କନକ ବ୍ୟୁରୋ : ଏବେ ଦେଶରେ କରୋନା ଠାରୁ ଅଧିକ କଲବଲ କରୁଛି ଅକ୍ସିଜେନର ଅଭାବ । ଚାରିଆଡେ ଅକ୍ସିଜେନ ସଂକଟକୁ ନେଇ ହାହାକାର ପଡିଥିବା ବେଳେ ପୁଣି ଏକ ଦୁଖଦ ଖବର ଆସିଛି ଆନ୍ଧ୍ର ପ୍ରଦେଶରୁ । ଏଠାରେ ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ ପଡିବାରୁ ୧୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଆନ୍ଧ୍ର ପ୍ରଦେଶର ତିରୁପତି ନିକଟରେ ଥିବା ଶ୍ରୀ ଭେଙ୍କେଟେଶ୍ୱର ରାମନାରାୟଣ ରୁହିୟା ସରକାରୀ ହସ୍ପିଟାଲରେContinue reading “ମେଡିକାଲରେ ଅକ୍ସିଜେନ ପହଂଚିବାରେ ହୋଇଗଲା ସାମନ୍ୟା ଡେରି । ଚାଲିଗଲା ୧୧ ଜଣ କରୋନା ସଂକ୍ରମିତଙ୍କ ଜୀବନ ।”
Author Archives: Raghaba
ଦେଶରେ ଦିନକରେ ୩,୨୯,୯୪୨ ନୂଆ ଆକ୍ରାନ୍ତ, ୩,୮୭୬ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୯୨,୫୧୭ କୁ ବୃଦ୍ଧି
କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍ ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୩.୨୯ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୮୭୬ ରହିଥିବା ଜଣାପଡ଼ିଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୯,୯୪୨ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୩,୮୭୬ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୨୯,୯୨,୫୧୭ ଓ ମୃତ୍ୟୁସଂଖ୍ୟା ୨,୪୯,୯୯୨ରେContinue reading “ଦେଶରେ ଦିନକରେ ୩,୨୯,୯୪୨ ନୂଆ ଆକ୍ରାନ୍ତ, ୩,୮୭୬ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୯୨,୫୧୭ କୁ ବୃଦ୍ଧି”
କରୋନା ବିରୋଧୀ ଟିକାକରଣରେ ଆଉପାଦେ ଆଗେଇଲା ଆମେରିକା । ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା
କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଗତକାଲି ଆମେରିକା ୧୨ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ଫାଇଜର- ବାୟୋଏନଟେକ କୋଭଡି-୧୯ ଟିକାକୁ ଅନୁମତି ଦେଇଛି । ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିଷ୍ଟେଟର ଏହାପୂର୍ବରୁ ୧୬ ବର୍ଷ ଉପରକୁ ଲୋକଙ୍କୁ ଟିକା ଦେବାକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଏବେ ଏହି ଟିକାର ଖୋରାକ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବContinue reading “କରୋନା ବିରୋଧୀ ଟିକାକରଣରେ ଆଉପାଦେ ଆଗେଇଲା ଆମେରିକା । ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା”
କମିଲା ଟେଷ୍ଟ, କମିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ; ୨୧ ପ୍ରତିଶତରୁ ଅଧିକ ଟେଷ୍ଟ ପଜିଟିଭିଟି ରେଟ୍
କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ ହୋଇଛି ସଂକ୍ରମଣ । ୨୪ ଘଂଟାରେ ରାଜ୍ୟରେ ୯ ହଜାର ୭୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ୪ ହଜାର ୨୫୯ । ଖୋର୍ଧାରେ ସର୍ବାଧିକ ୧୫୧୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଦ୍ୱିତୀୟ ସ୍ଥାନରେ ରହିଛି । ଜିଲ୍ଲାରେ ହଜାରେ ୧୮ ମାମଲା ଚିହ୍ନଟ ହୋଇଛି । ସେହିଭଳିContinue reading “କମିଲା ଟେଷ୍ଟ, କମିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ; ୨୧ ପ୍ରତିଶତରୁ ଅଧିକ ଟେଷ୍ଟ ପଜିଟିଭିଟି ରେଟ୍”
ଭୁବନେଶ୍ୱରର ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ : ପ୍ରତିଦିନ ୩୦୦ ଲୋକଙ୍କୁ ଟିକା ଦିଆଯିବାକୁ ବ୍ୟବସ୍ଥା
କନକ ବ୍ୟୁରୋ : ବିଏମସି ପକ୍ଷରୁ ଏକ୍ସପ୍ଲାନେଡ୍ ମଲ ପାର୍କିଂ ସ୍ଥଳୀରେ ଡ୍ରାଇଭ-ଇନ ଟିକା ଅଭିଯାନ ସଫଳ ହେବା ପରେ ଆଜିଠାରୁ ଆଉ ୩ଟି ସ୍ଥାନରେ ସେହିଭଳି ଟିକା ଦେବାକୁ ସ୍ଥିର କରିଛି ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ, କଳ୍ପନା ଛକରେ ଥିବା ଉକ୍ରଳ କନିକା ଗ୍ୟାଲେରିଆ ମଲ ସମେତ କିଟ ବିଶ୍ୱବିଦ୍ୟାଳୟର କ୍ରିକେଟ ଷ୍ଟାଡିୟମକୁ ବଛାଯାଇଛି । ଏଠାରେ ପ୍ରତିଦିନ ୩୦୦ ଲୋକଙ୍କୁ ଟିକା ଦିଆଯିବାକୁ ବ୍ୟବସ୍ଥା ହୋଇଛି ।Continue reading “ଭୁବନେଶ୍ୱରର ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ : ପ୍ରତିଦିନ ୩୦୦ ଲୋକଙ୍କୁ ଟିକା ଦିଆଯିବାକୁ ବ୍ୟବସ୍ଥା “
କରୋନା କରୁଛି କଲବଲ : ବେଙ୍ଗାଲୁରୁ ଜିଗିନିରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଛଟପଟ ହେଉଛନ୍ତି ଭଦ୍ରକ ତୁମ୍ଭାପଦି ଗାଁର କାର୍ତିକ ପାତ୍ର
କନକ ବ୍ୟୁରୋ : ମହାମାରୀ କରୋନା କିଭଳି କଲବଲ କରୁଛି, ତାର ହୃଦୟ ବିଦାରକ ଚିତ୍ର ସବୁ ରାଜ୍ୟ ବାହାରୁ ଆସିବାରେ ଲାଗିଛି । ପେଟ ବିକଳରେ ରାଜ୍ୟ ବାହାରକୁ ଚାଲିଯାଇଥିବା ପ୍ରବାସୀ ଶ୍ରମିକ ଏହି ଦୁର୍ଦ୍ଦିନରେ ବେଶ ହନ୍ତସନ୍ତ ହେଉଛନ୍ତି । କରୋନା ସଂକ୍ରମିତ ହେଲେ ଦେଖାଶୁଣା କରିବାକୁ ପରିବାର ଲୋକ ତ ପାଖରେ ନାହାନ୍ତି । ସେପଟେ ହସ୍ପିଟାଲରେ ଚିିକିତ୍ସା ମଧ୍ୟ ମିଳୁନାହିଁ । ଏଭଳି ଏକ ବିଚଳିତ କଲାଭଳି ଚିତ୍ର ବେଙ୍ଗାଲୁରୁ ଜିଗିନିContinue reading “କରୋନା କରୁଛି କଲବଲ : ବେଙ୍ଗାଲୁରୁ ଜିଗିନିରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଛଟପଟ ହେଉଛନ୍ତି ଭଦ୍ରକ ତୁମ୍ଭାପଦି ଗାଁର କାର୍ତିକ ପାତ୍ର”
ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ : ମାନବିକତା ଦେଖାଇଲା ପୋଲିସ, ମୃତକଙ୍କ ବଡ଼ ଭାଇ ସହ ପିପିଇ କିଟ ପିନ୍ଧି ଶବ ସତ୍କାର କଲା ଓଡ଼ିଶା ପୋଲିସ
