କନକ ବ୍ୟୁରୋ : ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଟେଣ୍ଡର ପାଇଁ ଓଡିଶା ଔଷଧ ନିଗମ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଟେଣ୍ଡର ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ବିଡର । ସରକାରଙ୍କ ଟେଣ୍ଡର ଓଡିଶା ପୋର୍ଟାଲରେ କରିପାରିବେ ଆବେଦନ । ୩ କୋଟି ୮୦ଲକ୍ଷ ଡୋଜ୍ ପାଇଁ ପ୍ରକାଶ ପାଇଛି ଟେଣ୍ଡର । ଡିସିଜିଆଇ ଅନୁମୋଦିତ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆବେଦନ କରିପାରିବେ ।Continue reading “ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ଆରମ୍ଭ ହେଲା ପ୍ରକ୍ରିୟା : ଓଡିଶା ଔଷଧ ନିଗମ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି”
Author Archives: Raghaba
ଆଜି ପବିତ୍ର ଅକ୍ଷୟ ତୃତୀୟା ! ଜାଣନ୍ତୁ ଏହାର ମହତ୍ୱ
କନକ ବ୍ୟୁରୋ : ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ,ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ । ଓଡିଶାର ପାରମ୍ପରିକ ପରିବେଶରେ ଏହି ଦିନଟିର ବହୁ ମହାତ୍ମ୍ୟ ରହିଛି । ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ମୁଠି ଅନୁକୂଳ ଭାବେ ପରିଚିତ ଏହି ଦିନରେ ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେContinue reading “ଆଜି ପବିତ୍ର ଅକ୍ଷୟ ତୃତୀୟା ! ଜାଣନ୍ତୁ ଏହାର ମହତ୍ୱ”
ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା : ଚାପ ଖେଳିବେ ମହାପ୍ରଭୁ
କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ହେଲେ ବିନା ଭକ୍ତରେ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍ପରିଣୀ ଚାରିପାଟେ ୧୪୪ ଧାରା ଜାରି କରାଯାଇଛି । ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ।Continue reading “ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା : ଚାପ ଖେଳିବେ ମହାପ୍ରଭୁ”
ଆଜି ପବିତ୍ର ଅକ୍ଷୟ ତୃତୀୟା, ଚାଷୀର ଅଖିମୁଠି ଅନୁକୂଳ : ସେପଟେ କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ ଅୁନୁକୂଳ
କନକ ବ୍ୟୁରୋ : ଆଜି ପବିତ୍ର ଅକ୍ଷୟ ତୃତୀୟ । ଚାଷୀ ଆଜି ଚାଷ ଅନୁକୂଳ କରିଥାଏ । ବର୍ତମାନ ତାଲାବନ୍ଦ ପାଇଁ ଚାଷୀ କୂଳ ଅନେକ ଅସୁବିଧା ଭିତରେ ଗତି କରୁଥିବାବେଳେ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୂକୁଳ । ସକାଳୁ ସକାଳୁ ଗାଧୋଇ ନବବସ୍ତ୍ର ପରିଧାନ କରି ଧାନ ନେଇ ଚାଷ ଜମିକୁ ଯାଇ ଧରିତ୍ରୀ ମାତାଙ୍କୁ ପୁଜା କରି ଚାଷ ଅନୁକୁଳ କରିଛନ୍ତିି ଚାଷିକୁଳ । ଧୁପContinue reading “ଆଜି ପବିତ୍ର ଅକ୍ଷୟ ତୃତୀୟା, ଚାଷୀର ଅଖିମୁଠି ଅନୁକୂଳ : ସେପଟେ କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ ଅୁନୁକୂଳ”
ରାଉରକେଲା ଷ୍ଟେସନରେ କୋଭିଡ୍ ସଚେତନତା । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା
କନକ ବ୍ୟୁରୋ: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଉରକେଲା ଷ୍ଟେସନରେ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ବାହାର ରାଜ୍ୟରୁ ଆସି ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ପଞ୍ଜୀକରଣ କରାଯିବା ସହ ଥର୍ମାଲ ସ୍କ୍ରିନିଂ କରାଯାଉଛି। ତା’ ସହିତ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ଯେଉଁ ଯାତ୍ରୀଙ୍କ ପାଖରେ କିଛି ଲକ୍ଷଣ ଦେଖାଦେଉଛି ସେମାନଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଉଛି ବୋଲି ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା ସୂଚନାContinue reading “ରାଉରକେଲା ଷ୍ଟେସନରେ କୋଭିଡ୍ ସଚେତନତା । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା”
କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ବ୍ୟବଧାନ ନିଷ୍ପତିକୁ ଯୁକ୍ତିଯୁକ୍ତ ବୋଲି ମତ ରଖିଲେ ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି । କହିଲେ, ଭାରତ ଭଳି ବିଶାଳ ଦେଶରେ ଶୀଘ୍ର ଟିକାକରଣ ପାଇଁ ଖୋଜିବାକୁ ପଡିବ ବିକଳ୍ପ
କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ପ୍ରଥମ ଓ ତ୍ୱିଦୀୟ ଡୋଜ୍ ମଧ୍ୟରେ ବ୍ୟବଧାନକୁ ବଢାଇ ୧୨ରୁ ୧୬ ସପ୍ତାହକୁ ବଢାଇଦେବା ନିଷ୍ପତି ଯୁକ୍ତିଯୁକ୍ତ ବୋଲି କହିଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି । ଆମେରିକାରେ ବାଇଡେନ ପ୍ରଶାସନର ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା ଅଛନ୍ତି ଆନ୍ଥୋନି । ଭାରତ ସରକାରଙ୍କ ଏହି ନିଷ୍ପତିକୁ ସମାଲୋଚକମାନେ ଟିକାର ଅଭାବ ସହିତ ଯୋଡୁଥିବାବେଳେ ଭିନ୍ନମତ ରଖି ଫାଉସି କହିଛନ୍ତି, ଭାରତ ଭଳି ବିଶାଳ ଦେଶରେ ଲୋକଙ୍କ ଶୀଘ୍ର ଟିକାକରଣContinue reading “କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ବ୍ୟବଧାନ ନିଷ୍ପତିକୁ ଯୁକ୍ତିଯୁକ୍ତ ବୋଲି ମତ ରଖିଲେ ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି । କହିଲେ, ଭାରତ ଭଳି ବିଶାଳ ଦେଶରେ ଶୀଘ୍ର ଟିକାକରଣ ପାଇଁ ଖୋଜିବାକୁ ପଡିବ ବିକଳ୍ପ”
ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ବିମାନ ଆକ୍ରମଣ । ପ୍ରାଣ ହରାଇଲେ ଗୋଟିଏ ପାଲେଷ୍ଟାଇନ ପରିବାରର ସବୁ ସଦସ୍ୟ ।
କନକ ବ୍ୟୁରୋ : ଗାଜା ସହର ଉପରେ ଇସ୍ରାଏଲର ପ୍ରବଳ ବୋମାମାଡ଼ ଜାରି ରହିଛି । ଏହା ଫଳରେ ଗାଜା ସହରର ବ୍ୟାପକ କ୍ଷତି ହେବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଇସ୍ରାଏଲର ବୋମାମାଡ଼ ଫଳରେ ଗାଜାରେ ରହୁଥିବା ଏକ ପାଲେଷ୍ଟାନୀୟ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି । ଗୋଟିଏ ଘରେ ଏହି ପରିବାରର ସମସ୍ତ ୬ ଜଣ ସଦସ୍ୟ ରହୁଥିବାବେଳେ ଇସ୍ରାଏଲ ବିମାନ ଆକ୍ରମଣରେ ସମସ୍ତେ ପ୍ରାଣ ହରାଇଛନ୍ତି ।Continue reading “ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ବିମାନ ଆକ୍ରମଣ । ପ୍ରାଣ ହରାଇଲେ ଗୋଟିଏ ପାଲେଷ୍ଟାଇନ ପରିବାରର ସବୁ ସଦସ୍ୟ ।”
