କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜ୍ୟରେ ଆଇସିୟୁ ବେଡ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ ସେକ୍ଟର ଆଇସିୟୁ ଅଛି ତାକୁ ବ୍ୟବହାର କରାଯାଇଛି । ଗ୍ୟାସ ମ୍ୟାନୁପଲ ସିଷ୍ଟମ ଲାଗି ଆଇସିୟୁ ବେଡ ବଢ଼ାଇବା ସମୟ ସାପେକ୍ଷ । ସେଥିପାଇଁ ଆଇସିୟୁ ଜାଗାରେ ଏଚଡିୟୁ ବେଡ ବଢ଼ାଇବା ପାଇଁ ଚେଷ୍ଟା କରୁଛୁ । ସେହିପରି ଅକ୍ସିଜେନContinue reading “କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ରାଜ୍ୟରେ ନିୟନ୍ତ୍ରଣାଧୀନ ଅଛି ଦୈନିକ ସଂକ୍ରମଣ; ଅନ୍ୟ ରାଜ୍ୟ ଭଳି ଭୟଙ୍କର ସ୍ଥିତିକୁ ଯାଇନି ଓଡିଶା”
Author Archives: Raghaba
ବଦଳିଲେ ବିଏମସି କମିସନର : ସଂଜୟ ସିଂ ହେଲେ ବିଏମସିର ନୂଆ କମିସନର; ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର
କନକ ବ୍ୟୁରୋ : ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିସନର । ସଞ୍ଜୟ କୁମାର ସିଂ ନୂଆ କମିସନର ହୋଇଛନ୍ତି । ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ଅନ୍ୟପକ୍ଷରେ ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶର ଦାୟିତ୍ବ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । କ୍ରିଷନ କୁମାର ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେContinue reading “ବଦଳିଲେ ବିଏମସି କମିସନର : ସଂଜୟ ସିଂ ହେଲେ ବିଏମସିର ନୂଆ କମିସନର; ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର”
ଟିକାକରଣ ନେଇ କଂଗ୍ରେସକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ : କହିଲେ କରୋନା କାଳରେ ହିନ ରାଜନୀତି କରୁଛି କଂଗ୍ରେସ
କନକ ବ୍ୟୁରୋ : ଟିକାକରଣ ନେଇ କଂଗ୍ରେସକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କରୋନା କାଳରେ ହିନ ରାଜନୀତି କରୁଛି କଂଗ୍ରେସ । ଦିଲ୍ଲୀରୁ ପ୍ରତିଦିନ ଦେଶରେ ସବୁ ରାଜ୍ୟକୁ ଟିକା ପଠାଯାଉଥିବା ପ୍ରେସମିଟରେ ସୂଚନା ଦେଲେ ଅପରାଜିତା । ଏହା ସହ ଟିକା ଯୋଗାଣରେ କୌଣସି ପାତର ଅନ୍ତର କରାଯାଇନଥିବା କହିଛନ୍ତି । ଟିକାକରଣ ନେଇ ବେଜ୍ଞାପିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି ସାଂସଦ । ଟିକାକରଣ ନେଇ କଂଗ୍ରେସ ଶାସିତContinue reading “ଟିକାକରଣ ନେଇ କଂଗ୍ରେସକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ : କହିଲେ କରୋନା କାଳରେ ହିନ ରାଜନୀତି କରୁଛି କଂଗ୍ରେସ”
ଦେଶରେ ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା : ୨ରୁ ୧୮ ବର୍ଷ ବୟସ୍କଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ସୂଚନା
