ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିବ। ଏହାପରେ ରାଜ୍ୟରେ ଧୀରେଧୀରେ ତାତି ବଢ଼ିବ ଓ ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ପାରଦ ସ୍ତରରେ ବୃଦ୍ଧି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏବେ ୩ ଦିନ ଧରି ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ଜାରି ରହିବ। ଏଣୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାContinue reading “ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”

ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଂଟାରେ ୧୦,୦୩୧ ସଂକ୍ରମିତ ଚିହ୍ନଟ, ୧୭ ମୃତ

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୬୨୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୪୦୮ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, ସମ୍ବଲପୁରରୁ ୩୦୨, ନବରଙ୍ଗପୁରରୁ ୩୦୬ ଆକ୍ରାନ୍ତ ଚିହ୍ନଟContinue reading “ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଂଟାରେ ୧୦,୦୩୧ ସଂକ୍ରମିତ ଚିହ୍ନଟ, ୧୭ ମୃତ”

ଅଧାରେ ରହିଗଲା ଦ୍ୱିତୀୟ କୋଣାର୍କ : ଶିଳ୍ପୀ ରଘୁନାଥଙ୍କ ମୃତ୍ୟୁ ପରେ ବନ୍ଦ ହୋଇଗଲା ଦ୍ୱିତୀୟ କୋଣାର୍କ ଯୋଜନା

କନକ ବ୍ୟୁରୋ : ପଂଚଭୂତରେ ବିଲୀନ ହୋଇଛନ୍ତି ସାଂସଦ ତଥା ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର । ପୁରୀରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ସେ ଏପରି ଜଣେ ଯୋଗଜନ୍ମା ଶିଳ୍ପୀ ଥିଲେ, ଯାହାଙ୍କ କୀର୍ତିରାଜି ତାଙ୍କୁ ଅମର କରିଦେଇଛି । ତାଙ୍କ ପୂର୍ବରୁ, କେହି କେବେ ଭାବିନଥିଲେ, ଆଉ ଏକ କୋଣାର୍କ ଗଢ଼ିବା କଥା କହିବା ପାଇଁ କେହି ସାହସ କରିପାରିବେ । କିନ୍ତୁ ଶିଳ୍ପୀ ରଘୁନାଥ ମହାପାତ୍ର, ଅତି ଦମ୍ଭର ସହ କହିଥିଲେ,Continue reading “ଅଧାରେ ରହିଗଲା ଦ୍ୱିତୀୟ କୋଣାର୍କ : ଶିଳ୍ପୀ ରଘୁନାଥଙ୍କ ମୃତ୍ୟୁ ପରେ ବନ୍ଦ ହୋଇଗଲା ଦ୍ୱିତୀୟ କୋଣାର୍କ ଯୋଜନା”

ରାତି ପାହିଥିଲେ ବର ବେଶ ସାଜିଥାନ୍ତେ : ଶବ ହୋଇ ପହଞ୍ଚିଲେ ଶିକ୍ଷକ; ସାରା ଗାଁରେ ଖେଳିଗଲା ଶୋକର ଛାୟା

କନକ ବ୍ୟୁରୋ : ନିୟତିର ନିର୍ଦ୍ଦେଶ ଥିଲା ଅଲଗା । ଶନିବାରଦିନ ବାହାଘର ହୋଇଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ । କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଗାଁର ନେପାଳ ପ୍ରଧାନ । ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଶିକ୍ଷକଙ୍କୁ ଦିଆଯାଇଥିବା ବିଭିନ୍ନ କାମରେ ନେପାଳ ନିୟୋଜିତ ଥିଲେ । ଗତକାଲି ନେପାଳଙ୍କ ବାହାଘରContinue reading “ରାତି ପାହିଥିଲେ ବର ବେଶ ସାଜିଥାନ୍ତେ : ଶବ ହୋଇ ପହଞ୍ଚିଲେ ଶିକ୍ଷକ; ସାରା ଗାଁରେ ଖେଳିଗଲା ଶୋକର ଛାୟା”

କରୋନାକୁ ଭାଇରସକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ : ୨୦୧୫ରେ ଏହି ଭାଇସରକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକଙ୍କ ମଧ୍ୟରେ ହୋଇଥିଲା ଆଲୋଚନା

