କନକ ବ୍ୟୁରୋ : ଚାରିଆଡେ ଏବେ କରୋନା ଦ୍ୱିତୀୟ ଲହରର ଭୟ । ଏଭଳି ଘଡିସନ୍ଧି ମୁହୂର୍ତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଆଶା ସଂଚାର କରିବା ଭଳି ଖବର । ବାଲେଶ୍ୱର ରେମୁଣାରେ କରୋନାରୁ ସୁସ୍ଥ ହୋଇଛନ୍ତି ଜଣେ ଶତାୟୁ । ଗୁରୁତର ହେବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି । ସେହିଭଳି କେନ୍ଦ୍ରାପଡା ଓ ବାରିପଦାରୁ ବି ଆସିଛି ଏଭଳି ଭଲ ଖବର । ବାଲେଶ୍ୱର ରେମୁଣା ବରୁଆଁ ଅଞ୍ଚଳର ଶତାୟୁ ଦୟାନିଧିContinue reading “ନିରାଶା ଭିତରେ ଆଶାର କିରଣ । କରୋନାରୁ ସୁସ୍ଥ ହେଲେ ବାଲେଶ୍ୱରର ଶତାୟୁ, ୧୭ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ନୂଆ ଜୀବନ ପାଇଲେ କେନ୍ଦ୍ରପଡାର ଆଇନଜୀବୀ ।”
Author Archives: Raghaba
ସ୍ରଷ୍ଟା ନାହିଁ, ସୃଷ୍ଟି ଅଛି…ନିର୍ଜୀବ ସୃଷ୍ଟି କହୁଛି, ସ୍ରଷ୍ଟାଙ୍କ ଅମର କାହାଣୀ । ଭୁବନେଶ୍ୱରରେ କୋଣାର୍କ ଘୋଡ଼ା, ବାରବାଟୀର କୃତି, ସବୁଠି ଲୁଚି ରହିଛି ରଘୁନାଥ ମହାପାତ୍ରଙ୍କ ସାଧନାର ସ୍ମୃତି ।
କନକ ବ୍ୟୁରୋ : ସ୍ରଷ୍ଟା ନାହିଁ, ସୃଷ୍ଟି ଅଛି । ଆଉ ସେହି ନିର୍ଜୀବ ସୃଷ୍ଟି କହୁଛି, ସ୍ରଷ୍ଟାଙ୍କ ଅମର କାହାଣୀ । ଦ୍ୱିତୀୟ କୋଣାର୍କର ସ୍ୱପ୍ନ ସିନା ଅଧୁରା ରହିଗଲା, କିନ୍ତୁ ଓଡ଼ିଶାର କୋଣ ଅନୁକୋଣରେ ରଘୁନାଥ ମହାପାତ୍ର ଛାଡ଼ି ଯାଇଥିବା ସ୍ମୃତି, ଆଜି ବି ସେମିତି ଛିଡ଼ା ହୋଇଛି । ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା କୋଣାର୍କ ଘୋଡ଼ା, କେବଳ ଓଡ଼ିଶାର ବୀରତ୍ୱର କାହାଣୀ କହୁନି, ବରଂ ଓଡ଼ିଶାର ଶିଳ୍ପୀ କେତେ ନିଖୁଣContinue reading “ସ୍ରଷ୍ଟା ନାହିଁ, ସୃଷ୍ଟି ଅଛି…ନିର୍ଜୀବ ସୃଷ୍ଟି କହୁଛି, ସ୍ରଷ୍ଟାଙ୍କ ଅମର କାହାଣୀ । ଭୁବନେଶ୍ୱରରେ କୋଣାର୍କ ଘୋଡ଼ା, ବାରବାଟୀର କୃତି, ସବୁଠି ଲୁଚି ରହିଛି ରଘୁନାଥ ମହାପାତ୍ରଙ୍କ ସାଧନାର ସ୍ମୃତି ।”
ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଟିକା ସୁବିଧାରେ ଉପଲବ୍ଧ ପାଇଁ ସରକାରଙ୍କ ପଦକ୍ଷେପ ।
କନକ ବ୍ୟୁରୋ : ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଯେମିତି ଟିକା ସୁବିଧାରେ ଉପଲବ୍ଧ ହୋଇପାରିବ, ସେନେଇ ପଦକ୍ଷେପ ନେଇଛନ୍ତି ସରକାର । ଟିକା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜାରି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ଏକ ବୈଷୟିକ କମିଟି ଗଠନ କରାଯିବ । ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁContinue reading “ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଟିକା ସୁବିଧାରେ ଉପଲବ୍ଧ ପାଇଁ ସରକାରଙ୍କ ପଦକ୍ଷେପ ।”
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯,୭୦୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧,୭୮୭ ଆକ୍ରାନ୍ତ ସୁସ୍ଥ ।
