କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ବିରୋଧୀ ଟିକାକରଣରେ ଆଉପାଦେ ଆଗେଇଛି ଭାରତ । ଟିକାକରଣକୁ ଦ୍ରୁତ କରିବାକୁ ଋଷ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ କୁ ଭାରତରେ ଅନୁମତି ମିଳିବା ପରେ ଟିକାର ଦ୍ୱିତୀୟ ଡୋଜ ଆଜି ଭାରତରେ ପହଂଚିଛି । ଏହି ଟିକା ବିମାନ ଯୋଗେ ହାଇଦ୍ରାବାଦ ଠାରେ ପହଂଚିବା ପରେ ଭାରତରେ ଋଷ ରାଜଦୂତ ଏନ୍. କୁଦାସେବ କହିଛନ୍ତି କି ଭାରତରେ ସ୍ପୁଟନିକ୍-ଭି ଟିକାର ଉତ୍ପାଦନ କରାଯାଇ ବାର୍ଷିକ ୮୫ କୋଟିContinue reading “ଭାରତରେ ପହଂଚିଲା ଋଷିଆ ଟିକା ସ୍ପୁଟନିକ-ଭିର ଦ୍ୱିତୀୟ ଡୋଜ । ଖୁବଶୀଘ୍ର ସ୍ପୁଟନିକ –ଭି ଲାଇଟ୍ ର ସିଙ୍ଗଲ ଡୋଜ ଆଣିବାକୁ ଯୋଜନା ।”
Author Archives: Raghaba
ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ବି ଶତକ ମାରିଲା ପେଟ୍ରୋଲ । ଜାଣନ୍ତୁୂ କେଉଁ ରାଜ୍ୟରେ କଣ ରହିଛି ଦାମ୍
କନକ ବ୍ୟୁରୋ : କରୋନା କାଳରେ କନ୍ଦାଉଛି ପେଟ୍ରୋଲ । କରୋନା କାଳରେ ଲୋକମାନେ ବେରୋଜଗାର ହେଉଛନ୍ତି । ବାହାରକୁ ବାହାରି ନପାରିବାରୁ ବେପାର ବଣିଜ ଠପ୍ । ଏହାରି ଭିତରେ ଦୈନ ଦିନ ଦେଶରେ ତେଲଦର ବୃଦ୍ଧି ହେଉଥିବାରୁ ଏହାର ପ୍ରଭାବ ବଜାର ଦର ଉପରେ ପଡୁଛି । ଫଳରେ ସାଧାରଣ ଖାଉଟି ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଛି । ଆଜି ସକାଳ ୬ ଟାରେ ଜାରି ହୋଇଥିବା ପେଟ୍ରୋଲ ଓ ଡିଜେଲରContinue reading “ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ବି ଶତକ ମାରିଲା ପେଟ୍ରୋଲ । ଜାଣନ୍ତୁୂ କେଉଁ ରାଜ୍ୟରେ କଣ ରହିଛି ଦାମ୍”
ଗଞ୍ଜାମରେ ବାହାଭୋଜି ପାଇଁ ନୂଆ ନିୟମ । ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ, ପଜିଟିଭ ଆସିଲେ ଆୟୋଜନ ପାଇଁ ମିଳିବନି ଅନୁମତି
କନକ ବ୍ୟୁରୋ : ଗଞ୍ଜାମରେ ବାହା ଭୋଜି ପାଇଁ ନୂଆ ନିୟମ । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ । ଏପରିକି ପଜିଟିଭ ଆସିଲେ ବିବାହ ଆୟୋଜନ ପାଇଁ ମିଳିବ ନାହିଁ ଅନୁମତି । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ଅନମତି ଦେଇଛନ୍ତି । ବିବାହରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି ରହିଛି । ହେଲେContinue reading “ଗଞ୍ଜାମରେ ବାହାଭୋଜି ପାଇଁ ନୂଆ ନିୟମ । ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ, ପଜିଟିଭ ଆସିଲେ ଆୟୋଜନ ପାଇଁ ମିଳିବନି ଅନୁମତି”
ଏଣିକି ଦେଖିବାକୁ ପଡିପାରେ ଟିଭି ସିରିଏଲର ରିପିଟ ଟେଲିକାଷ୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ଲାଗିଲା କଟକଣା
