କରୋନା ବିରୋଧୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ-ଡିସିଜିଆଇ

କନକ ବ୍ୟୁରୋ : କରୋନା ବିରୋଧୀ ଆଉଏକ ଗୁରୁତ୍ୱପୂର୍ଣ୍ଣ ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଗତ ଗୁରୁବାର ଏହି ଔଷଧର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ- ଡିସିଜିଆଇ । ରୁକି ଓ ରିଜେନେରନ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି କୋଭିଡ୍ ବିରୋଧୀ କକଟେଲ । ଏଥିରେ ଦୁଇଟି ଆଂଟିବଡି ଔଷଧ କାସିରିଭିମାଭ ଓ ଇମଡେଭିମାଭ ରହିଛି । କୃତ୍ରିମ ଉପାୟରେ ଏହି ଆଂଟିବଡିକୁ ପ୍ରସ୍ତୁତ କରାଯାଇଛିContinue reading “କରୋନା ବିରୋଧୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ-ଡିସିଜିଆଇ”

ଅକ୍ସିଜେନ୍ ସଙ୍କଟ: ହସ୍ତକ୍ଷେପ କଲେ ସୁପ୍ରିମ କୋର୍ଟ ! ସହଯୋଗ କରିବେ ସରକାର… କୋର୍ଟ, ସରକାରଙ୍କୁ ରିପୋର୍ଟ ଦେବ ଟାସ୍କ ଫୋର୍ସ

 ‌ଅକ୍ସିଜେନର ଅଭାବ ‌ଯୋଗୁଁ ଶହ ଶହ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ପରିମାଣର ଅକ୍ସ‌ିଜେନ୍ ଯୋଗାଣରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ଅନେକ ‌ରାଜ୍ୟ ସରକାର ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ଏସଂପର୍କରେ ସର୍ବୋଚ୍ଚ ଅଦାଲତଙ୍କ କେତେକ ପରାମର୍ଶକୁ ମଧ୍ୟ ଠିକ୍ ସମୟରେ ପୂରଣ କରିପାରି ନାହାନ୍ତି ସରକାର। ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥି‌ରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ କୋର୍ଟ। ଅକ୍ସିଜେନ୍ ଅଭାବରୁContinue reading “ଅକ୍ସିଜେନ୍ ସଙ୍କଟ: ହସ୍ତକ୍ଷେପ କଲେ ସୁପ୍ରିମ କୋର୍ଟ ! ସହଯୋଗ କରିବେ ସରକାର… କୋର୍ଟ, ସରକାରଙ୍କୁ ରିପୋର୍ଟ ଦେବ ଟାସ୍କ ଫୋର୍ସ”

କେନ୍ଦ୍ର ସରକାର ‘ସୁପର୍‌ସ୍ପ୍ରେଡର୍‌’ ! କୋଭିଡ୍‌-୧୯ ସଙ୍କଟ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କଲା ‘ଲାନସେଟ୍‌’

ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍‌-୧୯ ସଙ୍କଟ ପାଇଁ ଡାକ୍ତରୀ ପତ୍ରିକା ‘ଲାନ୍‌ସେଟ୍‌’ର ସମ୍ପାଦକୀୟରେ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇଛି। କେନ୍ଦ୍ର ସରକାର ‘ସୁପର୍‌ସ୍ପ୍ରେଡର୍‌’ ‌ବୋଲି କୁହାଯାଉଥିବା ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେବା ସହ ଟିକାକରଣ ଅଭିଯାନ ମଧ୍ୟ ମନ୍ଥର କରିଦେଲେ ବୋଲି ଉପରୋକ୍ତ ପତ୍ରିକାର ସମ୍ପାଦକୀୟରେ ଉଲ୍ଲେଖ ଅଛି। ଏଥିରେ ଉଲ୍ଲେଖ ଅଛି ଯେ, ଦେଶରେ ମାତ୍ର ୨୧% ଜନତା ଭୂତାଣୁ ସଂକ୍ରମିତ ହୋଇଛନ୍ତି ବୋଲି  ‘ଆଇସିଏମ୍‌ଆର୍‌’ କରିଥିବା ‘ସିରୋ-ସର୍ଭିଲେନ୍ସ’ରୁ ଜଣାପଡ଼ିବାContinue reading “କେନ୍ଦ୍ର ସରକାର ‘ସୁପର୍‌ସ୍ପ୍ରେଡର୍‌’ ! କୋଭିଡ୍‌-୧୯ ସଙ୍କଟ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କଲା ‘ଲାନସେଟ୍‌’”

ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଗତ ୪ ଦିନରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ବୃଦ୍ଧି, ଡିଜେଲ ବଢ଼ିଲା ୧ ଟଙ୍କା ୧୩ ପଇସା