କନକ ବ୍ୟୁରୋ : ରାଜ୍ୟରେ ଆଜି ୯୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ପାଇଛି । AnotherContinue reading “ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯,୭୦୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧,୭୮୭ ଆକ୍ରାନ୍ତ ସୁସ୍ଥ ।”
ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ । ନଗଦ ୩୦ ହଜାର ଟଙ୍କା ସହ ୪ଟି ଟ୍ରାକ୍ଟର ଜବତ, ଜଣେ ଗିରଫ ।
କନକ ବ୍ୟୁରୋ : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ପ୍ରେମ ସାଗର ମେହେର ନାଁରେ ଜଣେ ବ୍ୟକ୍ତିକୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଏସ୍ଡିପିଓଙ୍କ ନେତୃତ୍ବରେ ଖଡ଼ିଆଳ ପୁଲିସ ଏକ ସ୍ଵତନ୍ତ୍ର ଦଳ ଚଢ଼ାଉ କରିଥିଲେ । ସେଠାରୁ ବିପୁଳ ପରିମାଣରେ ବେଆଇନ ବିସ୍ଫୋରକ ଜବତ ହୋଇଛି । ୧୫ କାର୍ଟୁନ ସମୁଦାୟ ୨୯୨୫Continue reading “ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ । ନଗଦ ୩୦ ହଜାର ଟଙ୍କା ସହ ୪ଟି ଟ୍ରାକ୍ଟର ଜବତ, ଜଣେ ଗିରଫ ।”
ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ଭାରତରେ ଖେଳାଯିବନି ବାକି ଆଇପିଏଲ୍ ମ୍ୟାଚ୍ ।
କନକ ବ୍ୟୁରୋ: ଆଇପିଏଲ୍ ଚଳିତ ସିଜିନର ବାକି ମ୍ୟାଚ୍ ଖେଳାଯିବ କି ଯିବନି ତାକୁ ନେଇ ସସପେନ୍ସ ଜାରି ରହିଛି । ଅଧା ରହିଥିବା ଟୁର୍ଣ୍ଣାମେଣ୍ଟ ପୁଣି ଆଗାମୀ ଦିନରେ ଭାରତରେ ହେବା ନେଇ ଆଲୋଚନା ପ୍ରକାଶ ପାଉଥିବାବେଳେ ବିସିସିଆଇ ଏହାକୁ ବିଦେଶରେ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏହାରି ଭିତରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତାଙ୍କ କହିବାContinue reading “ଆଇପିଏଲକୁ ନେଇ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ଭାରତରେ ଖେଳାଯିବନି ବାକି ଆଇପିଏଲ୍ ମ୍ୟାଚ୍ ।”
ଟିକାନଥିବାରୁ ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇପାରୁନି ଟିକାକରଣ । ବିଏମସି କମିସନର କହିଲେ, ଟିକା ଆସିଲେ ହେବ ଟିକାକରଣ ।
କନକ ବ୍ୟୁରୋ: କରୋନା ଟିକା ଆସିଲେ ରାଜଧାନୀର ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ପୂର୍ବରୁ ୩୧ଟି ଘରୋଇ ଡାକ୍ତରଖାନାରେ ଟିକାକରଣ କରାଯିବା ପାଇଁ ପ୍ରଥମ ଫେଜରେ ମନୋନୀତ କରାଯାଇଥିଲା । ହେଲେ ବର୍ତମାନ ସୁଦ୍ଧା କୌଣସି ପ୍ରାଇଭେଟ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । ୧୮ରୁ ୪୪ ବର୍ଷ ବର୍ଗର ହିତାଧିକାରୀମାନଙ୍କ ଲାଗି ଦେଢ ଲକ୍ଷ ଟିକା ଆସଥିଲା । ବିଏମସି ପକ୍ଷରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ହୋଇସାରିଛି ।Continue reading “ଟିକାନଥିବାରୁ ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇପାରୁନି ଟିକାକରଣ । ବିଏମସି କମିସନର କହିଲେ, ଟିକା ଆସିଲେ ହେବ ଟିକାକରଣ ।”
