ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪୮ ଘଂଟା ଭିତରେ କରୋନା ସଂକ୍ରମିତ ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ । ଅବସ୍ଥା ସଂକଟାପର୍ଣ୍ଣ । ଚେନ୍ନାଇର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସୁନାମୀ ଭଳି ମାଡିଚାଲିଛି । ଯାହା କାରଣରୁ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ନେତା ଓ ଖେଳାଳୀ ମାନେ ବି କରୋନା କବଳରେ କବଳିତ ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲେ ଚିନ୍ତାର ବିଷୟକିContinue reading “ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪୮ ଘଂଟା ଭିତରେ କରୋନା ସଂକ୍ରମିତ ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ । ଅବସ୍ଥା ସଂକଟାପର୍ଣ୍ଣ । ଚେନ୍ନାଇର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା”

କରୋନାକୁ ନେଇ ସତର୍କ ଚୀନ୍ । ସଂକ୍ରମଣ ଆଶଙ୍କା କରି ଏଭରେଷ୍ଟ ଶୃଙ୍ଗରେ ବାଡ ପୋତିବ ଚୀନ୍ ।

କନକ ବ୍ୟୁରୋ : ଭୂତାଣୁ ସଂକ୍ରମିତ ନେପାଳର ଆରୋହୀମାନଙ୍କ ଠାରୁ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଥିବାରୁ ଚୀନ୍‌ ଏଭରେଷ୍ଟ୍‌ ଶୃଙ୍ଗ ଶିଖରରେ ବାଡ଼ ପୋତିବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏଭରେଷ୍ଟ୍‌ ଶୃଙ୍ଗ ‘ବେସ୍‌ କ୍ୟାମ୍ପ’ରେ ୩୦ରୁ ଅଧିକ ଆରୋହୀ କୋଭିଡ୍‌-୧୯ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ଚୀନ୍‌ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରକାଶ। ୨୦୧୯ ଶେଷ ଭାଗରେ ପ୍ରଥମେ ଚୀନରେ ଦେଖା ଦେଇଥିବା ଏହି ଭୂତାଣୁ ସଂକ୍ରମଣକୁ ଚୀନ୍‌ ମୋଟାମୋଟି ନିୟନ୍ତ୍ରଣକୁContinue reading “କରୋନାକୁ ନେଇ ସତର୍କ ଚୀନ୍ । ସଂକ୍ରମଣ ଆଶଙ୍କା କରି ଏଭରେଷ୍ଟ ଶୃଙ୍ଗରେ ବାଡ ପୋତିବ ଚୀନ୍ ।”

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା । କହିଲେ ସର୍ବଣାନନ୍ଦ ହେବେ ମୋର ମାର୍ଗଦର୍ଶକ ।

କନକ ବ୍ୟୁରୋ: ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ରାଜ୍ୟପାଳ ଜଗଦୀସ୍ ମୁଖୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ମେଘାଳୟ ମୁଖ୍ୟମନ୍ତ୍ରୀ କେନରାଡ ସଂଗମା, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିଓ ରିୟାଙ୍କ ସହ ଆସାମର ପୂର୍ବତନContinue reading “ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା । କହିଲେ ସର୍ବଣାନନ୍ଦ ହେବେ ମୋର ମାର୍ଗଦର୍ଶକ ।”

କରୋନାରେ ଆଖି ବୁଜିଲେ ପୀୟୁଷ ଚାୱଲାଙ୍କ ବାପା । ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଦେଲା ମୁମ୍ବାଇ ଇଣ୍ଡିଆନ୍ସ ।

କନକ ବ୍ୟୁରୋ : କରୋନାରେ ଆଖି ବୁଜିଲେ କ୍ରିକେଟର ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ କୁମାରଙ୍କ ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏଭଳି କଠିନ ସମୟରେ ପୀୟୁଷ ଓ ତାଙ୍କ ପରିବାର ସହ ଦଳ ରହିଛି । ସେହିଭଳି ପୀୟୁଷ ଚାୱାଲା ମଧ୍ୟ ବାପାଙ୍କ ମୃତ୍ୟୁ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ବାପାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବାContinue reading “କରୋନାରେ ଆଖି ବୁଜିଲେ ପୀୟୁଷ ଚାୱଲାଙ୍କ ବାପା । ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଦେଲା ମୁମ୍ବାଇ ଇଣ୍ଡିଆନ୍ସ ।”

