ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ବିନା ଭକ୍ତରେ ଯାତ୍ରା କରିବାକୁ ନିଷ୍ପତି, କମ ସଂଖ୍ୟକ ସେବାୟତରେ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ।

କନକ ବ୍ୟୁରୋ : ଆଉ ୬ ଦିନ ପରେ ପ୍ରସିଦ୍ଧ ଚନ୍ଦନଯାତ୍ରା । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ନରେନ୍ଦ୍ର ପୁଷ୍କରିଣୀ ସାଜସଜା କାମକୁ ଜୋରଦାର କରାଯାଇଥିବା ବେଳେ ବଡ଼ ଦାଣ୍ଡରେ ଠାକୁର ରହିବା ପାଇଁ ବିଭିନ୍ନ ସ୍ଥାନରେ ଚାଂଛି ବାନ୍ଧିବା ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତମାନ ପରିସ୍ଥିତିରେ କରୋନା ମହାମାରୀ ଏ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । କଟକଣା ଭିତରେ ସଂକ୍ରମଣ ମୁକ୍ତ ପରିବେଶରେ କିଭଳିContinue reading “ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ବିନା ଭକ୍ତରେ ଯାତ୍ରା କରିବାକୁ ନିଷ୍ପତି, କମ ସଂଖ୍ୟକ ସେବାୟତରେ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ।”

ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ । ଏବେ ସୁଦ୍ଧା ୬୧ଲକ୍ଷ ଟପିଲାଣି ଟିକାକରଣ

ରାଜ୍ୟରେ ଟିକାକରଣ ୬୧ ଲକ୍ଷ ଟପିଛି। ଆଜି ୬୭,୦୭୮ ଲୋକ ଟିକା ନେବା ପରେ ସମୁଦାୟ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୬୧ଲକ୍ଷ ୪୮ହଜାର ୫୩୨କୁ ବୃଦ୍ଧି ପାଇଛି। ତେବେ ଆସନ୍ତାକାଲି ରବିବାର ସଟ୍‌ଡାଉନ୍ ଯୋଗୁଁ ରାଜ୍ୟବ୍ୟାପୀ ଟିକାକରଣ ବନ୍ଦ ରହିବାକୁ ଥିବା ବେଳେ କେବଳ ଭୁବନେଶ୍ବରରେ ୧୯ଟି ଅଧିବେଶନ ଆୟୋଜିତ ହେବ। ହେଲେ ଆସନ୍ତା ୧୦ ତାରିଖ (ସୋମବାର) ଦିନ ବାଲେଶ୍ବର ଓ ଦେବଗଡ଼ରେ ଟିକାକରଣ ବନ୍ଦ ରହିବ। ଉକ୍ତ ଦିନ ୬୬୯ କେନ୍ଦ୍ରରେ ଟିକାଦାନContinue reading “ରାଜ୍ୟରେ ଆଗେଇ ଚାଲିଛି ଟିକାକରଣ । ଏବେ ସୁଦ୍ଧା ୬୧ଲକ୍ଷ ଟପିଲାଣି ଟିକାକରଣ”

ମାସ୍କ କାହିଁକି ପିନ୍ଧିନ କହିବା ମହଙ୍ଗା ପଡିଲା… । ପୋଲିସକୁ କଟୁରୀରେ ଆକ୍ରମଣ କଲା କଦଳୀ ବେପାରୀ ।

