ଔଷଧ ଦୋକାନୀଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବାକୁ ଦାବି : ଦାବି କଲା ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା କେମେଷ୍ଟ୍ରି ଏବଂ ଡ଼୍ରଗିଷ୍ଟ ଆସୋସିଏସନ୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ସଂଘର ସଭାପତି ପ୍ରଗତି ମହାନ୍ତିଙ୍କ ସରକାରଙ୍କୁ ଚେତାବନୀ । ତୁରନ୍ତ ସରକାର କେମେଷ୍ଟ୍ରି ମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦିଅନ୍ତୁ । ଅଗ୍ରାଧିକାର ଭିତିରେ ଟିକାକରଣ କରାଯାଉ । ସେ କହିଛନ୍ତି ଗତବର୍ଷ ଆମର ପ୍ରାୟ ଶହେରୁ ଉର୍ଦ୍ଧ୍ବ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଲକଡ଼ାଉନ୍ ଓ ସଟଡ଼ାଉନ୍ ସମୟରେ ଔଷଧ ଦୋକାନୀ ମାନେContinue reading “ଔଷଧ ଦୋକାନୀଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେବାକୁ ଦାବି : ଦାବି କଲା ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ”

‘ଋଷଭ ପନ୍ଥ ହେବେ ଟିମ୍ ଇଣ୍ଡିଆର ଅଧିନାୟକ’ । ଭବିଷ୍ୟବାଣୀ କଲେ ସୁନୀଲ ଗାଭାସ୍କର ।

କନକ ବ୍ୟୁରୋ : ମହାନ୍ କ୍ରିକେଟର ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସୁନୀଲ ଗାଭାସ୍କର ଭବିଷ୍ୟବାଣୀ କରି କହିଛନ୍ତି ଯେ, ଋଷଭ ପନ୍ଥ ଭବିଷ୍ୟତରେ ଟିମ୍ ଇଣ୍ଡିଆର ଅଧିନାୟକ ହେବେ । ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଆଇପିଏଲ-୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ ପନ୍ଥ । ଆଉ ତାଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ୮ଟି ମ୍ୟାଚରୁ ୬ଟି ମ୍ୟାଚରେ ବିଜୟୀ ହୋଇଥିଲା ।Continue reading “‘ଋଷଭ ପନ୍ଥ ହେବେ ଟିମ୍ ଇଣ୍ଡିଆର ଅଧିନାୟକ’ । ଭବିଷ୍ୟବାଣୀ କଲେ ସୁନୀଲ ଗାଭାସ୍କର ।”

ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଜଣେ ୫୩ ବର୍ଷୀୟା ମହିଳା, ଜଣେ ୫୩ ବର୍ଷିୟ ପୁରୁଷ ଓ ୩୭ ବର୍ଷିୟ ପୁରୁଷ ଅଛନ୍ତି । ଅପରପକ୍ଷରେ ବାଲେଶ୍ବର ଜିଲ୍ଲାର ଜଣେ ୩୬ ବର୍ଷିୟ ପୁରୁଷ, ବରଗଡ଼Continue reading “ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା”

ପାନେ ପାଇଲେ ଅମାନିଆ । ମାନିଲେନି କଟକଣା, ୧୦ଟି ଦୋକାନକୁ ସିଲ୍ କଲା ପ୍ରଶାସନ, ୧ ଲକ୍ଷ ୧୫ହଜାର ୭୯୦ଟଙ୍କା ଜୋରିମାନା ଆଦାୟ ।

କନକ ବ୍ୟୁରୋ : କରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ଚାଲିଛି ୧୪ ଦିନିଆ ଲକଡାଉନ । କିଛି ଅମାନିଆ କଟକଣା ନ ମାନି ଦୋକାନ ଖୋଲିଥିବାରୁ ଚଢ଼ଉ କରିଛି ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ । ଛେଣ୍ଡ ଭିଏସଏସ ମାର୍କେଟରେ ୫ଟି, ସେକ୍ଟର–୧୯ ଇସ୍ପାତ ମାର୍କେଟରେ ୪ଟି ଓ ରାଉରକେଲା ମୁଖ୍ୟ ବଜାରରେ ଗୋଟିଏ ଏମିତି ମୋଟ ୧୦ଟି ଦୋକାନ ସିଲ କରିଛି । ସେମିତି ମାସ୍କ ପିନ୍ଧି ନ ଥିବାରୁ ଅମାନିଆଙ୍କ ଠାରୁ ପୁଲିସContinue reading “ପାନେ ପାଇଲେ ଅମାନିଆ । ମାନିଲେନି କଟକଣା, ୧୦ଟି ଦୋକାନକୁ ସିଲ୍ କଲା ପ୍ରଶାସନ, ୧ ଲକ୍ଷ ୧୫ହଜାର ୭୯୦ଟଙ୍କା ଜୋରିମାନା ଆଦାୟ ।”

