ପାଟନାର ମହାବୀର ମନ୍ଦିରରେ ଆରମ୍ଭ ହେଲା ୪୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ସରକାରୀ ଦରରେ ସଂକ୍ରମିତଙ୍କୁ କରାଯିବ ଚିକିତ୍ସା

କନକ ବ୍ୟୁରୋ : ବିହାରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାବୀର ନ୍ୟାସ କମିଟି ପକ୍ଷରୁ ମହାବୀର ମନ୍ଦିର ନିକଟରେ ଏକ ୪୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତ ମାନେ ସରକାରୀ ଦରରେ ଚିକିତ୍ସା ପାଇପାରିବେ ବୋଲି କୁହାଯାଇଛି । ମହାବୀର ମନ୍ଦିର ନ୍ୟାସ କମିଟିର ସଚିବ ଆଚାର୍ଯ୍ୟ କିଶୋର କୃଣାଳଙ୍କ କହିବା ମୁତାବକ ଏହି ହସ୍ପିଟାଲରେ ଡାକ୍ତର ନିଯୁକ୍ତ ହୋଇସାରିଛନ୍ତି । ଏହାସହ ଆମେରିକାରେ କୋଭିଡContinue reading “ପାଟନାର ମହାବୀର ମନ୍ଦିରରେ ଆରମ୍ଭ ହେଲା ୪୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ସରକାରୀ ଦରରେ ସଂକ୍ରମିତଙ୍କୁ କରାଯିବ ଚିକିତ୍ସା”

ଲକଡାଉନରେ କେଉଁମାନେ ଆସିବେ ଅଫିସ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର ।

କନକ ବ୍ୟୁରୋ : ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଥିବା ବେଳେ ବିଭିନ୍ନ କାର୍ଯ୍ୟକଳାପ ଉପରେ କଟକଣା ଲଗାଇଛନ୍ତି । ଚଳିତ ଲକଡାଉନରେ କୌଣସି ଯାତାୟତ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଯାହାଦ୍ୱାରା ଅନେକ ଅମାନିଆ କମ୍ପାନି ପରିଚୟପତ୍ର ଦେଖାଇ ବୁଲୁଥିବାର ଦେଖିବାକୁ ମିଳୁଛି । ଧରାପଡିଲେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ତେବେ ଏଭଳି ଅମାନିଆଙ୍କୁ ସାବାଡ କରିବାକୁ ବେସରକାରୀ ସଂସ୍ଥାରContinue reading “ଲକଡାଉନରେ କେଉଁମାନେ ଆସିବେ ଅଫିସ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର ।”

ପ୍ରଥମ ଥର ପାଇଁ ମଲରେ ଆରମ୍ଭ ହେଲା ଟିକାକରଣ । ବିଏମସି ପକ୍ଷରୁ ଏସପ୍ଲାନେଡ ମଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଗଲା ଟିକା

କନକ ବ୍ୟୁରୋ : କୋଭିଡ ଟିକା ନେବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଥିବା ବେଳେ ବହୁ ଲୋକ ଟିକା ପାଇଁ ସ୍ଲଟ ପାଉ ନଥିବା ଅଭିଯୋଗ କରୁଛନ୍ତି । ଟିକା ଦାନ କେନ୍ଦ୍ରରେ ଅବ୍ୟବସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଏସପ୍ଲାନେଡ ମଲ ପାର୍କିଂରେ ଟିକା ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ଏଠାରେ ଟିକା ଦେବାକୁ ସ୍ଲଟ ବଂଟା ଯାଇଥିଲାContinue reading “ପ୍ରଥମ ଥର ପାଇଁ ମଲରେ ଆରମ୍ଭ ହେଲା ଟିକାକରଣ । ବିଏମସି ପକ୍ଷରୁ ଏସପ୍ଲାନେଡ ମଲରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଗଲା ଟିକା”

ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ, ମୋଟା ଅଙ୍କର ଟଙ୍କା ନେଇ ଦେଉଥିଲା ନକଲି ରିପୋର୍ଟ ।

