‘ନିଶ୍ୱାସ’ ହେଲାନି ନିଜର । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୪ଦିନରେ ୭୫ ସଂକ୍ରମିତଙ୍କ ମୃତ୍ୟୁ ସୂଚନା ।

କନକ ବ୍ୟୁରୋ : ଦିଲ୍ଳୀ ଭଳି ଗୋଆରେ ଅମ୍ଳଜାନ ସଂକଟ । ସବୁଠାରୁ ଅଧିକ ମୁଣ୍ଡପିଛା ଆୟ ହିସାବରେ ଦେଶର ପ୍ରଥମ ରାଜ୍ୟ ଗୋଆରେ ଏବେ କରୋନା ଭୟଙ୍କର ରୂପ ଧାରଣ କରିଛି । ଲୋକ ସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟ ବହୁତ ଛୋଟ ହୋଇଥିଲେ ଦୈନିକ ସଂକ୍ରମଣ ବଢ଼ିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଅମ୍ଳଜାନ ଅଭାବ ସାଂଘାତିକ ହୋଇଛି । ଏପରିକି ଅମ୍ଳଜାନ ଅଭାବରୁ ଗୋଆର ମେଡିକାଲ କଲେଜରେ ୪ଦିନ ଭିତରେ ୭୫Continue reading “‘ନିଶ୍ୱାସ’ ହେଲାନି ନିଜର । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୪ଦିନରେ ୭୫ ସଂକ୍ରମିତଙ୍କ ମୃତ୍ୟୁ ସୂଚନା ।”

ପେଟକୁ ଗଲାନି ଖାଦ୍ୟ, ଆହାର ବନିଲା ଅଳିଆ । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ୨ ହଜାର ଲୋକଙ୍କ ଖାଇବା ଫିଙ୍ଗିଦେଲା ଗଂଜାମ ପ୍ରଶାସନ

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୋକର ଏଭଳି କିଛି ବିକଳ ଚିତ୍ର ଆପଣଙ୍କ ନଜରକୁ ମଧ୍ୟ ଆସିଥିବ । ଯେଉଁଠି କିଏ ଡଷ୍ଟବିନ୍ରୁ ଖାଉଇବା ଗୋଟାଉଛି, ତ ଆଉ କିଏ ତଳୁ ଖାଇବା ଉଠାଇ ଖାଉଛି । ଏମିତି କି ରାଜଧାନୀ ଭୁବନେଶ୍ୱରରେ ପେଟର ଭୋକ ମେଂଟାଉଛି ଆହାର କେନ୍ଦ୍ର । ହେଲେ ଏଠାରେ ଜଣେ ବୁଢ଼ି ମା’ ପ୍ରଶାସନର ଗୋଡ଼ ତଳେ ପଡ଼ି କାକୁତିମିନତି ହେଉଛନ୍ତି । ବୁଢ଼ି ମା’ ପ୍ରଶାସନକୁ ହାତ ଯୋଡ଼ି ନିବେଦନContinue reading “ପେଟକୁ ଗଲାନି ଖାଦ୍ୟ, ଆହାର ବନିଲା ଅଳିଆ । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ୨ ହଜାର ଲୋକଙ୍କ ଖାଇବା ଫିଙ୍ଗିଦେଲା ଗଂଜାମ ପ୍ରଶାସନ”

କୋଭିଡ୍ ଯୁଦ୍ଧରେ ଜିତିଲା କୁନି ଯୋଦ୍ଧା । ୨୫ ଦିନର ଶିଶୁ କରୋନାରେ ହୋଇଥିଲା ଆକ୍ରାନ୍ତ,  ୧୦ ଦିନ ଭେଣ୍ଟିଲେଟରରେ ରହିବା ପରେ ହେଲେ ସଂପୂର୍ଣ୍ଣ ସୁସ୍ଥ ।