କନକ ବ୍ୟୁରୋ : ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ । ମାନବିକତା ଦେଖାଇଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ତେଲେଙ୍ଗାନା ସିଙ୍ଗରୈଣୀ କୋଇଲା ଖଣିରେ କାମ କରିବାକୁ ଯାଇଥିଲେ ବାଲେଶ୍ୱର କୁମ୍ଭୀ ଗାଁର ସୁଧୀର ରଂଜନ ବିଶ୍ୱାଳ । କରୋନା ପାଇଁ ଘରକୁ ଫେରୁଥିଲେ, ହେଲେ ବସରେ ଫେରିବା ସମୟରେ ତାଙ୍କ ଛାତିରେ ଜୋରରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସୀମା ପ୍ରବେଶ ପୂର୍ବରୁ ମୋଟୁ ସୀମାContinue reading “ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ : ମାନବିକତା ଦେଖାଇଲା ପୋଲିସ, ମୃତକଙ୍କ ବଡ଼ ଭାଇ ସହ ପିପିଇ କିଟ ପିନ୍ଧି ଶବ ସତ୍କାର କଲା ଓଡ଼ିଶା ପୋଲିସ”
ଟିକାକରଣରେ ଆସିଲା ଗତି : ଆଜି ଠାରୁ ୪ ମହାନଗରରେ ହେଉଛି କରୋନା ଟିକାକରଣ
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଟିକା ଦିଆଯାଉଛି । ଏଥିପାଇଁ ଲୋକସଂଖ୍ୟା ଆଧାରରେ ୪ ମହାନଗରକୁ ଟିକା ପଠାଯାଇଥିଲା । କଟକ ମହାନଗର ନିଗମକୁ ସର୍ବାଧିକ ୩୨ ହଜାର ୮୦୦, ରାଉରକେଲା ମହାନଗର ନିଗମକୁ ୨୭ ହଜାର ୩୦୦, ସମ୍ବଲପୁର ମହାନଗର ନିଗମକୁ ୨୦ ହଜାର ୯୦୦ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ୧୯ ହଜାର ଡୋଜ୍ ଟିକା ଦିଆଯାଇଛି । ସେପଟେ ଆଜିContinue reading “ଟିକାକରଣରେ ଆସିଲା ଗତି : ଆଜି ଠାରୁ ୪ ମହାନଗରରେ ହେଉଛି କରୋନା ଟିକାକରଣ”
ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା; ସ୍ୱାସ୍ଥ୍ୟ ବିଭାଗର ସୂଚନା
କନକ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ମୁଧମେୟ ରୋଗରେ ପୀଡ଼ିତ ଅଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୧୮ ତାରିଖରେ ପରିବାର ଲୋକଙ୍କ ସହ ସେ ସ୍ୱାବ୍ ଟେଷ୍ଟContinue reading “ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା; ସ୍ୱାସ୍ଥ୍ୟ ବିଭାଗର ସୂଚନା”
ପାଇଁ ରାଜ୍ୟ ସରକାର କରିବେ ଗ୍ଲୋବାଲ ଟେଣ୍ଡର : ବିଶ୍ୱର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ନିଆଯିବ ପଦକ୍ଷେପ
କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି । ମହମାରୀ ବ୍ୟାପି ଚାଲିଥିବାବେଳେ ଟିକା ନାହିଁ । ନା କେନ୍ଦ୍ର ସରକାରଙ୍କ ପାଖରେ ଅଛି, ନା କମ୍ପାନୀ ପାଖରେ ଅଛି । ଏଭଳି ପରିସ୍ଥିତିରେ ବିଦେଶରୁ ଟିକା କିଣିବା ଛଡା ଅନ୍ୟ ଉପାୟ ନାହିଁ । ଓଡିଶା ସରକାର ରାଜ୍ୟ କ୍ୟାବିନେଟରେ ବିଦେଶରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ବିଶ୍ୱର ଅନ୍ୟ କମ୍ପାନୀମାନଙ୍କଠାରୁ ଟିକା କିଣାଯାଇପାରିବ ।Continue reading “ପାଇଁ ରାଜ୍ୟ ସରକାର କରିବେ ଗ୍ଲୋବାଲ ଟେଣ୍ଡର : ବିଶ୍ୱର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ନିଆଯିବ ପଦକ୍ଷେପ”