ଦେଶରେ ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା : ୨ରୁ ୧୮ ବର୍ଷର ପିଲାଙ୍କୁ କୋଭାକ୍ସିନ ଟ୍ରାଏଲ ପାଇଁ ଡିଜିସିଆଇର ଅନୁମତି

କନକ ବ୍ୟୁରୋ : ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । ୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ଟ୍ରାଏଲ ପାଇଁ ଅନୁମତି ଦେଇଛି ଡିସିିଜିିଆଇ । ପ୍ରଥମେ ୫୨୫ ଭଲ୍ୟୁଂଟରଙ୍କ ଶରୀରରେ ଭାରତ ବାୟୋଟେକ ଏହି ପରୀକ୍ଷା କରିବ । Drugs Controller General of India (DCGI) approves Phase II/III clinical trial of COVAXIN in the age group of 2 to 18 years. Bharat BiotechContinue reading “ଦେଶରେ ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା : ୨ରୁ ୧୮ ବର୍ଷର ପିଲାଙ୍କୁ କୋଭାକ୍ସିନ ଟ୍ରାଏଲ ପାଇଁ ଡିଜିସିଆଇର ଅନୁମତି”

ଜେଲ ଭିତରେ ନାଚଗୀତର ଆସର : ଝାରପଡା କାରଗାରର ଭିଡିଓ ଭାଇରାଲ; ଚିଲମରୁ ଉଠୁଛି ଧୂଆଁ, କଏଦୀ ଏକାଠି ବସି ହେଉଛନ୍ତି ମସଗୁଲ

କନକ ବ୍ୟୁରୋ : ଜେଲ ଭିତରେ ଚାଲିଛି ନାଚ ଗୀତର ଆସର । ସଂକିର୍ତନ ସାଙ୍ଗକୁ ଗଂଜେଇ ଚିଲମ ଧୂଆଁ ଉଡ଼ୁଛି ଜେଲ ଭିତରେ । ଝାରପଡ଼ା ଜେଲ ଭିତରର ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢୁଛି । ଅନ୍ୟପଟେ ଗଂଜେଇ ଧୂଆଁ ସାଙ୍ଗକୁ ନାଚ ଗୀତର ଆସର ଦେଖିବାକୁ ମିଳୁଛି । ତାହା ପୁଣି ଜେଲ ଭିତରେ । ତେବେ ଜେଲ ଭିତରରContinue reading “ଜେଲ ଭିତରେ ନାଚଗୀତର ଆସର : ଝାରପଡା କାରଗାରର ଭିଡିଓ ଭାଇରାଲ; ଚିଲମରୁ ଉଠୁଛି ଧୂଆଁ, କଏଦୀ ଏକାଠି ବସି ହେଉଛନ୍ତି ମସଗୁଲ”