କନକ ବ୍ୟୁରୋ : ନିର୍ବାଚନ ସରିଲା, ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଲଗାତର ବଢ଼ିଚାଲିଛି ତେଲ ଦର । ଭୁବନେଶ୍ୱରରେ ଗତ ୪ ଦିନରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୧ ଟଙ୍କା ୧୩ ପଇସା ବୃଦ୍ଧି ପାଇଛି । ଯାହାକୁ ବିରୋଧ କରିଛି ବିଜେଡି । ବିଜେଡି ମୁଖ୍ୟାଳୟର ସାଧାରଣ ସଂପାଦକ ସଂଜୟ ଦାସବର୍ମା ପ୍ରେସ ରିଲିଜ ଜାରି କହିଛନ୍ତି, କେନ୍ଦ୍ର ସରକାର ତୁରନ୍ତ ତେଲContinue reading “ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଗତ ୪ ଦିନରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ବୃଦ୍ଧି, ଡିଜେଲ ବଢ଼ିଲା ୧ ଟଙ୍କା ୧୩ ପଇସା”

ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରେ ସର୍ବାଧିକ

କନକ ବ୍ୟୁରୋ : ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ଆଜି ସାମାନ୍ୟ କମିଛି ସଂକ୍ରମଣ । ଗତକାଲି କରୋନା ସଂକ୍ରମଣ ୧୧ ହଜାର ପର କରିଥିଲା । କିନ୍ତୁ ଆଜି ଟିକେ ଆଶ୍ୱସ୍ତି ମିଳିଛି । ଗତ ୨୪ ଘଂଟାରେ ସାମନ୍ୟ କମିଛି ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛି ୧୦,୬୩୫ ନୂଆ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛି । ୨୪Continue reading “ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୬୩୫ ନୂଆ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରେ ସର୍ବାଧିକ”

ରାଜ୍ୟର ୫ ମହାନଗର ନିଗମରେ ଟିକାକରଣକୁ ସରକାରଙ୍କ ଗୁରୁତ୍ୱ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା 

କନକ ବ୍ୟୁରୋ: ରାଜ୍ୟରେ ବର୍ତମାନ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ତେବେ ବର୍ତମାନ ରାଜ୍ୟର ୫ ମହାନଗର ନିଗମରେ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱର, କଟକ, ସଂବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ବର୍ତମାନ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ସରକାର । ଏହି ୫ ମହାନଗର ନିଗମରେ କରୋନା ସଂକ୍ରମଣ ଅଧିକ ରହୁଥିବାରୁ ,Continue reading “ରାଜ୍ୟର ୫ ମହାନଗର ନିଗମରେ ଟିକାକରଣକୁ ସରକାରଙ୍କ ଗୁରୁତ୍ୱ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା “

କଟକରେ ସତୀଚଉରା ମଶାଣୀରେ ଲିଭୁନି ଜୁଇ । ଦୈନିକ ଦାହ ହେଉଛି ୨୦ରୁ ଅଧିକ ଶବ । କର୍ମଚାରୀଙ୍କ ସୂଚନା, ଗତ ୧୫ ଦିନରେ ସତ୍କାର ହୋଇଛି ୩୮୧ ମୃତଦେହ ।

କନକ ବ୍ୟୁରୋ: ବର୍ତମାନ ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଏହାରି ଭିତରେ କଟକରୁ ଆସିଛି ଏକ ଚିନ୍ତାଜନକ ଖବର । ଯାହା ଜାଣିବା ପରେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହେବେ । ବର୍ତମାନ କରୋନା କାରଣରୁ ଦୈନିକ ରାଜ୍ୟରେ ବଢିଚାଲିଛି କରୋନା ମୃତକଙ୍କ ସଂଖ୍ୟା । ଏହାରି ଭିତରେ କଟକରେ ସତୀଚଉରା ମଶାଣୀରେ ଲିଭୁନି ଜୁଇ । ଦୈନିକ ବଢିବାରେ ଲାଗିଛି ସକ୍ରାର ହେଉଥିବା କୋଭିଡ୍ ମୃତକଙ୍କ ଶବ ସଂଖ୍ୟା । ଆଗContinue reading “କଟକରେ ସତୀଚଉରା ମଶାଣୀରେ ଲିଭୁନି ଜୁଇ । ଦୈନିକ ଦାହ ହେଉଛି ୨୦ରୁ ଅଧିକ ଶବ । କର୍ମଚାରୀଙ୍କ ସୂଚନା, ଗତ ୧୫ ଦିନରେ ସତ୍କାର ହୋଇଛି ୩୮୧ ମୃତଦେହ ।”

