୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ : ୩୭ ଲକ୍ଷ ୧୫ ହଜାର ୨୨୧କୁ ଖସି ଆସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା; ସୁସ୍ଥ ହାର ୮୨.୭୫ ପ୍ରତିଶତକୁ ବୃଦ୍ଧି

କନକ ବ୍ୟୁରୋ : ଦୁଇ ସପ୍ତାହ ପରେ ସାରାଦେଶରେ କମିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ଦେଶରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡକଥା ହେଉଛି ଗୋଟିଏ ଦିନରେ ମୋଟ୍ ୧୮ ଲକ୍ଷ ୫୦ ହଜାର ୧୧୦ଟି ନମୂନା ପରୀକ୍ଷା ହୋଇଥିଲା । ଅର୍ଥାତ ଗତ ୨୪ ଘଂଟାରେ ଟେଷ୍ଟ ପଜିଟିଭିଟି ରେଟ ୧୭.୮୩ ପ୍ରତିଶତ ରହିଛି । ଏପଟେ କେନ୍ଦ୍ରContinue reading “୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ : ୩୭ ଲକ୍ଷ ୧୫ ହଜାର ୨୨୧କୁ ଖସି ଆସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା; ସୁସ୍ଥ ହାର ୮୨.୭୫ ପ୍ରତିଶତକୁ ବୃଦ୍ଧି”

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ । ପଶ୍ଚିମବଙ୍ଗରେ ୭୭ ବିଜେପି ବିଧାୟକଙ୍କୁ ସୁରକ୍ଷା ଦେବ ଅର୍ଦ୍ଧସାମରିକ ବଳ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭାକୁ ନୂଆ ନିର୍ବାଚିତ ହୋଇଥିବା ସମସ୍ତ ୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଯୋଗାଇବେ । ସୋମବାର ଦିନ ସୂଚନା ଦିଆଯାଇଛି କି ପଶ୍ଚିମବଙ୍ଗର ସମସ୍ତ ବିଜେପି ବିଧାୟକଙ୍କୁ ଅର୍ଦ୍ଧ ସାମରିକବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସର ସଶସ୍ତ୍ର କମାଣ୍ଡର ମାନେ ସୁରକ୍ଷା ଯୋଗାଇବେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଦେଖାଦେଇଥିବା ହିଂସା କୁ ନଜରରେ ରଖିContinue reading “କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ । ପଶ୍ଚିମବଙ୍ଗରେ ୭୭ ବିଜେପି ବିଧାୟକଙ୍କୁ ସୁରକ୍ଷା ଦେବ ଅର୍ଦ୍ଧସାମରିକ ବଳ”

ମହାମାରୀ ନେଉଛି ମାଓବାଦୀଙ୍କ ଜୀବନ! କରୋନାରେ ୧୦ ମାଓବାଦୀଙ୍କ ମୃତ୍ୟୁ ସୂଚନା, ଦାନ୍ତେୱାଡା ଏସପି କହିଲେ ଆତ୍ମସର୍ମପଣ କଲେ ମିଳିବ ଚିକିତ୍ସା ସୁବିଧା ।

କନକ ବ୍ୟୁରୋ : କରୋନାରେ ୧୦ ମାଓବାଦୀ ମୃତ୍ୟୁ ସୂଚନା । କରୋନା ଓ ଫୁଡ ପଏଜନ ପାଇଁ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହା ଦର୍ଶାଉଛି ଲାଲଗଡରେ କାୟା ମେଲାଉଛି କରୋନା । ୧୦ ମାଓବାଦୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳୁଥିବା ବେଳେ ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ଥିବା ଖବର ଆସୁଛି । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ । ଦକ୍ଷିଣ ବସ୍ତର ଜଙ୍ଗଲରେ ଏବେContinue reading “ମହାମାରୀ ନେଉଛି ମାଓବାଦୀଙ୍କ ଜୀବନ! କରୋନାରେ ୧୦ ମାଓବାଦୀଙ୍କ ମୃତ୍ୟୁ ସୂଚନା, ଦାନ୍ତେୱାଡା ଏସପି କହିଲେ ଆତ୍ମସର୍ମପଣ କଲେ ମିଳିବ ଚିକିତ୍ସା ସୁବିଧା ।”

ଗ୍ଲୋବାଲ ଟେଣ୍ଡର କରିବେ ରାଜ୍ୟ ସରକାର : ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁସିଂଘଭି, କେନ୍ଦ୍ରକୁ କଲେ ସମାଲୋଚନା

