ମାତ୍ର ୩ଦିନରେ ୯୬ ହଜାର ଟଙ୍କା ବିଲ୍ । ହେଲେ ବଞ୍ଚିପାରିଲେନି ରୋଗୀ । ସଙ୍କଟ ବେଳେ ଏମିତି ଲୁଟୁଛନ୍ତି ବେସରକାରୀ ହସ୍ପିଟାଲ ?

କନକ ବ୍ୟୁରୋ : ୩ଦିନରେ ୯୬ ହଜାର ଟଙ୍କା ବିଲ୍ । ସଙ୍କଟ ବେଳେ ଲୁଟୁଛନ୍ତି ହସ୍ପିଟାଲ ? କୋଭିଡ୍ ଆକ୍ରାନ୍ତଙ୍କୁ ଲୁଟୁଛନ୍ତି ହସ୍ପିଟାଲ ! ମାତ୍ର ୩ଦିନରେ ୯୬ ହଜାର ଟଙ୍କାର ବିଲ୍, ହେଲେ ବଂଚିପାରିଲେନି ରୋଗୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଫେରସ୍ତ କଲେ ୫୦ ହଜାର ଟଙ୍କା । ମହାମାରୀ ବେଳେ ଏମିତି କିଛି ଖବର ଆସିଛି ଉତରପ୍ରଦେଶ ବରେଲୀରୁ । ଚିକିତ୍ସା ନାଁରେ ରୋଗୀଙ୍କ ଠାରୁ ହସ୍ପିଟାଲ ଗୁଡିକ ଲକ୍ଷContinue reading “ମାତ୍ର ୩ଦିନରେ ୯୬ ହଜାର ଟଙ୍କା ବିଲ୍ । ହେଲେ ବଞ୍ଚିପାରିଲେନି ରୋଗୀ । ସଙ୍କଟ ବେଳେ ଏମିତି ଲୁଟୁଛନ୍ତି ବେସରକାରୀ ହସ୍ପିଟାଲ ?”

ଦିନକରେ ୩,୨୬,୦୯୮ ନୂଆ ଆକ୍ରାନ୍ତ, ୩,୮୯୦ ମୃତ : ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୩,୭୨,୯୦୭କୁ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୩,୮୯୦ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୪୩,୭୨,୯୦୭ ଓ ମୃତ୍ୟୁସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୩,୨୯୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୦୪,୩୨,୮୯୮ରେ ପହଞ୍ଚିଛି । ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛିContinue reading “ଦିନକରେ ୩,୨୬,୦୯୮ ନୂଆ ଆକ୍ରାନ୍ତ, ୩,୮୯୦ ମୃତ : ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୩,୭୨,୯୦୭କୁ ବୃଦ୍ଧି”

ପୋଲ ତଳକୁ ଖସିଲା କାର : ଘଟଣାସ୍ଥଳରେ ୩ ମୃତ, ୨ ଗୁରୁତର

କନକ ବ୍ୟୁରୋ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ତଳକୁ ଖସିଲା କାର । ଘଟଣାସ୍ଥଳରେ ୩ ମୃତ ହୋଇଥିବା ବେଳେ ୨ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାରଟି ବାରିପଦାରୁ- ଭୁବନେଶ୍ୱର ଆସୁଥିଲା । ବାଲେଶ୍ୱରର ବାମପଦା ନିକଟରେ ଟ୍ରକକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି କାର । ଏଥିରେ କାରରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ସେହିଭଳି ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛିContinue reading “ପୋଲ ତଳକୁ ଖସିଲା କାର : ଘଟଣାସ୍ଥଳରେ ୩ ମୃତ, ୨ ଗୁରୁତର”

କରୋନା ଆକ୍ରାନ୍ତ ପରିବାରକୁ ନିଆଁ ପାଣି ବାସନ୍ଦ : କଣାସ ବ୍ଲକ ଜାଗୁଳାଇ ପଦର ଗାଁରୁ ଆସିଛି ଏଭଳି ସଂଗୀନ ଅଭିଯୋଗ

