କନକ ବ୍ୟୁରୋ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଯଦି ଏସବିଆଇର ଡିଜିଟାଲ ସେବା ଯୋଗେ ଅନଲାଇନ କାରବାର କରୁଥାନ୍ତି ତେବେ ଜାଣିନିଅନ୍ତୁ ଏହି ଖବର । ଆଜି ରାତିରୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇର ଡିଜିଟାଲ ସେବା । ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଡିଜିଟାଲ ସେବା ବନ୍ଦ ରହିବ । ତେଣୁ ଏହି ସମୟରେ ଡିଜିଟାଲ ସେବା ବ୍ୟବହାର କରିପାରିବେନି ଗ୍ରାହକ । ଏନେଇ ଟ୍ୱିଟ୍Continue reading “ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଆଜି ରାତି ୧୦ଟା ୧୫ରୁ ମେ’ ୮ ତାରିଖ ରାତି ୧ଟା ୪୫ ପର୍ଯ୍ୟନ୍ତ ବନ୍ଦ ହେବ ଏସବିଆଇର ଅନଲାଇନ ସେବା ।”
Author Archives: Raghaba
ଉତ୍ତରପ୍ରଦେଶ ବିଜେପିକୁ କରୋନା ଝଟକା । ୨ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି ୪ ବିଜେପି ବିଧାୟକ
କନକ ବ୍ୟୁରୋ : କରୋନା ଭୂତାଣୁ ନା ସେ ଗରିବ ନା ସେ ଧନୀ , କହାରିକୁ ତାର ଖାତିର ନାହିଁ । ନେତା ହେଉ କି ମନ୍ତ୍ରୀ ଅବାଧରେ ସମସ୍ତଙ୍କ ଶରୀରରେ ପ୍ରବେଶ କରିବାରେ ଲାଗିଛି । ଏହି କ୍ରମରେ କରୋନା ଭୂତାଣୁ ଏବେ ଦେଶ ତଥା ସାରା ବିଶ୍ୱର ଅନେକ ନାମିଦାମୀ ଲୋକଙ୍କର ଜୀବନ ନେଇ ସାରିଲାଣି । ଆଜି ଉତ୍ତରପ୍ରଦେଶ ସଲେନର ଭାରତୀୟ ଜନତା ପାର୍ଟିର ବିଧାୟକ ଦଲ ବାହାଦୁର କୋରୀଙ୍କର ମୃତ୍ୟୁContinue reading “ଉତ୍ତରପ୍ରଦେଶ ବିଜେପିକୁ କରୋନା ଝଟକା । ୨ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି ୪ ବିଜେପି ବିଧାୟକ”
ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । ଏପ୍ରିଲ ୨୦୨୦ରୁ ଓଡ଼ିଶା ଭବନକୁ ସଂଗରୋଧ କେନ୍ଦ୍ର ଭାବେ ବ୍ୟବହାର କରିଆସୁଥିଲେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ
କନକ ବ୍ୟୁରୋ: ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଂଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରିଆସୁଥିଲେ । ଏହାର ଭଡ଼ା ବବାଦ ଦେୟ ଦୁଇ କୋଟି ଷୋହଳ ହଜାର ଟଙ୍କା ହେଉଥିଲା । ମହାମାରୀର ଏ ବିପଦ ସମୟରେContinue reading “ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । ଏପ୍ରିଲ ୨୦୨୦ରୁ ଓଡ଼ିଶା ଭବନକୁ ସଂଗରୋଧ କେନ୍ଦ୍ର ଭାବେ ବ୍ୟବହାର କରିଆସୁଥିଲେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ”
ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ମିଳିଲାନି ବେଡ୍ କି ଅକ୍ସିଜେନ୍ । ଆଖି ଆଗରେ ମା’ର ମୃତ୍ୟୁ ଦେଖି ସାନିଟାଇଜର ପିଇ ଆତ୍ମହତ୍ୟା କରିଦେଲା ଝିଅ ।
କନକ ବ୍ୟୁରୋ : କରୋନା, ଦିନେ ଏମିତି ବି କଷ୍ଟର କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଏହାରି ଭିତରେ ଅନେକ ହୃଦୟ ବିଦାରକ ଘଟଣା ବି ସାମ୍ନାକୁ ଆସୁଛି । ପ୍ରତିଦିନ ଏଭଳି ଘଟଣାମାନ ଦେଖି ମନ ଏକ ପ୍ରକାର ବିଚଳିତ ହୋଇପଡ଼ୁଛି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ କିContinue reading “ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ମିଳିଲାନି ବେଡ୍ କି ଅକ୍ସିଜେନ୍ । ଆଖି ଆଗରେ ମା’ର ମୃତ୍ୟୁ ଦେଖି ସାନିଟାଇଜର ପିଇ ଆତ୍ମହତ୍ୟା କରିଦେଲା ଝିଅ ।”
