କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସେହିପରି ଶ୍ରୀମନ୍ଦିରରେ ଅକ୍ଷୟାତୃତୀୟ ନୀତି ପାଳିତ ହେବ ନାହିଁ । ତେବେ ବଡ ଦେଉଳରେ ନୀତିକାନ୍ତି ପାଇଁ କେବଳ ୫୦ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ମିଳିଛି । ଆଜି ଛତିଶାନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଚନ୍ଦନ ଯାତ୍ରା ଦିନ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି ରହିବ ।Continue reading “କୋଭିଡ କଟକଣାରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ଲାଗିବ ୧୪୪ ଧାରା ।”
Author Archives: Raghaba
ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା ଯଥା ଭଦ୍ରକ, ବୌଦ୍ଧ ,ଢେ଼ଙ୍କାନାଳ, ଗଜପତି ,ଖୋର୍ଦ୍ଧା, ଜଗତସିଂହପୁର ,ଯାଜପୁର,Continue reading “ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।”
କରୋନାରେ ଆଖିବୁଜିଲେ ମହିଳା ସାମ୍ବାଦିକା ସବନମ ସିରିନ । ମହାମାରୀ ଲଢେଇରେ ହାରିଗଲେ ସବନମ… ଜଣେ ପରେ ଜଣେ ସାମ୍ବାଦିକଙ୍କୁ ନେଇଯାଉଛି ନିଷ୍ଠୁର କରୋନା ।
କନକ ବ୍ୟୁରୋ: କରୋନାରେ ଶିକାର ହେଲେ ପୁଣି ଜଣେ ସାମ୍ବାଦିକ । ଆଉ ନାହାନ୍ତି ଜଣାଶୁଣା ସାମ୍ବାଦିକା ସବନମ ସିରିନ । କରୋନାରେ ଆଖିବୁଜିଲେ ସବନମ । ଗତକିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସବନମଙ୍କ ସ୍ୱାମୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।Continue reading “କରୋନାରେ ଆଖିବୁଜିଲେ ମହିଳା ସାମ୍ବାଦିକା ସବନମ ସିରିନ । ମହାମାରୀ ଲଢେଇରେ ହାରିଗଲେ ସବନମ… ଜଣେ ପରେ ଜଣେ ସାମ୍ବାଦିକଙ୍କୁ ନେଇଯାଉଛି ନିଷ୍ଠୁର କରୋନା ।”
ମୁମ୍ବାଇରେ କମୁଛି କରୋନାର ଦୈନିକ ସଂକ୍ରମଣ । ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରୀ ଭିତରେ ମୁମ୍ବାଇରେ ଦୈନିକ ସଂକ୍ରମଣ କମ ହୋଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର । ଶନିବାର ୨,୬୭୮, ରବିବାବର ୨,୪୦୩ ଓ ସୋମବାର ୧,୭୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ମୁମ୍ବାଇରେ କରୋନା ଆକ୍ରାନ୍ତ କମ ହେବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମୁମ୍ବାଇ ଏକ ବଡ ସହର । ସେଠାରେ ସଂକ୍ରମଣ ରୋକିବାକୁ ବିଭିନ୍ନContinue reading “ମୁମ୍ବାଇରେ କମୁଛି କରୋନାର ଦୈନିକ ସଂକ୍ରମଣ । ସୂଚନା ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ “
ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢାଉ, ସିଲ୍ ହେଲା ବିଶ୍ୱାସ କ୍ଲିନିକ ।
କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ମୁଖ୍ୟ ବଜାରରେ ଥିବା ବିଶ୍ୱାସ ନାମକ ଏକ କ୍ଲିନିକକୁ ସିଲ୍ କରିଛି ପ୍ରଶାସନ। ନିଜକୁ ଡାକ୍ତର ପରିଚୟ ଦେଉଥିବା ଜଣେ ଵ୍ୟକ୍ତି କଲିକତାରୁ ଆସି ଏଠି କ୍ଲିନିକ ଖୋଲି ଦୀର୍ଘ ୩୦ ବର୍ଷ ଧରି ଚିକିତ୍ସା ଜାରି ରଖିଥିଲେ। କରୋନା ସମୟରେ ମଧ୍ୟ ସେ ଲୋକଙ୍କୁ ଚିକିତ୍ସା କରୁଥିବା, ଏପରିକି କ୍ଲିନିକରେ ବେଡ ପକାଇ ରୋଗୀ ଭର୍ତ୍ତି କରୁଥିବା ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଆଧାରରେ କୁତ୍ରା ତହସିଲଦାରContinue reading “ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢାଉ, ସିଲ୍ ହେଲା ବିଶ୍ୱାସ କ୍ଲିନିକ ।”
ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବଢୁଛି ସଂକ୍ରମଣ । ସତର୍କ କଲେ ସ୍ୱାସ୍ଥ୍ୟ ସଚିବ ।
