ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆଜି ରାଜ୍ୟର ୨୪ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏସବୁ ଜିଲ୍ଲା ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି। ଏଥିସହ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।Continue reading “ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”

ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଂଟାରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୧୫୧୧ ମାମଲା

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ ହୋଇଛି ସଂକ୍ରମଣ । ୨୪ ଘଂଟାରେ ରାଜ୍ୟରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ୪ ହଜାର ୨୫୯ । ଖୋର୍ଧାରେ ସର୍ବାଧିକ ୧୫୧୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଦ୍ୱିତୀୟ ସ୍ଥାନରେ ରହିଛି । ଜିଲ୍ଲାରେ ହଜାରେ ୧୮ ମାମଲା ଚିହ୍ନଟ ହୋଇଛି । ସେହିଭଳି ଅନୁଗୁଳରେ ୫୨୬,Continue reading “ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଂଟାରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୧୫୧୧ ମାମଲା”

ଟିକା ଅଭାବନେଇ ଆସିଲା ସାଂଘାତିକ ସତ । ମେ ୧ରୁ ୭ ମଧ୍ୟରେ ପଞ୍ଜିକରଣ କରିଛନ୍ତି ୨କୋଟି ୪୨ଲକ୍ଷ, ସରକାରଙ୍କ ପାଖରେ ଅଛି ୧କୋଟି ୧୪ ଲକ୍ଷ ଡୋଜ୍ । ସମସ୍ତ ସାବାଳକଙ୍କୁ ଟିକା ଦେବାକୁ ଲାଗିପାରେ ୩ ବର୍ଷ ସମୟ ।

କନକ ବ୍ୟୁରୋ : କୋଭିଡ ଦ୍ୱିତୀୟ ଲହରର ପ୍ରକୋପରେ ସାରା ଦେଶରେ ତ୍ରାହି ତ୍ରାହି ଅବସ୍ଥା ଦେଖାଦେଇଥିବା ବେଳେ ଯଥାଶୀଘ୍ର ସମସ୍ତଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି  । ହେଲେ ସମସ୍ତଙ୍କୁ ଟିକା ଦେବାକୁ କେତେ ଦିନ ଲାଗିବ ? ଏପରି ଏକ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ତେବେ ଦେଶରେ ବର୍ତମାନ ଯେଉଁ ଗତିରେ କରୋନା ଟିକାକରଣ ଚାଲିଛି, ଯଦି ସେହି ଗତିରେ ଚାଲୁ ରହେ, ତାହେଲେ ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ୩Continue reading “ଟିକା ଅଭାବନେଇ ଆସିଲା ସାଂଘାତିକ ସତ । ମେ ୧ରୁ ୭ ମଧ୍ୟରେ ପଞ୍ଜିକରଣ କରିଛନ୍ତି ୨କୋଟି ୪୨ଲକ୍ଷ, ସରକାରଙ୍କ ପାଖରେ ଅଛି ୧କୋଟି ୧୪ ଲକ୍ଷ ଡୋଜ୍ । ସମସ୍ତ ସାବାଳକଙ୍କୁ ଟିକା ଦେବାକୁ ଲାଗିପାରେ ୩ ବର୍ଷ ସମୟ ।”

କେମିତି କରିବେ କଳା ଫଙ୍ଗସର ମୁକାବିଲା ? ଆଡଭାଇଜରୀ ଜାରି କଲା ଆଇସିଏମଆର, ନଜର ପକାନ୍ତୁ ‘କଳା ଫଙ୍ଗସ’ର ଲକ୍ଷଣ ଓ କାରଣ ଉପରେ ।