ମହାମାରୀ ବେଳେ ହରିଆଣା ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପ୍ରତି ବିପିଏଲ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା
କନକ ବ୍ୟୁରୋ : ମହାମାରୀ ବେଳେ ହରିଆଣା ସରକାର ରାଜ୍ୟବାସୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କରୋନା କାଳରେ ରାଜ୍ୟର ଗରୀବ ସୀମାରେଖା ତଳେ ଥିବା ସମସ୍ତ ପରିବାରକୁ ୫ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି କହିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍ । କରୋନା ମହାମାରୀ ବେଳେ ସାଧାରଣ ଲୋକମାନେ ଲକଡାଉନ ଫଳରେ କାମଧନ୍ଦା ନକରିପାରି ଘରେ ରହିଛନ୍ତି । ଏହି ସମୟରେ ସେମାନଙ୍କର ରୋଜଗାର ବନ୍ଦ ହୋଇଯାଇଛି । ତେଣୁContinue reading “ମହାମାରୀ ବେଳେ ହରିଆଣା ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପ୍ରତି ବିପିଏଲ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା”
ସାପ କାମୁଡାରେ ଆଖି ବୁଜିଲେ ପୁଅଝିଅ । ଗୋଟିଏ ଶେଯରେ ଶେଷ ନିଦ୍ରାରେ ଶୋଇଗଲେ ଭାଇଭଉଣୀ । ମାତୃ ଦିବସର ଦିନକ ପୂର୍ବରୁ ମାଆଠୁ ଛୁଆଙ୍କୁ ଛଡାଇନେଲା ନିଷ୍ଠୁର ବିଧାତା ।
କନକ ବ୍ୟୁରୋ: ମଦର୍ସ ଡେ’ରେ କାନ୍ଦୁଛି ମାଆ…ଧନରେ ଆଉ କାହାଠୁ ଶୁଣିବି ମାଆ… ମାଆ… ମଶାଣୀରେ ଛୁଆ, ଛାତି ପିଟି କାନ୍ଦୁଛି ମାଆ । ଜୁଇର ବିଛଣାରେ ତା ସୁନାଧନ ସବୁଦିନ ପାଇଁ ଶୋଇଯିବା ପରେ ନିଜକୁ ସମ୍ଭାଳି ପାରୁନି ଜନ୍ମକଲା ମାଆ । ନିଶ୍ୱାସ ବିନା ସେ କେମିତି ବଞ୍ଚିବ, ଜିବନ ବିନା ସେ କେମିତି ଜିଇଁବ… ନିଷ୍ଠୁର ବିଧାତାକୁ ମୁଣ୍ଡ ପିଟି ବାରମ୍ବାର ପଚାରୁଛି ଗୋଟେ ଅସହାୟ ମାଆ । ଆଉ ପରିବାର ଲୋକଙ୍କୁContinue reading “ସାପ କାମୁଡାରେ ଆଖି ବୁଜିଲେ ପୁଅଝିଅ । ଗୋଟିଏ ଶେଯରେ ଶେଷ ନିଦ୍ରାରେ ଶୋଇଗଲେ ଭାଇଭଉଣୀ । ମାତୃ ଦିବସର ଦିନକ ପୂର୍ବରୁ ମାଆଠୁ ଛୁଆଙ୍କୁ ଛଡାଇନେଲା ନିଷ୍ଠୁର ବିଧାତା ।”
କରୋନା ପାଇଁ ସ୍ଥଗିତ ରହିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଜୁନ୍ ୨୩ରେ ନିର୍ବାଚନ ପ୍ରସ୍ତାବକୁ ବିରୋଧ କଲେ ଦଳର ସଦସ୍ୟ ।
କନକ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା । ଯେଉଁଥିରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ମାନସମନ୍ଥନ ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ହେଲେ କରୋନା ହେତୁ ଚଳିତ ବର୍ଷ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । କଂଗ୍ରେସର ଇଲେକ୍ସନ ବର୍ଡି ପ୍ରଥମେ ଜୁନ୍ ୨୩ ତାରିଖରେ ନିର୍ବାଚନ କରିବାକୁ ପ୍ରସ୍ତାବ ରଖିଥିଲେ । ଯାହାକୁContinue reading “କରୋନା ପାଇଁ ସ୍ଥଗିତ ରହିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଜୁନ୍ ୨୩ରେ ନିର୍ବାଚନ ପ୍ରସ୍ତାବକୁ ବିରୋଧ କଲେ ଦଳର ସଦସ୍ୟ ।”