କନକ ବ୍ୟୁରୋ: ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ଆରମ୍ଭ ହେବ । ଆଉ ୨୮ ତାରିଖ ପରେ ଖୋଲାଯିବ ଟେଣ୍ଡର । ଯେଉଁ ଫାର୍ମା କଂପାନୀ ଟେଣ୍ଡର ପାଇବ, ତାକୁ ୪ ମାସ ଭିତରେ ସମସ୍ତ ଟିକା ଦେବାକୁ ପଡ଼ିବ । ଟିକା ପାଇଁ ୪Continue reading “ଫାଇଦା ଦେବ କି ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର । ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ଆସନ୍ତା ୨୦ରୁ ୨୮ ତାରିଖ ମଧ୍ୟରେ ଟେଣ୍ଡର ପକାଇ ପାରିବେ ଟିକା ନିର୍ମାତା”
Author Archives: Raghaba
କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ୧୨ରୁ ୧୮ ସପ୍ତାହ ବଢାଇ ଦେଲା ଭାରତ । ହେଲେ ୮ ସପ୍ତାହକୁ ଅବଧି କମାଇଲା ଇଂଲଣ୍ଡ
କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ନେଇ ଭାରତ ଓ ବ୍ରିଟେନ ମଧ୍ୟରେ ଦେଖା ଦେଇଛି ପାତରଅନ୍ତର । ଭାରତ କୋଭିସିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ୧୨ରୁ ୧୮ ସପ୍ତାହ ବଢାଇ ଦେଇଛି । ସେପଟେ ଇଂଲଣ୍ଡ କିନ୍ତୁ ଭାକସିନର ଦ୍ୱିତୀୟ ଡୋଜ୍ ଟିକାର ଅବଧିକୁ କମାଇ ଦେଇଛି । ଭାରତରେ ଦ୍ରୁତ ସଂକ୍ରମିତ ହେଉଥିବା ବି.୧.୬୧୭ ଭୂତାଣୁକୁ ଦେଖି ଇଂଲଣ୍ଡ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି । କରୋନା ମୁକାବିଲାରେContinue reading “କୋଭିସିଲ୍ଡ ଟିକାର ଦୁଇଟି ଡୋଜ ଭିତରେ ବ୍ୟବଧାନକୁ ୧୨ରୁ ୧୮ ସପ୍ତାହ ବଢାଇ ଦେଲା ଭାରତ । ହେଲେ ୮ ସପ୍ତାହକୁ ଅବଧି କମାଇଲା ଇଂଲଣ୍ଡ”
ଦେଶରେ ଟିକାକରଣକୁ ପୁରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ, ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ ।
କନକ ବ୍ୟୁରୋ : ଦେଶରେ ଟିକାକରଣକୁ ପୂରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ । ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ । ଏପରି ସମୟରେ ତଥ୍ୟ କହୁଛି ଦୈନିକ ୭୩ ଲକ୍ଷ ଡୋଜ୍ ଦିଆଗଲେ ପୂରଣ ହୋଇପାରିବ ଟାର୍ଗେଟ୍ । ଦେଶରେ ଟିକାଅଭାବ ଭିତରେ ଏହା କେତେଦୂର ପୂରଣ ହୋଇପାରିବ, ତାହା ସୃଷ୍ଟି କରୁଛି ପ୍ରଶ୍ନବାଚୀ । କରୋନାର ଦ୍ୱିତୀୟ ଲହର, ଭୟଙ୍କର ରୁପ ନେଇଥିବାContinue reading “ଦେଶରେ ଟିକାକରଣକୁ ପୁରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ, ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ ।”
ଅନାବଶ୍ୟକ ଭାବେ ଅକ୍ତିଆର ହେଉଛି କି ଆଇସିୟୁ ବେଡ୍ ? ଭିଆଇପିଙ୍କ ଉପରେ ସରକାରଙ୍କ ନଜର । ଗଠନ ହେଲା ସ୍ୱତନ୍ତ୍ର କମିଟି, ଟ୍ୱିଟ୍ ସିଟି ପାଇଁ ୪ଟି ଟିମରେ ୮ ବରିଷ୍ଠ ଡାକ୍ତରଙ୍କୁ ଦାୟିତ୍ୱ