ସଟଡାଉନ ପରେ ଭୁବନେଶ୍ୱର ୧ ନମ୍ବର ହାଟରେ ଭିଡ : ପରିବା ପାଇଁ ହାଟରେ ଜମିଛି ଗହଳି

କନକ ବ୍ୟୁରୋ : ବଢ଼ୁଥିବା ସଂକ୍ରମଣର ଚେନ ଭାଙ୍ଗିବାକୁ ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି ସରକାର । ଏହାରି ଭିତରେ ସପ୍ତାହାନ୍ତ ୨ ଦିନ ସଟ ଡାଉନ ରହିଛି । ତାଲା ବନ୍ଦ ସମୟରେ ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ପରିବା ମାର୍କେଟ ଖୋଲା ରହୁଛି । ଆଉ ଗତକାଲିର ସଟଡାଉନ ପରେ ପରେ ୧ ନମ୍ବର ହାଟର ଏ ହେଉଛି ଚିତ୍ର । ଲୋକଙ୍କ ଖଚା ଖଚ ଭିଡ଼ ଜମିଛି ପରିବାContinue reading “ସଟଡାଉନ ପରେ ଭୁବନେଶ୍ୱର ୧ ନମ୍ବର ହାଟରେ ଭିଡ : ପରିବା ପାଇଁ ହାଟରେ ଜମିଛି ଗହଳି”

ଦିଲ୍ଲୀ ସରୋଜ ହସ୍ପିଟାଲରେ କରୋନାର କରାଳ ରୂପ । ୮୦ କର୍ମଚାରୀ କରୋନା ପଜିଟିଭ୍ । ଜଣେ ଡାକ୍ତର ମୃତ

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଜାରି ରହିଛି କରୋନାର ପ୍ରକୋପ । ଏହାରି ଭିତରେ ଦିଲ୍ଲୀର ସରୋଜା ସୁପର ସ୍ପେଶାଲିଟ୍ ହସ୍ପିଟାଲରେ ୮୦ ଜଣ ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଖବର ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । କେବଳ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇ ନାହାନ୍ତି, କରୋନା ସଂକ୍ରମଣରେ ଜଣେ ଡାକ୍ତରଙ୍କର ବି ମୃତ୍ୟୁ ହୋଇଛି । ହସ୍ପିଟାଲର ପ୍ରମୁଖ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପି.କେ ଭରଦ୍ୱାଜ ଗଣମାଧ୍ୟମକୁContinue reading “ଦିଲ୍ଲୀ ସରୋଜ ହସ୍ପିଟାଲରେ କରୋନାର କରାଳ ରୂପ । ୮୦ କର୍ମଚାରୀ କରୋନା ପଜିଟିଭ୍ । ଜଣେ ଡାକ୍ତର ମୃତ”

ଏମିତି ଦୁଃଖ କାହିଁକି ଦିଅ ଭଗବାନ? ୧ ଲକ୍ଷ ୩୫ ହଜାର ଖର୍ଚ୍ଚ କରି ସ୍ୱାମୀଙ୍କୁ ଆମ୍ବୁଲାନ୍ସରେ ଦିଲ୍ଲୀରୁ ଆଣୁଥିଲେ, କିନ୍ତୁ ଅଧାବାଟରେ ଚାଲିଗଲା ପ୍ରାଣ ।

କନକ ବ୍ୟୁରୋ : ରୋଗାକ୍ରାନ୍ତ ସ୍ୱାମୀଙ୍କୁ ଦିଲ୍ଲୀରୁ ବାଲିଆପାଳ ଆଣିବା ପାଇଁ ଆମ୍ବୁଲାନ୍ସ ଭଡ଼ା ବାବଦରେ ଲକ୍ଷେ ୩୫ ହଜାର ଗଣିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଚାଲିଗଲା ସ୍ୱାମୀଙ୍କ  ଜୀବନ। ମୃତଦେହ ଆସୁଥିବା କଥା ଶୁଣି ଗ୍ରାମବାସୀ କରୋନା ଭୟରେ ଗାଁରେ ପୂରେଇ ଦେଲେନି। ଫଳରେ ଉପାୟଶୂନ୍ୟ ପତ୍ନୀ ବାଲେଶ୍ବର ସଦର ବ୍ଲକ ବାଲିଘାଟ ଶ୍ମଶାନରେ ଶବ ସତ୍କାର କରି ଘରକୁ ଯାଇଛନ୍ତି। କରୋନା କାଳରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଆପାଳContinue reading “ଏମିତି ଦୁଃଖ କାହିଁକି ଦିଅ ଭଗବାନ? ୧ ଲକ୍ଷ ୩୫ ହଜାର ଖର୍ଚ୍ଚ କରି ସ୍ୱାମୀଙ୍କୁ ଆମ୍ବୁଲାନ୍ସରେ ଦିଲ୍ଲୀରୁ ଆଣୁଥିଲେ, କିନ୍ତୁ ଅଧାବାଟରେ ଚାଲିଗଲା ପ୍ରାଣ ।”

ଭୟ ବଢ଼ାଉଛି କରୋନା ସଂକ୍ରମିତଙ୍କ ଠାରେ ନୂଆ ଲକ୍ଷଣ : କେତେ ମାରାତ୍ମକ ବ୍ଲାକ ଫଙ୍ଗସ ? ବିଶେଷଜ୍ଞ ଡାକ୍ତର କହିଲେ କାରଣ, ଲକ୍ଷଣ ଓ ନିରାକରଣ