କନକ ବ୍ୟୁରୋ : ଅମାନିଆକୁ ଆକଟ କରିବା ପୋଲିସକୁ ପଡ଼ିଲା ମହଙ୍ଗା । କଟୁରୀରେ ପୋଲିସ ଉପରକୁ ଆକ୍ରମଣ କଲେ କଦଳୀ ବେପାରୀ । ଆଉ ଏହି ସମୟରେ ପୋଲିସ ସହ ହାତାହାତି ହେବାର କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ରାଜ୍ୟରେ ବଢ଼ୁଥିବା ସଂକ୍ରମଣରେ ରୋକ ଲଗାଇବା ପାଇଁ ତାଲାବନ୍ଦ କଟକଣା ଲଗାଯାଇଛି । ହେଲେ କିଛି ଅମାନିଆ ତାଲାବନ୍ଦକୁ ଖାତିର ନକରି ବାହାରେ ନିଦ୍ୱନ୍ଦ୍ୱରେ ବୁଲଛନ୍ତି । ଆଜି ସଟଡାଉନ ଥିବା ବେଳେContinue reading “ମାସ୍କ କାହିଁକି ପିନ୍ଧିନ କହିବା ମହଙ୍ଗା ପଡିଲା… । ପୋଲିସକୁ କଟୁରୀରେ ଆକ୍ରମଣ କଲା କଦଳୀ ବେପାରୀ ।”

ଭାଇର ଶବକୁ ବୋହିନେଲା ଭାଇ । କରୋନାରେ ମୃତ୍ୟୁ ପରେ ସଂକ୍ରମଣ ଭୟରେ ପାଖକୁ ଆସିଲେନି କେହି, ମୁହଁ ମୋଡିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ, ସହାୟତାର ହାତ ବଢାଇଲେ ଅଜଣା ଯୁବକ ।

କନକ ବ୍ୟୁରୋ : ଭାଇର ଶବକୁ ବୋହିନେଲା ଭାଇ । କରୋନା ମହାମାରୀ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଏମିତି ବିଚଳିତ କଲାଭଳି ଚିତ୍ର ସବୁ ଆସିବାରେ ଲାଗିଛି । ପୁଣି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଓ ଦୁଃଖଦ ଚିତ୍ର । ସାନ ଭାଇର ମୃତଦେହକୁ ଉଠାଇ ମହାପ୍ରୟାଣ ଗାଡିରେ ରଖିବା ପାଇଁ କେହି ସହାୟତା କଲେନାହିଁ । ଏପରିକି ମେଡିକାଲ କର୍ତୃପକ୍ଷ ବି ମୁହଁ ମୋଡିଦେଇ ଚାଲିଗଲେ ।Continue reading “ଭାଇର ଶବକୁ ବୋହିନେଲା ଭାଇ । କରୋନାରେ ମୃତ୍ୟୁ ପରେ ସଂକ୍ରମଣ ଭୟରେ ପାଖକୁ ଆସିଲେନି କେହି, ମୁହଁ ମୋଡିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ, ସହାୟତାର ହାତ ବଢାଇଲେ ଅଜଣା ଯୁବକ ।”

ହସ୍ପିଟାଲରୁ ଚମ୍ପଟ ମାରିଲେ ୨୫ ଜଣ କରୋନା ଆକ୍ରାନ୍ତ । ମିଳୁନି ଖୋଜଖବର, ଖୋଜୁଛି ପୋଲିସ ।

କନକ ବ୍ୟୁରୋ : ସାରା ଦେଶରେ କରୋନା ଆତଙ୍କ ବଢିଚାଲିଥିବା ବେଳେ ଦିଲ୍ଲୀରୁ ଆସିଛି ଏକ ଚିନ୍ତାଜନକ ଖବର । କାହାକୁ ନଜଣାଇ ଡାକ୍ତରଖାନାରେ ଭର୍ତ୍ତି ଥିବା ୨୩ଜଣ କରୋନା ରୋଗୀ ଚାଲିଯାଇଥିବା ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ପରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଘଟୁଥିବା କହିଛନ୍ତି ଉତ୍ତର ଦିଲ୍ଲୀର ମେୟର ଜୟ ପ୍ରକାଶ । ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୧୯ରୁ ମେ’ ୬ମଧ୍ୟରେ ୨୩ଜଣContinue reading “ହସ୍ପିଟାଲରୁ ଚମ୍ପଟ ମାରିଲେ ୨୫ ଜଣ କରୋନା ଆକ୍ରାନ୍ତ । ମିଳୁନି ଖୋଜଖବର, ଖୋଜୁଛି ପୋଲିସ ।”

