କନକ ବ୍ୟୁରୋ : ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ । ସେଥିପାଇଁ ଶ୍ରୀନଅର ରଥଖଳାରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି ଚାଳି ନିର୍ମାଣ କାର୍ଯ୍ୟ । ଚଳିତ ବର୍ଷ କରୋନା କଟକଣାରେ ରଥ ନିର୍ମାଣ ହେବ । ପୂର୍ବରୁ ୧୬୦ଫୁଟ ଲମ୍ବ ଚାଳି କରାଯାଉଥିବା ବେଳେ ଗତ ବର୍ଷ ଠାରୁ ୬୦ ଫୁଟ ବଢାଯାଇ ୨୨୦ ଫୁଟ କରାଯାଇଛି । ଏହି ମାପରେ ପ୍ରଶାସନ ପକ୍ଷରୁContinue reading “ଆସୁଛି ରଥଯାତ୍ରା…ରଥଖଳାରେ ଆଜି ସନ୍ଧ୍ୟାରେ ଆରମ୍ଭ ହେଲା ଚାଳି ନିର୍ମାଣ କାର୍ଯ୍ୟ ।”
Author Archives: Raghaba
ଆଇପିଏଲ ସ୍ଥଗିତ ହେବାକୁ ସମର୍ଥନ କଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । କହିଲେ ବିସିସିଆଇ ନେଇଛି ଠିକ ନିଷ୍ପତ୍ତି, ଏବେ ଲୋକଙ୍କ ଜୀବନ ବଂଚାଇବା ବେଶି ଗୁରୁତ୍ୱପୂର୍ଣ୍ଣ ।
କନକ ବ୍ୟୁରୋ : ଚଳିତବର୍ଷ ଆଇପିଏଲ ସ୍ଥଗିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । ବିସିସିଆଇର ଏହି ନିଷ୍ପତିକୁ ସଠିକ ବୋଲି କହିଛନ୍ତି ସୋଏବ । ଭାରତରେ ଏବେ ଲୋକଙ୍କ ଜୀବନ ରକ୍ଷା ଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ବିସିସିଆଇ ଠିକ୍ ନିଷ୍ପତି ନେଇଛି ବୋଲି ସେ କହିଛନ୍ତି । ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ସେ ଗୋଟିଏ ସପ୍ତାହ ପୂର୍ବରୁ କହିଥିଲେ ।Continue reading “ଆଇପିଏଲ ସ୍ଥଗିତ ହେବାକୁ ସମର୍ଥନ କଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ଅଖତର । କହିଲେ ବିସିସିଆଇ ନେଇଛି ଠିକ ନିଷ୍ପତ୍ତି, ଏବେ ଲୋକଙ୍କ ଜୀବନ ବଂଚାଇବା ବେଶି ଗୁରୁତ୍ୱପୂର୍ଣ୍ଣ ।”
ଭାରତକୁ ଟିକା ପଠାଇବ କି ଆମେରିକା ? ଇସାରା ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜୁଲାଇରେ ଏନେଇ ହୋଇପାରେ ନିଷ୍ପତ୍ତି ।
କନକ ବ୍ୟୁରୋ : ଭାରତର କୋଭିଡ ସ୍ଥିତି ଓ ସହାୟତା ବିଷୟରେ ମତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ଆମେରିକା ସବୁ ପ୍ରକାର ସହାୟତା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି । ତେବେ ଭାରତକୁ ଆମେରିକା ଟିକା ଯୋଗାଇବ କି ବୋଲି ପ୍ରଶ୍ନର ମଧ୍ୟ ସେ ଉତ୍ତର ରଖିଛନ୍ତି । ଆମେରିକା ଜୁନରୁ ବିଭିନ୍ନ ଦେଶକୁContinue reading “ଭାରତକୁ ଟିକା ପଠାଇବ କି ଆମେରିକା ? ଇସାରା ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜୁଲାଇରେ ଏନେଇ ହୋଇପାରେ ନିଷ୍ପତ୍ତି ।”