କନକ ବ୍ୟୁରୋ : କରୋନା ସଂକ୍ରମିତଙ୍କଠାରେ ଦେଖାଯାଉଥିବା ନୂଆ ଲକ୍ଷଣ ବ୍ଲାକ ଫଙ୍ଗସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର । କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ଶରୀରରେ କଳା ରଙ୍ଗର ଯାଦୁ ଭଳି ଦାଗ ବା ବ୍ଲାକ୍ ଫଙ୍ଗସ ଦେଖାଯାଉଛି । ଯାହାକୁ ମୁକୋରମିକୋସିସ୍ ବୋଲି କୁହାଯାଏ । ବିଶେଷକରି କରୋନାରୁ ସୁସ୍ଥ ହେବା ପରେ ଏଭଳି ଲକ୍ଷଣ ଦେଖାଯାଉଛି । ଏହା ବ୍ୟତିତ କେତେକ ଆକ୍ରାନ୍ତ ସୁସ୍ଥ ହେବା ପରେContinue reading “ଭୟ ବଢ଼ାଉଛି କରୋନା ସଂକ୍ରମିତଙ୍କ ଠାରେ ନୂଆ ଲକ୍ଷଣ : କେତେ ମାରାତ୍ମକ ବ୍ଲାକ ଫଙ୍ଗସ ? ବିଶେଷଜ୍ଞ ଡାକ୍ତର କହିଲେ କାରଣ, ଲକ୍ଷଣ ଓ ନିରାକରଣ”

କୋଭିଡ୍ ଟିକାର ଦାମକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଶପଥ ନାମା । ‘ସରକାରଙ୍କ ଉପରେ ଅଦାଲତ ଦଖଲର ସୀମା ରହିଛି’

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ସୁପ୍ରିମ କୋର୍ଟଙ୍କ ମଧ୍ୟରେ ଟିକାର ଦାମ ଓ ଟିକାକରଣକୁ ନେଇ ଚାଲିଥିବା ମାମଲାରେ  କେନ୍ଦ୍ର ସରକାର ତାଙ୍କର ଶପଥନାମା କୋର୍ଟରେ ଦାଖଲ କରିଛନ୍ତି । ଏଥିରେ କେନ୍ଦ୍ର ସରକାର କହିଛନ୍ତି କି ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କର ନୀତି ସମାନ ରହିଛି । ସରକାର ସବୁ ରାଜ୍ୟକୁ ଜନସଂଖ୍ୟା ତୁଳନାରେ ଟିକା ପ୍ରେରଣ କରୁଛନ୍ତି । ଏହାସହ ଏଭଳି ମହାମାରୀ ସମୟରେ ସରକାରଙ୍କ ଉପରେ ଅଦାଲତ ହସ୍ତକ୍ଷେପ କରିବାରContinue reading “କୋଭିଡ୍ ଟିକାର ଦାମକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଶପଥ ନାମା । ‘ସରକାରଙ୍କ ଉପରେ ଅଦାଲତ ଦଖଲର ସୀମା ରହିଛି’”

କରୋନାରୁ ସୁସ୍ଥ ହେବା ପରେ ଶରୀରରେ ବୃଦ୍ଧି ପାଉଛି ପ୍ରତିରୋଧ ଶକ୍ତି : ଆଶା ବଢ଼ାଇଲା ଆରଏମଆରସିର ନୂଆ ଅଧ୍ୟୟନ

କନକ ବ୍ୟୁରୋ : ଥରେ କରୋନାରେ ସଂକ୍ରମିତ ହେଲେ, ରୋଗୀଙ୍କ ଶରୀରରେ ତିଆରି ହେଉଥିବା ଆଂଟିବଡି ବା ପ୍ରତିରୋଧ ଶକ୍ତି କରୋନା ବିରୋଧରେ ବୃଦ୍ଧି ପାଉଛି । ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର ଦ୍ୱାରା ପରିଚାଳିତ ଭୁବନେଶ୍ୱର ଆରଏମଆରସି ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡିଛି । କିଛି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିବା ଦାବି କରାଯାଇଛି । – କରୋନା ଆକ୍ରାନ୍ତଙ୍କ ଦେହରେ ଦୁଇ ପ୍ରକାରContinue reading “କରୋନାରୁ ସୁସ୍ଥ ହେବା ପରେ ଶରୀରରେ ବୃଦ୍ଧି ପାଉଛି ପ୍ରତିରୋଧ ଶକ୍ତି : ଆଶା ବଢ଼ାଇଲା ଆରଏମଆରସିର ନୂଆ ଅଧ୍ୟୟନ”

Design a site like this with WordPress.com
Get started