ଏବେ ଦିଆଯିବନି କୋଭିସିଲ୍ଡର ପ୍ରଥମ ଡୋଜ୍ । ଦ୍ୱିତୀୟ ଡୋଜ୍ ଉପରେ ସରକାରଙ୍କ ପ୍ରାଥମିକତା, କେବଳ କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରଥମ ଡୋଜ୍ ।

କନକ ବ୍ୟୁରୋ : ଟିକା ନେବାକୁ ଅନାଇ ବସିଛି ଓଡିଶା । କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ରାଜ୍ୟରେ ୧୭ ଲକ୍ଷ ୪୭ ହଜାର ଲୋକ ଅପେକ୍ଷା କରିଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ୧୧ ଲକ୍ଷ ୭୧ ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅନାଇ ରହିଛନ୍ତି । କାରଣ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ପୁରିଗଲାଣି । ସେହିପରି ୪୫ରୁ ୬୦ ବର୍ଷ ମଧ୍ୟରେ ୫ ଲକ୍ଷContinue reading “ଏବେ ଦିଆଯିବନି କୋଭିସିଲ୍ଡର ପ୍ରଥମ ଡୋଜ୍ । ଦ୍ୱିତୀୟ ଡୋଜ୍ ଉପରେ ସରକାରଙ୍କ ପ୍ରାଥମିକତା, କେବଳ କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରଥମ ଡୋଜ୍ ।”

ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ୧,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ।

କନକ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧,୧୧୮ ଜଣ କରୋନା ପଜିଟିଭ । ୧୮୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଳ୍ପନାଛକ, ଜାଗମରା, ଡମଣା, ବମିଖାଲ, ମଞ୍ଚେଶ୍ୱର, ରସୁଲଗଡ, ସହିଦ ନଗର, ସତ୍ୟନଗର, ଖଣ୍ଡଗିରି ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖିContinue reading “ଭୁବନେଶ୍ୱରରେ ମାଡି ଚାଲିଛି ଭୂତାଣୁ । ଆଜି ୧,୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ।”

ମୋଦୀ ବୁଝିଲେ ପ୍ରଦୀପ୍ତ ଓ ରଘୁଙ୍କ ସ୍ୱାସ୍ଥ୍ୟାବସ୍ଥା । ଫୋନ ଯୋଗେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଦୀପ୍ତଙ୍କ ପତ୍ନୀ କମଳା ନାୟକଙ୍କ ସହ ଫୋନରେ କଥା ହୋଇ ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି । ସେହିପରି ସାଂସଦ ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ବୁଝିଛନ୍ତି ମୋଦୀ । ରଘୁନାଥଙ୍କ ବଡପୁଅଙ୍କ ସହ ମୋଦୀ କଥା ହୋଇଛନ୍ତି । କୋଭିଡ ଆକ୍ରାନ୍ତ ହୋଇ ଭରବଙ୍କନଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ଓ ରଘୁନାଥ ମହାପାତ୍ରContinue reading “ମୋଦୀ ବୁଝିଲେ ପ୍ରଦୀପ୍ତ ଓ ରଘୁଙ୍କ ସ୍ୱାସ୍ଥ୍ୟାବସ୍ଥା । ଫୋନ ଯୋଗେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।”

ମେ’ ୧୧ରେ ବସିବ ଛତିଶା ନିଯୋଗ ବୈଠକ । ଅକ୍ଷୟ ତୃତୀୟା-ରଥ ଅନୁକୂଳ ନେଇ ହେବ ଆଲୋଚନା ।

କନକ ବ୍ୟୁରୋ : ଚଳିତ ମାସ ୧୧ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ପ୍ରସ୍ତାବିତ ବୈଠକରେ ଅକ୍ଷୟ ତୃତୀୟ ନୀତିନିର୍ଘଣ୍ଟ, ରଥ ଅନୁକୂଳ ବିଷୟରେ ଆଲୋଚନା ହେବ । ଚନ୍ଦନଯାତ୍ରା ନେଇ ଚୂଡ଼ାନ୍ତ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ଚର୍ଚ୍ଚା ହୋଇଛି । ପୁରୀ ଜିଲ୍ଲାପାଳ, ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିରର ଅନ୍ୟ ସେବାୟତଙ୍କ ଉପସ୍ଥିତିରେ ହୋଇଥିବା ଭିଡିଓContinue reading “ମେ’ ୧୧ରେ ବସିବ ଛତିଶା ନିଯୋଗ ବୈଠକ । ଅକ୍ଷୟ ତୃତୀୟା-ରଥ ଅନୁକୂଳ ନେଇ ହେବ ଆଲୋଚନା ।”

