ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପରାମର୍ଶ ଦାତାଙ୍କ ସୂଚନା । କହିଲେ, କରୋନା ଭ୍ୟାକ୍ସିନର ଅପଡେଟ କରିବା ଆବଶ୍ୟକ । ନୂଆ ଷ୍ଟ୍ରେନ ରୋକିବାକୁ ଭ୍ୟାକ୍ସିନର ଅପଡେଟ ଦରକାର । କରୋନାର ନୂଆ ଷ୍ଟ୍ରେନ ଯୋଗୁଁ ଦେଶରେ ବଢୁଛି ସଂକ୍ରମଣ । ତେବେ ଏହି ସଂକ୍ରମଣକୁ ରୋକିବାକୁ ଭ୍ୟାକ୍ସିନ ଅପଡେଟ ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପରାମର୍ଶ ଦାତା । ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ଏହି ସଂକ୍ରମଣ ଅତ୍ୟନ୍ତ ମାରାତ୍ମକContinue reading “ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା ।”

ଆସୁଛି ଆକାଶର ବାହୁବଳୀ । ଆଜି ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ବିମାନ ।

କନକ ବ୍ୟୁରୋ : ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ । ଏଗୁଡ଼ିକ ଆଜି ସକାଳେ ଫ୍ରାନ୍ସର ମେରିଗନାଗ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଛନ୍ତି । ଏଗୁଡ଼ିକ ଆଜି ରାତିରେ ଜାମନଗର ବାୟୁସେନା ଘାଟିରେ ଓହ୍ଲାଇବ । ପରେ ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ନିଆଯ଼ିବ । ତେବେ କିଛି ଦିନ ପରେ ଏଗୁଡ଼ିକୁ ପଶ୍ଚିମବଙ୍ଗରେ ଥିବା ହାସିମୋରା ବାୟୁସେନା ଘାଟିରେ ସ୍ଥାୟୀଭାବେ ମୁତୟନ କରାଯ଼ିବ । ଭାରତ ଆସିବା ବାଟରେ ଓମାନ ଉପସାଗରContinue reading “ଆସୁଛି ଆକାଶର ବାହୁବଳୀ । ଆଜି ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ବିମାନ ।”

ସ୍ଥଗିତ ରହିଲା ଆଇପିଏଲ…କିନ୍ତୁ କେମିତି ନିଜ ଦେଶକୁ ଫେରିବେ ବିଦେଶୀ ଖେଳାଳୀ ? ଦେଖନ୍ତୁ କରୋନା ପାଇଁ କେଉଁ ଦେଶରେ କ’ଣ ରହିଛି ନିୟମ ।

କନକ ବ୍ୟୁରୋ : ଆଇପିଏଲ-୨୦୨୧ରେ ଅଂଶଗ୍ରହଣ କରିଥିବା କିଛି ଦଳର ଖେଳାଳି, ଅଧିକାରୀ ଓ ପ୍ରଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ବିସିସିଆଇ ଶେଷରେ ବାଧ୍ୟହୋଇ ବହୁ ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖିଛି । ତେବେ ମ୍ୟାଚ ସ୍ଥଗିତ ହୋଇଥିବାବେଳେ ବିଦେଶୀ ଖେଳାଳିମାନେ କିଭଳି ନିଜ ଦେଶକୁ ଫେରିବେ ସେ ନେଇ ବିସିସିଆଇ ମୁଣ୍ଡରେ ଚିନ୍ତା ପଶିଛି । କାରଣ ୧୪ ଅଷ୍ଟ୍ରେଲୀୟ, ୧୦ ନ୍ୟୁଜିଲାଣ୍ଡ ଏବଂ ୧୧ ଇଂଲଣ୍ଡ ଖେଳାଳିContinue reading “ସ୍ଥଗିତ ରହିଲା ଆଇପିଏଲ…କିନ୍ତୁ କେମିତି ନିଜ ଦେଶକୁ ଫେରିବେ ବିଦେଶୀ ଖେଳାଳୀ ? ଦେଖନ୍ତୁ କରୋନା ପାଇଁ କେଉଁ ଦେଶରେ କ’ଣ ରହିଛି ନିୟମ ।”

