କନକ ବ୍ୟୁରୋ : ମହାମାରୀ ଜୀବନ ନେଉଛି, ଜୀବିକା ବି ନେଉଛି । ଲକ୍ଷ ଲକ୍ଷ ବେକାରୀ ସୃଷ୍ଟି କରିଛି କରୋନା । ପ୍ରଥମ ଥର ଭଳି ମହାମାରୀର ଦ୍ୱିତୀୟ ଲହର ପୁଣି ଥରେ ଲୋକଙ୍କ ରୋଜଗାର ଛଡାଇ ନେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ପ୍ରାୟ ୭୦ ଲକ୍ଷ ଲୋକ ଜୀବିକା ହରାଇ ବେକାର ହୋଇଛନ୍ତି । ଗତ ୪ ମାସରେ ଦେଶର ବେକାରୀ ହାର ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଛି ।Continue reading “ଜୀବନ ସହ ଜୀବିକା ନେଉଛି ମହାମାରୀ । ଆସିଲା ସାଂଘାତିକ ତଥ୍ୟ, ଦ୍ୱିତୀୟ ଲହରୀରେ ୭୦ ଲକ୍ଷ ବେକାରି ।”
Author Archives: Raghaba
ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର । ୧୪ ଦିନ ପାଇଁ ରହିବାକୁ ହେବ କ୍ୱାରେଣ୍ଟାଇନରେ…
କନକ ବ୍ୟୁରୋ: ବଢୁଥିବା ସଂକ୍ରମଣକୁ ଦେଖି ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ଏହି ଦୁଇ ରାଜ୍ୟରୁ କୌଣସି ପ୍ରବାସୀ ଓଡିଶା ଫେରିଲେ ତାଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏ ସମ୍ପର୍କିତ ଆଜି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା । ନିର୍ଦ୍ଦେଶାନାମା ମୁତାବକ, ଆନ୍ଧ୍ର ଓ ତେଲେଙ୍ଗାନାରେ କୋଭିଡର ଭିନ୍ନ ଏକ ଭାରିଆଣ୍ଟ ଦେଖିବାକୁContinue reading “ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର । ୧୪ ଦିନ ପାଇଁ ରହିବାକୁ ହେବ କ୍ୱାରେଣ୍ଟାଇନରେ…”
ଆସନ୍ତାକାଲି ୧୫ ଜିଲ୍ଲାରେ ହେବନି ଟିକାକରଣ । ଜାଣନ୍ତୁ, କେଉଁ କେଉଁ ଜିଲ୍ଲା ଅଛି ସାମିଲ…
କନକ ବ୍ୟୁରୋ: ଆସନ୍ତାକାଲି ୧୫ ଜିଲ୍ଲାରେ ହେବନି କୋଭିଡ୍ ଟିକାକରଣ । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁରରେ ଆସନ୍ତାକାଲି କୋଭିଡ୍ ଟିକାକରଣ ବନ୍ଦ । ତେବେ ଏହି ଜିଲ୍ଲାଗୁଡିକ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଟିକାକରଣ ସୁରୁଖୁରରେ ଚାଲିବ । ଲକଡାଉନ୍ ଥିଲେ ମଧ୍ୟ ଲୋକମାନେ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଇପାରିବେ ବୋଲି ପୂର୍ବରୁ ରାଜ୍ୟ ସରକାର ଧାର୍ଯ୍ୟContinue reading “ଆସନ୍ତାକାଲି ୧୫ ଜିଲ୍ଲାରେ ହେବନି ଟିକାକରଣ । ଜାଣନ୍ତୁ, କେଉଁ କେଉଁ ଜିଲ୍ଲା ଅଛି ସାମିଲ…”
କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା ।
କନକ ବ୍ୟୁରୋ : ଆଇପିଏଲରେ ଲାଗିଛି କରୋନାର କଳା ନଜର । ଖେଳାଳିଙ୍କୁ ଭୂତାଣୁ ଛୁଇଁବା ପରେ ଫଟାଫଟ କ୍ରିକେଟରେ ଲାଗିଗଲା ଫୁଲଷ୍ଟପ । ସ୍ଥଗିତ ରହିଲା ଆଇପିଏଲର ଚଳିତ ସଂସ୍କରଣ । ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ଏକ ଜରୁରୀ ବୈଠକରେ ଆଇପିଏଲର ୧୪ ତମ ସଂସ୍କରଣର ବାକି ମ୍ୟାଚକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତContinue reading “କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା । “
କରୋନା ଆକ୍ରାନ୍ତଙ୍କୁ ଛୁଇଁବାକୁ ମନା କରିଦେଲେ ଡାକ୍ତର । ଅକ୍ସିଜେନ ମାଗି ମାଗି ମରିଗଲେ ମହିଳା । ଭଦ୍ରକ ଡାକ୍ତରଖାନାରୁ ଆସିଲା ଅମାନବୀୟ କାହାଣୀ ।
କନକ ବ୍ୟୁରୋ : ଡାକ୍ତରଖାନାରେ କରୋନା ରୋଗୀଙ୍କ ପ୍ରତି ଚରମ ଅବହେଳା । କରୋନା ହୋଇଛି କହି ରୋଗୀଙ୍କୁ ଛୁଇଁଲେ ନାହିଁ କି ଚିକିତ୍ସା କରାଇଲେ ନାହିଁ ଡାକ୍ତର । ଅକ୍ସିଜେନ ଅଭାବରୁ ଭଦ୍ରକ ଡାକ୍ତରଖାନାରେ ହିଁ ଆଖି ବୁଜିଛନ୍ତି ଜଣେ ସଂକ୍ରମିତ ମହିଳା । ଅକ୍ସିଜେନର ଅଭାବ ନଥିଲା, ଡାକ୍ତର, ନର୍ସ ସମସ୍ତେ ଉପସ୍ଥିତ ଥିଲେ । ହେଲେ ମହିଳା ଜଣକ କରୋନା ସଂକ୍ରମିତ ଜାଣିବା ପରେ କେହି ପାଖକୁ ଆସିଲେ ନାହିଁ । ଆଖିContinue reading “କରୋନା ଆକ୍ରାନ୍ତଙ୍କୁ ଛୁଇଁବାକୁ ମନା କରିଦେଲେ ଡାକ୍ତର । ଅକ୍ସିଜେନ ମାଗି ମାଗି ମରିଗଲେ ମହିଳା । ଭଦ୍ରକ ଡାକ୍ତରଖାନାରୁ ଆସିଲା ଅମାନବୀୟ କାହାଣୀ ।”
ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଲେ ଲୋକେ ।
କନକ ବ୍ୟୁରୋ : ରାତି ପାହିଲେ ୧୪ ଦିନିଆ ସଟଡାଉନ । ଆଉ ଏହା ପୂର୍ବରୁ ଦୋକାନ ବଜାରଠାରୁ ଆରମ୍ଭ କରି ମଦଦୋକାନ ଓ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ଦେଖିବାକୁ ମିଳିଛି । ସମ୍ବଲପୁରର ହୃଦୟ କୁହାଯାଉଥିବା ଗୋଲବଜାରର ଚିତ୍ର ଦେଖିଲେ ମନରେ ପ୍ରଶ୍ନ ଉଠିବ ସତରେ କରୋନା ବୋଲି କିଛି ନାହିଁ । ସେହିଭଳି ମାଲକାନଗିରିରି ମଦଦୋକାନରୁ ଲୋକେ ବସ୍ତା ବସ୍ତାContinue reading “ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଲେ ଲୋକେ ।”
ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା । ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା ।
କନକ ବ୍ୟୁରୋ: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଯୁବପୀଢି ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟContinue reading “ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା । ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା । “
ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୧୬ ପଜିଟିଭ୍ ଚିହ୍ନଟ । ୪୮,୨୫୬ରେ ପହଞ୍ଚିଲା ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୧୧୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା ମାମଲା ୪୮୨୫୬ରେ ପହଞ୍ଚିଛି । ସେହିପରି ଏବେ ବି ୮୯୪୭ଟି ସକ୍ରିୟ ମାମଲା ରହିଛି । Update on newly detected #COVID19 cases in the last 24 hrs under the BMC areaContinue reading “ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୧୬ ପଜିଟିଭ୍ ଚିହ୍ନଟ । ୪୮,୨୫୬ରେ ପହଞ୍ଚିଲା ରାଜଧାନୀର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।”
ଲକଡାଉନ୍ ସମୟରେ ଲୋକଙ୍କ ଘରେ ଯାଇ ଅଭିଯୋଗ ଶୁଣିବ ପୋଲିସ । ହ୍ୱାଟ୍ସଆପ୍ କିମ୍ବା ଇ-ମେଲରେ ପଠାଯିବ ଏଫଆଇଆର୍ କପି ।
କନକ ବ୍ୟୁରୋ: କରୋନା ସମୟରେ ଘରୁ ଯାଇ ଅଭିଯୋଗ ଗ୍ରହଣ କରିବ ପୋଲିସ । ସଂକ୍ରମଣ ସମୟରେ ଅପରାଧିକ ମାମଲାର ଅଭିଯୋଗ ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ପଡିବନି । ନିଜେ ଖୋଦ୍ ପୋଲିସ ଯାଇ ଲୋକଙ୍କୁ ଘରୁ ଅଭଯୋଗ ଗ୍ରହଣ କରିବା ସହିତ ଅନଲାଇନ ଜରିଆରେ ମାମଲା ରୁଜୁ କରି ଛାନଭିନ୍ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଲକଡାଉନ୍ ସମୟରେ ଅପରାଧିକ ଅଭିଯୋଗ ଥାନାକୁ ନ ଆସି ଫୋନରେContinue reading “ଲକଡାଉନ୍ ସମୟରେ ଲୋକଙ୍କ ଘରେ ଯାଇ ଅଭିଯୋଗ ଶୁଣିବ ପୋଲିସ । ହ୍ୱାଟ୍ସଆପ୍ କିମ୍ବା ଇ-ମେଲରେ ପଠାଯିବ ଏଫଆଇଆର୍ କପି ।”
ଭାରତରେ ନୁହେଁ ୟୁଏଇରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍ । କେନ୍ଦ୍ର ସରକାରଙ୍କ ସହ ବିସିସିଆଇର ଆଲୋଚନା ।
କନକ ବ୍ୟୁରୋ : ଭାରତରେ ଖେଳାଯାଇନପାରେ ଟି-୨୦ ବିଶ୍ୱକପ । ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୟୁଏଇରେ ଖେଳାଯାଇପାରେ । ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି, ଆସନ୍ତା ୧ ମାସ ମଧ୍ୟରେ ନିଆଯିବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ବେଳେ ୟୁଏଇ ଠାରେ ଟି-୨୦ ବିଶ୍ୱକପ୍ କରିବାକୁ ଯୋଜନା କରୁଛି ବିସିସିଆଇ । ବିସିସିଆଇ ଅଧିକାରୀ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନାContinue reading “ଭାରତରେ ନୁହେଁ ୟୁଏଇରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍ । କେନ୍ଦ୍ର ସରକାରଙ୍କ ସହ ବିସିସିଆଇର ଆଲୋଚନା ।”