ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । ହିଂସା ପରିସ୍ଥିତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

କନକ ବ୍ୟୁରୋ :  ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସଂକ୍ରାନ୍ତ ରିପୋର୍ଟଗୁଡ଼ିକ ଉପରେ ଗୁରୁତ୍ବ ଦେଇ ସ୍ଥଳବିଶେଷର ଅବସ୍ଥା ଆକଳନ କରିବା ନିମନ୍ତେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଜଣେ ଅତିରିକ୍ତ ସଚିବସ୍ତରୀୟ ଅଧିକାରୀଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ୍ ପଠାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ଟିମ୍ ଦିଲ୍ଲୀରୁ ବାହାରି ଏବେ ପଶ୍ଚିମବଙ୍ଗରେ ପହଂଚିଛି । ନିର୍ବାଚନ ପରବର୍ତ୍ତୀ ହିଂସା, କ୍ଷେତ୍ରବିଶେଷର ପରିସ୍ଥିତି ଏବଂ ରାଜନୈତିକ କର୍ମୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଛି ବୋଲି କୁହାଯାଉଥିବାContinue reading “ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । ହିଂସା ପରିସ୍ଥିତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ”

କେରଳ ସରକାର ରାଜ୍ୟରେ ଘୋଷଣା କଲେ ଲକଡାଉନ୍ । ୱାର୍ଡ କମିଟିକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କେରଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀଙ୍କ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଛି । ସୂଚନା ମୁତାବକ ରାଜ୍ୟରେ ମେ ୮ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । କେରଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ମେଡିକାଲ ଷ୍ଟୁଡେଣ୍ଟ ମାନଙ୍କ ବି ରାଜ୍ୟContinue reading “କେରଳ ସରକାର ରାଜ୍ୟରେ ଘୋଷଣା କଲେ ଲକଡାଉନ୍ । ୱାର୍ଡ କମିଟିକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ”

ଦିଲ୍ଲୀ ସରକାରଙ୍କ ନୂଆ ନିୟମ । ଏଣିକି ଘରେ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର ।

କନକ ବ୍ୟୁରୋ: ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର । ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର । ହୋମ ଆଇସୋଲେସନ ରୋଗୀ ମଧ୍ୟ ଯେପରି ଘରେ ରହି ସବୁଧା ପାଇପାରିବେ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏହାଦ୍ୱାରା ହସ୍ପିଟାଲରେ ଭିଡ ମଧ୍ୟ କମ ରହିବ । ହୋମ ଆଇସୋଲେସନରେ ଥିବା ଲୋକମାନେ ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକContinue reading “ଦିଲ୍ଲୀ ସରକାରଙ୍କ ନୂଆ ନିୟମ । ଏଣିକି ଘରେ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର ।”

ଟ୍ରକରେ ଲଦାଲଦି ହୋଇ ଆନ୍ଧ୍ର ପ୍ରଦେଶରୁ ନରସିଂହପୁର ଆସୁଥିଲେ ୮୦ ପ୍ରବାସୀ । ପଡ଼ିଗଲା ପ୍ରଶାସନର ନଜର, ସମସ୍ତେ ବାଧ୍ୟତାମୂଳକ ସଂଗରୋଧରେ ଭର୍ତି

କନକ ବ୍ୟୁରୋ : ଟ୍ରକରେ ଲଦାଲଦି ହୋଇ ଆନ୍ଧ୍ର ପ୍ରଦେଶରୁ ନରସିଂହପୁର ରେଗେଡ଼ା ଅଞ୍ଚଳକୁ ଆସୁଥିଲେ ୮୦ ପ୍ରବାସୀ । ଘରେ ପହଞ୍ଚିବା ପୂର୍ବରୁ ଏମାନଙ୍କ ଉପରେ ପଡ଼ିଥିଲା ପ୍ରଶାସନର ନଜର । ଆଉ ପ୍ରବାସୀଙ୍କ କିଛି କଥା ନଶୁଣି ସେମାନଙ୍କୁ ଗାଈଗୋରୁଙ୍କୁ ନେବା ଭଳି ଗୋଟିଏ ଟ୍ରକରେ ପୁରାଇ ବାଧ୍ୟତାମୂଳକ ସଂଗରୋଧରେ ଭର୍ତି କରିଛି ପ୍ରଶାସନ । ପ୍ରଶାସନର ଏଭଳି ବ୍ୟବହାର ପ୍ରବାସୀମାନଙ୍କୁ ବ୍ୟଥିତ କରିଛି । ରାଜ୍ୟରେ କରୋନା ବଢ଼ୁଥିବା ବେଳେ ପ୍ରବାସୀଙ୍କ ଏଭଳିContinue reading “ଟ୍ରକରେ ଲଦାଲଦି ହୋଇ ଆନ୍ଧ୍ର ପ୍ରଦେଶରୁ ନରସିଂହପୁର ଆସୁଥିଲେ ୮୦ ପ୍ରବାସୀ । ପଡ଼ିଗଲା ପ୍ରଶାସନର ନଜର, ସମସ୍ତେ ବାଧ୍ୟତାମୂଳକ ସଂଗରୋଧରେ ଭର୍ତି”