ଦେଶରେ ୨୪ ଘଣ୍ଟାରେ ୪୦୩୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୪୦୯୨ ଜଣଙ୍କର ଚାଲିଗଲା ଜୀବନ, ରାଜ୍ୟରେ ହ୍ରାସ ପାଇଲା ଦୈନିକ ସଂକ୍ରମଣ ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଦେଶରେ ୪,୦୩,୭୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୪୦୯୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୨ ଲକ୍ଷ ୯୬ ହଜାର ୪୧୪ରେ ପହଂଚିଛି । କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ଜଣ । ଏବେବି କରୋନାରେ ଆକ୍ରାନ୍ତ ଅଛନ୍ତି ୩୭ ଲକ୍ଷ ୩୬Continue reading “ଦେଶରେ ୨୪ ଘଣ୍ଟାରେ ୪୦୩୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୪୦୯୨ ଜଣଙ୍କର ଚାଲିଗଲା ଜୀବନ, ରାଜ୍ୟରେ ହ୍ରାସ ପାଇଲା ଦୈନିକ ସଂକ୍ରମଣ ।”

ଟଳିଲା ବଡ ବିପଦ : ଭାରତ ମହାସଗରରେ ଖସିଲା ଚୀନର ବୃହତ୍ତମ ରକେଟ୍, କିଛି ଦିନ ହେବ ରକେଟ ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲା ଚୀନ୍ । 

କନକ ବ୍ୟୁରୋ : ରବିବାର ଦିନ ଚୀନର ବୃହତ୍ତମ ରକେଟ୍‌ ୧୮ ଟନ୍‌ ଓଜନ ବିଶିଷ୍ଟ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ଭାରତ ମହାସାଗର ମଧ୍ୟକୁ ଖସିପଡ଼ିଥିବା କଥା ଚୀନ ରାଷ୍ଟ୍ରାୟତ ଗଣମଧ୍ୟମସୂତ୍ରରୁ ପ୍ରକାଶ। ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟର ବହୁ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଥିଲା। ବେଜିଙ୍ଗ୍ ସମୟ ସକାଳ ୧୦.୨୪ରେ ‘ଲଙ୍ଗ୍‌ ମାର୍ଚ ଫାଇଭ୍‌-ବି’ର ଅଂଶବିଶେଷ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ପୂର୍ବକୁ ୭୨.୪୭ ଡିଗ୍ରିContinue reading “ଟଳିଲା ବଡ ବିପଦ : ଭାରତ ମହାସଗରରେ ଖସିଲା ଚୀନର ବୃହତ୍ତମ ରକେଟ୍, କିଛି ଦିନ ହେବ ରକେଟ ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲା ଚୀନ୍ । “

ଗାଈ ଗୁହାଳରେ ଖୋଲାଗଲା କରୋନା ସେଣ୍ଟର । ଆକ୍ରାନ୍ତଙ୍କୁ ଦିଆଯାଉଛି କ୍ଷୀର ଓ ଗୋମୂତ୍ରରୁ ତିଆରି ହେଉଥିବା ଔଷଧ ।

କନକ ବ୍ୟୁରୋ : ଗାଈ ଗୁହାଳ ଭିତରେ ତିଆରି କରାଯାଇଛି କୋଭିଡ୍ କେୟାର ସେଣ୍ଟର । ଗୁଜୁରାଟର ବନାସକାଂଠାରେ ତିଆରି ହୋଇଥିବା ଏହି ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆୟୁର୍ବେଦିକ ଔଷଧ ଦ୍ୱାରା କରାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଔଷଧ ଗାଈର କ୍ଷୀର ଏବଂ ଗୋମୂତ୍ରରୁ ତିଆରି କରାଯାଉଛି । ତେବେ ଏଠାରେ ସେହି କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରାଯାଉଛି, ଯେଉଁମାନଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ତେବେContinue reading “ଗାଈ ଗୁହାଳରେ ଖୋଲାଗଲା କରୋନା ସେଣ୍ଟର । ଆକ୍ରାନ୍ତଙ୍କୁ ଦିଆଯାଉଛି କ୍ଷୀର ଓ ଗୋମୂତ୍ରରୁ ତିଆରି ହେଉଥିବା ଔଷଧ ।”