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା କରୋନା ଆକ୍ରାନ୍ତ ପରିବାରକୁ ଗାଁରୁ ନିଆଁ ପାଣି ବାସନ୍ଦ ଅଭିଯୋଗ । ପୁରୀ ଜିଲା କଣାସ ବ୍ଲକ ଜାଗୁଳାଇପଦର ଗାଁ ନାରାୟାଣ ବେହେରାଙ୍କ ବୋହୁକୁ କରୋନା ପଜିଟିଭ ହୋଇଥିବା ଅନୁମାନ କରି ୫ ଦିନ ହେଲା ପୁରା ପରିବାରକୁ ବାସନ୍ଦ କରାଯାଇଛି । ଏନେଇ ନାରାୟଣ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, କିଛି ଦିନ ତଳେ ନାରାୟାଣଙ୍କ ବୋହୁଙ୍କୁ ଜର ହୋଇଥିଲା । ପରେ ସ୍ଥାନିୟ ଆଶାContinue reading “କରୋନା ଆକ୍ରାନ୍ତ ପରିବାରକୁ ନିଆଁ ପାଣି ବାସନ୍ଦ : କଣାସ ବ୍ଲକ ଜାଗୁଳାଇ ପଦର ଗାଁରୁ ଆସିଛି ଏଭଳି ସଂଗୀନ ଅଭିଯୋଗ”

ସ୍ୱାଭାବିକ ମୃତ୍ୟୁ ପରେ ବି ଶବର ପାଖ ମାଡିଲେ ନାହିଁ ସଂପର୍କୀୟ : ସ୍ୱେଚ୍ଛାସେବୀ ଓ ଯୁବ ସଂଗଠନ କଲେ ଶବ ସତ୍କାର

କନକ ବ୍ୟୁରୋ : ସ୍ୱାଭାବିକ ମୃତ୍ୟ ପରେ ବି ପାଖ ମାଡିଲେନି ପଡୋଶୀ କି ସଂପର୍କୀୟ । ୧୫ ଘଂଟା ଧରି ପଡିରହିଲା ବୃଦ୍ଧଙ୍କ ମୃତଦେହ । ମହାମାରୀ ଲୋକଙ୍କ ମନରେ ଏଭଳି ଆତଙ୍କ ଖେଳାଇ ଦେଇଛି ଯେ ଜଣେ ସ୍ୱାଭାବିକ ମୃତ୍ୟବରଣ କରିଥିଲେ ମଧ୍ୟ ତାଙ୍କ ମୃତଦେହ ପାଖକୁ କେହି ଯାଉନାହାନ୍ତି । ଯେଉଁଠାରେ ସଂପର୍କୀୟ ଯାଉନାହାନ୍ତି ସେଠାରେ ସାହି ପଡିଶା ଲୋକ କାହିଁକି ଯିବେ । ଏଭଳି ସ୍ଥତିରେ ସ୍ୱେଚ୍ଛାସେବୀ ଓ ଯୁବ ସଂଗଠନContinue reading “ସ୍ୱାଭାବିକ ମୃତ୍ୟୁ ପରେ ବି ଶବର ପାଖ ମାଡିଲେ ନାହିଁ ସଂପର୍କୀୟ : ସ୍ୱେଚ୍ଛାସେବୀ ଓ ଯୁବ ସଂଗଠନ କଲେ ଶବ ସତ୍କାର”

ରାଜ୍ୟରେ ୧୧ ହଜାର ୮୦୫ ଦୈନିକ ସଂକ୍ରମଣ , ୨୧ ମୃତ : ଖୋର୍ଦ୍ଧାରେ ସର୍ବାଧିକ ୧୪୧୪ ପଜିଟିଭ

କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ ୫୬ ହଜାର ୬୦୨ ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଟେଷ୍ଟ ଜପିଟିଭିଟି ରେଟ୍ ୨୦.୮୫ ପ୍ରତିଶତ ରହିଛି । ସଙ୍ଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଏବଂ ସୁନ୍ଦରଗଡରୁ ୧୨୦୯ ନୂଆ ଆକ୍ରାନ୍ତContinue reading “ରାଜ୍ୟରେ ୧୧ ହଜାର ୮୦୫ ଦୈନିକ ସଂକ୍ରମଣ , ୨୧ ମୃତ : ଖୋର୍ଦ୍ଧାରେ ସର୍ବାଧିକ ୧୪୧୪ ପଜିଟିଭ”

ଷ୍ଟେସନ ମୁଖ୍ୟ ଫାଟକ ଦେଇ ଫେରୁନାହାନ୍ତି ପ୍ରବାସୀ : ରାୟଗଡାରେ ଟ୍ରେନରୁ ଓହ୍ଲାଇ ଗଳାବାଟ ଦେଇ ଚାଲିଯାଉଛନ୍ତି ଘରକୁ