କନକ ବ୍ୟୁରୋ : ପୁରୀ ଜିଲ୍ଲା କାକାଟପୁର ଅଞ୍ଚଳରେ ନକଲି କରୋନା ଆରଟିପିସିଆର ରିପୋର୍ଟ ରାକେଟ । ଏନେଇ ଅଭିଯୋଗ ହେବା ପରେ କାକଟପୁର ବଜାର ନିକଟରେ ଥିବା ମା ପ୍ୟାଥ ଲ୍ୟାବରେ କାକଟପୁର ଥାନା ପୋଲିସ ଓ ତହସିଲଦାର ଚଢ଼ାଉ କରିଥିଲେ । ଚଢ଼ାଉ ପରେ ପୂରା ଘଟଣା ସାମନାକୁ ଆସିଛି । ଚଢାଉ ବେଳେ ଜଣାପଡିଛି ଲ୍ୟାବ୍ ମାଲିକ ବେଆଇନ ଭାବେ କରୋନା କିଟରେ ଟେଷ୍ଟ କରି ନେଗେଟିଭ ଆଉ ପଜିଟିଭ ରିପୋର୍ଟ ଦେଇContinue reading “ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ, ମୋଟା ଅଙ୍କର ଟଙ୍କା ନେଇ ଦେଉଥିଲା ନକଲି ରିପୋର୍ଟ ।”

ଶୋଇଥିବା ବେଳେ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ । ରାଜନଗରରୁ ଆସିଲା ହୃଦୟ ବିଦାରକ ଚିତ୍ର

କନକ ବ୍ୟୁରୋ : ଏମିତି ଆସେ ମୃତ୍ୟୁ । ଶୋଇଥିବା ବେଳେ ସାପ କାମୁଡ଼ାରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ । କେନ୍ଦ୍ରାପଡ଼ା ଆଳି ଥାନା ଗୋବିନ୍ଦପୁର ଗାଁରୁ ଆସିଲା ହୃଦୟ ବିଦାରକ ଚିତ୍ର । ଅରୁଣ କୁମାର ଦାସଙ୍କ ୮ବର୍ଷର ପୁଅ ଅଭିଷେକ ଦାସ , ୩ବର୍ଷର ଝିଅ ଭୂମିକା ଦାସ ମଶାରୀ ଭିତରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପିଲାଙ୍କ କାନ୍ଦ ଶୁଣି ପରିବାର ଲୋକେ ଆସି ତାଙ୍କୁ ତୁରନ୍ତContinue reading “ଶୋଇଥିବା ବେଳେ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ । ରାଜନଗରରୁ ଆସିଲା ହୃଦୟ ବିଦାରକ ଚିତ୍ର”

ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । ମନ୍ତ୍ରୀ କହିଲେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ହେବ ନିଷ୍ପତି ।

କନକ ବ୍ୟୁରୋ : ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । କୁହାଯାଉଛି ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ, ସେଥିପାଇଁ ଏଭଳି ଯୋଜନା କରାଯାଉଛି । ତେବେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । କହିଛନ୍ତି, ଏନେଇ ବର୍ତମାନ କୌଣସି ନିଷ୍ପତି ନିଆଯାଇ ନାହିଁ । ରେଜଲ୍ଟ ଆସିବା ପରେ କଣ କରାଯିବ ନିଷ୍ପତି ନିଆଯିବ । ଏଥିସହ ଯେଉଁମାନେ ମାଟ୍ରିକContinue reading “ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । ମନ୍ତ୍ରୀ କହିଲେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ହେବ ନିଷ୍ପତି ।”

ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ । ସସ୍ପେନ୍ସ ଜାରି । ଦିଲ୍ଲୀ ଗଲେ ଉଭୟ ହିମନ୍ତ ଓ ସର୍ବାନନ୍ଦ ।

କନକ ବ୍ୟୁରୋ : ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ । ଏନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଆଜି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମାଙ୍କୁ ଦିଲ୍ଲୀ ଡାକିଛନ୍ତି । କହିରଖୁ କି ଚଳିତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପି ମେଣ୍ଟ ବହୁମତ ହାସଲ କରିଛି । ଏହାପରେ ସେଠାରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ନେଇ ବିଚାର ବିମର୍ଷ କରିବାକୁ କେନ୍ଦ୍ର ବିଜେପି ଉଭୟଙ୍କୁ ଦିଲ୍ଲୀContinue reading “ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ । ସସ୍ପେନ୍ସ ଜାରି । ଦିଲ୍ଲୀ ଗଲେ ଉଭୟ ହିମନ୍ତ ଓ ସର୍ବାନନ୍ଦ ।”

ସାହା ହେଲେ ସ୍ୱେଚ୍ଛାସେବୀ । ଗରିବ ପରିବାର ମୁହଁରେ ଫୁଟିଲା ହସ, କେଇଟା ଦିନରେ ବଦଳିଗଲା ଝାଟିମାଟିର ଚିତ୍ର ।