କନକ ବ୍ୟୁରୋ: ଯେତେବେଳେ ସାରା ରାଜ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢିଚାଲିଛି, ଆଉ ହସ୍ପିଟାଲରେ ଆଇସିୟୁ ବେଡ୍ ପାଇଁ ଅନେକ କସରତ କରିବାକୁ ପଡୁଛି, ଠିକ ସେତିକି ବେଳେ ରାଜ୍ୟ ସରକାର ଦୁଇଟି ବଡ ପଦକ୍ଷେପ ନେଇଛନ୍ତି । ଚାରୋଟି ବିଶେଷଜ୍ଞ ଟିମ୍ ହସ୍ପିଟାଲର ଆଇସିୟୁ ଗୁଡିକୁ ବୁଲି ଅନୁଧ୍ୟାନ କରିବା ସହ ଦେଖିବେ, ଅନାବଶ୍ୟକ ଭାବେ କୈାଣସି ପ୍ରଭାବଶାଳୀ ରୋଗୀ ଆଇସିୟୁ ବେଡକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି କି? ଅର୍ଥାତ୍ ଆବଶ୍ୟକତା ନଥାଇ ମଧ୍ୟ ନିଜContinue reading “ଅନାବଶ୍ୟକ ଭାବେ ଅକ୍ତିଆର ହେଉଛି କି ଆଇସିୟୁ ବେଡ୍ ? ଭିଆଇପିଙ୍କ ଉପରେ ସରକାରଙ୍କ ନଜର । ଗଠନ ହେଲା ସ୍ୱତନ୍ତ୍ର କମିଟି, ଟ୍ୱିଟ୍ ସିଟି ପାଇଁ ୪ଟି ଟିମରେ ୮ ବରିଷ୍ଠ ଡାକ୍ତରଙ୍କୁ ଦାୟିତ୍ୱ”
ବଢୁଥିବା ବ୍ଲାକ୍ ଫଙ୍ଗସ ରୋଗୀଙ୍କୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମସ ମୁଖ୍ୟ । କହିଲେ ଷ୍ଟେରଏଡର ଅପବ୍ୟବହାର କାରଣରୁ ବଢୁଛି ସଂକ୍ରମଣ ।
କନକ ବ୍ୟୁରୋ : କରୋନା ସଂକ୍ରମଣ ବେଳେ ଏବେ ବ୍ଲାକ ଫଙ୍ଗସ ଦେଶର ଚିନ୍ତା ବଢାଇଛି । ବଢୁଥିବା ବ୍ଲାକ ଫଙ୍ଗସ ରୋଗୀଙ୍କୁ ନେଇ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଷ୍ଟେରଏଡର ଅପବ୍ୟବହାର କାରଣରୁ ବ୍ଲାକ ଫଙ୍ଗସ ସଂକ୍ରମଣ ବଢୁଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ । ତେବେ ମଧୁମେହ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ ଅଧିକ ବ୍ୟବହାର ଯୋଗୁଁ ବ୍ଲାକ ଫଙ୍ଗସ ସଂକ୍ରମଣ ନେଇ ଆଶଙ୍କା ଅଧିକ ରହିଛିContinue reading “ବଢୁଥିବା ବ୍ଲାକ୍ ଫଙ୍ଗସ ରୋଗୀଙ୍କୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମସ ମୁଖ୍ୟ । କହିଲେ ଷ୍ଟେରଏଡର ଅପବ୍ୟବହାର କାରଣରୁ ବଢୁଛି ସଂକ୍ରମଣ ।”
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ମୁକାବିଲା ପାଇଁ ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକଙ୍କୁ ନେଇ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ ।
କନକ ବ୍ୟୁରୋ: କରୋନାର ତୃତୀୟ ଲହର ଆଗରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ମୁକାବିଲା ପାଇଁ ଏବେ ଠାରୁ ରାଜ୍ୟ ତିଆରି କରିଛନ୍ତି ମାଷ୍ଟର ପ୍ଲାନ । ତୃତୀୟ ଲହରକୁ ମୁକାବିଲା ପାଇଁ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରିଛନ୍ତି ସରକାର । ଦେଶର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏହି କମିଟିରେ ରହି ସରକାରଙ୍କୁ କରୋନା ମୁକାବିଲାରେ ବାଟ ଦେଖାଇବେ । ଦେଶର ୩ ଜଣ ବଛା ବଛା ଡାକ୍ତର ଏବଂ ରାଜ୍ୟ ସରକାରଙ୍କ ଡିଏମଇଟିଙ୍କୁContinue reading “କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ମୁକାବିଲା ପାଇଁ ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକଙ୍କୁ ନେଇ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ ।”