ପୋଲିସ ଜୁଲମକୁ ନେଇ ଚାଷୀଙ୍କ ନିଆରା ପ୍ରତିବାଦ : ରାସ୍ତାରେ ପରିବା ଢାଳିଲେ ବାଲିପାଟଣାର ଚାଷୀ

କନକ ବ୍ୟୁରୋ : ପୋଲିସ ଜୁଲମ ପ୍ରତିବାଦରେ ରାସ୍ତାରେ ପରିବା ଢାଳିଲେ ଚାଷୀ । ଅଠାନ୍ତର ବନମାଳୀପୁର ରାସ୍ତା ଅବରୋଧ କଲେ ଲୋକେ । ବାଲିପାଟଣା ଧାନହରା ସାପ୍ତାହିକ ହାଟରେ କିଛି ବ୍ୟବସାୟୀ ସାମାଜିକ ନିୟମ ଉଲ୍ଲଘଂନ କରିଥିଲେ । ବାଲିପାଟଣା ପୋଲିସ ସେମାନଙ୍କୁ ତାଗିଦ କରିବା ସହ ପନିପରିବା ଫପୋଡ଼ା ଫିଙ୍ଗା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାକୁ ପ୍ରତିବାଦ କରି ଚାଷୀମାନେ ଅଠାନ୍ତର-ବନମାଳିପୁର ରାସ୍ତା ଧାନହରା ଛକରେ ପନିପରିବା ରଖି ରାସ୍ତାରୋକ କରିଛନ୍ତିContinue reading “ପୋଲିସ ଜୁଲମକୁ ନେଇ ଚାଷୀଙ୍କ ନିଆରା ପ୍ରତିବାଦ : ରାସ୍ତାରେ ପରିବା ଢାଳିଲେ ବାଲିପାଟଣାର ଚାଷୀ”

ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ: ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

କନକ ବ୍ୟୁରୋ : ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ଓଡ଼ିଶା ଜୀବିକା ମିଶନ ସଂଯୋଜକ ରଶ୍ମୀରଂଜନ ଦାସ ଘରେ ଶୋଇଥିବା ସମୟରେ କିଛି ଯୁବକ ତାଙ୍କ କବାଟ ବାଡ଼େଇଥିଲେ । ତାଙ୍କୁ ବିଡ଼ିଓ ଡ଼ାକୁଛନ୍ତି ବୋଲି କହିଥିଲେ । ତାଙ୍କ ମନରେ ସନ୍ଦେହ ହେବାକୁ ସେ ଯାଇନଥିଲେ । ଫଳରେ ତାଙ୍କ ଘର ବାହାରେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ପାଟି ଶୁଣିContinue reading “ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଲେ ଦୁର୍ବୃତ୍ତ: ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର”

୪ ଜିଲ୍ଲାରେ କୋଭିଡ ବେଡ ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ : ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଏମସିଏଲକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ସମ୍ବଲପୁର, ସୁନ୍ଦରଗଡ, ଝାରୁସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୭ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳContinue reading “୪ ଜିଲ୍ଲାରେ କୋଭିଡ ବେଡ ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ : ୫୫୦ ବେଡ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଏମସିଏଲକୁ ନିର୍ଦ୍ଦେଶ”

ଅକାଳରେ ଚାଲିଗଲେ ସ୍ତ୍ରୀ । ସ୍ତ୍ରୀଙ୍କୁ ଶେଷ ଥର ଟିକିଏ ଦେଖିବା ପାଇଁ ୧୩୦ କିଲୋମିଟର ଦୂରରୁ ସାଇକେଲ ଧରି ଧାଇଁଆସିଲେ ସ୍ୱାମୀ ।

କନକ ବ୍ୟୁରୋ : ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସାତ ଜନମର ସାଥୀ କରିବେ ବୋଲି କଥା ଦେଇଥିଲେ, ଯେତେବେଳେ, ସେହି ପ୍ରାଣପ୍ରିୟା ପତ୍ନୀଙ୍କର ମୃତ୍ୟୁର ଖବର ଆସିଲା, ସେତେବେଳେ କେମିତି ବା ଧୈର୍ଯ୍ୟ ଧରି ରହିପାରିଥାନ୍ତେ ସ୍ୱାମୀ । ଆଉ ସେଇଥିପାଇଁ ରାତିର ଘନଅନ୍ଧାରରେ ଆଖିର ଲୁହକୁ ଓଠରେ ପିଇ, ଆଉ ଛାତିର କୋହକୁ ମନରେ ଚାପି ରଖି, ଦୀର୍ଘ ୧୩୦ କିଲୋମିଟର ଦୂରରୁ ଧାଇଁଆସିଲେ । ଲକଡାଉନ୍ ପାଇଁ ନା ଟ୍ରେନ୍ ଚାଲୁଛି ନାContinue reading “ଅକାଳରେ ଚାଲିଗଲେ ସ୍ତ୍ରୀ । ସ୍ତ୍ରୀଙ୍କୁ ଶେଷ ଥର ଟିକିଏ ଦେଖିବା ପାଇଁ ୧୩୦ କିଲୋମିଟର ଦୂରରୁ ସାଇକେଲ ଧରି ଧାଇଁଆସିଲେ ସ୍ୱାମୀ ।”

Design a site like this with WordPress.com
Get started