କନକ ବ୍ୟୁରୋ : ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା । କାନାଡାରେ ୧୨ରୁ ୧୮ ବର୍ଷ ବୟସ୍କ ଏବଂ ଆମେରିକାରେ ୧୨ରୁ ୧୫ ବର୍ଷ ବୟସ୍କଙ୍କ ପାଇଁ କରୋନା ଟିକାକରଣକୁ ଅନୁମତି ପ୍ରଦାନ କରାଯାଇଛି । ଏପଟେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପିଲାଙ୍କୁ ସଂକ୍ରମିତ କରୁଥିବା ଖବର ଆସୁଛି । ପୁଣି ତୃତୀୟ ଲହର ବେଳକୁ ଏହା ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶContinue reading “ଦେଶରେ ପିଲାଙ୍କ ଉପରେ ହେବ କରୋନା ଟିକା ପରୀକ୍ଷା : ୨ରୁ ୧୮ ବର୍ଷ ବୟସ୍କଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ସୂଚନା”
କୋରାପୁଟ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୧୦୦ ଉପରେ ରହୁଛି ଦୈନିକ ସଂକ୍ରମଣ
କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ସଂଖ୍ୟା ୧୦୦ ଉପରେ ରହୁଛି । ଗ୍ରୀନ ଜୋନ୍ ବ୍ସକର ସଂଖ୍ୟା କମିବାରେ ଲାଗିଛି । ଏବଂ ଆଗକୁ ଏହା ବଢିବା ନେଇ ଆଶଙ୍କା କରାଯାଉଛି । ରୋଗୀଙ୍କ ଚିକିତ୍ସା ପାଇଂ ଜିଲ୍ଲାରରେ କୋଭିଡ୍ ହସ୍ପିଟାଲରେ ସମୁଦାୟ ୨୨୦ ବେଡ୍ ରହିଛି । ତାହା ଭିତରୁ ସହିଦ୍ ଲକ୍ଷ୍ଣନ ନାୟକ ମେଡିକାଲ କଲେଜରେ ୭୦ ଶଯ୍ୟା ବିଶିଷ୍ଟContinue reading “କୋରାପୁଟ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୧୦୦ ଉପରେ ରହୁଛି ଦୈନିକ ସଂକ୍ରମଣ”
କ୍ରିକେଟ ପରେ ରାଜନୀତି ମୈଦାନରେ ମନୋଜଙ୍କ ଛକା । ମମତାଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ ସ୍ଥାନ ।
କନକ ବ୍ୟୁରୋ : ମନ୍ତ୍ରୀ ବନିଲେ ପୂର୍ବତନ କ୍ରିକେଟର । କ୍ରିକେଟ ପରେ ଏବେ ରାଜନୀତି ମୈଦାନରେ ମଧ୍ୟ କମାଲ କରିଛନ୍ତି ମନୋଜ ତିୱାରୀ । ପଶ୍ଚିମବଙ୍ଗରୁ ନିର୍ବାଚନ ଜିତିବା ସହ ଏବେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି ମନୋଜ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଘୋଷଣା ହେବାର କିଛି ସମୟ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ମନୋଜ ତିୱାରୀ । ଦଳ ତାଙ୍କ ଉପରେ ବିଶ୍ୱାସ ରଖିବା ସହ ତାଙ୍କୁ ଟିକେଟ୍Continue reading “କ୍ରିକେଟ ପରେ ରାଜନୀତି ମୈଦାନରେ ମନୋଜଙ୍କ ଛକା । ମମତାଙ୍କ ମନ୍ତ୍ରୀମଣ୍ଡଳରେ ପାଇଲେ ସ୍ଥାନ ।”
୨୪ ଘଂଟାରେ ଦେଶରେ ପୁଣି ୩,୪୮,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨୦୫ମୃତ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୧୮ଟି ରାଜ୍ୟରେ କମୁଛି ସଂକ୍ରମଣ ହାର
କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟା ଭିତରେ ପୁଣି ୩,୪୮,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୪୨୦୫ ଜଣ । ଫଳରେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨,୫୪,୧୯୭ରେ ପହଂଚିଛି । ଦେଶରେ ଆଜିଯାଏଁ ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କରୋନାରୁ ସୁସ୍ଥ ହେଲେଣି ୧ କୋଟି ୯୩ ଲକ୍ଷ ୮୨ ହଜାରContinue reading “୨୪ ଘଂଟାରେ ଦେଶରେ ପୁଣି ୩,୪୮,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪୨୦୫ମୃତ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୧୮ଟି ରାଜ୍ୟରେ କମୁଛି ସଂକ୍ରମଣ ହାର”