କନକ ବ୍ୟୁରୋ : ଦ୍ୱିତୀୟ ଲହରରେ କରୋନା ସୁନାମି ଭଳି ମାଡି ଚାଲିଛି । ଏହି ଲହରରେ କୋଭିଡ୍ ଭାଇରସ୍ ପ୍ରଥମ ଲହର ତୁଳନାରେ ଅଧିକ ଭୟଙ୍କର ହୋଇଛି । ଗତ ଲହର ତୁଳନାରେ ଏଥର ଅଧିକ ସଂଖ୍ୟାରେ ଯୁବକ ଓ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଛି । ଏପରିକି ବହୁ ସଂଖ୍ୟାରେ ଯୁବକଙ୍କର ଜୀବନ ବି ନେଉଥିବା ଖବର ସାମନାକୁ ଆସିଛି । ଏଭଳି ସମୟରେ କରୋନାକୁ ହରାଇଛି କୁନି ଯୋଦ୍ଧା । କରୋନା ସଂକ୍ରମଣକୁContinue reading “କୋଭିଡ୍ ଯୁଦ୍ଧରେ ଜିତିଲା କୁନି ଯୋଦ୍ଧା । ୨୫ ଦିନର ଶିଶୁ କରୋନାରେ ହୋଇଥିଲା ଆକ୍ରାନ୍ତ,  ୧୦ ଦିନ ଭେଣ୍ଟିଲେଟରରେ ରହିବା ପରେ ହେଲେ ସଂପୂର୍ଣ୍ଣ ସୁସ୍ଥ ।”

ଆସିଲା ରୁଷିଆ ଟିକାର ଦାମ । ୫ ପ୍ରତିଶତ ଜିଏସଟି ସହିତ ଦେବାକୁ ପଡ଼ି ୯୯୫ ଟଙ୍କା । ସେପଟେ ହାଇଦ୍ରାବାଦରେ ଦିଆଗଲା ଋଷ ଟିକା ସ୍ପୁଟନିକ ଭି ।

କନକ ବ୍ୟୁରୋ: କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଖୁବଶୀଘ୍ର ଉପଲବ୍ଧ ହେବ ରୁଷିଆ ଟିକା ‘ସ୍ପୁଟ୍ନିକ୍ ଭି’ । ରୁଷିଆରୁ ଆସିଥିବା ସ୍ପୁଟନିକ୍ ଭି’ର ଗୋଟିଏ ଡୋଜ୍ର ଦାମ ୯୯୫ ଟଙ୍କା ୪୦ ପଇସା ପଡ଼ିବ ବୋଲି ବିଜ୍ଞପ୍ତି ଜାରି କରିଛି ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍ । ଟିକାର ଦାମ ୯୪୮ ଟଙ୍କା ଓ ୫ ପ୍ରତିଶତ ଜିଏସଟିକୁ ମିଶାଇ ଏହି ମୂଲ୍ୟ ରଖାଯାଇଛି । ଡକ୍ଟର ରେଡି’ସ୍ ଲାବୋରେଟୋରିଜ୍ ଫାର୍ମା କଂପାନୀ ଭାରତରେ ରୁଷିଆ ଟିକାContinue reading “ଆସିଲା ରୁଷିଆ ଟିକାର ଦାମ । ୫ ପ୍ରତିଶତ ଜିଏସଟି ସହିତ ଦେବାକୁ ପଡ଼ି ୯୯୫ ଟଙ୍କା । ସେପଟେ ହାଇଦ୍ରାବାଦରେ ଦିଆଗଲା ଋଷ ଟିକା ସ୍ପୁଟନିକ ଭି ।”

ଦେଶରେ କମୁଛି, ରାଜ୍ୟରେ ବଢୁଛି ସଂକ୍ରମଣ । ଓଡ଼ିଶାରେ ଦୈନିକ ସଂକ୍ରମଣରେ ରେକର୍ଡ, ୨୪ ଘଂଟାରେ ୧୨ ହଜାର ୩୯୦ ପଜିଟିଭ୍, ୨୨ ମୃତ 

କନକ ବ୍ୟୁରୋ: ଲକଡାଉନ, ସଟଡାଉନ୍ ଭଳି ଶକ୍ତ କଟକଣା ପରେ ବି ରାଜ୍ୟରେ ତଳ ମୁହାଁ ହେଉନି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ପୁଣିଥରେ ଲମ୍ବା ଡିଆଁ ମାରିଛି ଦୈନିକ ସଂକ୍ରମଣ । ୫୬ ହଜାର ୨୧୪ କରୋନା ପରୀକ୍ଷା ହୋଇଥିବା ବେଳେ ୧୨ ହଜାର ୩୯୦ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଯାହାକି ଓଡ଼ିଶାର ଦୈନିକ ସଂକ୍ରମଣରେ ସର୍ବକାଳୀନ ରେକର୍ଡ । ପଜିଟିଭ୍ ହାର ରହିଛି ୨୨.୦୪ ପ୍ରତିଶତ ।Continue reading “ଦେଶରେ କମୁଛି, ରାଜ୍ୟରେ ବଢୁଛି ସଂକ୍ରମଣ । ଓଡ଼ିଶାରେ ଦୈନିକ ସଂକ୍ରମଣରେ ରେକର୍ଡ, ୨୪ ଘଂଟାରେ ୧୨ ହଜାର ୩୯୦ ପଜିଟିଭ୍, ୨୨ ମୃତ “

