କନକ ବ୍ୟୁରୋ : କରୋନା କାଳରେ ଆସିଛି ଆଉ ଏକ ଦୁଃଖଦ ଖବର । କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଆଉ ଜଣେ ସାମ୍ବାଦିକ । କରୋନାରେ ଦୈନିକ ଖବରକାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଘରୋଇ କୋଭିଡ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ପ୍ରଦୀପ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକContinue reading “କରୋନାରେ ଚାଲିଗଲା ଆଉ ଜଣେ ସ୍ୱାମାଦିକଙ୍କ ଜୀବନ । ସମ୍ବାଦ ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ପରଲୋକ, ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା । ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “
Author Archives: Raghaba
ଆନ୍ଧ୍ର ଭାରିଏଣ୍ଟ ପାଇଁ ବଢିଲା ରାୟଗଡା ପ୍ରଶାସନର ଚିନ୍ତା । ଆନ୍ଧ୍ର ସୀମାନ୍ତରେ ୧୨ ରାସ୍ତା ସିଲ୍ , ଚେକପୋଷ୍ଟରେ ନିୟମ ହେଲା କଡ଼ାକଡ଼ି ।
କନକ ବ୍ୟୁରୋ : ରେଡ଼ ଜୋନରେ ଥିବା ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଏ.ପି ଭାରିଏଣ୍ଟ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଜିଲ୍ଲା ପ୍ରଶାସନ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ରାୟଗଡ଼ାକୁ ସଂଯୋଗ କରୁଥିବା ସମସ୍ତ ୧୨ଟି ରାସ୍ତାକୁ ସିଲ କରିଛି । ରାୟଗଡ଼ା ସହର ଉପରେ ନିର୍ଭର କରୁଥିବା ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପାର୍ବତିପୁରମ୍ ଅଂଚଳର ଛୋଟ ବ୍ୟବସାୟୀଙ୍କ ଏବେ ବି ଯିବା ଆସିବା ଲାଗିContinue reading “ଆନ୍ଧ୍ର ଭାରିଏଣ୍ଟ ପାଇଁ ବଢିଲା ରାୟଗଡା ପ୍ରଶାସନର ଚିନ୍ତା । ଆନ୍ଧ୍ର ସୀମାନ୍ତରେ ୧୨ ରାସ୍ତା ସିଲ୍ , ଚେକପୋଷ୍ଟରେ ନିୟମ ହେଲା କଡ଼ାକଡ଼ି ।”
ମୋଦି ସରକାର ବିଫଳ, ସରକାରୀ ବ୍ୟବସ୍ଥା ନୁହେଁ । ମହାମାରୀ ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୋନିଆ ।
କନକ ବ୍ୟୁରୋ : ଭାରତର ବହୁ ସାମର୍ଥ୍ୟ ଏବଂ ସମ୍ବଳ ଥିବାରୁ ସରକାରୀ ବ୍ୟବସ୍ଥା ବିଫଳ ହୋଇନାହିଁ। ଏହି ସମ୍ବଳକୁ ଉପଯୁକ୍ତ ମାର୍ଗରେ ପରିଚାଳନା କରିବାରେ ମୋଦି ସରକାର ବିଫଳ ହୋଇଥିବା କଥା ଆଜି କଂଗ୍ରେସ ସଂସଦୀୟ ଦଳର ଭର୍ଚ୍ୟୁଆଲ୍ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ମନମୋହନ ସିଂହ ଏବଂ ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ପତ୍ର କଥାକୁ ଉଦ୍ଦେଶ୍ୟ କରି ସୋନିଆ କହିଛନ୍ତି, ପ୍ରସ୍ତାବିତ ସମସ୍ତ ସହାୟକ ପରାମର୍ଶ ପ୍ରତି ସରକାରContinue reading “ମୋଦି ସରକାର ବିଫଳ, ସରକାରୀ ବ୍ୟବସ୍ଥା ନୁହେଁ । ମହାମାରୀ ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୋନିଆ ।”
ଦିଲ୍ଲୀକୁ କେନ୍ଦ୍ର ସରକାରଙ୍କ ଅକ୍ସିଜେନ ଯୋଗାଣରେ ଅବହେଳା । ଦିଲ୍ଲୀ ହାଇକୋର୍ଟ ପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ । କୌଣସି ପରିସ୍ଥିତିରେ ବି ଦିଲ୍ଲୀକୁ ଦୈନିକ ଯୋଗାଇବାକୁ ହେବ ୭ ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ ।