ସଂକ୍ରମଣ ପାଇଁ ଶୂନଶାନ ସହର । ଲକଡାଉନ୍ ପାଇଁ ଭଦ୍ରକ ସହର ଖାଁ ଖାଁ ।

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ କରୋନା ଗତ କିଛିଦିନ ହେଲା ଅଣାୟତ ହୋଇଥିବା ବେଳେ ଜିଲ୍ଲାବାସୀଙ୍କ ଭିତରେ ଆତଙ୍କ ‌ଖେଳାଇଛି । ଏତେ ସଂଖ୍ୟକ କରୋନା ରୋଗୀଙ୍କ ଚିକିତ୍ସା କିଭଳି ହେବ ତାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ବି ଚିନ୍ତାରେ ପଡିଯାଇଥିଲା । ଗତକାଲିଠାରୁ କରୋନା ମିଟର ତଳମୁହାଁ ହୋଇଥିବା ବେଳେ ଆଜି ମଧ୍ୟ କରୋନା ମିଟର ତଳମୁହାଁ ହୋଇଛି । ଗତକାଲି ୬୩  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେContinue reading “ସଂକ୍ରମଣ ପାଇଁ ଶୂନଶାନ ସହର । ଲକଡାଉନ୍ ପାଇଁ ଭଦ୍ରକ ସହର ଖାଁ ଖାଁ ।”

ଲକ୍ଷ୍ନୌରେ ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ । ୨ ଜଣ ମୃତ, ଅନେକ ଲୋକ ଆହତ ସୂଚନା

କନକ ବ୍ୟୁରୋ: ଉତ୍ତରପ୍ରଦେଶ ରାଜଧାନୀ ଲ କ୍ଷ୍ନୌରେ ଅଘଟଣ । ଅକ୍ସିଜେନ ପ୍ଲାଣ୍ଟ ବିସ୍ଫୋରଣ ହେବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଘଟଣା ସ୍ଥଳରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ପ୍ଲାଣ୍ଟରେ ସିଲିଣ୍ଡରରେ ଅକ୍ସିଜେନ ଭର୍ତ୍ତି ହେଉଥିବା ବେଳେ ଏହି ଅଘଟଣ ଘଟିଛି । ଆହତମାନଙ୍କୁContinue reading “ଲକ୍ଷ୍ନୌରେ ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ । ୨ ଜଣ ମୃତ, ଅନେକ ଲୋକ ଆହତ ସୂଚନା”

କରୋନାର ତୃତୀୟ ଲହର ନିଶ୍ଚିତ ଆସିବ । ସୂଚନା ଦେଲେ କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ୍ ପରାମର୍ଶଦାତା ।

କନକ ବ୍ୟୁରୋ : କରୋନା ସଂକ୍ରମଣ ଦିନକୁ ଦିନ ମାଡି ଚାଲିଥିବା ବେଳେ ଏବେ ଆସିଛି ସାଂଘାତିକ ତଥ୍ୟ । ଗତବର୍ଷ କରୋନାର ପ୍ରଥମ ଲହର ଅନେକ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କର ଜୀବନ ବି ଯାଇଥିଲା । ଏହା ପରେ ଭ୍ୟାକସିନ୍ ଆସିବା ପରେ ମିଳିଥିଲା ଟିକିଏ ଆଶ୍ୱସ୍ତି । କିନ୍ତୁ ପୁଣି ଥରେ କରୋନା ଦ୍ୱିତୀୟ ଲହର ଲୋକଙ୍କୁ ଆତଙ୍କିତ କରିଛି । କରୋନାର ଦ୍ୱିତୀୟ ଲହରContinue reading “କରୋନାର ତୃତୀୟ ଲହର ନିଶ୍ଚିତ ଆସିବ । ସୂଚନା ଦେଲେ କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ୍ ପରାମର୍ଶଦାତା ।”

ଆନ୍ଧ୍ର ସରକାରଙ୍କ ବଡ ଘୋଷଣା । ପ୍ଲାଜମା ଦାନ କଲେ ମିଳିବ ୫ ହଜାର ଓ କୋଭିଡରେ ପ୍ରାଣ ହରାଇଲେ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ।

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ଜଗନ ମୋହନ ରେଡ୍ଡି ସରକାର କୋଭିଡ ସମୟରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ପ୍ଲାଜମା ଦାନକାରୀଙ୍କୁ ସରକାର ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ । ଏହାସହ କୋଭିଡ ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ରାଜ୍ୟସରକାରଙ୍କ ତଥ୍ୟ ମୁତାବକ ବର୍ତମାନ ରାଜ୍ୟରେ ୩୭ ହଜାର ଲୋକ ପ୍ଲାଜମା ଦାନContinue reading “ଆନ୍ଧ୍ର ସରକାରଙ୍କ ବଡ ଘୋଷଣା । ପ୍ଲାଜମା ଦାନ କଲେ ମିଳିବ ୫ ହଜାର ଓ କୋଭିଡରେ ପ୍ରାଣ ହରାଇଲେ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ।”