ଅମାନିଆ ସ୍କର୍ପିଓ କାରକୁ ଗୁଳି କରି ଅଟକାଇଲେ ସିଆରପିଏଫ ଯବାନ : ପୁଲିସ ଉପରକୁ ଗାଡି ମଡ଼ାଇ ଓଡ଼ିଶା ଭିତରକୁ ପ୍ରବେଶ କରିଥିଲା ଅମାନିଆ ସ୍କପିଓ
କନକ ବ୍ୟୁରୋ : ଅମାନିଆ ସ୍କର୍ପିଓ କାରକୁ ଗୁଳି କରି ଅଟକାଇଲେ ସିଆରପିଏଫ ଯବାନ । ଅମାନିଆ ଚରମ ସୀମା ଟପି ଯିବାର ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । ଆନ୍ଧ୍ରପ୍ରଦେଶର ଚିନ୍ତୁର ଠାରେ ପୁଲିସ ଉପରକୁ ଗାଡି ମଡ଼ାଇ ଓଡ଼ିଶା ଭିତରକୁ ପ୍ରବେଶ କରି ଥିଲା ଅମାନିଆ ସ୍କପିଓ । ପ୍ରଥମେ ମୋଟୁ ବର୍ଡର ଚେକ ପଏଂଟ, ପରେ ଏମଭି ୬୭ ଓ ପଡ଼ିଆ ଥାନା ଚେକପୋଷ୍ଟ ଭାଙ୍ଗି ପୁଣି ଛତିଶଗଡ଼ ପହଂଚି ଯାଇଥିଲା ଏହିContinue reading “ଅମାନିଆ ସ୍କର୍ପିଓ କାରକୁ ଗୁଳି କରି ଅଟକାଇଲେ ସିଆରପିଏଫ ଯବାନ : ପୁଲିସ ଉପରକୁ ଗାଡି ମଡ଼ାଇ ଓଡ଼ିଶା ଭିତରକୁ ପ୍ରବେଶ କରିଥିଲା ଅମାନିଆ ସ୍କପିଓ”
ଏଥର ଅମାନିଆଙ୍କୁ ନିସ୍ତାର ନାହିଁ : ଆଉ ଚଳିବନି ଆଇକାର୍ଡ; ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ ଅଥୋରାଇଜେସନ ଲେଟର ବାଧ୍ୟତାମୂଳକ କଲା କମିଶନରେଟ ପୋଲିସ
କନକ ବ୍ୟୁରୋ : ଅମାନିଆଙ୍କ ଉପରେ କଠୋର ହେଲା ପୋଲିସ । ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ହେଲେ ଏହାର ଅନୁଚିତ ଫାଇଦା ଉଠାଇ କିଛି ଲୋକ ଅନାବଶ୍ୟକ ଭାବେ ବୁଲାବୁଲି କରୁଥିବା ଅଭିଯୋଗ ହେବା ପରେ ଅଧିକ ସତର୍କ ହୋଇଛି ପୋଲିସ । ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କContinue reading “ଏଥର ଅମାନିଆଙ୍କୁ ନିସ୍ତାର ନାହିଁ : ଆଉ ଚଳିବନି ଆଇକାର୍ଡ; ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ ଅଥୋରାଇଜେସନ ଲେଟର ବାଧ୍ୟତାମୂଳକ କଲା କମିଶନରେଟ ପୋଲିସ”
ଆଉ ୧୭ ଜୀବନ ନେଲା କରୋନା । ଗତ ୨୪ ଘଣ୍ଟାରେ ୧୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ… ୧୭ ମୃତ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୧୪୯ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୮୩୩ ଆକ୍ରାନ୍ତ ଅଛନ୍ତି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା | ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ ଥିବାବେଳେ ଭୁବନେଶ୍ୱରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ,Continue reading “ଆଉ ୧୭ ଜୀବନ ନେଲା କରୋନା । ଗତ ୨୪ ଘଣ୍ଟାରେ ୧୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ… ୧୭ ମୃତ”