କୋଭିଡ ସେଣ୍ଟରରୁ ଗାଏବ ହୋଇଗଲେ ରୋଗୀ । ବୃଦ୍ଧ ବାପାଙ୍କୁ ଖୋଜୁଛି ପୁଅ, ୫ ଦିନ ପରେ ବି ମିଳୁନି ପତା, ଅନୁଗୁଳ ସଦର ଥାନାରେ ଦେଲେ ଲିଖିତ ଅଭିଯୋଗ ।

କନକ ବ୍ୟୁରୋ: କୋଭିଡ ସେଂଟରରୁ ଗାଏବ ହୋଇଗଲେ ଆକ୍ରାନ୍ତ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଆନୁଗୁଳ ଛେଣ୍ଡିପଦା ଅଂଚଳରୁ । ଏପରିକି କୋଭିଡ ସେଂଟରରୁ ବାପା ଗାଏବ ହୋଇଯିବା ନେଇ ଥାନାରେ ମାମଲା କରିଛନ୍ତି ପୁଅ । ଅନୁଗୁଳ ପରା ଗାଁର ଗୋବିନ୍ଦ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଗତ ୩୦ ତାରିଖରେ ତାଙ୍କ ପୁଅ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ତାଙ୍କର ପରୀକ୍ଷା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।Continue reading “କୋଭିଡ ସେଣ୍ଟରରୁ ଗାଏବ ହୋଇଗଲେ ରୋଗୀ । ବୃଦ୍ଧ ବାପାଙ୍କୁ ଖୋଜୁଛି ପୁଅ, ୫ ଦିନ ପରେ ବି ମିଳୁନି ପତା, ଅନୁଗୁଳ ସଦର ଥାନାରେ ଦେଲେ ଲିଖିତ ଅଭିଯୋଗ ।”

ଟିକା ନେବାକୁ ଅନାଇ ବସିଛି ଓଡ଼ିଶା । କେବଳ ଦ୍ୱିତୀୟ ଡୋଜ ଟିକା ନେବାକୁ ଅପେକ୍ଷାରେ ଅଛନ୍ତି ୧୭ ଲକ୍ଷ ୪୭ ହଜାର ।

କନକ ବ୍ୟୁରୋ: ଟିକା ନେବାକୁ ଅନାଇ ବସିଛି ଓଡିଶା । କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ରାଜ୍ୟରେ ୧୭ ଲକ୍ଷ ୪୭ ହଜାର ଲୋକ ଅପେକ୍ଷା କରି ରହିଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ୧୧ ଲକ୍ଷ ୭୧ ହଜାର ଲୋକ ସେମାନଙ୍କ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅନାଇ ବସିଛନ୍ତି । କାରଣ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ପୂରିଗଲାଣି । ସେହିପରି ୪୫ରୁ ୬୦ ବର୍ଷ ମଧ୍ୟରେ ୫Continue reading “ଟିକା ନେବାକୁ ଅନାଇ ବସିଛି ଓଡ଼ିଶା । କେବଳ ଦ୍ୱିତୀୟ ଡୋଜ ଟିକା ନେବାକୁ ଅପେକ୍ଷାରେ ଅଛନ୍ତି ୧୭ ଲକ୍ଷ ୪୭ ହଜାର ।”

ଉତ୍ତର ଭାରତ ପରେ ଏବେ ଦକ୍ଷିଣ ଭାରତରେ କରୋନା ସ୍ଥିତି ସାଂଘାତିକ । ୪ ରାଜ୍ୟରୁ ୨୪ ଘଂଟାରେ ୧.୩୭ ଲକ୍ଷ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହରି ଚାଲିଥିବା ବେଳେ ତୃତୀୟ ଲହରି ନେଇ ଚେତାବନୀ ଦେଇସାରିଲେଣି କେନ୍ଦ୍ର ସରକାର । ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଉପଦେଷ୍ଟା ବିଜୟ ରାଘବନଙ୍କ କହିବା ମୁତାବକ କରୋନାର ତୃତୀୟ ଲହର ନିଶ୍ଚିନ୍ତ ଓ ଶୀଘ୍ର ଆସିବ । ଏହାରି ଭିତରେ ଦକ୍ଷିଣ ଭାରତରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦକ୍ଷୀଣ ଭାରତର କେବଳ ୪ ଟି ରାଜ୍ୟରେ ୧.୩୭,୫୭୯Continue reading “ଉତ୍ତର ଭାରତ ପରେ ଏବେ ଦକ୍ଷିଣ ଭାରତରେ କରୋନା ସ୍ଥିତି ସାଂଘାତିକ । ୪ ରାଜ୍ୟରୁ ୨୪ ଘଂଟାରେ ୧.୩୭ ଲକ୍ଷ ସଂକ୍ରମିତ ଚିହ୍ନଟ”

ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକାରାଗାରରେ ପଶିଲା କରୋନା । କାର୍ଯ୍ୟରତ ଆସିଷ୍ଟାଂଟ ଜେଲରଙ୍କ ମୃତ୍ୟୁ, ଏପଟେ ଏମକେସିଜିରେ ଗହଳି ନକରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ ।

କନକ ବ୍ୟୁରୋ: ଉପକାରାଗାରରେ ପଶିଲା କରୋନା । ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଜେଲକୁ କରୋନା ପ୍ରବେଶ କରିଛି । କାର୍ଯ୍ୟରତ ଆସିଷ୍ଟାଂଟ ଜେଲର ଲମ୍ବୋଧର ଭୋଇଙ୍କ କରୋନାରେ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଛତ୍ରପୁର ଉପକାରାଗାରରେ ଏବେ ମୋଟ୍ ୧୨୭ ବିଚାରାଧୀନ କଏଦୀ ରହୁଥିବାବେଳେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୨ ପୁରୁଷ ଓContinue reading “ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକାରାଗାରରେ ପଶିଲା କରୋନା । କାର୍ଯ୍ୟରତ ଆସିଷ୍ଟାଂଟ ଜେଲରଙ୍କ ମୃତ୍ୟୁ, ଏପଟେ ଏମକେସିଜିରେ ଗହଳି ନକରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ ।”

କେବେ ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ କ’ଣ କହୁଛନ୍ତି ଭାରତ ସରକାରଙ୍କ ଏକ୍ସପର୍ଟ, ପ୍ରଫେସର ଏମ୍ ବିଦ୍ୟାସାଗର, ଜାଣନ୍ତୁ…

କନକ ବ୍ୟୁରୋ : ଆସନ୍ତାକାଲି ସୁଦ୍ଧା ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଏଭଳି ଆକଳନ କରିଛନ୍ତି ଭାରତ ସରକାରଙ୍କ କରୋନା ସଂପର୍କିତ ଗାଣିତିକ ମଡେଲ ଏକ୍ସପର୍ଟ ପ୍ରଫେସର ଏମ ବିଦ୍ୟାସାଗର । ତାଙ୍କ କହିବା ଆନୁସାରେ ସାରାଦେଶରେ କରୋନାର ସଂକ୍ରମଣ ଚଳିତ ସପ୍ତାହ ଶେଷ ସୁଦ୍ଧା ନିମ୍ନଗାମୀ ହେବ । ସେହିପରି ଚଳିତମାସ ଶେଷ ସୁଦ୍ଧା କରୋନାର ପ୍ରକୋପ କମିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କିନ୍ତୁ ବିଭିନ୍ନ ରାଜ୍ୟରେContinue reading “କେବେ ଶୀର୍ଷ ଛୁଇଁବ କରୋନା ଦ୍ୱିତୀୟ ଲହରର ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ କ’ଣ କହୁଛନ୍ତି ଭାରତ ସରକାରଙ୍କ ଏକ୍ସପର୍ଟ, ପ୍ରଫେସର ଏମ୍ ବିଦ୍ୟାସାଗର, ଜାଣନ୍ତୁ…”

କରୋନରେ ପ୍ରାଣ ହରାଇଲେ ଆରଏଲଡି ଅଧ୍ୟକ୍ଷ ଅଜିତ୍ ସିଂ । ଗୁରୁଗ୍ରାମ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା ।

କନକ ବ୍ୟୁରୋ : ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ତଥା ପଶ୍ଚିମ ଉତ୍ତରପ୍ରଦେଶର ଲୋକପ୍ରିୟ ଜାଠ୍ ନେତା ଅଜିତ୍ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅଜିତ୍ ସିଂ ଓ ତାଙ୍କ ନାତୁଣୀ ଏପ୍ରିଲ ୨୨ ତାରିଖ ଦିନ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଗୁରୁଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ଗୁୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ତାଙ୍କର ପରଲୋକ ହୋଇଯାଇଛି । ରାଷ୍ଟ୍ରୀୟContinue reading “କରୋନରେ ପ୍ରାଣ ହରାଇଲେ ଆରଏଲଡି ଅଧ୍ୟକ୍ଷ ଅଜିତ୍ ସିଂ । ଗୁରୁଗ୍ରାମ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା ।”

Design a site like this with WordPress.com
Get started