କରୋନା ଲଢେଇ ପାଇଁ ଆରବିଆଇର ବଡ଼ ସହାୟତା । ଟିକା ନିର୍ମାତା ଓ ହସ୍ପିଟାଲର ଭିତ୍ତିଭୁମି ସୁଧାର ପାଇଁ ୫୦ହଜାର କୋଟି ଟଙ୍କାର ମିଳିବ ଋଣ, ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
କନକ ବ୍ୟୁରୋ : ଲକଡାଉନ ଓ କରୋନା ସଂକ୍ରମଣ ଯୋଗୁଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ପୁଣି ବିପଦରେ ପଡିଛି । ଏପରି ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସମିଟ କରି ବଡ ଘୋଷଣା କରିଛନ୍ତି । କରୋନା ଟିକା ନିର୍ମାତା କମ୍ପାନୀ ଓ ହସ୍ପିଟାଲର ଭିତ୍ତିଭୂମିରେ ସୁଧାର ପାଇଁ ଆରବିଆଇ ୫୦ ହଜାର କୋଟି ଟଙ୍କାର ରୁଣ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର । ୫୦ ହଜାର କୋଟି ଟଙ୍କାର ନଗଦ ରାଶିContinue reading “କରୋନା ଲଢେଇ ପାଇଁ ଆରବିଆଇର ବଡ଼ ସହାୟତା । ଟିକା ନିର୍ମାତା ଓ ହସ୍ପିଟାଲର ଭିତ୍ତିଭୁମି ସୁଧାର ପାଇଁ ୫୦ହଜାର କୋଟି ଟଙ୍କାର ମିଳିବ ଋଣ, ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।”
ଭୁବନେଶ୍ୱରରେ ବାହାଘର କି ଅନ୍ତ୍ୟେଷ୍ଟି କ୍ରିୟା ଅନୁମତି ପାଇଁ ଆଉ ଯିବାକୁ ପଡିବନି ଥାନା । ଡିସିପି ଉମାଶଙ୍କର ଦାସ କହିଲେ, ହ୍ୱାଟ୍ସଆପ ଜରିଆରେ ମିଳିବ ଅନୁମତି ପତ୍ର
କନକ ବ୍ୟୁରୋ: ଭୁବନେଶ୍ୱରରେ ବାହାଘର କି ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ଅନୁମତି ପାଇଁ ଯିବାକୁ ପଡିବନି ଥାନା । ଘରେ ରହି ନେଇପାରିବେ ଅନୁମତି । ଏଥିପାଇଁ ୧୦୦ ନମ୍ବରକୁ କଲ କରିବାକୁ ପଡିବ । ଏହାସହ ଲାଇସେନ୍ସ ସେଲ ୮୧୪୪୨୦୭୧୦୦ ନମ୍ବରକୁ କଲ କରିବା ପରେ ଆପଣଙ୍କ ହ୍ୱାଟସଆପ୍କୁ କମିଶନରେଟ୍ ପୁଲିସ ଏକ ଫର୍ମ ପଠାଇବ । ସେହି ଫର୍ମ ପୂରଣ କରି ପଠାଇଲେ ସେହି ହ୍ୱାଟ୍ସ ଆପ୍କୁ ଅନୁମତି ପତ୍ର ମିଳିଯିିବ । ଏନେଇContinue reading “ଭୁବନେଶ୍ୱରରେ ବାହାଘର କି ଅନ୍ତ୍ୟେଷ୍ଟି କ୍ରିୟା ଅନୁମତି ପାଇଁ ଆଉ ଯିବାକୁ ପଡିବନି ଥାନା । ଡିସିପି ଉମାଶଙ୍କର ଦାସ କହିଲେ, ହ୍ୱାଟ୍ସଆପ ଜରିଆରେ ମିଳିବ ଅନୁମତି ପତ୍ର”