କନକ ବ୍ୟୁରୋ : ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ପାଇଁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ପଡ଼ିବ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ଆଜି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଜାତୀୟ ରାଜଧାନୀ ଅଞ୍ଚଳରେ ‘ତରଳ ମେଡିକାଲ୍ ଅକ୍ସିଜେନ୍’ ନିଅଣ୍ଟ ସଂକ୍ରାନ୍ତରେ ଦିଲ୍ଲୀ ସରକାର ଦାଖଲ କରିଥିବା ଆବେଦନର ଶୁଣାଣି କରିଥିଲେ। ଚେତାବନୀ ଦେଇ ଖଣ୍ଡପୀଠ କହିଛନ୍ତି ଯେ,Continue reading “ଦିଲ୍ଲୀକୁ କେନ୍ଦ୍ର ସରକାରଙ୍କ ଅକ୍ସିଜେନ ଯୋଗାଣରେ ଅବହେଳା । ଦିଲ୍ଲୀ ହାଇକୋର୍ଟ ପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର କଡା ନିର୍ଦ୍ଦେଶ । କୌଣସି ପରିସ୍ଥିତିରେ ବି ଦିଲ୍ଲୀକୁ ଦୈନିକ ଯୋଗାଇବାକୁ ହେବ ୭ ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ ।”
କଟକଣା ମାନୁନାନାହାନ୍ତି ଅମାନିଆ । କଳାହାଣ୍ଡି ନର୍ସିଂ ସ୍କୁଲରେ ଆୟୋଜିତ ଉତ୍ସବର ଭିଡିଓ ଭାଇରାଲ । ଏକାଠି ହୋଇ ନାଚ ଗୀତରେ ଝୁମିଲେ ଦେଢଶହରୁ ଅଧିକ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ଅମାନିଆ ମାନୁନାହାନ୍ତି କରୋନା କଟକଣା । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନର ଭିଡିଓ ଭାଇରାଲ ହୋଇଛି । ଏପ୍ରିଲ ୩୦ ତାରିଖରେ ପ୍ରାୟ ୧୮୦ ଛାତ୍ରଛାତ୍ରୀ ଏକ ଉତ୍ସବରେ ଭାଗ ନେଇଥିଲେ । ଭାଇରାଲ ଭିଡିଓରେ କଲେଜ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଦିନ ସାମାଜିକ ଦୂରତା ନରଖି ଓ ମାସ୍କ ନ ପିନ୍ଧି ନୃତ୍ୟଗୀତ ଓ ଭୋଜିଭାତର ଆୟୋନ କରିଥିଲେ । Continue reading “କଟକଣା ମାନୁନାନାହାନ୍ତି ଅମାନିଆ । କଳାହାଣ୍ଡି ନର୍ସିଂ ସ୍କୁଲରେ ଆୟୋଜିତ ଉତ୍ସବର ଭିଡିଓ ଭାଇରାଲ । ଏକାଠି ହୋଇ ନାଚ ଗୀତରେ ଝୁମିଲେ ଦେଢଶହରୁ ଅଧିକ ଛାତ୍ରଛାତ୍ରୀ”
ବରଗଡ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଶୁଭାରମ୍ଭ, ଉପକୃତ ହେବେ ପଶ୍ଚିମ ଓଡ଼ିଶାବାସୀ ।
କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର କୋଭିଡ୍-୧୯ ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡ଼ର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାମାରୀର ମୁକାବିଲା ପାଇଁ ବରଗଡର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ଖର୍ଚ୍ଚ କରି ଡ଼ିଭିଆର ଏବଂ ଜିଆରସିଆର ମେମୋରିଆଲ ଟ୍ରଷ୍ଟ ସହଯୋଗରେ ୭୦ଟି ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍, ୩୦ଟି ଭେଣ୍ଟିଲେଟର ବେଡରContinue reading “ବରଗଡ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଶୁଭାରମ୍ଭ, ଉପକୃତ ହେବେ ପଶ୍ଚିମ ଓଡ଼ିଶାବାସୀ ।”
ତାମିଲନାଡୁର ନୂଆ ସରକାରରେ କୌତୁହଳ । ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ, ନେହେରୁ ପୌର ପ୍ରଶାସନ ମନ୍ତ୍ରୀ ଓ ଗାନ୍ଧୀ ହସ୍ତତନ୍ତ୍ର ଓ ବୟନଶିଳିଳ୍ପ ମନ୍ତ୍ରୀ