ହଜାରେ ତଳେ ରାଜଧାନୀରେ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୮୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୭୭୭ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜି ହଜାରେ ତଳେ ରହିଛି ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୮୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୨ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୭୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା,Continue reading “ହଜାରେ ତଳେ ରାଜଧାନୀରେ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୮୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୭୭୭ ଜଣ”

ଚାଷୀଙ୍କ ଖାତାକୁ ଗଲା କାଳିଆ କିସ୍ତି ଟଙ୍କା, ୯୨୦ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଚାଷୀଙ୍କ ଖାତାକୁ ଆସିଲା କାଳିଆ କିସ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ମୋଟ ୯୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁ ପାଇଁ ଏହି ଟଙ୍କା ପଠାଯାଇଥିବା ବେଳେ ଉପକୃତ ହେବେ ୪୨ ଲକ୍ଷ ଚାଷୀ । ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ,ଓ ଭୂମି ହୀନContinue reading “ଚାଷୀଙ୍କ ଖାତାକୁ ଗଲା କାଳିଆ କିସ୍ତି ଟଙ୍କା, ୯୨୦ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର ।”

ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବାତ୍ୟା ତଉକତେ । କେରଳ ଠାରୁ ଗୁଜୁରାଟ ଯାଏଁ ପ୍ରବଳ ବର୍ଷିବ । 

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହା ଆସନ୍ତାକାଲି ଅର୍ଥାତ୍ ମେ ୧୫ ତାରିଖରେ ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି । ଆଇଏମଡି ବୁଲେଟିନରେ କୁହାଯ଼ାଇଛି ଯ଼େ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ସକାଳ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ବାତ୍ୟା ଓContinue reading “ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବାତ୍ୟା ତଉକତେ । କେରଳ ଠାରୁ ଗୁଜୁରାଟ ଯାଏଁ ପ୍ରବଳ ବର୍ଷିବ । “

କରୋନା କାଳରେ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଏବେ ପ୍ରତିମାସ ବିନା ରିଚାର୍ଜରେ କଥା ହୋଇପାରିବେ ଜିଓ ଗ୍ରାହକ ।

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଟେଲିକମ ନେଟୱାର୍କ ଜିଓ ତା’ର ଗ୍ରାହକ ମାନଙ୍କ ପାଇଁ ବଡ ଘୋଷଣା କରିଛି । କରୋନା କାଳରେ ଜିଓ ଗ୍ରାହକମାନେ ୩୦୦ ମିନିଟର ମାଗଣା କଲ କରିବାର ସୁବିଧା ପାଇବେ । ବିନା ରିଚାର୍ଜରେ ଏବେ ଜିଓ ଗ୍ରାହକମାନେ ଦୈିନକ ୧୦ ମିନିଟ୍ ହିସାବରେ ମାସକୁ ୩୦୦ ମିନିଟ୍ କଥା ହୋଇପାରିବେ । ପୂର୍ବଭଳି ବିନା ରିଚାର୍ଜରେ ଇନକମିଙ୍ଗ ସୁବିଧା ଜାରି ରହିବ । ଜିଓର ଏଭଳି ଘୋଷଣାContinue reading “କରୋନା କାଳରେ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଏବେ ପ୍ରତିମାସ ବିନା ରିଚାର୍ଜରେ କଥା ହୋଇପାରିବେ ଜିଓ ଗ୍ରାହକ ।”

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ବଜ୍ରପାତ ଆଶଙ୍କା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, କଟକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବଜ୍ରପାତ ଆଶଙ୍କା ନେଇ ୟେଲୋContinue reading “ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

Design a site like this with WordPress.com
Get started