ତେଲଦର ବୃଦ୍ଧିକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ନିର୍ବାଚନ ବେଳେ ହିଁ ଦର ସ୍ଥିର ରହୁଛି, ନିର୍ବାଚନ ସରିଲେ ଦର ବଢୁଛି କହିଲା ବିଜୁ ଜନତା ଦଳ ।

କନକ ବ୍ୟୁରୋ: ନିର୍ବାଚନ ସରିବା ପରେ ତେଲଦର ବୃଦ୍ଧିକୁ ନେଇ ବିଜେଡି ଅସନ୍ତୋଷ । ଏନେଇ ଦଳ ପକ୍ଷରୁ ଆଜି ପ୍ରେସ ରିଲିଜ୍ ଜାରି କରାଯିବା ସହିତ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା । ଗତ ୪ ଦିନ ହେଲା ତେଲ ଦର ପୁଣି ବଢିବା ଆରମ୍ଭ ହୋଇଥିବାବେଳେ ଏହା ମଧ୍ୟବିତ୍ତଙ୍କର ଅଣ୍ଟାକୁ ଭାଙ୍ଗିଦେଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହରContinue reading “ତେଲଦର ବୃଦ୍ଧିକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ନିର୍ବାଚନ ବେଳେ ହିଁ ଦର ସ୍ଥିର ରହୁଛି, ନିର୍ବାଚନ ସରିଲେ ଦର ବଢୁଛି କହିଲା ବିଜୁ ଜନତା ଦଳ ।”

୩ ମାସ ମଧ୍ୟରେ ଟିକାକରଣ ହୋଇପାରିବ ଦିଲ୍ଲୀ । ଟିକାକରଣ ନେଇ ଯୋଜନା ପ୍ରସ୍ତୁତ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କନକ ବ୍ୟୁରୋ: କୋଭିଡ଼ ମହାମାରୀ ଭିତରେ ଏବେ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି। ତେବେ ଦେଶରେ ଅଧିକ ପ୍ରଭାବିତ ହୋଇଥିବା ରାଜଧାନୀ ଦିଲ୍ଲୀରେ କିପରି ତିନି ମାସ ଭିତରେ ଟୀକାକରଣ ସରିବ ସେ ନେଇ ସୂତ୍ର ବତାଇଛନ୍ତି ଦିଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ। ଦ୍ୱିିିତୀୟ ଲହରର ଦ୍ରୁତ ସଂକ୍ରମଣରେ ସର୍ବାଧିକ ସଂକ୍ରମିତ ହୋଇଛି ଦିଲ୍ଲୀ। ଏଥିପାଇଁ ଦିଲ୍ଲୀରେ ଏବେ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି। ତେବେ କେମିତି ସମଗ୍ର ଦିଲ୍ଲୀରେ ତିନି ମାସ ଭିତରେ ସମସ୍ତଙ୍କୁ ଟୀକାକରଣ କରାଯିବ ତାରContinue reading “୩ ମାସ ମଧ୍ୟରେ ଟିକାକରଣ ହୋଇପାରିବ ଦିଲ୍ଲୀ । ଟିକାକରଣ ନେଇ ଯୋଜନା ପ୍ରସ୍ତୁତ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।”

କରୋନାରେ ଦେଶରେ ଅଲୋଡ଼ା ରେକର୍ଡ । ଗୋଟିଏ ଦିନରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ କରୋନା ନେଇଛି ୪ ହଜାର ୧୮୭ ଜଣଙ୍କ ଜୀବନ

କନକ ବ୍ୟୁରୋ: କରୋନା ମହାମାରୀ ବେଳେ ଦେଶରେ ପୁଣି ଏକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି। ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି।ଗତ ୨୪ଘଣ୍ଟାରେ ଦେଶରେ ୪ହଜାର ୧୮୭ଜଣ ପ୍ରାଣ ହରାଇଛନ୍ତି। ଦେଶରେ କୋଭିଡ଼ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୮ହଜାର ୧୯୭ରେ ପହଂଚିଛି। କରୋନା ସଂକ୍ରମଣ ଭିତରେ ପୁଣି ଥରେ ଅଲୋଡ଼ା ରେକର୍ଡ କରିଛି ଭାରତ। ଦେଶରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪ହଜାରContinue reading “କରୋନାରେ ଦେଶରେ ଅଲୋଡ଼ା ରେକର୍ଡ । ଗୋଟିଏ ଦିନରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ କରୋନା ନେଇଛି ୪ ହଜାର ୧୮୭ ଜଣଙ୍କ ଜୀବନ”

Design a site like this with WordPress.com
Get started