ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବେ ମମତା ବାନାର୍ଜୀ । ସକାଳ ୧୦ଟା ୪୫ରେ ରାଜଭବନ ଟାଉନ ହଲରେ ଶପଥ ଗ୍ରହଣ ସମାରୋହ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଲଗାତାର ତୃଣମୂଳ କଂଗ୍ରେସର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟରେ ରାଜଭବନ ଟାଉନ ହଲରେ ଶପଥ ଗ୍ରହଣ ସମାରୋହ । ଏହାପରି ମମତା ବାନାର୍ଜୀ ସଚିବାଳୟ ଯିବେ । ଆସନ୍ତକାଲି କିମ୍ବା ଶୁକ୍ରବାର ଅନ୍ୟ ବିଧାୟକମାନେ ଶପଥ ନେବେ ବୋଲି ଜଣାପଡିଛି । ଶପଥ ସମାରୋହରେ ସାମିଲ ହେବେ ଟିଏମସି ରଣନୀତିକାର ପ୍ରଶାନ୍ତ କିଶୋର ଓ ଟିଏମସି ନେତାContinue reading “ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବେ ମମତା ବାନାର୍ଜୀ । ସକାଳ ୧୦ଟା ୪୫ରେ ରାଜଭବନ ଟାଉନ ହଲରେ ଶପଥ ଗ୍ରହଣ ସମାରୋହ”

ଦେଶରେ ଚିହ୍ନଟ ହେଲା କରୋନାର ନୂଆ ଷ୍ଟ୍ରେନ । ଆନ୍ଧ୍ରରେ ଦେଖାଦେଇଥିବା ଏହିଷ୍ଟ୍ରେନ ୧୫ ଗୁଣା ଅଧିକ ସଂକ୍ରାମକ, ଦ୍ରୁତ ସଂକ୍ରମଣ ଭୟରେ ସିଲ୍ ହେଲା ଆନ୍ଧ୍ରକୁ ଲାଗିଥିବା ଓଡିଶାର ସୀମା

କନକ ବ୍ୟୁରୋ : ଦେଶରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି । ଏହି ନୂଆ ଭାରିଆଣ୍ଟର ନାଁ ଏନ-ଫୋର-ଫୋର-ଜିରୋ କେ ଦିଆଯାଇଛି । ଆନ୍ଧ୍ରରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ରୁପ ଅଧିକ ସଂକ୍ରାମକ ଓ ହାନିକାରକ ବୋଲି ଦାବି କରିଛନ୍ତି ବୈଜ୍ଞାନିକ । ଆନ୍ଧ୍ରରେ ଠାବ ଏହି ଭୂତାଣୁ ୧୫ଗୁଣା ଅଧିକ ସଂକ୍ରାମକ ବୋଲି ଜଣାପଡିଛି । ଆନ୍ଧ୍ରରେ ମାରାତ୍ମକ ଭୁତାଣୁ ଠାବ ହେବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର ।Continue reading “ଦେଶରେ ଚିହ୍ନଟ ହେଲା କରୋନାର ନୂଆ ଷ୍ଟ୍ରେନ । ଆନ୍ଧ୍ରରେ ଦେଖାଦେଇଥିବା ଏହିଷ୍ଟ୍ରେନ ୧୫ ଗୁଣା ଅଧିକ ସଂକ୍ରାମକ, ଦ୍ରୁତ ସଂକ୍ରମଣ ଭୟରେ ସିଲ୍ ହେଲା ଆନ୍ଧ୍ରକୁ ଲାଗିଥିବା ଓଡିଶାର ସୀମା”

ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୯୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ସେପଟେ ଆଜି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ମୁହାଁ । ଗତ ୨୪ ଘଂଟାରେ ୯୮୮୯  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ମାମଲା ଚିହ୍ନଟ ହୋଇଛି । ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଯାଇଛି । ଦିନକରେ ସୁନ୍ଦରଗଡରେ ୧ ହଜାର ୧୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୭୯୦ ସଂକ୍ରମିତ ଚିହ୍ନଟContinue reading “ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୯୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ସେପଟେ ଆଜି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ”

ହଠାତ୍ ବଢିଲା ଆଳୁ ଦର । ମାତ୍ର ୨ଘଣ୍ଟାରେ ୧୫ଟଙ୍କାରୁ ଡେଇଁଲା ୨୨ଟଙ୍କା

ଆଜିଠୁ ଲକଡାଉନ୍… ଆଗକୁ ମାଡିଆସୁଛି ବାତ୍ୟା । ତେଣୁ ଏବେଠାରୁ ଘରେ ଖାଇବା ଜିନିଷ ସାଇତି ନ ରଖିଲେ ସମସ୍ୟା। ଏହାକୁ ଏକ ମଉକା ବୋଲି ଅପେକ୍ଷାରେ ଥିବା କିଛି ଅସାଧୁ ବେପାରୀ ହଠାତ୍ ବଜାରରେ ଆଳୁ ଅଭାବ ଗୁଜବ ସୃଷ୍ଟି କରିଦେଲେ । ଲୋକେ ମଧ୍ୟ ସେଥିରେ ଭାସିଲେ । ଏହି କାରଣରୁ ରାଜଧାନୀରେ ଆଳୁ ଦର ହଠାତ୍ ୨୨ ଟଙ୍କା‌ରେ ପହଞ୍ଚି ଯାଇଥିଲା । ମାତ୍ର ୨ଘଣ୍ଟା ଭିତରେ ୧୫ଟଙ୍କାରେ ଥିବା ଖୁଚୁରା ଦରContinue reading “ହଠାତ୍ ବଢିଲା ଆଳୁ ଦର । ମାତ୍ର ୨ଘଣ୍ଟାରେ ୧୫ଟଙ୍କାରୁ ଡେଇଁଲା ୨୨ଟଙ୍କା”

ଆଜିଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ । ଖୋଲାରହିବ ଔଷଧ ଦୋକାନ, ବ୍ୟାଙ୍କ ଓ ଏଟିଏମ ସେବା । ଯାତ୍ରୀବାହୀ ବସ ବନ୍ଦ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚେନ ଭାଙ୍ଗିବା ପାଇଁ ପୁଣି ଥରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜିଠାରୁ ମେ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହୋଇଛି ଲକଡାଉନ କଟକଣା । ତେବେ ଗତବର୍ଷ ଭଳି ପରିସ୍ଥିତି ଯେଭଳି ନ ଉପୁଜେ ସେଥିପାଇଁ ଲୋକଙ୍କୁ ଦୁଇଦିନ ସମୟ ମଧ୍ୟ ଦିଆଯାଇଥିଲା । ଏହାପରେ ଆଜିଠାରୁ ୧୪ ଦିନ ପାଇଁ ଏହି ଲକଡାଉନ ଜାରି କରାଯାଇଛି ।Continue reading “ଆଜିଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ । ଖୋଲାରହିବ ଔଷଧ ଦୋକାନ, ବ୍ୟାଙ୍କ ଓ ଏଟିଏମ ସେବା । ଯାତ୍ରୀବାହୀ ବସ ବନ୍ଦ”

କାଲି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମମତା ବାନାର୍ଜୀ ।

କନକ ବ୍ୟୁରୋ : ଆସନ୍ତାକାଲି ଶପଥ ନେବେ ମମତା । ପଶ୍ଚିମବଙ୍ଗରେ ବିଜେପିର ବିଜୟ ରଥକୁ ରୋକିବାରେ ସଫଳ ହୋଇଥିବା ମମତା ବାନାର୍ଜୀ ଆସନ୍ତାକାଲି ରାଜ୍ୟରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ କ୍ଷମତାରେ ଥିବା ଟିଏମସି, ବିଜେପି ଓ ଏଲଡିଏଫ ପୁଣିଥରେ ସରକାର ଗଢିବାକୁ ଯାଉଛନ୍ତି । ନିର୍ବାଚନରେ ବିପୁଳContinue reading “କାଲି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମମତା ବାନାର୍ଜୀ ।”

୨କ ପଣିକିଆ କହିପାରିଲେନି ବୋଲି, ଭାଙ୍ଗିଗଲା ଯୁବକଙ୍କ ବାହାଘର । ମଣ୍ଡପରୁ ଉଠିଗଲା କନିଆ ।

କନକ ବ୍ୟୁରୋ : ଗଣିତର ସାମାନ୍ୟ ପରୀକ୍ଷା ଏକ ବିବାହ ଭାଙ୍ଗି ଦେଇଛି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ଯୁବକ ୨କ ପଣିକିଆ କହି ନପାରିବାରୁ ତାଙ୍କର ବିହାଘର ଭାଙ୍ଗି ଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଶନିବାର ବର ବରଯାତ୍ରୀ ସହିତ ବିବାହ ମଣ୍ଡପରେ ପହଞ୍ଚିଥିଲେ । ତେବେ ବିବାହ ପାଇଁ ଅଳ୍ପ କିଛି ସମୟ ଥିବା ବେଳେ କନ୍ୟାଙ୍କୁ କୌଣସି ସୂତ୍ରରୁ ଖବର ମିଳିଲାContinue reading “୨କ ପଣିକିଆ କହିପାରିଲେନି ବୋଲି, ଭାଙ୍ଗିଗଲା ଯୁବକଙ୍କ ବାହାଘର । ମଣ୍ଡପରୁ ଉଠିଗଲା କନିଆ ।”

ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ମୃତକଙ୍କ ପରିବାରକୁ ଭେଟିଲେ ଜେପି ନଡ୍ଡା, ରାଜ୍ୟପାଳଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ନିର୍ବାଚନ ପରେ ନିଆଁ ଜଳୁଛି । ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ସଭାପତି ଜେପି ନଡ୍ଡା ପଶ୍ଚିମବଙ୍ଗରେ ପହଂଚି ହିଂସାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିଛନ୍ତି । ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବା କଥା କହିସାରିଛି ବିଜେପି । ସେପଟେ ଟିଏମସି କହିଛି ଯେ, ବିଜେପିର ଭିତିରି କନ୍ଦଳରୁ ହିଂସାକାଣ୍ଡContinue reading “ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ମୃତକଙ୍କ ପରିବାରକୁ ଭେଟିଲେ ଜେପି ନଡ୍ଡା, ରାଜ୍ୟପାଳଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ।”

କେମିତି ଦେଖାଯାଏ ନୂଆ କରୋନା ଭାଇରସ ? କାନାଡା ବିଶେଷଜ୍ଞ ଜାରି କଲେ ନୂଆ ମ୍ୟୁଟାଣ୍ଟର ଚିତ୍ର, କହିଲେ ଛୁଞ୍ଚି ମୁନର ଏକ ଲକ୍ଷରୁ ଏକ ଭାଗ ହେଉଛି ଆକାର ।

କନକ ବ୍ୟୁରୋ : ସାରାବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭୂତାଣୁ କେମିତି ଦେଖାଯାଏ । ଏହାର ରୂୁପ କେମିତି, ଏହାକୁ ନେଇ ସମସ୍ତଙ୍କ ଭିତରେ ଏକପ୍ରକାର ଉତ୍କଣ୍ଠା ଲାଗି ରହିଛି । ଏଭଳି ସମୟରେ ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆର ଏକ ରିସର୍ଚ୍ଚ ଟିମ୍ କରୋନାର ନୂଆ ମ୍ୟୁଟାଂଟ ବି.୧.୧.୭ର ପ୍ରଥମ ଚିତ୍ର ସାମ୍ନାକୁ ଆଣିଛି । ଯାହାର ଆକାର ହେବ ଛୁଂଚି ମୁନର ଏକ ଲକ୍ଷରୁ ଏକ ଭାଗ । ଭାରତରେ ସଂକ୍ରମଣ ବଢାଉଥିବାContinue reading “କେମିତି ଦେଖାଯାଏ ନୂଆ କରୋନା ଭାଇରସ ? କାନାଡା ବିଶେଷଜ୍ଞ ଜାରି କଲେ ନୂଆ ମ୍ୟୁଟାଣ୍ଟର ଚିତ୍ର, କହିଲେ ଛୁଞ୍ଚି ମୁନର ଏକ ଲକ୍ଷରୁ ଏକ ଭାଗ ହେଉଛି ଆକାର ।”

ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ପିକ୍ ? ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଆକଳନ, ଚଳିତ ମାସ ଶେଷ ସୁଦ୍ଧା ଦେଶରେ କମିବ ସଂକ୍ରମଣ ।

କନକ ବ୍ୟୁରୋ : ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ଶୀର୍ଷ । କରୋନା ଏକପ୍ରକାର ତାଣ୍ଡବ ରଚିଥିବା ବେଳେ ସମସ୍ତଙ୍କ ମନରେ ଏପରି କିଛି ପ୍ରଶ୍ନ । କେବେ ସରିବ ଏହି ଦ୍ୱିତୀୟ ଲହର, କେବେ କମିବ ସଂକ୍ରମଣ । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଣକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ସାରା ଭାରତରେ ସଂକ୍ରମଣ କମିବ ।Continue reading “ଦେଶରେ କେବେ ଆସିବ କରୋନା ଦ୍ୱିତୀୟ ଲହରର ପିକ୍ ? ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଆକଳନ, ଚଳିତ ମାସ ଶେଷ ସୁଦ୍ଧା ଦେଶରେ କମିବ ସଂକ୍ରମଣ ।”

Design a site like this with WordPress.com
Get started