କନକ ବ୍ୟୁରୋ : କରୋନା ଟିକାର ଚାହିଦା ପୂରଣ କରିବାକୁ ଗ୍ଲୋବାଲ ଟେଣ୍ଡର କରିବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ତେବେ ଟିକା ପାଇଁ ଓଡିଶାର ଗ୍ଲୋବାଲ ଟେଣ୍ଡର ନିଷ୍ପତିକୁ ପ୍ରସଂଶା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁସିଂଘଭି । ଏଥିସହ କେନ୍ଦ୍ର ସରକାରଙ୍କୁ ସେ ତୀବ୍ର ସମାଲୋଚନା କରିଛନ୍ତି । ଓଡିଶା ସରକାରଙ୍କ ଭଳି କେନ୍ଦ୍ର ସରକାର ମଧ୍ୟ ଗ୍ଲୋବାଲ ଟେଣ୍ଡର ନକରି ଟିକାମୈତ୍ରୀ ଜରିଆରେ ବିଶ୍ୱଗୁରୁContinue reading “ଗ୍ଲୋବାଲ ଟେଣ୍ଡର କରିବେ ରାଜ୍ୟ ସରକାର : ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କଂଗ୍ରେସ ନେତା ଅଭିଷେକ ମନୁସିଂଘଭି, କେନ୍ଦ୍ରକୁ କଲେ ସମାଲୋଚନା”

ଷ୍ଟେଟବ୍ୟାଙ୍କର ସାଲାରୀ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର । ମିଳିବାକୁ ଯାଉଛି ଏହି ୫ ଟି ସୁବିଧା ।

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଜାତୀୟକରଣ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ସର୍ବଦା ତା’ର ଖାତାଧାରକଙ୍କ ସୁବିଧା ପାଇଁ ଅନେକ ସୁବିଧା ଆଣିଥାଏ । ଏହି କ୍ରମରେ ଏବେ ଷ୍ଟେଟବ୍ୟାଙ୍କ ତା’ର ସାଲାରୀ ଆକାଉଣ୍ଟଧାରୀଙ୍କ ପାଇଁ ୫ ଟି ସୁବିଧା ଘୋଷଣା କରିଛି । ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟ ମୁତାବକ ସାଲାରୀ ଆକାଉଣ୍ଟ ଖୋଲିଥିବା ଖାତାଧାରକଙ୍କୁ କାର ଲୋନ, ବ୍ୟକ୍ତିଗତ ଲୋନ , ଘର ନିର୍ମାଣ ପାଇଁ ଲୋନ, ଏଜୁକେଶନContinue reading “ଷ୍ଟେଟବ୍ୟାଙ୍କର ସାଲାରୀ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର । ମିଳିବାକୁ ଯାଉଛି ଏହି ୫ ଟି ସୁବିଧା ।”

କରୋନାରେ ଚାଲିଗଲା ୧୦ ବର୍ଷର ଶିଶୁର ଜୀବନ : ହେମୋଫେଲିଆ ରୋଗରେ ଥିଲେ ଆକ୍ରାନ୍ତ

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା । ଛୁଆ କି ବୁଢ଼ା କିମ୍ବା ଯୁବା ଏହି ମହାମାରୀ କବଳରୁ ବଂଚିବା ସହଜ ହେଉନି । ଗତକାଲି ମହାମାରୀ କରୋନାରେ ବ୍ରହ୍ମପୁରରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ହାଉସିଂଗ ବୋର୍ଡରର କୈଳାଶ ନାୟକଙ୍କ ଜଣେ ଶିଶୁ କରୋନା ଆକ୍ରାନ୍ତ ହୋଇ ଏମକେସିଜିରେ ଚିକିତ୍ସିତ ହେଉଥିଲେ । ଶିଶୁ ଜଣଙ୍କ ହେମୋଫିଲିଆରେ ପୀଡିତ ଥିଲେ । ହେମୋଫେଲିଆ ଏକ ରୋଗ ଯେଉଁଥିରେ ଶରୀର କୌଣସି ସ୍ଥାନରେContinue reading “କରୋନାରେ ଚାଲିଗଲା ୧୦ ବର୍ଷର ଶିଶୁର ଜୀବନ : ହେମୋଫେଲିଆ ରୋଗରେ ଥିଲେ ଆକ୍ରାନ୍ତ”

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : ଭୂତାଣୁର ନୂଆ ପ୍ରକାର ପୂର୍ବ ସଂକ୍ରମଣ ତୁଳନାରେ ଅଧିକ ବେଗରେ ମାଡ଼ୁଛି

କନକ ବ୍ୟୁରୋ : ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ । ଏହା ଖୁବ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଡବ୍ଲୁଏଚଓ କହିଛି ଭାରତରେ ଦେଖା ଦେଇଥିବା କରୋନାର ନୂଆ ରୁପ- ବି.୧. ୬୧୭ ଗତବର୍ଷ ଅକ୍ଟୋବର ବେଳକୁ ଚିହ୍ନଟ ହୋଇଥିଲା । ତେବେ ରୁପ ବଦଳାଇବା ପରେ ମୂଳContinue reading “ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : ଭୂତାଣୁର ନୂଆ ପ୍ରକାର ପୂର୍ବ ସଂକ୍ରମଣ ତୁଳନାରେ ଅଧିକ ବେଗରେ ମାଡ଼ୁଛି”