କନକ ବ୍ୟୁରୋ : କରୋନା କାଳରେ ଏବେ ନୂଆ ସମସ୍ୟା ସୃଷ୍ଟି କରିଛି ମ୍ୟୁକର୍ମାଇକୋସିସ୍, ଯାହାକୁ କଳା ଫଙ୍ଗସ୍ ମଧ୍ୟ କୁହାଯାଏ । ଏହା ଏପରି ରୋଗ ଯାହା ପ୍ରାଣ ଘାତକ ହୋଇପାରେ । ଦାର୍ଘଦିନ ଧରି ଔଷଧ ଖାଉଥିବା ରୋଗୀଙ୍କୁ ଏହି ଫଙ୍ଗାଲ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । କାରଣ ଏମାନଙ୍କ ନିକଟରେ ପରିବେଶରେ ଘୁରି ବୁଲୁଥିବା ରୋଗ ସୃଷ୍ଟି କରୁଥିବା ଜୀବାଣୁଙ୍କ ବିରୋଧରେ ଲଢ଼ିବା ପାଇଁ କ୍ଷମତା ହ୍ରାସ ପାଇଥାଏ ।Continue reading “କେମିତି କରିବେ କଳା ଫଙ୍ଗସର ମୁକାବିଲା ? ଆଡଭାଇଜରୀ ଜାରି କଲା ଆଇସିଏମଆର, ନଜର ପକାନ୍ତୁ ‘କଳା ଫଙ୍ଗସ’ର ଲକ୍ଷଣ ଓ କାରଣ ଉପରେ ।”

କରୋନା ଭୂତାଣୁ ଚୀନର ଜୈବିକ ଅସ୍ତ୍ର! ୫ ବର୍ଷ ତଳୁ ତାଣ୍ଡବର ନୀଳନକ୍ସା ଆଙ୍କିଥିଲା ବେଜିଂ ! କରୋନା ବିଷୟରେ ସାମ୍ନାକୁ ଆସିଲା ସାଂଘାତିକ ରିପୋର୍ଟ ।

କନକ ବ୍ୟୁରୋ : ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । କରୋନା ବିଶ୍ୱ ମହାମାରୀର ରୂପ ନେବାର ପ୍ରାୟ ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଚୀନର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାର୍ସ କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି । ଏଭଳି ଏକ ଡକ୍ୟୁମେଂଟ ହସ୍ତଗତ ହୋଇଥିବା ଦାବି କରିଛି ଅଷ୍ଟ୍ରେଲିଆର ଲୋକପ୍ରିୟ ଖବରକାଗଜ ‘ୱିକଏଣ୍ଡ ଅଷ୍ଟ୍ରେଲିଆନ୍’Continue reading “କରୋନା ଭୂତାଣୁ ଚୀନର ଜୈବିକ ଅସ୍ତ୍ର! ୫ ବର୍ଷ ତଳୁ ତାଣ୍ଡବର ନୀଳନକ୍ସା ଆଙ୍କିଥିଲା ବେଜିଂ ! କରୋନା ବିଷୟରେ ସାମ୍ନାକୁ ଆସିଲା ସାଂଘାତିକ ରିପୋର୍ଟ ।”

ଟିକାକରଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର । କହିଲେ କୋଭିଡ ପରିଚାଳନା ଆମ ହାତରେ ଛଡ଼ାଯାଉ, କୋର୍ଟ ନକରୁ ହସ୍ତକ୍ଷେପ ।

କନକ ବ୍ୟୁରୋ : ଟିକାକରଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଟିକାକରଣ ପ୍ରସଙ୍ଗକୁ କେନ୍ଦ୍ର ସରକାର ପରିଚାଳନା କରୁଛନ୍ତି ଓ ଏଥିରେ କୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି କେନ୍ଦ୍ର ସରକାର ଏଥିରେ ଜଣାଇଛନ୍ତି । ଏପ୍ରିଲ ୨୭ ତାରିଖ ଦିନ କେନ୍ଦ୍ରକୁ ଜବାବ ମାଗିଥିଲେ କୋର୍ଟ । ଏନେଇ ସତ୍ୟପାଠ କରିଛନ୍ତି ମୋଦୀ ସରକାର । ଦେଶରେ ଟିକାକରଣ ଓ କୋଭିଡ଼ ସମ୍ପର୍କିତ ଅନ୍ୟାନ୍ୟ ବନ୍ଦୋବସ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ବିସ୍ତୃତContinue reading “ଟିକାକରଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର । କହିଲେ କୋଭିଡ ପରିଚାଳନା ଆମ ହାତରେ ଛଡ଼ାଯାଉ, କୋର୍ଟ ନକରୁ ହସ୍ତକ୍ଷେପ ।”

ଓଡିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହେଲେ ରୋଗୀ । ଅନିୟନ୍ତ୍ରିତ ମଧୁମେହ ରୋଗରେ ମଧ୍ୟ ପୀଡିତ ।

କନକ ବ୍ୟୁରୋ: ଓଡିଶାରେ ଚିହ୍ନଟ ହେଲେ ବ୍ଲାକ୍ ଫଙ୍ଗସ୍ ରୋଗୀ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପାଖରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡିଏମଇଟିଙ୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ସୂଚନା ଦିଆଯାଇଛି । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ । ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।Continue reading “ଓଡିଶାରେ ବ୍ଲାକ୍ ଫଙ୍ଗସ୍ ରୋଗୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହେଲେ ରୋଗୀ । ଅନିୟନ୍ତ୍ରିତ ମଧୁମେହ ରୋଗରେ ମଧ୍ୟ ପୀଡିତ ।”

କରୋନା ଉଜାଡିଦେଲା ସୁନାର ସଂସାର । ଦୁଇ ଭେଣ୍ଡିଆ ପୁ୍ଅଙ୍କ ଗଲା ଜୀବନ, ବେସାହାରା ହୋଇଗଲା ପରିବାର । ଭୁବନରେ ମୃତଦେହକୁ କାନ୍ଧଦେଲେ ତହସିଲଦାର ଓ ଆରଆଇ, ଜୀବନ ହାରିଲେ ଆଉ ଜଣେ ସାମ୍ବାଦିକ ।

କନକ ବ୍ୟୁରୋ : କରୋନା ଉଜାଡିଦେଲା ସୁନାର ସଂସାର । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି କରୋନାର ଏଭଳି କରୁଣ ଦୃଶ୍ୟ । ଗଜପତି ଜିଲ୍ଲା ମୋହନାରେ ଦୁଇ ରୋଜଗାରିଆ ପୁଅର ମୃତ୍ୟୁ ପରେ ଉଜୁଡିଯାଇଛି ସୁନାର ସଂସାର । ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ଭୁବନରେ କରୋନାରେ ମୃତ୍ୟୁ ପରେ ମୃତଦେହକୁ କାନ୍ଧ ଦେଇଛନ୍ତି ଗାଁ ଲୋକଙ୍କ ସହ ତହସିଲଦାର ଓ ଆରଆଇ । ପୋଲସରାରେ କରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନContinue reading “କରୋନା ଉଜାଡିଦେଲା ସୁନାର ସଂସାର । ଦୁଇ ଭେଣ୍ଡିଆ ପୁ୍ଅଙ୍କ ଗଲା ଜୀବନ, ବେସାହାରା ହୋଇଗଲା ପରିବାର । ଭୁବନରେ ମୃତଦେହକୁ କାନ୍ଧଦେଲେ ତହସିଲଦାର ଓ ଆରଆଇ, ଜୀବନ ହାରିଲେ ଆଉ ଜଣେ ସାମ୍ବାଦିକ ।”

କରୋନା ଲଢୁଛି କରୋନା ସହ । କରୋନାରୁ ସୁସ୍ଥ ହେବା ପରେ ଶରୀରରେ ବୃଦ୍ଧି ପାଉଛି ୧୦ ଗୁଣ ରୋଗ ପ୍ରତିରୋଧ ଶକ୍ତି, ଆଶା ବଢ଼ାଇଲା ଆରଏମଆରସିର ନୂଆ ଅଧ୍ୟୟନ । 