କନକ ବ୍ୟୁରୋ : ଘଞ୍ଚ ଜଙ୍ଗଲ ମଧ୍ୟରେ ବଞ୍ଚିବାର ରାହା ଖୋଜୁଥିଲା ଅସହାୟ ପରିବାର। ଭୋକଉପାସରେ ରହୁଥିଲେ ପରିବାରର ୫ଜଣ ସଦସ୍ୟ। ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସହାୟତା ମିଳି ନଥିଲା। ଶେଷରେ ସାହାଯ୍ୟର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ। ଚଳିବା‌ ପାଇଁ ରାସନ ସାମଗ୍ରୀ ଯୋଗାଇଦେବା ସହ ଗରିବ ପରିବାର ପାଇଁ ଘରଟିଏ ତୋଳି ଦେଇଛନ୍ତି। ସ୍ୱେଚ୍ଛାସେବୀଙ୍କ ଏହି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ସୂଚନା ଅନୁସାରେ, ଆନନ୍ଦପୁର ସୀମାନ୍ତ ମୟୂରଭଞ୍ଜContinue reading “ସାହା ହେଲେ ସ୍ୱେଚ୍ଛାସେବୀ । ଗରିବ ପରିବାର ମୁହଁରେ ଫୁଟିଲା ହସ, କେଇଟା ଦିନରେ ବଦଳିଗଲା ଝାଟିମାଟିର ଚିତ୍ର ।”

ଝାରସୁଗୁଡାରୁ ଆସିଲା ଲଜ୍ଜାଜନକ ଖବର । ଯୁବତୀଙ୍କୁ ଏକୁଟିଆ ପାଇ ଦୁଇ ଯୁବକଙ୍କ ବଳାତ୍କାର ଉଦ୍ୟମ, ଭିଡିଓ ଭାଇରାଲ ପରେ ଜଣେ ଗିରଫ

କନକ ବ୍ୟୁରୋ : ମହାମାରୀ କରୋନା କଲବଲ କରୁଥିବାବେଳେ ଆସାମାଜିକଙ୍କୁ ଏହାର କିଛି ଫରକ ପଡୁନି । ସେମାନଙ୍କୁ ନା ଅଛି ସଂକ୍ରମଣର ଭୟ ନା ଦଣ୍ଡର ଭୟ । କରୋନା କବଳରୁ ରକ୍ଷା ପାଇବା ପାଇଁ ସାରାଦେଶ ତ୍ରାହିତ୍ରାହି ଡାକୁଥିବାବେଳେ ଝାରସୁଗୁଡାରୁ ଆସିଛି ବଳକ୍ରାର ଉଦ୍ୟମର ଏକ ଲଜ୍ଜାଜନକ ଖବର । ସୂଚନା ଅନୁସାରେ ଗତ ଗୁରୁବାର ଦିନ ଦ୍ୱିପ୍ରହରରେ ବସଷ୍ଟାଣ୍ଡ ନିକଟ ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଇ ଅସାମାଜିକContinue reading “ଝାରସୁଗୁଡାରୁ ଆସିଲା ଲଜ୍ଜାଜନକ ଖବର । ଯୁବତୀଙ୍କୁ ଏକୁଟିଆ ପାଇ ଦୁଇ ଯୁବକଙ୍କ ବଳାତ୍କାର ଉଦ୍ୟମ, ଭିଡିଓ ଭାଇରାଲ ପରେ ଜଣେ ଗିରଫ”

କରୋନାରେ ସଂକ୍ରମିତ ହେଲେ ବଲିଉଡର ଚର୍ଚ୍ଚିତ ନାୟିକା କଙ୍ଗନା ରାଣାୱତ । ନିଜ ଘରେ ହୋମ କ୍ୱାରେଣ୍ଟିନ୍ ।

କନକ ବ୍ୟୁରୋ : କରୋନା ପ୍ରଭାବରେ ଏବେ ସାରା ଦେଶ ପ୍ରଭାବିତ । ଦେଶରେ ଲଗାତର ଭାବେ ବଢୁଥିବା ସଂକ୍ରମଣ ଭିତରେ ଆଜି ବଲିଉଡ ଚର୍ଚ୍ଚିତ ନାୟିକା କଙ୍ଗନା ରାଣାୱତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ପଜିଟିଭ୍ ଚିହ୍ନଟ ହେବାପରେ ସେ ନିଜ ଘରେ ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି । ଏହାସହ ସେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିବା କଥା ବିContinue reading “କରୋନାରେ ସଂକ୍ରମିତ ହେଲେ ବଲିଉଡର ଚର୍ଚ୍ଚିତ ନାୟିକା କଙ୍ଗନା ରାଣାୱତ । ନିଜ ଘରେ ହୋମ କ୍ୱାରେଣ୍ଟିନ୍ ।”

Design a site like this with WordPress.com
Get started