ନିର୍ବାଚନରେ ହାରିଗଲେ ବୋଲି…ଜେସିବି ଲଗାଇ ଖୋଳିଦେଲେ ଗାଁ ରାସ୍ତା ।
କନକ ବ୍ୟୁରୋ : ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ୨୦୨୧ ର ଫଳାଫଳ ଘୋଷିତ ହୋଇଥିବାବେଳେ ଅନେକ ସ୍ଥାନରୁ ହିଂସା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ନିର୍ବାଚନରେ ହାରିବା ପରେ ପ୍ରାର୍ଥୀମାନେ ଜନସାଧାରଣଙ୍କ ଉପରେ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ହାରିବା ପରେ ଗାଁ ଲୋକଙ୍କ ଉପରେ ରାଗ ସୁଝାଇଦେଇଛନ୍ତି । ସରପଞ୍ଚ ପ୍ରାର୍ଥୀ ଜଣକ ନିର୍ବାଚନContinue reading “ନିର୍ବାଚନରେ ହାରିଗଲେ ବୋଲି…ଜେସିବି ଲଗାଇ ଖୋଳିଦେଲେ ଗାଁ ରାସ୍ତା ।”
ଓଡ଼ିଆ ସାହିତ୍ୟର ସମ୍ରାଟଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଏକାଦଶାହ ଅବସରରେ ପଦ୍ମଭୂଷଣ ମନୋଜ ଦାସଙ୍କର ୨ ଇଞ୍ଚର ସୁନ୍ଦର ପ୍ରତିମୂର୍ତ୍ତି ତିଆରି କଲେ ଚିତ୍ରଶିଳ୍ପୀ ।
କନକ ବ୍ୟୁରୋ : ପଦ୍ମଭୂଷଣ ଡ. ମନୋଜ ଦାସଙ୍କ ଏକାଦଶାହ ଅବସରରେ ଯୁବ ଚିତ୍ରଶିଳ୍ପୀ ସଂଜୟ କୁମାର ରାଉଳ ଡ. ଦାସଙ୍କ ପ୍ରତିକୃତି କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାତ୍ର ୨ ଘଣ୍ଟା ସମୟ ଭିତରେ ସେ ଏହି ପ୍ରତିକୃତିକୁ ଶେଷ କରିଛନ୍ତି । କାଦୁଅରେ ୨ ଇଞ୍ଚ୍ର ପ୍ରତିକୃତି ଖୋଦେଇ କରିଛନ୍ତି । ଖୋଦନ କାମରେ ପୃଥିବୀର ଏହା ସବୁଠାରୁ ଛୋଟ ପ୍ରତିକୃତି ବୋଲି ସେ କହିଛନ୍ତି । ଶିଳ୍ପୀ ସଂଜୟ ଏହା ପୂର୍ବରୁContinue reading “ଓଡ଼ିଆ ସାହିତ୍ୟର ସମ୍ରାଟଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଏକାଦଶାହ ଅବସରରେ ପଦ୍ମଭୂଷଣ ମନୋଜ ଦାସଙ୍କର ୨ ଇଞ୍ଚର ସୁନ୍ଦର ପ୍ରତିମୂର୍ତ୍ତି ତିଆରି କଲେ ଚିତ୍ରଶିଳ୍ପୀ ।”
ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଜେଲରେ ବଢୁଛି ସଂକ୍ରମଣ । କଏଦୀ ମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।
କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ସଂକ୍ରମଣ ୪ ଲକ୍ଷ ଉପରେ ରହୁଥିବା ବେଳେ ମୃତ୍ୟୁ ବି ଦୈନିକ ୪ ହଜାର ମୁହାଁ ହୋଇଛି । ଏହାରି ଭିତରେ କରୋନାରୁ ରକ୍ଷା ପାଇବାକୁ ସରକାର ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଦେଶରେ ଥିବା ଜେଲ ଭିତରେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହେଉ ନଥିବାରୁ ଦୈନିକ କୌଣସି ନା କୌଣସି ଜେଲରେ ସଂକ୍ରମଣ ଖବର ଆସୁଛିContinue reading “ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଜେଲରେ ବଢୁଛି ସଂକ୍ରମଣ । କଏଦୀ ମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।”