କରୋନାରେ ମୃତ୍ୟୁ ପରେ ଶିକ୍ଷକଙ୍କ ଶବକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ : ଛାତ୍ର ବତ୍ସଳ ଶିକ୍ଷକଙ୍କ ଶବ ପ୍ରତି ଅସମ୍ମାନକୁ ନେଇ କାମାକ୍ଷାନଗରରେ ଅସନ୍ତୋଷ

କନକ ବ୍ୟୁରୋ : କରୋନା କାଳର କରୁଣ ଚିତ୍ର । ୧୪ ଘଂଟା ପରେ ବି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ମିଳିଲାନି କାନ୍ଧ । ଶବକୁ ଘରୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି କାମାକ୍ଷାନଗର ମୁଣ୍ଡି ଦେଉଳି ଅଂଚଳରେ । ରବିବାର ରାତି ପ୍ରାୟ ୧୦ଟାରେ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସାରଙ୍କ ମୃତ୍ୟୁ ହୋଇଥିଲା । ଗତ ସପ୍ତାହେ ହେବ ସେ ଜ୍ୱରରେ ପୀଡିତ ଥିଲେ । ଘରେ ସଂଗରୋଧରେContinue reading “କରୋନାରେ ମୃତ୍ୟୁ ପରେ ଶିକ୍ଷକଙ୍କ ଶବକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ : ଛାତ୍ର ବତ୍ସଳ ଶିକ୍ଷକଙ୍କ ଶବ ପ୍ରତି ଅସମ୍ମାନକୁ ନେଇ କାମାକ୍ଷାନଗରରେ ଅସନ୍ତୋଷ”

ଲକଡାଉନରେ ଅମାନିଆଙ୍କ ପାଇଁ ପୋଲିସ ବାବୁ କହିଲେ ଏମିତି କଥା । ଭାଇରାଲ ହେଉଛି ଭିଡ଼ିଓ ।

କନକ ବ୍ୟୁରୋ : ଭାରତରେ କରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି। ଏଥିସହିତ ଲୋକମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ ବି କରାଯାଉଛି। କାରଣ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ଦ୍ବାରା ହିଁ ସଂକ୍ରମଣ ଚେନକୁ ଭଙ୍ଗା ଯାଇପାରିବ । ପୁଲିସ ବି ଲୋକମାନଙ୍କୁ କୋଭିଡ-୧୯ ପାଇଁ ଲାଗୁ କରାଯାଇଥିବା କଟକଣାକୁ ପାଳନ କରିବାକୁ କ୍ରମାଗତ ଭାବେContinue reading “ଲକଡାଉନରେ ଅମାନିଆଙ୍କ ପାଇଁ ପୋଲିସ ବାବୁ କହିଲେ ଏମିତି କଥା । ଭାଇରାଲ ହେଉଛି ଭିଡ଼ିଓ ।”

ଟିକା ପାଇଁ ମେଡିକାଲ ସାମ୍ନାରେ ଲମ୍ବା ଲାଇନ : ଟିକା ଯେତିକି ତାହା ଠାରୁ ଲୋକ ଅଧିକ, ଆଗ ଟିକା ନେବା ପାଇଁ ରାତି ଅଧରୁ ଲାଗିଛି ଭିଡ

କନକ ବ୍ୟୁରୋ : ଟିକା ନେବା ପାଇଁ ରାତି ୩ଟାରୁ ଲଗାଇଥିଲେ ଭିଡ । କଟକ ଏସସିବି ମେଡିକାଲ କଲେଜରେ ଟିକା ମିଳିବ ଭାବି ପହଂଚିଯାଇଥିଲେ ଲୋକ । ଦିନ ବଢିଲେ, ଭିଡ ବଢିବ ଭାବି ବୟସ୍କ ଲୋକମାନେ ଟିକା ପାଇଁ ଧାଡିରେ ଛିଡାହୋଇ ରହିଥିଲେ । ହେଲେ ସରକାରଙ୍କ ନିୟମ ଅନୁସାରେ ସାକଳ ସମୟରେ ୧୮ ବର୍ଷରୁ ଅଧିକ ଏବଂ ଅପରାହ୍ନରେ ବୟସ୍କଙ୍କ ଟିକାକରଣ ହେଉଥିବାରୁ ଏମାନଙ୍କୁ ନିରାଶ ହେବାକୁ ପଡିଛି । ସେପଟେ ଯାଜପୁରContinue reading “ଟିକା ପାଇଁ ମେଡିକାଲ ସାମ୍ନାରେ ଲମ୍ବା ଲାଇନ : ଟିକା ଯେତିକି ତାହା ଠାରୁ ଲୋକ ଅଧିକ, ଆଗ ଟିକା ନେବା ପାଇଁ ରାତି ଅଧରୁ ଲାଗିଛି ଭିଡ”

Design a site like this with WordPress.com
Get started