ଟିକା ଯୋଗାଇବାରେ ବିଫଳ ହେଲେ କେନ୍ଦ୍ର ସରକାର । ବିଦେଶରୁ ଟିକା କିଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ପାଇଁ ହେଲା ସଂକଳ୍ପ

କନକ ବ୍ୟୁରୋ: ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ କେତେ ଆଗ୍ରହ ବଢ଼ିବାରେ ଲାଗିଛି । ହେଲେ ଲୋକଙ୍କୁ ଦେବାକୁ ଟିକା ନାହିଁ । ଚାହିଦାକୁ ଦେଖି ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବା ପରେ ମଧ୍ୟ ଏହା ପୂରଣ କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର । ଏଭଳି ପରିସ୍ଥିତିରେ ଅଭାବ ପୂରଣ ପାଇଁ ରାଜ୍ୟ ସରକାର ବିଦେଶରୁ ଟିକା ଆଣିବା ପାଇଁ ନିଷ୍ପତି ନେଇଛନ୍ତି । ମହାମାରୀକୁ ମାତ ଦେବାକୁ ଏକମାତ୍ର ସଞ୍ଜିବନୀContinue reading “ଟିକା ଯୋଗାଇବାରେ ବିଫଳ ହେଲେ କେନ୍ଦ୍ର ସରକାର । ବିଦେଶରୁ ଟିକା କିଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ପାଇଁ ହେଲା ସଂକଳ୍ପ”

କାନାଡ଼ା ପରେ ଆମେରିକାର ବଡ଼ ନିଷ୍ପତି । ୧୨ରୁ ୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର ଟିକା ।

କନକ ବ୍ୟୁରୋ: ଏଣିକି ୧୨ ରୁ ୧୫ବର୍ଷ ବୟସର ପିଲାଙ୍କୁ ଦିଆଯିବ କରୋନା ଟିକା । ଆମେରିକାରେ ୧୨-୧୫ବର୍ଷ ପିଲାଙ୍କୁ ଫାଇଜର ଟିକା ଦେବା ପାଇଁ ଏଫଡିଏ ଅନୁମତି ଦେଇଛି। କାନାଡା ପରେ ଦ୍ଵିତୀୟ ଦେଶ ଭାବେ ଆମେରିକାରେ ଏହି ବର୍ଗର ପିଲାଙ୍କୁ ଦିଆଯିବ ଟିକା। କରୋନା ମହମାରୀ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ସବୁ ବୟସରୁ ଲୋକଙ୍କୁ ସଂକ୍ରମିତ କରୁଛି ଭୁତାଣୁ। ଛୋଟ ପିଲାମାନେ ମଧ୍ୟ ଭୂତାଣୁର ଶିକାର ହେଉଛନ୍ତି। ଏପରି ସମୟରେContinue reading “କାନାଡ଼ା ପରେ ଆମେରିକାର ବଡ଼ ନିଷ୍ପତି । ୧୨ରୁ ୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର ଟିକା ।”

ଧାଡ଼ିରେ ଛିଡ଼ା ହୋଇଛି ଓଡ଼ିଶା । କରୋନା ଟେଷ୍ଟ ଓ କରୋନା ଟିକା ପାଇଁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଲୋକ ହଟହଟା । ଟେଷ୍ଟ ପାଇଁ ଆସିଥିବା ବେଳେ ଶିଶୁକନ୍ୟାକୁ ଜନ୍ମ କଲେ ପ୍ରସୂତୀ

କନକ ବ୍ୟୁରୋ: ଅବ୍ୟବସ୍ଥା କୁହନ୍ତୁ ବା ଟିକାର ଅଭାବ । ଟିକାକାରଣ କେନ୍ଦ୍ର ଗୁଡ଼ିକରୁ ଯେଉଁ ସବୁ ଚିତ୍ର ଆସୁଛି, ତାହା ବ୍ୟବସ୍ଥାର ବିକଳ ଅବସ୍ଥାକୁ ଦର୍ଶାଇଛି । ଆଉ କରୋନା ପରୀକ୍ଷା ପାଇଁ ଯେଉଁମାନେ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଆସୁଛନ୍ତି, ତାଙ୍କ ଅବସ୍ଥା ଆହୁରୀ ଦୟନୀୟ । କେଉଁଠି ପାହାଁନ୍ତିଆରୁ ଟିକା ପାଇଁ ଲୋକ ଲାଇନ୍ରେ ଛିଡ଼ା ହେବା ପରେ ବି ସକାଳୁ ମନା କରିଦିଆଯାଉଛି, ତ ଆଉ କେଉଁଠି କରୋନା ପରୀକ୍ଷା କରିବା ପାଇଁ ଆସିଥିବା ଲୋକେ,Continue reading “ଧାଡ଼ିରେ ଛିଡ଼ା ହୋଇଛି ଓଡ଼ିଶା । କରୋନା ଟେଷ୍ଟ ଓ କରୋନା ଟିକା ପାଇଁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଲୋକ ହଟହଟା । ଟେଷ୍ଟ ପାଇଁ ଆସିଥିବା ବେଳେ ଶିଶୁକନ୍ୟାକୁ ଜନ୍ମ କଲେ ପ୍ରସୂତୀ”

ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ, କହିଲା ବିଶ୍ୱ ପାଇଁ ଚିନ୍ତାର କାରଣ ।

କନକ ବ୍ୟୁରୋ: ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଖୁବ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ । ଏକ ସାମ୍ବାଦିକ ସମ୍ମିଳନୀ କରି ଡବ୍ଲୁଏଚଓ କହିଛି ଭାରତରେ ଦେଖା ଦେଇଥିବା କରୋନାର ନୂଆ ରୁପ- ବି.୧.୬୧୭ ଗତବର୍ଷ ଅକ୍ଟୋବର ବେଳକୁ ଚିହ୍ନଟ ହୋଇଥିଲା । ରୁପ ବଦଳାଇବା ପରେ ମୂଳ ଭୂତାଣୁ ଅପେକ୍ଷା ଏହାContinue reading “ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ, କହିଲା ବିଶ୍ୱ ପାଇଁ ଚିନ୍ତାର କାରଣ ।”

ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ। କୋଭିଡ୍ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲକୁ ସରକାରଙ୍କ କଡା ତାଗିଦ ।

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ୟ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ଫିଡବ୍ୟାକ୍‌ ସଂଗ୍ରହ କରିଛନ୍ତି । ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ବ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୧. ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସାContinue reading “ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ। କୋଭିଡ୍ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲକୁ ସରକାରଙ୍କ କଡା ତାଗିଦ ।”

‘ବ୍ଲାକ ଫଙ୍ଗସ୍’ ଲକ୍ଷଣ ଥିବା ଆଉ ଦୁଇ ଜଣ ରୋଗୀ ଓଡ଼ିଶାରୁ ଚିହ୍ନଟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଜଣେ ଦୃଷ୍ଟିଶକ୍ତି ହରାଇଥିବା ବେଳେ, ଆଉ ଜଣଙ୍କ ଆଖି ଓ ନାକ ପ୍ରଭାବିତ

କନକ ବ୍ୟୁରୋ: ଗୋଟିଏ ପଟେ କୋଭିଡ ମୁଣ୍ଡବ୍ୟଥାର କାରଣ ପାଲଟି ଥିବା ବେଳେ ଏବେ ବ୍ଲାକ ଫଙ୍ଗସ ନୂଆ ଭୟ ସୃଷ୍ଟି କଲାଣି, ସୋମବାର ବ୍ଲାକ ଫଙ୍ଗସ ଥିବା ଜଣେ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଭୁବନେଶ୍ୱରର ଆଉ ଏକ ଘରୋଇ ହସ୍ପିଟାଲ ରେ ‘ବ୍ଲାକ ଫଙ୍ଗସ’ ଲକ୍ଷଣ ଥିବା ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଦୁଇଜଣ ରୋଗୀଙ୍କୁ ପୂର୍ବରୁ କୋଭିଡ ହୋଇଥିଲା ଏବଂ ତା ପରେ ବ୍ଲାକContinue reading “‘ବ୍ଲାକ ଫଙ୍ଗସ୍’ ଲକ୍ଷଣ ଥିବା ଆଉ ଦୁଇ ଜଣ ରୋଗୀ ଓଡ଼ିଶାରୁ ଚିହ୍ନଟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଜଣେ ଦୃଷ୍ଟିଶକ୍ତି ହରାଇଥିବା ବେଳେ, ଆଉ ଜଣଙ୍କ ଆଖି ଓ ନାକ ପ୍ରଭାବିତ”