କନକ ବ୍ୟୁରୋ : ୩୩ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଆଜି ‘ଡିଏମ୍କେ’ର ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କିନ୍ତୁ, କୌତୂହଳର କଥା ହେଲା, ଏଥର ତାମିଲନାଡୁର ନୂଆ କ୍ୟାବିନେଟ୍ରେ ଜଣେ ଷ୍ଟାଲିନ୍, ଜଣେ ଗାନ୍ଧୀ ଓ ଜଣେ ନେହେରୁଙ୍କର ଅପୂର୍ବ ସମାବେଶ ଘଟିଛି। ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏମ୍.କେ. ଷ୍ଟାଲିନଙ୍କ ନାମକରଣ ସୋଭିଏତ୍ ଦେଶର ଦିବଂଗତ ନେତା ଜୋସେଫ୍ ଷ୍ଟାଲିନଙ୍କ ନାମାନୁସାରେ ହୋଇଥିଲା। ଏଥିସହ ତାମିଲନାଡୁରContinue reading “ତାମିଲନାଡୁର ନୂଆ ସରକାରରେ କୌତୁହଳ । ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ, ନେହେରୁ ପୌର ପ୍ରଶାସନ ମନ୍ତ୍ରୀ ଓ ଗାନ୍ଧୀ ହସ୍ତତନ୍ତ୍ର ଓ ବୟନଶିଳିଳ୍ପ ମନ୍ତ୍ରୀ”
କଟକ ଜିଲ୍ଲାରେ କରୋନା ଟିକା ନେଲେ ୧୪୧ ସାମ୍ବାଦିକ । ବୀମା ନଥିବା ସାମ୍ବାଦିକଙ୍କୁ ବି ଟିକା ଦେବାକୁ ଉଠିଲା ଦାବି ।
କନକ ବ୍ୟୁରୋ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ୧୪୧ କର୍ମଜୀବୀ ସାମ୍ବାଦିକଙ୍କୁ କୋଭିଡ ଟିକା ଦିଆଯାଇଛି। ଜିଲ୍ଲାରେ ମୋଟ ୪ଟି ଟିକାକରଣ କେନ୍ଦ୍ରରେ ଏହି ଟିକା ଦିଆଯାଇଛି। କଟକ ମହାନଗର ଅଞ୍ଚଳର ଚାଉଳିଆଗଞ୍ଜ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧୪, ଆଠଗଡ଼ରେ ୧୦, ବାଙ୍କୀରେ ୭, ସାଲେପୁରରେ ୧୦ ଜଣ ସାମ୍ବାଦିକ ଟିକା ନେଇଛନ୍ତି। ସକାଳ ୯ଟାରୁ ଦିନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଟିକାକରଣ କରାଯାଇଛି।Continue reading “କଟକ ଜିଲ୍ଲାରେ କରୋନା ଟିକା ନେଲେ ୧୪୧ ସାମ୍ବାଦିକ । ବୀମା ନଥିବା ସାମ୍ବାଦିକଙ୍କୁ ବି ଟିକା ଦେବାକୁ ଉଠିଲା ଦାବି ।”
ମୃତ୍ୟୁକୁ ପରାଜିତ କରି ଜୀବନ ଯୁଦ୍ଧରେ ଜିତିଲା ଶିଶୁ । ୯୫ ଫୁଟ୍ ବୋରୱେଲ ଗାତ ତଳେ ୧୬ ଘଂଟା ସଘଂର୍ଷର କାହାଣୀ ।
କନକ ବ୍ୟୁରୋ : ରାଜସ୍ଥାନର ଜାଲୋର ଜିଲ୍ଲାରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଘଟଣା । ଗୋଟିଏ ୪ ବର୍ଷର ଶିଶୁକୁ ୯୫ ଫୁଟ୍ ଗାତ ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଜିଲ୍ଲାର ସଂଚେର ଅଞ୍ଚଳର ଲାଛଡି ଗାଁର ନାଗାରାମ ଦେବାସୀ ଙ୍କ ୪ ବର୍ଷର ପୁଅ ଅନିଲ୍ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏହାପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ ବି କିଛିContinue reading “ମୃତ୍ୟୁକୁ ପରାଜିତ କରି ଜୀବନ ଯୁଦ୍ଧରେ ଜିତିଲା ଶିଶୁ । ୯୫ ଫୁଟ୍ ବୋରୱେଲ ଗାତ ତଳେ ୧୬ ଘଂଟା ସଘଂର୍ଷର କାହାଣୀ ।”
ଅର୍ନ୍ତଜାତୀୟ କ୍ରିକେଟକୁ କମବ୍ୟାକ୍ କରିପାରନ୍ତି ଡିଭିଲିୟର୍ସ! ସଂକେତ ଦେଲେ ସ୍ମିଥ୍ ।
କନକ ବ୍ୟୁରୋ : ପୁଣିଥରେ ଅର୍ନ୍ତଜାତୀୟ କ୍ରିକେଟକୁ ଫେରିପାରନ୍ତି ଏବି ଡିଭିଲିୟର୍ସ । ଦକ୍ଷିଣ ଆଫ୍ରିକା ଟିମ ପକ୍ଷରୁ ପୁଣିଥରେ ମିଷ୍ଟର ୩୬୦ ଡିଗ୍ରୀ ଖେଳିପାରନ୍ତି । ଏନେଇ ସଂକେତ ଦେଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ଗ୍ରେମ୍ ସ୍ମିଥ୍ । ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ପୁଣିଥରେ ଦକ୍ଷିଣ ଆଫ୍ରିକା ଟିମରୁ ପ୍ରତିନିଧିତ୍ୱ କରିପାରନ୍ତି ଡିଭିଲିୟର୍ସ । ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ଟିମ୍ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟିContinue reading “ଅର୍ନ୍ତଜାତୀୟ କ୍ରିକେଟକୁ କମବ୍ୟାକ୍ କରିପାରନ୍ତି ଡିଭିଲିୟର୍ସ! ସଂକେତ ଦେଲେ ସ୍ମିଥ୍ ।”