ହୋମ୍ ଆଇସୋଲେସନରେ ରହି ସୁସ୍ଥ ହୋଇପାରିବେ ୯୦ ପ୍ରତିଶତ ଲୋକ । ବିଶେଷଜ୍ଞ ଡାକ୍ତର ଦେଲେ ପରାମର୍ଶ । 

କନକ ବ୍ୟୁରୋ : କରୋନା ପୀଡିତ ୯୦ ପ୍ରତିଶତ ଲୋକ ହୋମ୍ ଆଇସୋଲେସନରେ ରହି ଭଲ ହୋଇପାରିବେ । ତେଣୁ କରୋନା ପଜିଟିଭ ହେଲେ ଭୟଭୀତ ହେବା ଉଚିତ ନୁହେଁ । କିନ୍ତୁ ଖାମଖିଆଲ ବି ହୁଅନ୍ତୁ ନାହିଁ । ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଏହି ମତ ଦେଇଛନ୍ତି । କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି ଯେ, ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ରହିContinue reading “ହୋମ୍ ଆଇସୋଲେସନରେ ରହି ସୁସ୍ଥ ହୋଇପାରିବେ ୯୦ ପ୍ରତିଶତ ଲୋକ । ବିଶେଷଜ୍ଞ ଡାକ୍ତର ଦେଲେ ପରାମର୍ଶ । “

କ୍ଷମତାକୁ ଫେରୁ ଫେରୁ ଆକ୍ସନ ମୋଡରେ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଡିଜିପି-ଏଡିଜିଙ୍କ ବଦଳି, ଲାଗୁ ହେଲା କଡା କଟକଣା

କନକ ବ୍ୟୁରୋ: କ୍ଷମତାକୁ ଫେରୁ ଫେରୁ ଏବେ ଆକ୍ସନ ମୋଡରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ଡିଜିପି ଓ ଏଡିଜିଙ୍କ ବଦଳି କରିଦେଇଛନ୍ତି । ଏହାସହ ରାଜ୍ୟରେ ହିଂସା ରୋକିବାକୁ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ନିର୍ବାଚନ ଆୟୋଗଙ୍କ ତରଫରୁ ପଶ୍ଚିମବଙ୍ଗର ଡିଜିପି ନିଯୁକ୍ତ ଥିବା ନିରଜ ନୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି । ଆଉ ଏଡିଜି ଥିବା ଜଗମୋହନଙ୍କୁ ସିଭିଲ ଡିଫେନ୍ସକୁ ପଠାଇ ଦିଆଯାଇଛି ।Continue reading “କ୍ଷମତାକୁ ଫେରୁ ଫେରୁ ଆକ୍ସନ ମୋଡରେ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଡିଜିପି-ଏଡିଜିଙ୍କ ବଦଳି, ଲାଗୁ ହେଲା କଡା କଟକଣା”

ପୁଣି ମିଳିବ କୋଟିପତି ହେବାର ସୁଯୋଗ । ଖୁବ ଶୀଘ୍ର ଆସୁଛି କେବିସି ସିଜିନ୍-୧୩ ।

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଲକଡାଉନ୍ ଏବଂ ସଟଡାଉନ୍ ଭିତରେ ଫିଲ୍ମ ଏବଂ ଟିଭି ସିରିଜ୍ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି । ଆଉ ଏହାରି ଭିତରେ ଆପଣମାନଙ୍କ ପାଇଁ ଆସିଛି ଆଉ ଏକ ଖୁସିଖବର । ଖୁବଶୀଘ୍ର ଆପଣମାନଙ୍କ ମନୋରଞ୍ଜନକୁ ଦୁଇଗୁଣା କରିବା ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଗେମ୍ ସୋ’ କୌନ ବନେଗା କରୋଡପତି ନିଜର ନୂଆ ସିଜିନ୍ ସହ ଆସୁଛି । ଏହି ସୋ’ ପାଇଁ ରେଜିଷ୍ଟ୍ରେସନର ତାରିଖContinue reading “ପୁଣି ମିଳିବ କୋଟିପତି ହେବାର ସୁଯୋଗ । ଖୁବ ଶୀଘ୍ର ଆସୁଛି କେବିସି ସିଜିନ୍-୧୩ ।”

Design a site like this with WordPress.com
Get started