କନକ ବ୍ୟୁରୋ : ଯଦି କାହାକୁ କରୋନା ହୋଇସାରିଛି, ତେବେ ସେ ଏହି ଖବର ଦେଖିଲେ ନିଶ୍ଚୟ ଖୁସି ହେବେ । ଓଡିଶାର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର- ଆରଏମଆରସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗବେଷଣା ଜାରି ରଖିଛି । ଏବଂ ଯେଉଁ ତଥ୍ୟ ଏହି ଗବେଷଣାରୁ ସାମ୍ନାକୁ ଆସୁଛି, ତାହା ଏକ ଗୁରୁତ୍ୱପୂର୍ଣ୍ଣ କଥା । ଯାହାକୁ ଥରେ କରୋନା ହୋଇଛି, ତା ଦେହରେ ଆଂଟିବଡି ୧୦ ଗୁଣା ବଢିଯାଇଛି । ଅର୍ଥାତ୍ ଯଦି ବିContinue reading “କରୋନା ଲଢୁଛି କରୋନା ସହ । କରୋନାରୁ ସୁସ୍ଥ ହେବା ପରେ ଶରୀରରେ ବୃଦ୍ଧି ପାଉଛି ୧୦ ଗୁଣ ରୋଗ ପ୍ରତିରୋଧ ଶକ୍ତି, ଆଶା ବଢ଼ାଇଲା ଆରଏମଆରସିର ନୂଆ ଅଧ୍ୟୟନ । “

ଚିନ୍ତା ବଢ଼ାଉଛି ଟିକାକରଣ କେନ୍ଦ୍ରର ଲମ୍ବା ଧାଡ଼ି । ଉପାନ୍ତରୁ ଉପକୂଳ, ସୀମାନ୍ତରୁ କେନ୍ଦ୍ରସ୍ଥଳ, ସବୁଠୁ ଆସିଲା ଟିକାକରଣକୁ ନେଇ ଲୋକଙ୍କ ଆଗ୍ରହ ଓ ପ୍ରଶାସନର ଅବ୍ୟବସ୍ଥାର ଚିତ୍ର । 

କନକ ବ୍ୟୁରୋ : ଦୁଇ ଦିନର ସଟଡାଉନ୍ ପରେ ରାଜ୍ୟର ବିଭିନ୍ନ ଟିକାକରଣରେ ଆଜି ଭିଡ ଦେଖିବାକୁ ମିଳିଛି । କରୋନା ନିଜକୁ ସୁରକ୍ଷିତ ରଖିବା ଓ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ବଢିଥିବା ସଚେତନତା ଏହି ଭିଡ ଜୁଟାଇଛି । ଟିକାକରଣର ଅବ୍ୟବସ୍ଥା ସତ୍ୱେ ଟିକା ନେବାକୁ ଲୋକଙ୍କ ଆଗ୍ରହ, ଉତ୍ସାହ, କରୋନା ବିରୋଧୀ ଲଢେଇ ପାଇଁ ଏକ ସକରାତ୍ମକ ବାର୍ତା ଦେଉଛି । ଉପାନ୍ତରୁ ଉପକୂଳ, ସୀମାନ୍ତରୁ କେନ୍ଦ୍ରସ୍ଥଳ ସବୁସ୍ଥାନରେ ଟିକାକେନ୍ଦ୍ର ଆଗରେContinue reading “ଚିନ୍ତା ବଢ଼ାଉଛି ଟିକାକରଣ କେନ୍ଦ୍ରର ଲମ୍ବା ଧାଡ଼ି । ଉପାନ୍ତରୁ ଉପକୂଳ, ସୀମାନ୍ତରୁ କେନ୍ଦ୍ରସ୍ଥଳ, ସବୁଠୁ ଆସିଲା ଟିକାକରଣକୁ ନେଇ ଲୋକଙ୍କ ଆଗ୍ରହ ଓ ପ୍ରଶାସନର ଅବ୍ୟବସ୍ଥାର ଚିତ୍ର । “

Design a site like this with WordPress.com
Get started