କରୋନା ମହାମାରୀର ତାଣ୍ଡବ ଭିତରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ କହିଲେ, ପ୍ରଧାନ ସେବକ ହୋଇଥିବାରୁ ସମସ୍ତ ସୁଖ ଦୁଃଖର ସେ ଭାଗିଦାର
କନକ ବ୍ୟୁରୋ: ଦ୍ୱିତୀୟ ଲହରରେ କରୋନାର ତାଣ୍ଡବ, ଅକ୍ସିଜେନ୍, ଔଷଧ ଏବଂ ଟିକାର ଅଭାବ ନେଇ ସରକାର କଡ଼ା ସମାଲୋଚନାର ଶିକାର ହେଉଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଭୂତାଣୁ ଯୋଗୁଁ ଲୋକେ ସେମାନଙ୍କ ନିକଟ ସଂପର୍କୀୟଙ୍କୁ ହରାଉଛନ୍ତି । ଦେଶବାସୀ ଦୁଃଖ ଯନ୍ତ୍ରଣା ଭୋଗୁଛନ୍ତି, ଅନ୍ୟମାନଙ୍କ ଭଳି ସେ ମଧ୍ୟ ଏହି ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି । ମୋଦୀ କହିଛନ୍ତି, ପ୍ରଧାନ ସେବକ ହୋଇଥିବାରୁ ସମସ୍ତ ସୁଖ ଦୁଃଖର ସେ ଭାଗିଦାରContinue reading “କରୋନା ମହାମାରୀର ତାଣ୍ଡବ ଭିତରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ କହିଲେ, ପ୍ରଧାନ ସେବକ ହୋଇଥିବାରୁ ସମସ୍ତ ସୁଖ ଦୁଃଖର ସେ ଭାଗିଦାର”
ମାସ୍କ ଖୋଲିଲା ଆମେରିକା । ୨ଟି ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ନାହିଁ ଆବଶ୍ୟକ । ସାମାଜିକ ଦୂରତା ବି ନୁହେଁ ଜରୁରୀ ।
କନକ ବ୍ୟୁରୋ: ଆଜି ଆମେରିକା ପାଇଁ ବହୁତ ବଡ ଦିନ । କରୋନା ଭୂତାଣୁ ବିରୋଧରେ ଲମ୍ବା ଲଢେଇ ଭିତରେ କିଛି ଘଂଟା ତଳେ ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ୍- ସିଡିସି ଘୋଷଣା କରିଛି ଯେ, ସଂପୂର୍ଣ୍ଣ ଟିକା ନେଇସାରିଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଦରକାର ନାହିଁ । ଆପଣ ଘରେ ଥାନ୍ତୁ କିମ୍ବା ବାହାରେ । ମୁଁ ଭାବୁଛି ଏହା ଗୋଟିଏ ବଡ ସଫଳତା । ଆମ ପାଇଁ ଏକ ବଡ ଦିନContinue reading “ମାସ୍କ ଖୋଲିଲା ଆମେରିକା । ୨ଟି ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ନାହିଁ ଆବଶ୍ୟକ । ସାମାଜିକ ଦୂରତା ବି ନୁହେଁ ଜରୁରୀ ।”
କେହି ରହିବେନି ଭୋକିଲା । କୋଭିଡ ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଶିଖ ସମ୍ପ୍ରାଦାୟ
କନକ ବ୍ୟୁରୋ: କୋଭିଡ ରୋଗୀଙ୍କ ପାଇଁ ଆଗକୁ ଆସିଲେ ଶିଖ ସମ୍ପ୍ରାଦାୟ । ଘରେ ଆଇସୋଲେସନରେ ରଖି ଚିକିତ୍ସା ହେଉଥିବା ରୋଗୀ ଓ ତାଙ୍କ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଶିଖ ଯୁବକମାନେ । ଗୁରୁଦ୍ୱାର ସିଂ ସଭାର ସଦସ୍ୟମାନେ ରବିବାର ଏହି ସେବା ଆରମ୍ଭ କରିଥିଲେ । ଉଭୟ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ କରି ପାରୁନଥିବା କୋଭିଡ ଆକ୍ରାନ୍ତଙ୍କ ପରିବାରକୁ ଏହି ସେବା ଯୋଗାଇ ଦିଆଯାଉଛି । ଏହି ଲଙ୍ଗର ସେବାକୁ ଫୋନContinue reading “କେହି ରହିବେନି ଭୋକିଲା । କୋଭିଡ ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଶିଖ ସମ୍ପ୍ରାଦାୟ”