କନକ ବ୍ୟୁରୋ : ଦେଶରେ ଦେଖାଦେଇଛି ଟିକା ସମସ୍ୟା । ଏଭଳି ସମୟରେ ଟିକା ସମସ୍ୟା ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରସୋରରେ ଉଦ୍ୟମ ଜାରି ରହିଛି । ସ୍ୱଦେଶୀ ଟିକା କୋଭାକ୍ସିନର ତିଆରି ପାଇଁ ଅନ୍ୟ କମ୍ପାନୀଙ୍କୁ ଅନୁମତି ଦେବାକୁ ଆଲୋଚନା ଚାଲିଛି । ଯଦି କୌଣସି ଔଷଧ କିମ୍ବା ଟିକା ନିର୍ମାତା କମ୍ପାନୀଙ୍କ ପାଖରେ ଆବଶ୍ୟକ ଭିତିଭୂମି ଓ ସଂଶାଧନ ଅଛି ତାହାହେଲେ ସେମାନଙ୍କୁ ଟିକା ନିର୍ମାଣ ପାଇଁ ଅନୁମତି ଦେବାକୁ ବିଚାରContinue reading “ଦୂର ହେବ ଟିକା ସମସ୍ୟା : କୋଭାକ୍ସିନ ତିଆରି ପାଇଁ ଅନ୍ୟ କମ୍ପାନୀଙ୍କୁ ଅନୁମତି ଦେବାକୁ ଚାଲିଛି ବିଚାର, ବିଦେଶୀ ଟିକାର ଆମଦାନି ଓ ଉତ୍ପାଦନ ପାଇଁ ଚାଲିଛି କଥାବାର୍ତ୍ତା”
Author Archives: Raghaba
ଏମିତି ବି କଷ୍ଟ ଦିଏ କରୋନା । କରୋନାରେ ଆରପାରିକୁ ଚାଲିଗଲା ବଡ଼ ପୁଅ । ବଡ଼ ପୁଅର ଅନ୍ତିମ ସଂସ୍କାର ସାରି ବାପା ଶଶ୍ମାନରୁ ଫେରିବା ବେଳକୁ ଚାଲିଗଲା ସାନପୁଅର ଜୀବନ ।
କନକ ବ୍ୟୁରୋ : କରୋନା ଦିନେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ବି ଭାବିନଥିଲେ । ମହାମାରୀର ମହାତାଣ୍ଡବ, କେତେ ଯେ ଆଖିକୁ ଓଦା କଲାଣି, ତାହା ଭାବିଲା ବେଳକୁ ଛାତି ଥରିଉଠୁଛି । ଆଉ ଏହାରି ଭିତରେ ନୋଏଡା ଜଲାଲପୁରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ଜାଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ମାତ୍ର କେଇଟା ସମୟ ମଧ୍ୟରେ ନିଜର ଦୁଇ ପୁଅଙ୍କୁContinue reading “ଏମିତି ବି କଷ୍ଟ ଦିଏ କରୋନା । କରୋନାରେ ଆରପାରିକୁ ଚାଲିଗଲା ବଡ଼ ପୁଅ । ବଡ଼ ପୁଅର ଅନ୍ତିମ ସଂସ୍କାର ସାରି ବାପା ଶଶ୍ମାନରୁ ଫେରିବା ବେଳକୁ ଚାଲିଗଲା ସାନପୁଅର ଜୀବନ ।”
୨୪ ଘଂଟାରେ ଦେଶର କରୋନା ମିଟର : ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୨୦ ମୃତ; ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଉଦବେଗଜନକ
କନକ ବ୍ୟୁରୋ : ଦେଶରେ ବେକାବୁ କରୋନା ସଂକ୍ରମଣ । ୨୪ଘଂଟା ଭିତରେ ୩ଲକ୍ଷ ୬୨ହଜାର ୭୨୭ ନୂଆ ସଂକ୍ରମଣ ସାମ୍ନାକୁ ଆସିଥିବା ବେଳେ ୪୧୨୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ସେହିପରି ୨୪ଘଂଟା ଭିତରେ କରୋନା ସଂକ୍ରମଣରୁ ୩ଲକ୍ଷ ୫୨ହଜାର ୧୮୧ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୩୭ ଲକ୍ଷ ୩ହଜାରContinue reading “୨୪ ଘଂଟାରେ ଦେଶର କରୋନା ମିଟର : ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୨୦ ମୃତ; ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଉଦବେଗଜନକ”
କରୋନା ଭୟରେ ଶବକୁ ଛୁଇଁଲେନି ବଂଶଧର : ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବା ପରେ ଜ୍ୱାଇଁ କଲେ ଶବ ସତ୍କାର
କନକ ବ୍ୟୁରୋ : କରୋନା ଭୟରେ ଶବକୁ ଛୁଇଁଲେନି ବଂଶଧର । ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବା ପରେ ଜ୍ୱାଇଁ କଲେ ଶବ ସତ୍କାର । ପଦ୍ମପୁର ଉପଖଣ୍ଡ ରାଜବୋଡ଼ା ସମ୍ବର ବ୍ଳକ ଦହିତା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ଘଂଟା ଧରି ଶବ ଗପଡ଼ିରହିବା ପରେ ମଧ୍ୟ ବଂଶଧର ମାନେ ପାଖ ମାଡ଼ିନଥିଲେ । ଜ୍ୱାଇଁ ମିଠାଲାଲ ମେହେର ପହଂଚି କାନ୍ଧ ଦେଇଥିଲେ ଓ ଶବ ସତ୍କାର କରିଥିଲେ ।Continue reading “କରୋନା ଭୟରେ ଶବକୁ ଛୁଇଁଲେନି ବଂଶଧର : ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବା ପରେ ଜ୍ୱାଇଁ କଲେ ଶବ ସତ୍କାର”
କରୋନାର କାରୁଣ୍ୟ : ସଂକ୍ରମଣ ଭୟରେ ସୁନ୍ଦରଗଡରେ ମୃତଦେହକୁ ଛୁଇଁଲେନି ସମ୍ପର୍କୀୟ, ଶ୍ମଶାନ ବନ୍ଧୁ କଲେ ଅନ୍ତିମ ସଂସ୍କାର
କନକ ବ୍ୟୁରୋ : ସଂକ୍ରମଣ ଭୟରେ କରୋନା ମୃତକଙ୍କ ଶବକୁ କାନ୍ଧ ଦେଲେନି ଗାଁ ଲୋକେ । ଦୀର୍ଘ ସମୟ ଧରି ଶବ ପଡ଼ି ରହିବା ପରେ ଶେଷରେ ୫୦ କିଲୋମିଟର ଯାଇ ଶବ ସତ୍କାର କଲେ ଶ୍ମଶନ ବନ୍ଧୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ସବଡ଼େଗା ବ୍ଲକ ଦେଓଗାଁରେ । ମୃତକ ଜଣକ ଖୀଷ୍ଟିଆନ ଧର୍ମର ହୋଇଥିବା ବେଳେ କଫିନ୍ ତିଆରି କରି ଧର୍ମିୟ ରୀତିନୀତିରେ ଶବକୁ ସତ୍କାର କରିଥିଲେContinue reading “କରୋନାର କାରୁଣ୍ୟ : ସଂକ୍ରମଣ ଭୟରେ ସୁନ୍ଦରଗଡରେ ମୃତଦେହକୁ ଛୁଇଁଲେନି ସମ୍ପର୍କୀୟ, ଶ୍ମଶାନ ବନ୍ଧୁ କଲେ ଅନ୍ତିମ ସଂସ୍କାର”
ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ନିରାଶ ହୁଅନ୍ତୁ ନାହିଁ : ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ବି କାମ କରିବ
କନକ ବ୍ୟୁରୋ : କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାକୁ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଦ୍ୱିତୀୟ ଡୋଜ୍ ନେବାର ସମୟ ଗଡି ଗଲାଣି । ତେଣୁ ଟିକାକରଣ କେନ୍ଦ୍ର ଗୁଡିକ ଆଗରେ ଭିଡ୍ ଲଗାଉଛନ୍ତି ଟିକା ନେବାକୁ ଅପେକ୍ଷା କରିଥିବା ଏଭଳି ଲୋକ । ଶୀଘ୍ର ଦ୍ୱିତୀୟ ଡୋଜ୍ ନନେଲେ ପ୍ରଥମ ଡୋଜର କିଛି ମୂଲ୍ୟ ରହିବ ନାହିଁ ବୋଲି ଅନେକଙ୍କ ମନରେContinue reading “ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ନିରାଶ ହୁଅନ୍ତୁ ନାହିଁ : ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ ବି କାମ କରିବ”
କରୋନା କଟକଣାକୁ ଫୁ କରି ଚାଲିଥିଲା ବିବାହ ଭୋଜି : ପୋଲସରାରେ ଶତାଧିକ ଲୋକଙ୍କ ପାଇଁ ହୋଇଥିଲା ଖାଦ୍ୟ ପ୍ରସ୍ତୁତ