ମହିଳା ଡାକ୍ତରଙ୍କୁ ଶହେ ସଲାମ….ମହାମାରୀ ବେଳେ ମାନବିକତାର ମହାଦେବୀ ସାଜିଲେ ମହିଳା ଡାକ୍ତର । ରୋଗୀଙ୍କ ଚିକିତ୍ସାରେ ଯେମିତି ଟିକିଏ ବି ଅବହେଳା ହେବନି, ସେଥିପାଇଁ ଘୁଞ୍ଚାଇଦେଲେ ବାହାଘର ।
କନକ ବ୍ୟୁରୋ : ମହାନ ତମେ ମହିଳା ଡାକ୍ତର । ମହାମାରୀ ସମୟରେ ମାନବିକତାର ମହାଦେବୀ ସାଜିଛନ୍ତି ମହିଳା ଡାକ୍ତର ରାକ୍ଷୀ । କରୋନା ସଂକ୍ରମଣରୁ ବର୍ତିବା ପାଇଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ପରିବାରକୁ ପର କରି ବିପଦ ବେଳର ବନ୍ଧୁ ସାଜି ଦିନରାତି ଅହରହ ଲୋକଙ୍କ ସେବାରେ ଲାଗିଛନ୍ତି ଅଗଣିତ ସ୍ୱାସ୍ଥ୍ୟକର୍ମୀ । ଆଉ ଏଭଳି ସମୟରେ ଫରିଦାବାଦରୁ ଜଣେ ମହିଳା ଡାକ୍ତରଙ୍କ ମହାନତାର ଏମିତି ଏକ କାହାଣୀ ସାମ୍ନାକୁContinue reading “ମହିଳା ଡାକ୍ତରଙ୍କୁ ଶହେ ସଲାମ….ମହାମାରୀ ବେଳେ ମାନବିକତାର ମହାଦେବୀ ସାଜିଲେ ମହିଳା ଡାକ୍ତର । ରୋଗୀଙ୍କ ଚିକିତ୍ସାରେ ଯେମିତି ଟିକିଏ ବି ଅବହେଳା ହେବନି, ସେଥିପାଇଁ ଘୁଞ୍ଚାଇଦେଲେ ବାହାଘର ।”
କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ. ଷ୍ଟାଲିନ । କରୋନା ପାଇଁ ରାଜ୍ୟରେ ପ୍ରତି ପରିବାରକୁ ୪ ହଜାର ଲେଖାଏଁ ଘୋଷଣା
କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ କାମରେ ଲାଗି ପଡିଛନ୍ତି ଏମକେ.ଷ୍ଟାଲିନ । କରୋନା କାଳରେ ପ୍ରତି ପରିବାରକୁ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ଷ୍ଟାଲିନ । ୨ ହଜାର ଟଙ୍କାର ପ୍ରଥମ କିସ୍ତି ମେ ମାସ ସୁଦ୍ଧା ଦିଆଯିବ । ତେବେ ଏହାସହ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ ବୀମାଧାରୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ଷ୍ଟାଲିନ । ଏହାସହ ନିଜ ମନ୍ତ୍ରୀ ମଣ୍ଡଳContinue reading “କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ. ଷ୍ଟାଲିନ । କରୋନା ପାଇଁ ରାଜ୍ୟରେ ପ୍ରତି ପରିବାରକୁ ୪ ହଜାର ଲେଖାଏଁ ଘୋଷଣା “
ହେମନ୍ତ ସୋରେନଙ୍କ ପ୍ରଧାନମନ୍ତ୍ରୀଙ୍କୁ ‘ମନ୍ କି ବାତ୍ ନୁହେଁ କାମ୍ କି ବାତ’ କମେଣ୍ଟ । ଝାଡଖଣ୍ଡ ରାଜନୀତି ସରଗରମ । ବାବୁଲାଲ୍ କହିଲେ ହେମନ୍ତ ବିଫଳ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଝାଡଖଣ୍ଡରେ କରୋନା ସଂକ୍ରମଣ ବଢିବା ସହିତ ରାଜ୍ୟର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସରକାରଙ୍କ ସମସ୍ତ ଚେଷ୍ଟା ପରେ ସଂକ୍ରମଣ କମିବାର ନାଁ ନେଉନି । ହେଲେ ଏହାରି ମଧ୍ୟରେ ରାଜନେତାଙ୍କ ବୟାନ ବାଜି ଏବେ ଝାଡଖଣ୍ଡ ରାଜନୀତିକୁ ସରଗରମ କରିଛି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର କୋଭିଡ ସ୍ଥିତି ଜାଣିବା ପାଇଁ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଫୋନ କରିଥିଲେ ।Continue reading “ହେମନ୍ତ ସୋରେନଙ୍କ ପ୍ରଧାନମନ୍ତ୍ରୀଙ୍କୁ ‘ମନ୍ କି ବାତ୍ ନୁହେଁ କାମ୍ କି ବାତ’ କମେଣ୍ଟ । ଝାଡଖଣ୍ଡ ରାଜନୀତି ସରଗରମ । ବାବୁଲାଲ୍ କହିଲେ ହେମନ୍ତ ବିଫଳ ମୁଖ୍ୟମନ୍ତ୍ରୀ”