କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । କିନ୍ତୁ ଏହା ଭିତରେ ଟିକିଏ ଆଶ୍ୱସ୍ତି କଲା ଭଳି ଖବର ସାମାନକୁ ଆସିଛି । ଲଗାତାର ତିନି ଦିନ ହେଲା ଦେଶର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳେ ରହିଛି । ମଙ୍ଗଳବାର ୩ଲକ୍ଷ ୨୯ ହଜାର ୯୪୨ , ବୁଧବାର ୩ଲକ୍ଷ ୪୮ ହଜାର ୪୨୧ ଓ ଗୁରୁବାର ୩ଲକ୍ଷ ୬୨ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇContinue reading “କରୋନା ଭିତରେ ଆଶ୍ୱସ୍ତିକର ଖବର । ଲଗାତାର ତିନି ଦିନ ହେଲା ଦେଶର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳେ”
Author Archives: Raghaba
ସହର ପରେ ଗାଁ ମୁହାଁ ହେଉଛି ଦ୍ୱିତୀୟ ଲହର । ଓଡିଶା ସମେତ ୧୩ଟି ରାଜ୍ୟରେ ଗାଁରୁ ଆସୁଛି ଅଧିକ ସଂକ୍ରମଣ ।
କନକ ବ୍ୟୁରୋ : ଏକ ମାସରୁ ଅଧିକ ଦିନ ଧରି କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମନାକୁ ଆସିଛି ଆଉ ଏକ ସାଂଘାତିକ ତଥ୍ୟ । ଦେଶର ବିଭିନ୍ନ ସହରାଂଚଳରେ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଥିବା ବେଳେ ଗ୍ରାମାଂଚଳରେ ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମଣ । ବଡ଼ ବଡ଼ ସହରରେ ଲକଡାଉନ୍ ସଟଡାଉନ, କର୍ଫ୍ୟୁ ଭଳି ଶକ୍ତ କଟକଣା ଲଗାଇବା ପରେ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି । ହେଲେ ଛୋଟContinue reading “ସହର ପରେ ଗାଁ ମୁହାଁ ହେଉଛି ଦ୍ୱିତୀୟ ଲହର । ଓଡିଶା ସମେତ ୧୩ଟି ରାଜ୍ୟରେ ଗାଁରୁ ଆସୁଛି ଅଧିକ ସଂକ୍ରମଣ । “
ସମାଲୋଚନା ପରେ ସରକାରଙ୍କ ପଶିଲା ଚେତା ।ନୀତି ଆୟୋଗ ସଦସ୍ୟ କହିଲେ, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଉତ୍ପାଦନ ହେବ ୨୦୦ କୋଟି ଟିକା, ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ୍ ଭି ।
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅନେକ କ୍ଷତି ସହିବା ପରେ ଭାରତ ସରକାର ଟିକା କ୍ଷେତ୍ରରେ ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ପ୍ରେସମିଟରେ କୁହାଯାଇଛି, ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨ଶହ କୋଟି ଟିକା ଉତ୍ପାଦନ କରାଯିବ । ବିଭିନ୍ନ କମ୍ପାନୀ ସହ ଆଲୋଚନା ପରେ ଏହି ତଥ୍ୟ ଦିଆଯାଉଛି ବୋଲି ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଛନ୍ତି । ଏଥିସହ କୋଭିସିଲଡ ଭାକସିନର ଦ୍ୱିତୀୟContinue reading “ସମାଲୋଚନା ପରେ ସରକାରଙ୍କ ପଶିଲା ଚେତା ।ନୀତି ଆୟୋଗ ସଦସ୍ୟ କହିଲେ, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଉତ୍ପାଦନ ହେବ ୨୦୦ କୋଟି ଟିକା, ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ୍ ଭି । “
ଭୁବନେଶ୍ୱରରେ ଭୂତାଣୁ ଭୟ । ଆଜି ଚିହ୍ନଟ ହେଲେ ୧,୧୦୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧,୦୭୭ ଜଣ
କନକ ବ୍ୟୁରୋ: ଭୁବନେଶ୍ୱରରେ ବଢି ଚାଲିଛି ଭୂତାଣୁ ଭୟ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧,୧୦୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୩୫ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧,୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ,Continue reading “ଭୁବନେଶ୍ୱରରେ ଭୂତାଣୁ ଭୟ । ଆଜି ଚିହ୍ନଟ ହେଲେ ୧,୧୦୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧,୦୭୭ ଜଣ”
ଭୂତାଣୁ ଭିତରେ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୬୬୫ କରୋନା ଆକ୍ରାନ୍ତ
କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୬୬୫ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଆଜି ଖୋର୍ଦ୍ଧାରୁContinue reading “ଭୂତାଣୁ ଭିତରେ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୬୬୫ କରୋନା ଆକ୍ରାନ୍ତ”
କରୋନା ସ୍ଥିତି ନେଇ ମେ ୧୮ ଓ ୨୦ ତାରିଖରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମାନେ ବି ହେବେ ସାମିଲ