କନକ ବ୍ୟୁରୋ : କରୋନା ସାରାଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ମହାମାରୀ କାହାକୁ କେତେବେଳେ ମୃତ୍ୟୁ କୋଳରେ ଶୁଆଇ ଦେଉଛି, ତାହା କଳ୍ପନା କରି ହେଉନାହିଁ । କରୋନା ସଂକ୍ରମଣ ରୋକିବାକୁ ଲଢେଇ ଚାଲିଛି । ଡାକ୍ତରଖାନାରେ ସଂକ୍ରମିତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଘରେ ସଂଗରୋଧରେ ରହି ଆକ୍ରାନ୍ତ ସୁସ୍ଥ ହେବାକୁ ଚେଷ୍ଟା ଚଳାଇଛନ୍ତି । ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡା ପଦକ୍ଷେପ ନେଉଛନ୍ତି,Continue reading “କରୋନା କଟକଣାକୁ ଫୁ କରି ଚାଲିଥିଲା ବିବାହ ଭୋଜି : ପୋଲସରାରେ ଶତାଧିକ ଲୋକଙ୍କ ପାଇଁ ହୋଇଥିଲା ଖାଦ୍ୟ ପ୍ରସ୍ତୁତ”
ବଦଳିଲା କୋଭିସିଲ୍ଡ ଟିକାକରଣ ନିୟମ : ପ୍ରଥମ ଡୋଜ୍ ନେବାର ୪୨ ଦିନ ପୂର୍ବରୁ ନେଇପାରିବେ ନାହିଁ ଦ୍ୱିତୀୟ ଡୋଜ୍
କନକ ବ୍ୟୁରୋ : କେବଳ ଭୁବନେଶ୍ୱରକୁ ଛାଡି ସାରା ରାଜ୍ୟରେ ଦିଆଯାଉଛି କୋଭିସିଲ୍ଡ ଟିକା । ତେଣୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଥିବା ଲକ୍ଷ ଲକ୍ଷ ଲୋକ ଏବେ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । ଏଭଳି ସମୟରେ କୋଭିସିଲ୍ଡ ଟିକାର ଟିକାକରଣ ନିୟମକୁ ବଦଳାଇଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ସେମାନଙ୍କୁ ୪୨ ଦିନ ପୂର୍ବରୁ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟContinue reading “ବଦଳିଲା କୋଭିସିଲ୍ଡ ଟିକାକରଣ ନିୟମ : ପ୍ରଥମ ଡୋଜ୍ ନେବାର ୪୨ ଦିନ ପୂର୍ବରୁ ନେଇପାରିବେ ନାହିଁ ଦ୍ୱିତୀୟ ଡୋଜ୍”
କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ : ଅମ୍ଳଜାନ ଯୋଗାଣ ଓ ଔଷଧ ଯୋଗାଣ ନେଇ ଚର୍ଚ୍ଚା
କନକ ବ୍ୟୁରୋ : ଦେଶରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଚ୍ଚସ୍ତରୀୟ ବୈଠକରେ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ରାଜ୍ୟ, ଅକ୍ସିଜେନ ଅଭାବ ନେଇ ବାରମ୍ବାର ଅଭିଯୋଗ କରୁଥିବାରୁ, କିପରି ଏହା ଦୂର ହେବ, ଏ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କୁ ଏ ନେଇ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।Continue reading “କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ : ଅମ୍ଳଜାନ ଯୋଗାଣ ଓ ଔଷଧ ଯୋଗାଣ ନେଇ ଚର୍ଚ୍ଚା”
ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ । ୧୩ ତାରିଖ ପୂର୍ବାହ୍ନ ସୁଦ୍ଧା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ବାଲେଶ୍ବର, ଭଦ୍ରକ, ଯାଜପୁର,Continue reading “ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”