କନକ ବ୍ୟୁରୋ : ମହାମାରୀ କରୋନା ପାଇଁ ଅଧାରେ ଅଟକିଲା ଆଇପିଏଲ । ବାୟୋ ବବଲରେ ଥିବା ସତ୍ତେ୍ୱ ମଧ୍ୟ ବିଭିନ୍ନ ଦଳର ଖେଳାଳି କରୋନାରେ ଆକ୍ରାନ୍ତ ହେବା ପରେ ଆଇପିଏଲକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ବିସିସିଆଇ । ତେବେ ଅଧାରୁ ଆଇପିଏଲ ବନ୍ଦ ହେବା କାରଣରୁ ବିସିସିଆଇକୁ ବଡ ଧରଣର ଆର୍ଥିକ କ୍ଷତି ସହିବାକୁ ପଡିବ । ପ୍ରସାରଣ ସଂସ୍ଥା ଓ ସ୍ପନସରଙ୍କ ଠାରୁ ମିଳିବାକୁ ଥିବା ଅର୍ଥରେ ବିସିସିଆଇକୁContinue reading “ଆଇପିଏଲ ଅଧାରୁ କରୋନା ଲଗାଇଲା ବ୍ରେକ । ସ୍ଥଗିତ ହେଲା ଅବଶିଷ୍ଟ ମ୍ୟାଚ୍, ବିସିସିଆଇ ହରାଇବ ପାଖାପାଖି ୨୨୦୦ କୋଟି ଟଙ୍କା!”
Author Archives: Raghaba
କରୋନା ବିରୋଧୀ ଲଢେଇକୁ ସହାୟତା ଯୋଗାଇଲା ରିଜର୍ଭବ୍ୟାଙ୍କ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଦେଲା ୫୦ ହଜାର କୋଟି ଟଙ୍କା
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଜାରି ରହିଥିବା ବେଳେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କି କରୋନାର ଦ୍ୱିତୀୟ ଲହର ଦେଶର ଅର୍ଥନୀତି ଉପରେ ଖୁବ୍ ପ୍ରଭାବ ପକାଇଛି । କରୋନାର ଦ୍ୱିତୀୟ ଲହରରୁ ଦେଶକୁ ରକ୍ଷା କରିବାକୁ କିଛି ବଡ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି । RBI announces Rs 50,000Continue reading “କରୋନା ବିରୋଧୀ ଲଢେଇକୁ ସହାୟତା ଯୋଗାଇଲା ରିଜର୍ଭବ୍ୟାଙ୍କ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଦେଲା ୫୦ ହଜାର କୋଟି ଟଙ୍କା”
ଘରେ ପହଂଚିବା ପୂର୍ବରୁ ଟଳି ପଡିଲା ଦାଦନ କନ୍ୟା । ପ୍ରଶାସନ ସହାୟତାରେ ଘରେ ପହଞ୍ଚିଲା ମୃତଦେହ
କନକ ବ୍ୟୁରୋ : ଘରେ ପହଞ୍ଚିବା ପୂର୍ବରୁ ଟଳି ପଡିଲା ଦାଦନ ଝିଅ । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ସୀମାନ୍ତ କାଲେରୁ ଗାଁ ନିକଟରେ । ମୃତକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ସିନାପାଲି ଗାଁର ୧୦ ବର୍ଷ ବୟସ୍କ ନାବାଳିକା ନେହା ବଣ୍ଡେଶ୍ୱର । ଲକଡାଉନ ଲାଗୁ ହେବା ପୂର୍ବରୁ ଗାଁରେ ପହଂଚିବାକୁ ହାଇଦ୍ରାବାଦରୁ ପରିବାରକୁ ସାଙ୍ଗରେ ଧରି କଳାହାଣ୍ଡି ବାହାରିଥିଲେ ଧାରୁବ ବଣ୍ଡେଶ୍ୱର । ମାଲକାନଗିରି ସୀମାବର୍ତି କାଲେରୁ ଗାଁ ନିକଟରେ ନେହାContinue reading “ଘରେ ପହଂଚିବା ପୂର୍ବରୁ ଟଳି ପଡିଲା ଦାଦନ କନ୍ୟା । ପ୍ରଶାସନ ସହାୟତାରେ ଘରେ ପହଞ୍ଚିଲା ମୃତଦେହ”
ଲଗାତର ଦ୍ୱିତୀୟ ଦିନ ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦର । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ସରିବା ପରେ ଲୋକଙ୍କ ଉପରେ ମହଙ୍ଗା ମାଡ
କନକ ବ୍ୟୁରୋ : ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଶେଷ ହେବାକୁ ଯେମିତି ଅପେକ୍ଷା କରିଥିଲେ ତେଲ କମ୍ପାନି । ଗତ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଲଗାତର ୨ ଦିନ ହେଲାଣି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ଦର ୧୯ ପଇସା ଓ ଡିଜେଲ ୨୧ ପଇସା ବୃଦ୍ଧି ହୋଇଛି । ଗତକାଲି ପେଟ୍ରୋଲ ଲିଟର ପିଛା ୧୫Continue reading “ଲଗାତର ଦ୍ୱିତୀୟ ଦିନ ପାଇଁ ବଢିଲା ପେଟ୍ରୋଲ-ଡିଜେଲ ଦର । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ସରିବା ପରେ ଲୋକଙ୍କ ଉପରେ ମହଙ୍ଗା ମାଡ”
ପୃଥିବୀର ପୁଣି ଘଟିଲା ଏକ ଆଶ୍ଚର୍ଯ୍ୟ ଘଟଣା । ଗୋଟିଏ ଥରରେ ୯ ପିଲାଙ୍କୁ ଜନ୍ମଦେଲେ ୨୫ ବର୍ଷିୟ ମହିଳା । ମା ଓ ଶିଶୁ ସୁସ୍ଥ ଥିବା ସୂଚନା ଦେଲେ ଡାକ୍ତର
କନକ ବ୍ୟୁରୋ : ପଶ୍ଚିମ ଆଫ୍ରିକୀୟ ଦେଶ ମାଲୀ ସରକାର ଦାବି କରିଛନ୍ତି କି ତାଙ୍କ ଦେଶର ଜଣେ ୨୫ ବର୍ଷିୟ ମହିଳା ଏକାଥରକେ ୯ ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସେମାନଙ୍କୁ ମୋରୋକ୍କୋ ନିଆଯାଇଛି । ହେଲେ ମୋରୋକ୍କୋର ଅଧିକାରୀଙ୍କ ତରଫରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଗୋଟିଏ ଥରରେ ୯ ଟି ଶିଶୁଙ୍କୁ ଜନ୍ମ ଦେବା ଏକ ଦୁର୍ଲ୍ଲଭ ଘଟଣା ।Continue reading “ପୃଥିବୀର ପୁଣି ଘଟିଲା ଏକ ଆଶ୍ଚର୍ଯ୍ୟ ଘଟଣା । ଗୋଟିଏ ଥରରେ ୯ ପିଲାଙ୍କୁ ଜନ୍ମଦେଲେ ୨୫ ବର୍ଷିୟ ମହିଳା । ମା ଓ ଶିଶୁ ସୁସ୍ଥ ଥିବା ସୂଚନା ଦେଲେ ଡାକ୍ତର”
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା । ଲଗାତାର ତୃତୀୟ ଥର ପାଇଁ ଧରିଲେ ପଶ୍ଚିମବଙ୍ଗର ମଙ୍ଗ ।
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା । ରାଜଭବନରେ ଶପଥଗ୍ରହଣ ସହ ପଶ୍ଚିମବଙ୍ଗରେ ଲଗାତାର ତୃତୀୟ ଥର ପାଇଁ କ୍ଷମତା ସିଂହାସନରେ ବସିଛନ୍ତି ଦିଦି । ରାଜଭବନର ଟାଉନ ହଲରେ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ଏହାସହ ପୁଣିଥରେ ବଙ୍ଗରେ ସରକାର ଗଢିଛି ଟିଏମସି । କରୋନାକୁ ଦୃଷ୍ଟିରେ ରଖି ଅଳ୍ପ କିଛି ଲୋକଙ୍କୁ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି ।Continue reading “ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା । ଲଗାତାର ତୃତୀୟ ଥର ପାଇଁ ଧରିଲେ ପଶ୍ଚିମବଙ୍ଗର ମଙ୍ଗ ।”
ଏସସିବିରେ କରୋନା ରୋଗୀଙ୍କୁ ଦିଆଯାଉଛି ସୁଷମ ଖାଦ୍ୟ । ଦିନକୁ ରୋଗୀଙ୍କ ପାଇଁ ଖର୍ଚ୍ଚ ହେଉଛି ୨୪୦ ଟଙ୍କା ।
କନକ ବ୍ୟୁରୋ : କରୋନା ରୋଗୀ କିମ୍ବା କରୋନା ସନ୍ଦିଗ୍ଧଙ୍କ ପାଇଁ ଦିଆଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ଯେହେତୁ ଏମାନଙ୍କ ପାଇଁ ଭିଟାମିନ୍ ଓ ପୁଷ୍ଟିସାରଯୁକ୍ତ ଖାଦ୍ୟର ନିହାତି ଆବଶ୍ୟକତା ରହିଛି। ସେଥିପାଇଁ ଗୁଣାତ୍ମକ ମାନର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏହି ମର୍ମରେ ଏସସିବି ମେଡିକାଲର କୋଭିଡ୍ ରୋଗୀଙ୍କ ପାଇଁ ସବୁଥର ପରି ଏଥର ମଧ୍ୟ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି। ଏଠାରୋ ଭର୍ତ୍ତିContinue reading “ଏସସିବିରେ କରୋନା ରୋଗୀଙ୍କୁ ଦିଆଯାଉଛି ସୁଷମ ଖାଦ୍ୟ । ଦିନକୁ ରୋଗୀଙ୍କ ପାଇଁ ଖର୍ଚ୍ଚ ହେଉଛି ୨୪୦ ଟଙ୍କା ।”
ଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୩,୮୨,୩୧୫ ନୂଆ ପଜିଟିଭ୍ ଚିହ୍ନଟ । ୩୭୮୦ ମୃତ
କନକ ବ୍ୟୁରୋ : ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ସେହି ପରିମାଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୩୭୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେଲା ଲଗାତାର ସାଢେ ୩ଲକ୍ଷ ଚିହ୍ନଟ ହେଉଛି । କିନ୍ତୁ ଆଜି ଏହି ସଂକ୍ରମଣ ଆହୁରି ବଢିଯାଇଛି । ଗତ ୨୪ ଘଂଟାରେ ଦେଶରେ ୩ଲକ୍ଷ ୮୨, ୩୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତିContinue reading “ଦେଶରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୩,୮୨,୩୧୫ ନୂଆ ପଜିଟିଭ୍ ଚିହ୍ନଟ । ୩୭୮୦ ମୃତ”
ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର ନୂଆ ଗାଇଡଲାଇନ୍ । ଥରେ ଆଣ୍ଟିଜେନ ପରୀକ୍ଷା କରିଥିଲେ ଦରକାର ନାହିଁ ଆରଟିପିସିଆର ଟେଷ୍ଟ, ଲାବ୍ରୋଟରି ଉପରେ ଚାପ କମାଇବାକୁ ପଦକ୍ଷେପ
କରୋନାଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧିପାଉଥିବା ବେଳେ ‘ଡାଇଗ୍ନୋଷ୍ଟିକ୍ ଲ୍ୟାବ୍’ଗୁଡ଼ିକ ଉପରୁ ଚାପ ହ୍ରାସ ଲାଗି କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦେଶରେ ‘କରୋନାଭାଇସ୍-ଟେଷ୍ଟିଙ୍ଗ୍ ନିୟମ’ ସଂଶୋଧନ କରିଛନ୍ତି। ସୁସ୍ଥ ଥିବା ଆନ୍ତରାଜ୍ୟ ଭ୍ରମଣକାରୀ ଏବଂ ଡାକ୍ତରଖାନାରୁ ବିଦାୟ ନେଇ ଆସୁଥିବା କୋଭିଡ୍ ରୋଗୀମାନଙ୍କର ନମୁନା ପରୀକ୍ଷା କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଅଛି। ଦ୍ରୁତ ବେଗରେ ସଂକ୍ରମଣ ତେଜୁଥିବା କାରଣରୁ ଦେଶବ୍ୟାପୀ ଥିବା ୨,୫୦୦ରୁ ଊର୍ଦ୍ଧ୍ବ ଲ୍ୟାବ୍ ପ୍ରବଳ ଚାପରେ କାମ କରୁଛନ୍ତି।Continue reading “ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର ନୂଆ ଗାଇଡଲାଇନ୍ । ଥରେ ଆଣ୍ଟିଜେନ ପରୀକ୍ଷା କରିଥିଲେ ଦରକାର ନାହିଁ ଆରଟିପିସିଆର ଟେଷ୍ଟ, ଲାବ୍ରୋଟରି ଉପରେ ଚାପ କମାଇବାକୁ ପଦକ୍ଷେପ”
ରାଜ୍ୟରେ ଗତ ୨୪ଘଣ୍ଟାରେ ୧୬ ଜଣଙ୍କ ମୁଣ୍ଡ ନେଲା ମହାମାରୀ ଭୁତାଣୁ । ଖୋର୍ଦ୍ଧରୁ ୪ମୃତ
କନକ ବ୍ୟୁରେ : ଦିନକରେ ରାଜ୍ୟରୁ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ଗଜପତି ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ସୁନ୍ଦରଗଡ ଓ ରାୟଗଡାର ୨ ଜଣ ଲେଖାଏଁ ଏବଂ ପୁରୀ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ମାମଲା ଚିହ୍ନଟContinue reading “ରାଜ୍ୟରେ ଗତ ୨୪ଘଣ୍ଟାରେ ୧୬ ଜଣଙ୍କ ମୁଣ୍ଡ ନେଲା ମହାମାରୀ ଭୁତାଣୁ । ଖୋର୍ଦ୍ଧରୁ ୪ମୃତ “