କନକ ବ୍ୟୁରୋ : ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । କରୋନା ବିଶ୍ୱ ମହାମାରୀର ରୂପ ନେବାର ପ୍ରାୟ ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଚୀନର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାର୍ସ କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି । ଏଭଳି ଏକ ଡକ୍ୟୁମେଂଟ ହସ୍ତଗତ ହୋଇଥିବା ଦାବି କରିଛି ଅଷ୍ଟ୍ରେଲିଆର ଲୋକପ୍ରିୟ ଖବରକାଗଜ ‘ୱିକଏଣ୍ଡ ଅଷ୍ଟ୍ରେଲିଆନ୍’Continue reading “କରୋନାକୁ ଭାଇରସକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ : ୨୦୧୫ରେ ଏହି ଭାଇସରକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକଙ୍କ ମଧ୍ୟରେ ହୋଇଥିଲା ଆଲୋଚନା”

କଟକ ନିଆଳିରେ ଫଳିଲା ମିଠା ଅଙ୍ଗୁର । ଲକଡାଉନରେ ତରବଣ ଗାଁର ବିଜୟଲକ୍ଷ୍ମୀଙ୍କ ନିଆରା ପ୍ରୟାସ । ଘର ଅଗଣାରେ କଲେ ଅଙ୍ଗୁର ଚାଷ ।

କନକ ବ୍ୟୁରୋ: ଇଚ୍ଛା ଥିଲେ ଅସମ୍ଭବ ବି ସମ୍ଭବ ହୁଏ । କଟକ ଜିଲ୍ଲା ନିଆଳି ମାଟିରେ ଫଳିଛି ମିଠା ଅଙ୍ଗୁର । ଏହା ଅବାସ୍ତବ ଲାଗୁଥିଲେ  ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଲକଡାଉନ ସମୟରେ ନିଜ ସମୟକୁ ଅପଚୟ ନକରି ନିଜ ଘର ଅଗଣାରେ ଅଙ୍ଗୁର ଗଛ ଲଗାଇ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ତରବଣ ଗାଁର ବିଜୟଲକ୍ଷ୍ମୀ ବସ୍ତିଆ ।Continue reading “କଟକ ନିଆଳିରେ ଫଳିଲା ମିଠା ଅଙ୍ଗୁର । ଲକଡାଉନରେ ତରବଣ ଗାଁର ବିଜୟଲକ୍ଷ୍ମୀଙ୍କ ନିଆରା ପ୍ରୟାସ । ଘର ଅଗଣାରେ କଲେ ଅଙ୍ଗୁର ଚାଷ ।”

ଚାଷୀଙ୍କ ପେଟକୁ ଲାତ ମାରିଲା ଲକଡାଉନ । ବଜାରରେ କମିଲା ପନିପରିବା ବିକ୍ରି, ଅମଳ କରୁନାହାନ୍ତି ଚାଷୀ ।

କନକ ବ୍ୟୁରୋ: ପରିବା ଚାଷୀଙ୍କ ଉପରେ କରୋନା ମାଡ଼ । ଲକଡ଼ାଉନ୍ ଛଡ଼ାଇନେଲା ବ୍ୟବସାୟ । କରୋନା ଲକଡାଉନ୍ ପରିବା ଚାଷୀଙ୍କ ପେଟକୁ ଲାତ ମାରିଛି । ତାଲାବନ୍ଦ ଯୋଗୁଁ ପରିବା ବିକ୍ରି ହୋଇପାରୁ ନାହିଁ । ପରିବା କିଣିବାକୁ ବେପାରୀମାନେ ମଧ୍ୟ ଆସୁ ନାହାନ୍ତି । ଫଳରେ ନପାରି ଗଛରେ ସଢିଯାଉଛି ତାଜା ପନିପରିବା । ଚାଷୀଙ୍କ ଏପରି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ଉପରଝର ପଂଚାୟତ କୁହିମୁଣ୍ଡା ଗାଁରେ । ପରିବାContinue reading “ଚାଷୀଙ୍କ ପେଟକୁ ଲାତ ମାରିଲା ଲକଡାଉନ । ବଜାରରେ କମିଲା ପନିପରିବା ବିକ୍ରି, ଅମଳ କରୁନାହାନ୍ତି ଚାଷୀ ।”