କନକ ବ୍ୟୁରୋ : ଲକଡାଉନରେ ଘରେ ବସି ପ୍ରିୟ ଟିଭି ସିରିଏଲ ଦେଖୁଥିବା ଲୋକଙ୍କୁ ଏଣିକି ରିପିଟ୍ ଟେଲିକାଷ୍ଟ ଦେଖିବାକୁ ପଡିପାରେ । କାରଣ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଫିଲ୍ମ ଓ ଟିଭି ସିରିଏଲ ସୁଟିଂକୁ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଇନଡୋର ଓ ଆଉଟଡୋର ସୁଟିଂକୁ ବନ୍ଦ କରିବା ପାଇଁ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପୂର୍ବରୁ ଜାରି ହୋଇଥିବାContinue reading “ଏଣିକି ଦେଖିବାକୁ ପଡିପାରେ ଟିଭି ସିରିଏଲର ରିପିଟ ଟେଲିକାଷ୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ଲାଗିଲା କଟକଣା “
ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ଭୟଙ୍କର ରୂପନେବ ସାମୁଦ୍ରିକ ଝଡ ତୌକତ । ୬ ରାଜ୍ୟରେ ନିୟୋଜିତ ହେଲେ ଉଦ୍ଧାରକାରୀ ଦଳ
କନକ ବ୍ୟୁରୋ : ସାମୁଦ୍ରିକ ଝଡ ତୌକତ ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଏହି ଝଡ ଗୁଜୁରାଟ ଉପକୂଳରେ ମେ ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ପହଂଚିବ ବୋଲି ପୂର୍ବାନୁମାନ କରିଛି । ସାମୁଦ୍ରିକ ଝଡ ତୌକାତ ମେ ୧୮ ତାରିଖ ସକାଳେ ଗୁଜୁରାଟର ପୋରବନ୍ଦର ଓ ମହୁଆ ମଧ୍ୟ ଦେଇ ଅତିକ୍ରମ କରିବ । ଏହି ସମୟରେContinue reading “ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ଭୟଙ୍କର ରୂପନେବ ସାମୁଦ୍ରିକ ଝଡ ତୌକତ । ୬ ରାଜ୍ୟରେ ନିୟୋଜିତ ହେଲେ ଉଦ୍ଧାରକାରୀ ଦଳ”
ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତୌକତେ । ପ୍ରଭାବରେ ଗୁଜରାଟର ଅଧିକାଂଶ ସ୍ଥାନରେ ବର୍ଷା ପବନ ଜାରି
କନକ ବ୍ୟୁରୋ : ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଗୁଜରାଟ ଆଡକୁ ମାଡି ଚାଲିଛି ତୌକତେ । ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏହା ଘଂଟାକୁ ୯ କିଲୋମିଟର ବେଗରେ ଆଗେଇ ଚାଲିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ଆଶଙ୍କା ପ୍ରକାଶ କରିଛି ଆଇଏମଡି । ବର୍ତମାନ ଏହା ଗୋଆର ପାଣାଜୀଠାରୁ ଦେଢଶହ କିଲୋମିଟର ଦୂରରେ ଥିବାବେଳେ ଉତର, ଉତର-ପଶ୍ଚିମContinue reading “ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତୌକତେ । ପ୍ରଭାବରେ ଗୁଜରାଟର ଅଧିକାଂଶ ସ୍ଥାନରେ ବର୍ଷା ପବନ ଜାରି”
ଦେଶରେ ୩ଲକ୍ଷ ୧୧ହଜାର ନୂଆ ସଂକ୍ରମିତ । ୪୦୭୭ଜଣଙ୍କ ମୃତ୍ୟୁ… ସେପଟେ ରାଜ୍ୟରେ ତଳକୁ ଖସୁନି କରୋନା ଗ୍ରାଫ
କନକ ବ୍ୟୁରୋ : ଦେଶରେ ୩ଲକ୍ଷ ୧୧ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ଘଣ୍ଟାରେ ୪ହଜାର ୭୭ଜଣଙ୍କ କରୋନା ସଂକ୍ରମିତ ଜନିତ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୦ ହଜାର ୨୮୪କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୬ଲକ୍ଷ ୮୪ହଜାର ୭୭କୁ ବୃଦ୍ଧି ପାଇଛି । ଦେଶରେ ଏବେ ୩୬ଲକ୍ଷ ୧୮ହଜାର ୪୫୮ସକ୍ରୀୟ ସଂକ୍ରମିତ ରହିଛନ୍ତି ।Continue reading “ଦେଶରେ ୩ଲକ୍ଷ ୧୧ହଜାର ନୂଆ ସଂକ୍ରମିତ । ୪୦୭୭ଜଣଙ୍କ ମୃତ୍ୟୁ… ସେପଟେ ରାଜ୍ୟରେ ତଳକୁ ଖସୁନି କରୋନା ଗ୍ରାଫ”