ପଶ୍ଚିମବଙ୍ଗରେ ପୁଣି ଚାଲିବ ଦିଦିଗିରି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି ।
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପୁଣି ଚାଲିବ ଦିଦିଗିରି । ଆରମ୍ଭ ହେଲା ମମତାଙ୍କ ତୃତୀୟ ଇନିଂସ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମମତା । ବିଜେପିକୁ ବଡ଼ ଧରଣର ମାତ୍ ଦେଇଥିବା ମମତା ବାନାର୍ଜୀଙ୍କ ନୂଆ ଇନିଂସ ଆରମ୍ଭ ହୋଇଯାଇଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ରାଜଭବନ ଟାଉନ ହଲରେ ଏକ ନିରାଡମ୍ବର ଶପଥ ଗ୍ରହଣ ଉତ୍ସବରେ ଶପଥContinue reading “ପଶ୍ଚିମବଙ୍ଗରେ ପୁଣି ଚାଲିବ ଦିଦିଗିରି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି ।”
ସାମ୍ନାକୁ ଆସିଲା ଦେବେନ୍ଦ୍ର ସାମନ୍ତରାୟଙ୍କ ଶେଷ କବିତା । ଏକ ସ୍ୱପ୍ନକୁ ନେଇ ଡାଏରୀରେ ଲେଖିଥିଲେ କବିତା, ମୃତ୍ୟୁଦୂତ ଡାକୁଥିବା ନେଇ ଦେଖିଥିଲେ ସ୍ୱପ୍ନ ।
କନକ ବ୍ୟୁରୋ : ମୃତ୍ୟୁଦୂତକୁ ପାଖରୁ ଦେଖିଥିଲେ ସମ୍ବାଦର ବାର୍ତ୍ତା ସମ୍ପାଦକ ଦେବେନ୍ଦ୍ର ସାମନ୍ତରାୟ । ଡାକ୍ତରଖାନାରେ ଆଡମିଟ ହେବା ପରେ ସେ ଏକ କବିତା ଲେଖିଥିଲେ । ଏହି କବିତା ମାଧ୍ୟମରେ ସେ କହିବାକୁ ଚାହିଁଥିଲେ ଯେ, ସ୍ୱପ୍ନରେ ମୃତ୍ୟୁଦୂତ ତାଙ୍କୁ ଡାକିବାକୁ ଆସିଥିଲା । ଆଉ ଏହି କବିତାକୁ ତାଙ୍କ ଝିଅ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ କବିତାରେ ଦେବେନ୍ଦ୍ର ଯେଉଁ କଥା ଲେଖିଛନ୍ତି ତାହା ସତରେ ବୁଝୁଥିବା ଲୋକଙ୍କ ପାଇଁContinue reading “ସାମ୍ନାକୁ ଆସିଲା ଦେବେନ୍ଦ୍ର ସାମନ୍ତରାୟଙ୍କ ଶେଷ କବିତା । ଏକ ସ୍ୱପ୍ନକୁ ନେଇ ଡାଏରୀରେ ଲେଖିଥିଲେ କବିତା, ମୃତ୍ୟୁଦୂତ ଡାକୁଥିବା ନେଇ ଦେଖିଥିଲେ ସ୍ୱପ୍ନ । “
କରୋନା ଭିତରେ କଳସଯାତ୍ରା । ଚମକାଇଦେଲା ଅହମ୍ମଦାବାଦର ଦୃଶ୍ୟ, ଯାତ୍ରାରେ ସାମିଲ ହେଲେ ହଜାର ହଜାର ମହିଳା ।