ଆରବ ସାଗରରେ ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତଉକତେ’…

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହେବାକୁ ଯ଼ାଉଛି ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଆଗାମୀ କିଛି ଦିନ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯ଼ାଉଛି ଓ ଏହା ଆସନ୍ତା ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି । ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ ମଧ୍ୟ ଏହି ବାତ୍ୟାContinue reading “ଆରବ ସାଗରରେ ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତଉକତେ’…”

ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ବିହାର ଏନଡିଏ ମେଣ୍ଟରେ ଫାଟ । ଜୀତନରାମ ମାଂଝୀ ଓ ମୁକେଶ ମଲ୍ଲହାଙ୍କ ବିରୋଧ

କନକ ବ୍ୟୁରୋ : ବିହାରର ଲୋକପ୍ରିୟ ନେତା ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ବିହାର ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ପପୁଙ୍କ ଗିରଫ୍ କୁ ନେଇ ନୀତିଶ ସରକାରର ଦୁଇ ସହଯୋଗୀ ଦଳ ନେତାଙ୍କର ଅଲଗା ଅଲଗା ରାୟ ଆସୁଛି । ନୀତିଶ ସରକାରରେ ସହଯୋଗୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀ ଓ ଅନ୍ୟ ସହଯୋଗୀ ମୁକେଲ ମଲ୍ଲହା କହିଛନ୍ତି କି ପପୁ ଯାଦବ ଜଣେ ଜନପ୍ରତିନିଧି ଓ ସେ ବିହାରର ଲୋକପ୍ରିୟContinue reading “ପପୁ ଯାଦବଙ୍କ ଗିରଫଦାରୀକୁ ନେଇ ବିହାର ଏନଡିଏ ମେଣ୍ଟରେ ଫାଟ । ଜୀତନରାମ ମାଂଝୀ ଓ ମୁକେଶ ମଲ୍ଲହାଙ୍କ ବିରୋଧ”

୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ୨୪ ଘଂଟାରେ ୧୮ ଲକ୍ଷ ୫୦ ହଜାର ୧୧୦ ନମୁନା ପରୀକ୍ଷା । ୩ଲକ୍ଷ ୨୯ ହଜାର ୯୪୨ପଜିଟିଭ

କନକ ବ୍ୟୁରୋ: ଦୁଇ ସପ୍ତାହ ପରେ ସାରାଦେଶରେ କମିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡକଥା ହେଉଛି ଗୋଟିଏ ଦିନରେ ମୋଟ୍ ୧୮ଲକ୍ଷ ୫୦ହଜାର ୧୧୦ଟି ନମୂନା ପରୀକ୍ଷା ହୋଇଥିଲା । ଅର୍ଥାତ ଗତ ୨୪ ଘଂଟାରେ ଟେଷ୍ଟ ପଜିଟିଭିଟି ରେଟ ୧୭.୮୩ ପ୍ରତିଶତ ରହିଛି । ଏପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାContinue reading “୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ । ୨୪ ଘଂଟାରେ ୧୮ ଲକ୍ଷ ୫୦ ହଜାର ୧୧୦ ନମୁନା ପରୀକ୍ଷା । ୩ଲକ୍ଷ ୨୯ ହଜାର ୯୪୨ପଜିଟିଭ”

ତେଲଙ୍ଗାନା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି । ଆସନ୍ତା କାଲି ଠାରୁ  ୧୦ ଦିନ ଯାଏଁ ରାଜ୍ୟରେ ଲକଡାଉନ୍ ଘୋଷଣା

କନକ ବ୍ୟୁରୋ : ତେଲଙ୍ଗାନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟରେ ଆସନ୍ତା କାଲି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରାଯାଇଛି । ଘୋଷଣା ମୁତାବକ ଆସନ୍ତା କାଲି ସକାଳ ୬ ଟାରୁ ଏହି ଲକଡାଉନ୍ ଲାଗୁ କରାଯିବ । ଲକଡାଉନ୍ ସମୟରେ ପ୍ରତିଦିନ ସକାଳ ୧୦ ରୁ ରାତି ୧୦ ମଧ୍ୟରେContinue reading “ତେଲଙ୍ଗାନା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି । ଆସନ୍ତା କାଲି ଠାରୁ  ୧୦ ଦିନ ଯାଏଁ ରାଜ୍ୟରେ ଲକଡାଉନ୍ ଘୋଷଣା”

Design a site like this with WordPress.com
Get started