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଚିଂଛି । ଏଭଳି ସ୍ଥିତିରେ ରେଳ ବିଭାଗର ବେପରୁଆ ମନଭାବ ଯୋଗୁଁ ଟ୍ରେନ ଯୋଗେ ଫେରୁଥିବା ରାୟଗଡା ଜିଲ୍ଲାର ପ୍ରବାସୀ ଗଳାବାଟ ଦେଇ ଚାଲିଯାଉଛନ୍ତି । ପ୍ରବାସୀଙ୍କ ସମ୍ପୂର୍ଣ୍ଣ ବିବରଣି ଜିଲ୍ଲା ପ୍ରଶାସନ ପାଖରେ ରହୁନାହିଁ । ଫଳରେ ସଂକ୍ରମଣ ବଢିବାର ଆଶଙ୍କା କରି ଭୟଭିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ । ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରେନ ଫେରନ୍ତା ପ୍ରବାସୀଙ୍କ ଉପରେContinue reading “ଷ୍ଟେସନ ମୁଖ୍ୟ ଫାଟକ ଦେଇ ଫେରୁନାହାନ୍ତି ପ୍ରବାସୀ : ରାୟଗଡାରେ ଟ୍ରେନରୁ ଓହ୍ଲାଇ ଗଳାବାଟ ଦେଇ ଚାଲିଯାଉଛନ୍ତି ଘରକୁ”

ରବିବାର ସୁଦ୍ଧା ବାତ୍ୟାର ରୂପ ନେବ ଆରବ ସାଗରରେ ସୃଷ୍ଟ ଲଘୁଚାପ : ମୁମ୍ବାଇ ଓ ଥାନେ ପାଇଁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ଆରବ ସାଗରରେ ଲାକ୍ଷାଦୀପ ଦ୍ୱୀପ ସମୁହ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସୁଦ୍ଧା ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ଆଗାମୀ ୨୪ ଘଂଟା ଭିତରେ ଏହା ଭୀଷଣ ଘୁର୍ଣ୍ଣିଝଡ ଏବଂ ପରବର୍ତୀ ୨୪ ଘଂଟାରେ ଅତି ଭୀଷଣ ଘୁର୍ଣ୍ଣିଝଡର ରୁପର ନେବ । ମେ ୧୮ ତାରିଖ ବେଳକୁ ଏହା ଗୁଜରାଟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତମାନ ଏହା କେରଳContinue reading “ରବିବାର ସୁଦ୍ଧା ବାତ୍ୟାର ରୂପ ନେବ ଆରବ ସାଗରରେ ସୃଷ୍ଟ ଲଘୁଚାପ : ମୁମ୍ବାଇ ଓ ଥାନେ ପାଇଁ ୟେଲୋ ୱାର୍ଣ୍ଣିଂ”

ଏଥର ସଅଳ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ : ନିର୍ଦ୍ଧାରିତ ସମୟ ଆଗରୁ ମେ’ ୩୧ରେ ଛୁଇଁବ କେରଳ 

କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବାର ସ୍ବାଭାବିକ ସମୟ ଜୁନ୍‌ ୧ ତାରିଖ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦିନେ ପୂର୍ବରୁ ଅର୍ଥାତ ମେ’ ୩୧ ତାରିଖରେ ଛୁଇଁବ ବୋଲି ଆଜି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଜୁନ୍‌ ୧୦ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରContinue reading “ଏଥର ସଅଳ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ : ନିର୍ଦ୍ଧାରିତ ସମୟ ଆଗରୁ ମେ’ ୩୧ରେ ଛୁଇଁବ କେରଳ “

ଭୁବନେଶ୍ୱର ପାତ୍ରପଡାରେ ଫାଟିଲା ଗ୍ୟାସ ସିଲିଣ୍ଡର : ୮ଜଣ ଗୁରୁତର ଆହତ

କନକ ବ୍ୟୁରୋ : ଭୁବନେଶ୍ୱର ପାତ୍ରପଡାରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ । ବିସ୍ଫୋରଣରେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏମ୍ସରେ ୭ଜଣ ଭର୍ତି ହୋଇଛନ୍ତି । ୩ ଜଣ ଆଇସିୟୁରେ ଓ ୪ଜଣଙ୍କର ୱାର୍ଡ ବାହାରେ ଚିକିତ୍ସା କରାଯାଉଛି । ଏବଂ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅଚାନକ ବିସ୍ଫୋରଣ ହୋଇଥିଲା । ସେମାନେ ପହଁଚିବାContinue reading “ଭୁବନେଶ୍ୱର ପାତ୍ରପଡାରେ ଫାଟିଲା ଗ୍ୟାସ ସିଲିଣ୍ଡର : ୮ଜଣ ଗୁରୁତର ଆହତ”

Design a site like this with WordPress.com
Get started