ପଶ୍ଚିମବଙ୍ଗରେ ଆଜିଠାରୁ ୧୪ ଦିନିଆ ଲକଡାଉନ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି, ସକାଳ ୭ରୁ ୧୦ଯାଏଁ ମିଳିବ ଜରୁରୀ ସାମଗ୍ରୀ
କନକ ବ୍ୟୁରୋ : ଆଜିଠାରୁ ପଶ୍ଚିମବଙ୍ଗରେ ୧୪ ଦିନିଆ ଲକଡାଉନ । ଆଗାମୀ ୨ ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ । ଏପରିକି ପରିବହନ ସେବା ମଧ୍ୟ ବନ୍ଦ ରଖିବାକୁ ନିଷ୍ପତି କରିଛନ୍ତି ପଶ୍ଚିମବଙ୍ଗର ନବନିର୍ବାଚିତ ସରକାର । ତାଲାବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନ ଜାରି ରହିବ । ତେବେ କେବଳ ସାକଳ ୭ଟାରୁ ୧୦ ଯାଏଁ ଏସବୁContinue reading “ପଶ୍ଚିମବଙ୍ଗରେ ଆଜିଠାରୁ ୧୪ ଦିନିଆ ଲକଡାଉନ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି, ସକାଳ ୭ରୁ ୧୦ଯାଏଁ ମିଳିବ ଜରୁରୀ ସାମଗ୍ରୀ”
ପୁଣି ତେଜିଲା କଟକ ରାଜନୀତି । ନୂଆପଡା, ବାଲିସାହି, ପ୍ରେସ କଲୋନୀ ଓ ଲେବର କଲୋନୀରେ ଜମୁଛି ପାଣି । ସମାଧାନ ପାଇଁ ପହଞ୍ଚିଥିବା କଟକ ସଦର ବିଧାୟକ ଓ ସିଏମସି କମିଶନର ହଟହଟା
କନକ ବ୍ୟୁରୋ: ପୁଣି ତେଜିଲା କଟକ ରାଜନୀତି । କଟକ ସଦର ବିଧାୟକ ଓ ସିଏମସି କମିଶନରଙ୍କୁ ହଟହଟା ହେବାକୁ ପଡିଛି । ଗୋଟିଏ ପଟେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତିଭୂମି ପ୍ରସ୍ତୁତି ଚାଲିଥିବାବେଳେ ଏନ୍ୟପଟେ ଏଥିପାଇଁ ଜଳବନ୍ଦୀ ସମସ୍ୟାରେ ପଡିଛନ୍ତି ଶତାଧିକ ସହରବାସୀ । କେନ୍ଦ୍ରୀୟ ବିଦ୍ୟାଳୟ- ୨ ପାଇଁ ଖାଲୁଆ ଅଂଚଳକୁ ମାଟି ପକାଇ ପୋତୁଛି ଜାଇକା । ଏହା ଫଳରେ ନୂଆପଡା, ବାଲିସାହି, ପ୍ରେସ କଲୋନି ଓ ଲେବର କଲୋନି ଅଂଚଳରେ ଜଳContinue reading “ପୁଣି ତେଜିଲା କଟକ ରାଜନୀତି । ନୂଆପଡା, ବାଲିସାହି, ପ୍ରେସ କଲୋନୀ ଓ ଲେବର କଲୋନୀରେ ଜମୁଛି ପାଣି । ସମାଧାନ ପାଇଁ ପହଞ୍ଚିଥିବା କଟକ ସଦର ବିଧାୟକ ଓ ସିଏମସି କମିଶନର ହଟହଟା”
ରାଜ୍ୟରେ ଦୈନିକ ସଂକ୍ରମଣ ୧୧,୭୩୨ । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ । ସେପଟେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ
କନକ ବ୍ୟୁରୋ : ରାଜ୍ୟରେ କମୁନି କରୋନା ଗ୍ରାଫ । ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧ହଜାର ୭୩୨ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୫୬୯ଜଣ ଓ ୫ହଜାର ୧୬୩ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୭ଶହ ୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ ଦ୍ୱିତୀୟ ସର୍ବାଧିକ ୮୭୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଂଟାରେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧରୁ ୪ଜଣ,Continue reading “ରାଜ୍ୟରେ ଦୈନିକ ସଂକ୍ରମଣ ୧୧,୭୩୨ । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ । ସେପଟେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ”