କନକ ବ୍ୟୁରୋ : କୋଭିଡ୍-୧୯ ମୁକାବିଲା ଭାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପରେ ନ୍ୟସ୍ତ କରାଯାଉ ବୋଲି ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଟୁଇଟ୍ କରି ସେ ସତର୍କ କରାଇ ଦେଇଛନ୍ତି ଯେ, କୋଭିଡ୍-୧୯ର ତୃତୀୟ ପ୍ରବାହ ପିଲାଙ୍କୁ ଅଧିକ ଆକ୍ରାନ୍ତ କରିପାରେ। ତେଣୁ, ସରକାରଙ୍କୁ ଅନୁରୋଧ ‘ଏହି ଯୁଦ୍ଧ ପରିଚାଳନା ଭାର ଗଡ଼କରୀଙ୍କୁ ଦିଆଯାଉ। ଟୁଇଟରେ ସେ ଲେଖିଛନ୍ତି, ଇସ୍ମୀୟ ଆକ୍ରମଣକାରୀContinue reading “ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । କହିଲେ କୋଭିଡ ମୁକାବିଲା ଭାର ଗଡ଼କରୀଙ୍କୁ ଦିଆଯାଉ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରଶା କରିବା ବୃଥା”
Author Archives: Raghaba
ଏସଟିଏଫ ହାତରେ ଧରାପଡ଼ିଲେ ଚୋରା ବନ୍ଧୁକ ବେପାରୀ ।ଦୁଇଜଣ ବନ୍ଧୁକ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଏସଟିଏଫ ।
କନକ ବ୍ୟୁରୋ : ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟର ପର୍ଦ୍ଦଫାଶ କରିଛି ଏସଟିଏଫ । ଚୋରା ବନ୍ଧୁକ କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି । ତାଙ୍କ ପାଖରୁ ସେଭେନ ଏମଏମ ଅଟୋମେଟିକ ପିସ୍ତଲ ୫ଟି, ୭ଟି ମ୍ୟାଗାଜିନ୍, ୭ଟି ଗୁଳି ଜବତ କରାଯାଇଛି । ଗିରଫ ଦୁଇ ମାଫିଆ ହେଉଛନ୍ତି ବିହାରର ରବୀନ୍ଦ୍ର ପ୍ରସାଦ ମୁଙ୍ଗେର ଓ ବାଲେଶ୍ୱର ଶ୍ରୀକ୍ୃଷ୍ଣପୁରର ବିଶ୍ୱନାଥ ବିଷୋୟୀ । କୌଣସି ସୂତ୍ରରୁ ଚୋରା ବନ୍ଧୁକ କାରବାର ନେଇContinue reading “ଏସଟିଏଫ ହାତରେ ଧରାପଡ଼ିଲେ ଚୋରା ବନ୍ଧୁକ ବେପାରୀ ।ଦୁଇଜଣ ବନ୍ଧୁକ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଏସଟିଏଫ ।”
ରାଜଧାନୀରୁ ଆସିଲା ଟିକା ଚୋରି ଅଭିଯୋଗ । ଟିକା ନନେଇ ମୋବାଇଲକୁ ଆସୁଛି ଟିକା ଗ୍ରହଣ କରିଥିବା ମେସେଜ, ସୁବର୍ଣ୍ଣା ଆଣିଲେ ସାଂଘାତିକ ଅଭିଯୋଗ ।
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆସିଛି କରୋନା ଟିକା ଚୋରି ଅଭିଯୋଗ । ବମିଖାଲରେ ସୁବର୍ଣ୍ଣା ଭୋଇ ନାମକ ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସେ ଟିକା ନେଇ ନାହାନ୍ତି, ହେଲେ ତାଙ୍କ ମୋବାଇଲକୁ ସଫଳତାପୂର୍ବକ ଟିକା ଗ୍ରହଣ କରିଥିବା ନେଇ ମେସେଜ ଆସିଛି । ଏହାପରେ ଟିକାକେନ୍ଦ୍ରକୁ ସୁବର୍ଣ୍ଣା ଯିବା ପରେ କେନ୍ଦ୍ରରେ ଥିବା ଅଧିକାରୀ ଆପଣ ଟିକା ନେଇସାରିଛନ୍ତି ବୋଲି କହି ବିଦା କରିଦେଇଥିଲେ ।Continue reading “ରାଜଧାନୀରୁ ଆସିଲା ଟିକା ଚୋରି ଅଭିଯୋଗ । ଟିକା ନନେଇ ମୋବାଇଲକୁ ଆସୁଛି ଟିକା ଗ୍ରହଣ କରିଥିବା ମେସେଜ, ସୁବର୍ଣ୍ଣା ଆଣିଲେ ସାଂଘାତିକ ଅଭିଯୋଗ ।”
ବେଙ୍ଗାଳୁରୁରେ କରୋନା ସ୍ଥିତି ଅଣାୟତ । ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ । ୫୫ ପ୍ରତିଶତରେ ପହଞ୍ଚିଲା ପଜିଟିଭ ରେଟ୍
କନକ ବ୍ୟୁରୋ: ବେଙ୍ଗାଳୁରୁରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ଟେଷ୍ଟ କରୁଥିବା ପ୍ରତି ଦୁଇ ଜଣରେ ଜଣେ କରୋନା ପଜିଟିଭ ବାହାରୁଛନ୍ତି । ସହରରେ ପଜିଟିଭ ରେଟ ବର୍ତ୍ତମାନ ସୁଦ୍ଧା ୫୫ ପ୍ରତିଶତରେ ପହଞ୍ଚିଛି । ସେହିପରି ସକ୍ରିୟ ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ପାର ହୋଇ ସାରିଛି । ତେବେ ଏତେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିବା ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ମଙ୍ଗଳବାରContinue reading “ବେଙ୍ଗାଳୁରୁରେ କରୋନା ସ୍ଥିତି ଅଣାୟତ । ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ । ୫୫ ପ୍ରତିଶତରେ ପହଞ୍ଚିଲା ପଜିଟିଭ ରେଟ୍”
ମହାମାରୀ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ୩୪ ବର୍ଷ ବୟସରେ ଆଖି ବୁଜିଲେ ସୁମିତ ।
କନକ ବ୍ୟୁରୋ : ରାଜ୍ୟରେ ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ କରୋନା । କୋରାପୁଟ ଜିଲ୍ଲା ଜୟପୁରର ସୁମିତ ଅନକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ୩୪ ବର୍ଷ ବୟସ୍କ ସୁମିତ ଓଙ୍କାଙ୍କ ମୃତ୍ୟୁ ଖବର ପରେ ଜୟପୁରରେ ଶୋକର ଛାୟା ଖେଳିଯାଇଛି । ସୁମିତ ଦୈନିକ ଖବରକାଗଜ ପାୟୋନିଅରର ବିଶାଖାପାଟଣା ପ୍ରତିିନିଧି ଭାବେ କାମ କରୁଥିଲେ । ପୂର୍ବରୁ ଇଂରାଜୀ ଖବର କାଗଜ ଡେକାନ କ୍ରୋନୋକିଲରେContinue reading “ମହାମାରୀ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ୩୪ ବର୍ଷ ବୟସରେ ଆଖି ବୁଜିଲେ ସୁମିତ ।”
ବିଗୁଡୁଥିବା କରୋନା ସ୍ଥିତିକୁ ନେଇ ନୀତିଶ ସରକାରଙ୍କୁ ହାଇକୋର୍ଟଙ୍କ ଭତ୍ସନା । ଯଦି ସ୍ଥିତି ସମ୍ଭାଳି ପାରୁନ ତେବେ କୋଭିଡ୍ ପରିଚାଳନା ସେନା ହାତକୁ ଟେକିଦିଅ ।
କନକ ବ୍ୟୁରୋ : ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ । ଏଭଳି ସ୍ଥଳେ କେନ୍ଦ୍ର ଠାରୁ ରାଜ୍ୟସରକାର ପର୍ଯ୍ୟନ୍ତ କରୋନା ପରିଚାଳନାରେ ବିଫଳ ହେଉଥିବା ନେଇ ଦେଶର ହାଇକୋର୍ଟ ମାନେ ସରକାରଙ୍କୁ ଭତ୍ସନା କରିବାରେ ଲାଗିଛନ୍ତି । ଦିଲ୍ଲୀ ହାଇକୋର୍ଟ ବାରମ୍ବାର କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିବା ପରେ ଆଜି ବିହାର ହାଇକୋର୍ଟ ନୀତିଶ ସରକାରଙ୍କ ଉପରେ ବର୍ଷିଛନ୍ତି । ବିହାରରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାContinue reading “ବିଗୁଡୁଥିବା କରୋନା ସ୍ଥିତିକୁ ନେଇ ନୀତିଶ ସରକାରଙ୍କୁ ହାଇକୋର୍ଟଙ୍କ ଭତ୍ସନା । ଯଦି ସ୍ଥିତି ସମ୍ଭାଳି ପାରୁନ ତେବେ କୋଭିଡ୍ ପରିଚାଳନା ସେନା ହାତକୁ ଟେକିଦିଅ ।”
ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ ।
କନକ ବ୍ୟୁରୋ : ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ । ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ । ଆଜିଠାରୁ ସାରା ରାଜ୍ୟରେ ଲକଡାଉନ୍ । ଭୁବନେଶ୍ୱରରେ ତାଲାବନ୍ଦ ବେଳେ ଘରକୁ ଯାଇ ଲୋକଙ୍କ ଅଭିଯୋଗ ଗ୍ରହଣ କରୁଛି କମିଶନରେଟ୍ ପୁଲିସ । ଏଫଆଇଆର ଆଣିବ, ଏବଂ ହ୍ୱାଟସ୍ ଆପ୍ ଓContinue reading “ତାଲାବନ୍ଦ ବେଳେ ଘରକୁ ଯାଇ ଅଭିଯୋଗ ଶୁଣିଲା କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ ।”
ଦେଶର ଜେଲ ଗୁଡିକରେ ରହିଛି କରୋନା ଭୟ । ଉପାୟ ନବାହାରିଲେ ଜେଲରେ ତାଣ୍ଡବ ରଚିପାରେ କରୋନା ଭାଇରସ
କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ନେଇ ଭୟ ସୃଷ୍ଟି ହୋଇଛି । ହେଲେ ସବୁଠାରୁ ଅଧିକ ବିପଦ ରହିଛି ଦେଶରେ ଥିବା ଜେଲ ଗୁଡିକରେ । ଯଦି ଜେଲରେ କରୋନା ଭାଇରସଠାରୁ ବଞ୍ଚିବାର ଉପାୟ ନବାହାର କରାଗଲା ତେବେ ଏନେକ କଏଦୀଙ୍କର ଜୀବନ ଯିବାର ସମ୍ଭାବନା ରହିଛି । ସେମାନେ କଏଦୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ମାନବାଧିକାର ସମାନ ରହିଛି । ଆମ ଭଳି ତାଙ୍କୁ ମଧ୍ୟ କରୋନାରୁ ବଞ୍ଚାଇବାକୁ ହେବ । ହେଲେContinue reading “ଦେଶର ଜେଲ ଗୁଡିକରେ ରହିଛି କରୋନା ଭୟ । ଉପାୟ ନବାହାରିଲେ ଜେଲରେ ତାଣ୍ଡବ ରଚିପାରେ କରୋନା ଭାଇରସ”
ପବନ ନେଉଛି ଜୀବନ । ହରିଦ୍ୱାର ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୫ କରୋନା ରୋଗୀଙ୍କ ମୃତ୍ୟୁ । ତଦନ୍ତ ପାଇଁ ନିର୍ଦ୍ଦେଶ
କନକ ବ୍ୟୁରୋ : ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାର ରୁଡକୀ ସହରରେ ଥିବା ଏକ ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି କି ମଙ୍ଗଳବାର ମଧ୍ୟରାତ୍ରୀରେ ମେଡିକାଲରେ ଅକ୍ସିଜେନ ଅଭାବ ପଡିବାରୁ ଭେଣ୍ଟିଲେଟରରେ ଥିବା ଜଣେ କରୋନା ରୋଗୀ ଓ ସାଧାରଣ ଚିକିତ୍ସା ହେଉଥିବା ୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ହରିଦ୍ୱାର ଜିଲ୍ଲା ଅଧିକାରୀ ସି.ରବିଶଂକର କହିଛନ୍ତି କି, ଏଭଳି ଘଟଣା ସାମ୍ନାକୁ ଆସିବାContinue reading “ପବନ ନେଉଛି ଜୀବନ । ହରିଦ୍ୱାର ଘରୋଇ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୫ କରୋନା ରୋଗୀଙ୍କ ମୃତ୍ୟୁ । ତଦନ୍ତ ପାଇଁ ନିର୍ଦ୍ଦେଶ”
୬ ମାସ ପାଇଁ ୫ଜି ଟେକ୍ନୋଲୋଜି ପରୀକ୍ଷାକୁ ଅନୁମତି ଦେଲା ଦୂରସଞ୍ଚାର ମନ୍ତ୍ରାଳୟ । ଜାଣନ୍ତୁ କେଉଁ କମ୍ପାନି ଗୁଡିକୁ ମିଳିଲା ଅନୁମତି?
କନକ ବ୍ୟୁରୋ : ଦେଶରେ ୫ଜି ଟେକ୍ନୋଲୋଜି ପରୀକ୍ଷା କରିବାକୁ ଦୂରସଂଚାର ମନ୍ତ୍ରାଳୟ ମଙ୍ଗଳବାର ଦିନ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ଅନୁମତି ଦେଇଛି । ଏହି ପରୀକ୍ଷା ୬ ମାସ ପାଇଁ ହେବ। ୫ଜି ଟେକ୍ନୋଲୋଜି ପରୀକ୍ଷା ପାଇଁ ଅନୁମତି ପାଇଁ ଆବେଦନ କରିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଏୟାରଟେଲ, ଭୋଡାଫୋନ୍ ଆଇଡିଆ, ରିଲାଏନ୍ସ ଜିଓ ଇନଫୋକମ୍ ଏବଂ ଏମଟିଏନଏଲ ରହିଛନ୍ତି । ଛଅ ମାସର ପରୀକ୍ଷଣ ସମୟ ମଧ୍ୟରେ ଯନ୍ତ୍ରପାତି କ୍ରୟ ଏବଂ ସ୍ଥାପନ ପାଇଁContinue reading “୬ ମାସ ପାଇଁ ୫ଜି ଟେକ୍ନୋଲୋଜି ପରୀକ୍ଷାକୁ ଅନୁମତି ଦେଲା ଦୂରସଞ୍ଚାର ମନ୍ତ୍ରାଳୟ । ଜାଣନ୍ତୁ କେଉଁ କମ୍ପାନି ଗୁଡିକୁ ମିଳିଲା ଅନୁମତି?”