କନକ ବ୍ୟୁରୋ : କରୋନା ସହିତ ସାରା ଦେଶ ଏବେ ଲଢେଇ କରୁଛି । ଏହା ସାଙ୍ଗରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଆଡକୁ ମୁହାଁଇଲାଣି । ଏହାରି ଭିତରେ ଦେଶର କିଛି ସ୍ଥାନରେ ଲୋକେ ଏବେ ମଧ୍ୟ କରୋନାକୁ ନେଇ ଚିନ୍ତିତ ନୁହଁନ୍ତି । ଏବେ ବି ଆୟୋଜନ ହେଉଛି ଧାର୍ମିକ ସମାବେଶ । ଯେଉଁ ଠାରେ ଶହ ଶହ ଲୋକ ଏକାଠି ହେଉଛନ୍ତି । ଅହମ୍ମଦାବାଦର ସନନ୍ଦରେ କରୋନା କାଳରେ କଳସ ଯାତ୍ରାରContinue reading “କରୋନା ଭିତରେ କଳସଯାତ୍ରା । ଚମକାଇଦେଲା ଅହମ୍ମଦାବାଦର ଦୃଶ୍ୟ, ଯାତ୍ରାରେ ସାମିଲ ହେଲେ ହଜାର ହଜାର ମହିଳା ।”
ବାହାର ରାଜ୍ୟରୁ ଆସିଲେ ବି ଦରକାର ନାହିଁ ଆରଟିପିସିଆର ଟେଷ୍ଟ । ପରୀକ୍ଷାଗାର ଉପରେ ବଢୁଛି ପ୍ରବଳ ଚାପ, ରାପିଡ୍ ଆଂଟିଜେନ ଟେଷ୍ଟ ଉପରେ ସରକାରଙ୍କ ଜୋର ।
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିବା ସହିତ ନମୂନା ପରୀକ୍ଷା ମଧ୍ୟ ବଢିବାରେ ଲାଗିଛି । ଏଥିପାଇଁ ଚାପ ବଢୁଛି । ଆଉ ଏହାକୁ ଦୃଷ୍ଟିରେ ରଖି ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର, ବାରମ୍ବାର ଟେଷ୍ଟ ଦରକାର ନାହିଁ ବୋଲି କହିଛି । କରୋନା ନମୂନା ପରୀକ୍ଷାକୁ ନେଇ ସାନି ଉପଦେଶାବଳୀ ଜାରି କରିଛି ଆଇସିଏମଆର । ଏଥିରେ ଆରଟିପିସିଆର୍ ଟେଷ୍ଟ କମାଇବା କୁହାଯାଇଥିବା ବେଳେ ରାପିଡ୍ ଆଂଟିଜେନ୍ଟେଷ୍ଟ ବଢ଼ାଇବାକୁ କୁହାଯାଇଛିContinue reading “ବାହାର ରାଜ୍ୟରୁ ଆସିଲେ ବି ଦରକାର ନାହିଁ ଆରଟିପିସିଆର ଟେଷ୍ଟ । ପରୀକ୍ଷାଗାର ଉପରେ ବଢୁଛି ପ୍ରବଳ ଚାପ, ରାପିଡ୍ ଆଂଟିଜେନ ଟେଷ୍ଟ ଉପରେ ସରକାରଙ୍କ ଜୋର ।”
ଭୟ ବଢାଉଛି ଆନ୍ଧ୍ର ଭୂତାଣୁ । ୧୫ ଗୁଣ ଅଧିକ ସଂକ୍ରାମକ, ତୀବ୍ର ବେଗରେ ବ୍ୟାପିବାର ରହିଛି କ୍ଷମତା ।
କନକ ବ୍ୟୁରୋ : ଭାରି ସାଂଘାତିକ ‘ଏପି ଭାଇରସ’ । ଏପି ଅର୍ଥାତ ଆନ୍ଧ୍ରପ୍ରଦେଶ । କରୋନାର ଏକ ନୂଆ ମ୍ୟୁଟାଣ୍ଟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଦେଖାଦେଇଛି । ଯାହା ୧୫ଗୁଣା ଅଧିକ ସଂକ୍ରାମକ । ଏହି ଭୂତାଣୁ ସଂସ୍ପର୍ଶରେ ଆସିଲେ ବ୍ୟକ୍ତି ୩ରୁ ୪ ଦିନରେ ଗୁରୁତର ହୋଇପଡୁଛନ୍ତି । ଏହା ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟଠାରୁ ମଧ୍ୟ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଭୂତାଣୁContinue reading “ଭୟ ବଢାଉଛି ଆନ୍ଧ୍ର ଭୂତାଣୁ । ୧୫ ଗୁଣ ଅଧିକ ସଂକ୍ରାମକ, ତୀବ୍ର ବେଗରେ ବ୍ୟାପିବାର ରହିଛି କ୍ଷମତା । “