କନକ ବ୍ୟୁରୋ : କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୮ ଓ ୨୦ ତାରିଖରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ଭର୍ଚୁଆଲ ବୈଠକ କରିବେ । ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ବି ସାମିଲ ହେବେ ବୋଲି କୁହାଯାଇଛି । କୁହାଯାଇଛି କି ଏହି ବୈଠକ ଦୁଇଟି ଗ୍ରୁପରେ ହେବ । ପ୍ରଥମ ବୈଠକ ମେ ୧୮ ତାରିଖ ସକାଳ ୧୧ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ ଟି ରାଜ୍ୟରContinue reading “କରୋନା ସ୍ଥିତି ନେଇ ମେ ୧୮ ଓ ୨୦ ତାରିଖରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ମାନେ ବି ହେବେ ସାମିଲ”
କରୋନା ଯୁଦ୍ଧ ଜିତିଲେ ୯୮ ବର୍ଷର ବୃଦ୍ଧା । ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଂଶସା କଲେ ପରିବାର ।
କନକ ବ୍ୟୁରୋ : କରୋନା ଏବେ ପୂରା ବିଶ୍ୱକୁ କରୁଛି କଲବଲ । ଆଉ ଭାରତ ଉପରେ ଏବେ କରୋନାର କୋପ ସବୁଠୁ ଅଧିକ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କରୋନାରେ ଅଧିକରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ଖାସକରି ଅଧିକ ସଂଖ୍ୟକ ଯୁବବର୍ଗ କରୋନା ସଂକ୍ରମଣରେ ପ୍ରାଣ ହରାଉଛନ୍ତି । ଯାହା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଆଉ ଏଭଳି ସ୍ଥଳେ ଭୟ ଓ ଆଶଙ୍କା ମଧ୍ୟରେ ସମ୍Continue reading “କରୋନା ଯୁଦ୍ଧ ଜିତିଲେ ୯୮ ବର୍ଷର ବୃଦ୍ଧା । ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଂଶସା କଲେ ପରିବାର । “
ସ୍କାଏମେଟର ଆକଳନ । ଚଳିତ ମାସ ଶେଷ ସୁଦ୍ଧା କେରଳ ଛୁଇଁବ ମୌସୁମୀ
କନକ ବ୍ୟୁରୋ : ଦେଶର ଚାଷୀ ମାନଙ୍କ ପାଇଁ ଖୁସି ଖବର ଆଣିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ । ସ୍କାଏମେଟର ସୂଚନା ମୁତାବକ ଚଳିତ ମାସ ଶେଷ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ । ଏହାସହ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ସଂସ୍ଥା ତରଫରୁ ପୂର୍ବାନୁମାନ କରାଯାଇଛି । ସ୍କାଏମେଟର ନୂଆ ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୩୦ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେContinue reading ” ସ୍କାଏମେଟର ଆକଳନ । ଚଳିତ ମାସ ଶେଷ ସୁଦ୍ଧା କେରଳ ଛୁଇଁବ ମୌସୁମୀ”
ଆସନ୍ତା ସପ୍ତାହରେ ଭାରତରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଜୁଲାଇରୁ ଦେଶରେ ହେବ ଉତ୍ପାଦନ ।
କନକ ବ୍ୟୁରୋ: କରୋନା ସଙ୍କଟ ବେଳେ ଆଉ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ସପ୍ତାହରେ ଦେଶରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଏହାସହ ଋଷର କମ୍ପାନୀ ଭାରତ କମ୍ପାନୀ ମାନଙ୍କ ସହ ମିଶି ଜୁଲାଇ ମାସରୁ ଦେଶରେ ସ୍ପୁଟନିକ-ଭି ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ କରିବେ । ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସ କନଫରେନ୍ସ କରି ସୂଚନା ଦେଇଛି । ନୀତି ଆୟୋଗର ସଦସ୍ୟ ଭିକି ପଲ କହିଛନ୍ତି, ଋଷରୁ ଆସିଥିବା ସ୍ପୁଟନିକ-ଭି ଭ୍ୟାକ୍ସିନContinue reading “ଆସନ୍ତା ସପ୍ତାହରେ ଭାରତରେ ମିଳିବ ସ୍ପୁଟନିକ-ଭି ଭ୍ୟାକ୍ସିନ । ଜୁଲାଇରୁ ଦେଶରେ ହେବ ଉତ୍ପାଦନ ।”
ଆତ୍ମସମର୍ପଣକାରୀ ମାଓ ଦମ୍ପତ୍ତି କରୋନା ପଜିଟିଭ୍ । ସଂକ୍ରମଣ ଭୟରେ ବିଏସଏଫ କ୍ୟାମ୍ପରେ ଆତ୍ମସମର୍ପଣ କରିଥିଲେ ମାଓ ଦମ୍ପତ୍ତି ଅର୍ଜୁନ ଓ ପତ୍ନୀ ଲକ୍ଷ୍ମୀ ।
କନକ ବ୍ୟୁରୋ : ଆତ୍ମସମର୍ପଣକାରୀ ମାଓ ଦମ୍ପତି କରୋନା ପଜିଟିଭ । ଛତିଶଗଡ କାଂକେର ଜିଲ୍ଲାରେ ମାଓ ଦମ୍ପତି କରୋନା ଭୟରେ ଆତ୍ମସମର୍ପଣ କରିଥିଲେ । ଗତକାଲି କାଂକେର ଜିଲ୍ଲା କୋୟାବାଡି ଥାନା ଅନ୍ତର୍ଗତ କାମତେଡା ବିଏସଏଫ କ୍ୟାମ୍ପରେ ମାଓନେତା ଅର୍ଜୁନ ତାତି ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଆତ୍ମସମର୍ପଣ କରିଥିଲେ । କରୋନାର ଲକ୍ଷଣ ଥିବା ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିଲେ । ତେବେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେମାନେ ସଂକ୍ରମିତ ଥିବାContinue reading “ଆତ୍ମସମର୍ପଣକାରୀ ମାଓ ଦମ୍ପତ୍ତି କରୋନା ପଜିଟିଭ୍ । ସଂକ୍ରମଣ ଭୟରେ ବିଏସଏଫ କ୍ୟାମ୍ପରେ ଆତ୍ମସମର୍ପଣ କରିଥିଲେ ମାଓ ଦମ୍ପତ୍ତି ଅର୍ଜୁନ ଓ ପତ୍ନୀ ଲକ୍ଷ୍ମୀ ।”