ୍ଦେହ କରୁଛି ଜିଲ୍ଲା ପ୍ରଶାସନ । ପ୍ରଥମ ଥର ଲାଗି ବଣ୍ଡାଘାଟିରେ ଏକାଥରକେ ୧୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରିବାରୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାରContinue reading “ନିୟମଗିରି ଓ ବଣ୍ଡାଘାଟିରେ ପଶିଲା କରୋନା । ୧୨ ବଣ୍ଡା ଜନଜାତି ଓ ୬ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ପରେ ବଢିଲା ଚିନ୍ତା”

ବିନା ଆଧାରକାର୍ଡରେ କେମିତି ନେବେ କୋଭିଡ ଟିକା । ୟୁଆଇଡିଏଆଇ ଆଣିଲା ସମାଧାନର ବାଟ

କନକ ବ୍ୟୁରୋ : ଭାରତୀୟ ବିଶିଷ୍ଟ ପ୍ରାମାଣିକ ପ୍ରାଧିକରଣ ବା ( ୟୁଆଇଡିଏଆଇ) ଆଧାରକାର୍ଡକୁ ନେଇ ଏକ ବଡ ବୟାନ ଜାରି କରିଛି । ।ୟୁଆଇଡିଏଆଇ କହିଛି କି କୋଭିଡ ଟିକା ନେବା ପାଇଁ ଆଧାରକାର୍ଡ ଜରୁରୀ ନୁହେଁ । ଏହାସହ ୟୁଆଇଡିଏଆଇ କହିଛି କି ଆଧାରକାର୍ଡ ନଥିବା ଲୋକଙ୍କୁ କୌଣସି ଜରୁରୀ ସେବାରୁ ବଂଚିତ କରାଯାଇପାରିବ ନାହିଁ । ଏହାସହ ସେ ଆହୁରି କହିଛି କି, କୌଣସି ଲୋକପାଖରେ ଯଦି ଆଧାରକାର୍ଡ ନାହିଁ ତେବେ କୌଣସିContinue reading “ବିନା ଆଧାରକାର୍ଡରେ କେମିତି ନେବେ କୋଭିଡ ଟିକା । ୟୁଆଇଡିଏଆଇ ଆଣିଲା ସମାଧାନର ବାଟ”

Design a site like this with WordPress.com
Get started