ଅଭୟାରଣ୍ୟକୁ ବି ଛୁଇଁପାରେ କରୋନା । ଅଭୟାରଣ୍ୟ ଓ ପ୍ରାଣୀ ଉଦ୍ୟାନ ଉପରେ ନଜର ରଖିବା ପାଇଁ ଡିଏଫଓଙ୍କୁ ପିସିସିଏଫଙ୍କ ନିର୍ଦ୍ଦେଶ 

କନକ ବ୍ୟୁରୋ: ଅଭୟାରଣ୍ୟକୁ ବି ଛୁଇଁପାରେ କରୋନା । ଭୂତାଣୁ ଭୟରେ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନକୁ ରହିଛି । ତେଣୁ ରାଜ୍ୟର ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଥିବା ଜୀବନ ଜନ୍ତୁଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପିସିସିଏଫ ନିର୍ଦ୍ଦେଶ ଦେଇଛନ୍ତି । ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟରୁ  ଆସିଥିବା ଚିଠି ଆଧାରରେ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ପିସିସିଏଫ । ଏହାସହContinue reading “ଅଭୟାରଣ୍ୟକୁ ବି ଛୁଇଁପାରେ କରୋନା । ଅଭୟାରଣ୍ୟ ଓ ପ୍ରାଣୀ ଉଦ୍ୟାନ ଉପରେ ନଜର ରଖିବା ପାଇଁ ଡିଏଫଓଙ୍କୁ ପିସିସିଏଫଙ୍କ ନିର୍ଦ୍ଦେଶ “

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଔଷଧ ଠାରୁ ଟିକା ପର୍ଯ୍ୟନ୍ତ ଦେଲେ ଏଭଳି ନିର୍ଦ୍ଦେଶ

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତିନେଇ ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରିଥିଲେ । ଏହି ବୈଠକର ପ୍ରଧାନମନ୍ତ୍ରୀଙ୍କୁ ଦେଶର ପ୍ରତ୍ୟେକ ରାଜ୍ୟର କରୋନା ସ୍ଥିତି ବାବଦରେ ଅବଗତ କରାଯାଇଛି । ରାଜ୍ୟ ମାନଙ୍କର ସ୍ଥିତି ଜାଣିବା ପରେ ପ୍ରଧାନମନ୍ତ୍ରୀ ଔଷଧ ଓ ଟିକାକୁ ନେଇ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ରାଜ୍ୟମାନଙ୍କରେ ଟିକାକରଣ ଗତି ଦ୍ରୁତ ହେବା ଦରକାର । ଏନେଇ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କContinue reading “କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଔଷଧ ଠାରୁ ଟିକା ପର୍ଯ୍ୟନ୍ତ ଦେଲେ ଏଭଳି ନିର୍ଦ୍ଦେଶ”

ପ୍ରାଇଭେଟ୍ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଛନ୍ତି କି? ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ୍ ।

କନକ ବ୍ୟୁରୋ: ପ୍ରାଇଭେଟ୍ ହସ୍ପିଟାଲରେ ଟଙ୍କା ଦେଇ କୋଭିଡର ଟିକାର ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ, ଜଣେ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ । ଏନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ୩୦ ଏପ୍ରିଲ ସୁଦ୍ଧା ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିଲେ, ସେମାନେ ସରକାରୀ ହସ୍ପିଟାଲରେ ୨ୟ ଡୋଜ୍ ଟିକା ମାଗଣାରେ ନେବେ । କୋଭିସିଲ୍ଡ ଟିକାContinue reading “ପ୍ରାଇଭେଟ୍ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଛନ୍ତି କି? ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ୍ ।”