ମହଙ୍ଗା ପଡିଲା ସପ୍ତାହାନ୍ତ ସଟଡାଉନରେ ମାଛ ବିକିବା… । ମାଛ ଓ ମାଂସ ଉପରେ ବ୍ଲିଚିଂ ପକାଇଲେ ଓ ଦୋକାନକୁ ସିଲ କଲେ ଅଧିକାରୀ ।

କନକ ବ୍ୟୁରୋ : ଲକଡାଉନ ଭିତରେ ସାରା ରାଜ୍ୟରେ ଏବେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ଲକଡାଉନ ସମୟରେ ପନିପରିବା ଦୋକାନ, ମାଛ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ସପ୍ତାହାନ୍ତ ସଟଡାଉନରେ ଏହା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନରେ ରାଉରକେଲା ଡେଲି ମାର୍କେଟ, ଟ୍ରାଫିକ ଗେଟରେ କିଛି ବ୍ୟବସାୟୀ ମାଂସ ଓ ମାଛ ଦୋକାନ ଖୋଲି ଥିବା ସୂଚନା ପାଇ ଆରଏମସି ଓ ପୁଲିସContinue reading “ମହଙ୍ଗା ପଡିଲା ସପ୍ତାହାନ୍ତ ସଟଡାଉନରେ ମାଛ ବିକିବା… । ମାଛ ଓ ମାଂସ ଉପରେ ବ୍ଲିଚିଂ ପକାଇଲେ ଓ ଦୋକାନକୁ ସିଲ କଲେ ଅଧିକାରୀ ।”

ଖୁବଶୀଘ୍ର ଭାରତକୁ ଆସିବ ଆଉଏକ କରୋନା ଟିକା । ଜାଇକୋଭ-ଡିର ଜରୁରୀକଳୀନ ବ୍ୟବହାର ପାଇଁ ଚଳିତ ମାସରେ ଅନୁମତି ମାଗିବ ଜାଇଡସ କାଡିଲା

କନକ ବ୍ୟୁରୋ : ଭାରତକୁ ଖୁବଶୀଘ୍ର ଆସିପାରେ ଆଉ ଏକ କରୋନା ଟିକା । ଜାଇଡ୍ସ କାଡିଲା ଦ୍ୱାରା ପ୍ରସ୍ତୁତ ଟିକା ଜାଇକୋଭ-ଡିର ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ମାଗିବ କମ୍ପାନି । ଚଳିତମାସ କମ୍ପାନି ଭାରତ ସରକାରଙ୍କ ଡ୍ରଗ୍ସ କଂଟ୍ରୋଲରଙ୍କୁ ଏଥିପାଇଁ ଅନୁମତି ମାଗିବ ବୋଲି କହିଛି । ଦେଶରେ କରୋନାର ସଂକ୍ରମଣକୁ ଦେଖି ଏହି ମାସରେ ହିଁ କମ୍ପାନିକୁ ଅନୁମତି ମିଳିଯିବ ବୋଲି ଅନୁମାନ କରାଯାଉଛି । କମ୍ପାନି ତାର ଗୁଜରାଟ ଅହମ୍ମଦାବାଦ ସ୍ଥିତContinue reading “ଖୁବଶୀଘ୍ର ଭାରତକୁ ଆସିବ ଆଉଏକ କରୋନା ଟିକା । ଜାଇକୋଭ-ଡିର ଜରୁରୀକଳୀନ ବ୍ୟବହାର ପାଇଁ ଚଳିତ ମାସରେ ଅନୁମତି ମାଗିବ ଜାଇଡସ କାଡିଲା”

Design a site like this with WordPress.com
Get started