କୃଷକ ଆନ୍ଦୋଳନକୁ ପୁରିବାକୁ ଯାଉଛି ୬ ମାସ । ମେ ୨୬ ତାରିଖରେ ସାରା ଦେଶରେ କଳାଦିବସ ପାଳନ କରିବାକୁ କୃଷକ ନେତାଙ୍କ ଆହ୍ୱାନ
କୃଷି କାନୁନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କୃଷକମାନେ ଏବେ ବି ପଛକୁ ହଟିବାକୁ ନାରାଜ । କରୋନା ମହାମାରୀ ସମୟରେ ବି ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରି ନାହିଁ । କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶରContinue reading “କୃଷକ ଆନ୍ଦୋଳନକୁ ପୁରିବାକୁ ଯାଉଛି ୬ ମାସ । ମେ ୨୬ ତାରିଖରେ ସାରା ଦେଶରେ କଳାଦିବସ ପାଳନ କରିବାକୁ କୃଷକ ନେତାଙ୍କ ଆହ୍ୱାନ”
ଭୁବନେଶ୍ୱରକୁ ଭୂତାଣୁ ଭୟ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୧୧୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୮୫୧ ଜଣ
କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୧୧୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୪୪ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ଭୁବନେଶ୍ୱରକୁ ଭୂତାଣୁ ଭୟ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୧୧୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୮୫୧ ଜଣ”
୧୦ ହଜାର ଉପରେ ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୭୮୧ କରୋନା ଆକ୍ରାନ୍ତ
କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୦ ହଜାର ୭୮୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।Continue reading “୧୦ ହଜାର ଉପରେ ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୭୮୧ କରୋନା ଆକ୍ରାନ୍ତ”
ମା ଗଙ୍ଗାକୁ କନ୍ଦାଇଛନ୍ତି… ନା ନନେଇ ରାହୁଲଙ୍କ ଟାର୍ଗେଟ ।
କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗଙ୍ଗା ନଦୀରେ ଶବ ଭାସିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଯିଏ କହୁଥିଲା ଯେ ଗଙ୍ଗା ଡାକିଛନ୍ତି, ସେ ମାତା ଗଙ୍ଗାଙ୍କୁ କନ୍ଦାଇଛନ୍ତି ‘। ରାହୁଲ ମୋଦୀଙ୍କ ନାମ ନ ନେଇ ବି ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଏହି ଟୁଇଟ୍ ସହ ଏକ ଖବର ସେୟାର କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ ଗଙ୍ଗାContinue reading “ମା ଗଙ୍ଗାକୁ କନ୍ଦାଇଛନ୍ତି… ନା ନନେଇ ରାହୁଲଙ୍କ ଟାର୍ଗେଟ ।”