ରାଜ୍ୟରେ କୋଭିଡ୍ ଟିକାକରଣ ନେଇ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ୍ । କହିଲେ, ଭୁବନେଶ୍ୱରରେ ନାହିଁ କୋଭାକ୍ସିନର ଅଭାବ । ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ ପ୍ରାଥମିକତା ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ପୁଣି ସଚେତନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ତାଙ୍କ ପ୍ରେସମିଟରେ ସେ କୋଭିଡ୍ ଟିକାକରଣକୁ ନେଇ ମତ ରଖିଥିବାବେଳେ ମୁଖ୍ୟତଃ ଲୋକଙ୍କୁ କିପରି ଦ୍ୱିତୀୟ ଡୋଜ ସୁରୁଖୁରରେ ମିଳିପାରିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି । ତା ବାଦ୍ ଟିକା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି, ଟିକା କମ୍ପାନି ସହ ମଧ୍ୟ ରାଜ୍ୟContinue reading “ରାଜ୍ୟରେ କୋଭିଡ୍ ଟିକାକରଣ ନେଇ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ୍ । କହିଲେ, ଭୁବନେଶ୍ୱରରେ ନାହିଁ କୋଭାକ୍ସିନର ଅଭାବ । ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ ପ୍ରାଥମିକତା ।”

ଛତିଶଗଡ: ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ମୃତ , ୪ ଜଣ ଗୁରୁତର

କନକ ବ୍ୟୁରୋ : କରୋନାରୁ ରକ୍ଷା ପାଇବାକୁ ଏବେ ଲୋକମାନେ ବିଭିନ୍ନ ଲୋକଙ୍କ ପରାମର୍ଶରେ ବିଭିନ୍ନ ପ୍ରକାର ଔଷଧ ଓ ଚିକିତ୍ସାକୁ ଆପଣାଇ ନେଉଛନ୍ତି । ହେଲେ ଏହା ଯେ କେତେବେଳ ଜୀବନକୁ ବିପଦ ମୁଖକୁ ଠେଲି ଦେଉଛି ତାହାର ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡରେ । ଛତିଶଗଡର ବିଳାଶପୁର ଠାରେ ଏକ ପରିବାର ହୋମିଓପାଥି ଔଷଧ ଖାଇବା ତାଙ୍କ ପାଇଁ ମହଙ୍ଗା ପଡିଛି । ଔଷଧ ଖାଇବା ପରେ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁContinue reading “ଛତିଶଗଡ: ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ମୃତ , ୪ ଜଣ ଗୁରୁତର”

ରାଜ୍ୟରେ କେବେ ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଡାକ୍ତର ନରୋଜ ମିଶ୍ର କହିଲେ, ଓଡିଶାରେ ବିଳମ୍ବ ହୋଇପାରେ ପିକ୍

କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମେ ୧୫ ତାରିଖ ଆଡ଼କୁ ପିକ ହେବ ବୋଲି ଆଶା କରାଯାଉଥିଲା । ହେଲେ ମହାରାଷ୍ଟ୍ର ଓ ଦିଲ୍ଲୀରେ କମିବା ପରେ ପୁଣି ବଢିଲା । ତେଣୁ ଓଡ଼ିଶାରେ ପିକ ହେବା ବିଳମ୍ବ ହୋଇପାରେ । ଏକାଧିକ ରାଜ୍ୟରେ ପିକ ହେଲେ ଓଡ଼ିଶାରେ ହେବ । ତୃତୀୟ ଲହର ଏବେ ସମ୍ଭାବନା ନାହିଁ । ଯଦି ତୃତୀୟ ଲହର ଆସିବ ଅତିବେଶିରେ ୪ମାସ ପରେContinue reading “ରାଜ୍ୟରେ କେବେ ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଡାକ୍ତର ନରୋଜ ମିଶ୍ର କହିଲେ, ଓଡିଶାରେ ବିଳମ୍ବ ହୋଇପାରେ ପିକ୍”

Design a site like this with WordPress.com
Get started