ଭାରତର କରୋନା ସ୍ଥିତି ନେଇ ବ୍ରିଟିଶ ପତ୍ରିକା ଲାନସେଟ ଦେଲା ଏମିତି ତଥ୍ୟ । କହିଲା, ଅଗଷ୍ଟ ୧ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁବ

କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁବ । ଭାରତରେ କରୋନାର ଜରୁରି ସ୍ଥିିତି ସମ୍ପର୍କରେ ସମ୍ପାଦକୀୟ ଲେଖି ଏଭଳି ସ୍ଥିିତି ତଥ୍ୟ ଦେଇଛି ବ୍ରିଟିଶ ସ୍ୱାସ୍ଥ୍ୟ ପତ୍ରିକା ଲାନ୍ସେଟ୍ । ସେହିପରି କରୋନାର ପ୍ରଥମ ଲହରିରେ ଭାରତକୁ ମିଳିଥିବା ସଫଳତାକୁ ଭାରତ ହାତ ଛଡ଼ା କରିବା ସହ ନିଜ ଆଡୁ ଦ୍ୱିତୀୟ ଲହରି ପାଇଁ ବିପଦ ଡାକି ଆଣିଛି ବୋଲି ସମ୍ପାଦୀୟରେ ଲେଖିଛି ।Continue reading “ଭାରତର କରୋନା ସ୍ଥିତି ନେଇ ବ୍ରିଟିଶ ପତ୍ରିକା ଲାନସେଟ ଦେଲା ଏମିତି ତଥ୍ୟ । କହିଲା, ଅଗଷ୍ଟ ୧ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁବ”

ସଜନାଛୁଇଁ ଯୋଗାଇଲା ରୋଜଗାର । ଅଣପାରମ୍ପରିକ ପଦ୍ଧତିରେ ଚାଷ କରି ସଫଳ ରାୟଗଡାର ଲକ୍ଷ୍ମୀ ନାରାୟଣ ପାଢି ।

କନକ ବ୍ୟୁରୋ: ଚାଷ କାମ ଯାହାର, କେତେ ସୁଖ ତାହାର ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ ଗୁଳୁମୁଣ୍ଡା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ପାଢି । ଅଣପାରମ୍ପରିକ ପଦ୍ଧତିରେ ସଜନା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାରେ ସହାୟକ ହୋଇ ପାରିଛନ୍ତି । ରାୟଗଡା ଜିଲା ଏକ ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲା । ଜୀବନ ଜୀବିକା ପାଇଁ ଏଠାକାର ଆଦିବାସୀContinue reading “ସଜନାଛୁଇଁ ଯୋଗାଇଲା ରୋଜଗାର । ଅଣପାରମ୍ପରିକ ପଦ୍ଧତିରେ ଚାଷ କରି ସଫଳ ରାୟଗଡାର ଲକ୍ଷ୍ମୀ ନାରାୟଣ ପାଢି ।”

କରୋନା ବଢାଇଲା ବାଉଁଶ କାରିଗରଙ୍କ ସମସ୍ୟା । ମାନ୍ଦା ପଡିଲା ବେପାର, ପରିବାର ଚଳାଇବା ହେଲାଣି କଷ୍ଟ ।

କନକ ବ୍ୟୁରୋ: କରୋନା ଯୋଗୁଁ ସଙ୍କଟରେ ବାଉଁଶ କାରିଗର । ବାପ ଅଜା ଅମଳର ବୃତ୍ତି ଏବେ ସଙ୍କଟରେ । ଆମେ କହୁଛୁ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ କଲଣ ଗାଁର ବାଉଁଶ କାରିଗରଙ୍କ କଥା । ରସୁଲପୁର ବ୍ଲକ କଲଣ ଗାଁରେ ପାଖାପାଖି ୪୦ଟି ପରିବାର ପୁରୁଷାନୁକ୍ରମେ ବାଉଁଶ କାରିଗର କାମ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ଦିନ ଥିଲା ଏହି ଗାଁର କାରିଗରମାନେ ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଆରାମରେ ପରିବାରContinue reading “କରୋନା ବଢାଇଲା ବାଉଁଶ କାରିଗରଙ୍କ ସମସ୍ୟା । ମାନ୍ଦା ପଡିଲା ବେପାର, ପରିବାର ଚଳାଇବା ହେଲାଣି କଷ୍ଟ ।”

Design a site like this with WordPress.com
Get started