କନକ ବ୍ୟୁରୋ : ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ୍ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ସକ୍ରିୟ ମାମଲା ଓ ୧୭ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛିContinue reading “ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବଢୁଛି ସଂକ୍ରମଣ । ସତର୍କ କଲେ ସ୍ୱାସ୍ଥ୍ୟ ସଚିବ । “
ଲକଡାଉନ ସଫଳ ହୋଇଛି, ଦିଲ୍ଲୀରେ ସଂକ୍ରମଣ କମୁଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
କନକ ବ୍ୟୁରୋ : ଦିଲ୍ଲୀରେ ସଫଳ ହୋଇଛି ଲକଡାଉନ । ଦିନକୁ ଦିନ କମୁଛି ସଂକ୍ରମଣ । ଆଜି ଏ ବାବଦରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ସଂକ୍ରମଣ ବଢିବା ସହ ଅମ୍ଳଜାନର ଅଭାବ ଦେଖାଦେବା ପରେ ଦିଲ୍ଲୀ ସରକାର ଲକଡାଉନ ଘୋଷଣା କରିଥିଲେ, ଯାହା ଏବେ ସଫଳ ହୋଇଥିବା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଲୋକଙ୍କ ସହଯୋଗ ପାଇଁ ଲକଡାଉନ୍Continue reading “ଲକଡାଉନ ସଫଳ ହୋଇଛି, ଦିଲ୍ଲୀରେ ସଂକ୍ରମଣ କମୁଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।”
ଯୁବକଙ୍କୁ ଅପହରଣ ଅଭିଯୋଗରେ ଆଠଗଡରେ ଉତ୍ତେଜନା : ସରପଞ୍ଚଙ୍କୁ ଆକ୍ରମଣ, ଉତ୍ତେଜନା ପରେ ପୋଲିସ ମୁତୟନ
କନକ ବ୍ୟୁରୋ : ଗାଁ ବିବାଦରୁ ଅପହରଣ ଅଭିଯୋଗ । ପ୍ରତିବାଦ କରି ରାସ୍ତା ଅବରୋଧ କଲେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ । ପୁରୁଣା କଟକ ସମ୍ବଲପୁର ରାସ୍ତାର ମହାକାଳବସ୍ତି ଛକ ନିକଟରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ କରିଛନ୍ତି । ଗତକାଲି ରାତିରେ ଗାଁର ରାଜେନ୍ଦ୍ର ପୁହାଣ ଘରକୁ ଫେରିବା ସମୟରେ ତାଙ୍କ ଅପହରଣ ହୋଇଥିବା ଅଭିଯୋଗ କରିଛନ୍ତିି ପରିବାର ଲୋକ । ଗାଁ ବିବାଦକୁ ନେଇ କେହି ତାଙ୍କୁ ଅପହରଣ କରିଥିବାContinue reading “ଯୁବକଙ୍କୁ ଅପହରଣ ଅଭିଯୋଗରେ ଆଠଗଡରେ ଉତ୍ତେଜନା : ସରପଞ୍ଚଙ୍କୁ ଆକ୍ରମଣ, ଉତ୍ତେଜନା ପରେ ପୋଲିସ ମୁତୟନ”
ସାରା ରାଜ୍ୟରେ କାଳବୈଶାଖୀ ବର୍ଷା : କଟକରେ କୁଆପଥର ମାଡ଼; ଭୁବନେଶ୍ୱରରେ ଘଂଟା ପ୍ରତି ୫୦ କିଲୋମିଟର ବେଗରେ ବହିଲା ପବନ
କନକ ବ୍ୟୁରୋ : ଦିନରେ ରାତିର ଭ୍ରମ । ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ । ସାରା ରାଜ୍ୟରେ ହୋଇଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନକେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିବା ଦେଖିବାକୁ ମିଳିଛି । କଟକରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ରାଜଧାନୀ ଭୁବନେଶ୍ୱରରେ ପବନର ବେଗ ୫୦ କିଲୋମିଟର ଛୁଇଁଛି । କଟକ ସମେତ ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଛି ।Continue reading “ସାରା ରାଜ୍ୟରେ କାଳବୈଶାଖୀ ବର୍ଷା : କଟକରେ କୁଆପଥର ମାଡ଼; ଭୁବନେଶ୍ୱରରେ ଘଂଟା ପ୍ରତି ୫୦ କିଲୋମିଟର ବେଗରେ ବହିଲା ପବନ”
କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର୍ । ୧.୫ କୋଟି ଡଲାର କଲା ଦାନ
କନକ ବ୍ୟୁରୋ : ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଭାରତକୁ କରୋନା ବିରୋଧୀ ଲଢେଇରେ ସହାୟତାର ହାତ ବଢାଇଛି । କମ୍ପାନୀ ତରଫରୁ ଭାରତକୁ ୧.୫ କୋଟି ଆମେରିକୀୟ ଡଲାର ଦାନ କରାଯାଇଛି । କହିରଖୁ କି ଏବେ ଭାରତ କରୋନା ମହାମାରୀର ଦ୍ୱିତୀୟ ଲହରର ସାମ୍ନା କରୁଛି । ଟ୍ୱିଟରର ସିଇଓ ଜେକ୍ ପେଟ୍ରିକ୍ ଡୋସୀ ସୋମବାର ଦିନ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ଏହି ଅର୍ଥ ୩ ଟି ବେସରକାରୀ ସଂଗଠନକୁ ଦିଆଯାଇଛିContinue reading “କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର୍ । ୧.୫ କୋଟି ଡଲାର କଲା ଦାନ”