କନକ ବ୍ୟୁରୋ : ସମ୍ଭବତଃ ଏହା ଭାରତର ପ୍ରଥମ ଘଟଣା । ମଣିଷ ପରେ ଭାରତରେ କରୋନାରେ ସଂକ୍ରମିତ ହେଉଛନ୍ତି ପଶୁ । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ ଟି ସିଂହ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେଣ୍ଟର ଫର ସେଲୁଲାର ମୋଲିକୋଲାର ବାୟୋଲୋଜି ର ସୂଚନା ମୁତାବକ ଏହି ୮ ଟି ସିଂହଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ପରୀକ୍ଷା ପରେ ସେମାନେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେContinue reading “ଭାରତରେ ପ୍ରଥମଥର ପଶୁଙ୍କ ଦେହରେ ଚିହ୍ନଟ ହେଲା କରୋନା ଭୂତାଣୁ । ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହ କରୋନା ସଂକ୍ରମିତ”
Author Archives: Raghaba
୫ ଯୋଡା ସ୍ପେଶାଲ ଟ୍ରେନ୍ ବାତିଲ । ଉପଯୁକ୍ତ ଯାତ୍ରୀ ନହେବା ଓ କରୋନା ଭାଇରସ ସଂକ୍ରମଣ ପାଇଁ ଟ୍ରେନ୍ ବାତିଲ ।
ଉପଯୁକ୍ତ ଯାତ୍ରୀ ନହେବା ଏବଂ କରୋନା ଭାଇରସ ସଂକ୍ରମଣକୁ ଦେଖି ୫ ଯୋଡା ଟ୍ରେନ୍ ବାତିଲ । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ ପୁରୀରୁ ଆସନ୍ତାକାଲିଠାରୁ ଏବଂ ଗୁଣୁପୁରରୁ ୬ ତାରିଖରୁ ପରବର୍ତ୍ତୀ ଆଦେଶ ଯାଏଁ ବାତିଲ ରହିବ । ସେହିପରି ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ ଟ୍ରେନ୍ ଆସନ୍ତାକାଲିଠୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତContinue reading “୫ ଯୋଡା ସ୍ପେଶାଲ ଟ୍ରେନ୍ ବାତିଲ । ଉପଯୁକ୍ତ ଯାତ୍ରୀ ନହେବା ଓ କରୋନା ଭାଇରସ ସଂକ୍ରମଣ ପାଇଁ ଟ୍ରେନ୍ ବାତିଲ ।”
ଲକଡାଉନରେ ଗଡିବନି ମୋ ବସ୍ । କେବଳ ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଯୋଗାଇବ ସେବା।
କନକ ବ୍ୟୁରୋ: ଲକଡାଉନ ସମୟରେ ବନ୍ଦ ରହିବ ମୋ ବସ୍ ସେବା । ଆସନ୍ତାକାଲିଠୁ ସାରା ରାଜ୍ୟରେ ଲକଡାଉନ୍ ଲାଗିବାକୁ ଥିବାବେଳେ ଏହି ସମୟରେ ମୋ ବସ୍ ଚଳାଚଳ କରିବନି ବୋଲି ଟୁଇଟ୍ କରି ସୂଚନା ଦେଇଛି କ୍ରୁଟ୍ । ତେବେ ଯାତ୍ରୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି କଟକ ଓ ଖୋର୍ଦ୍ଧାର ରେଳ ଷ୍ଟେସନରେ ବସ ଚଳାଚଳ କରିବ ବୋଲି କୁହାଯାଇଛି । ଏଥିସହିତ ଏୟାରପୋର୍ଟ ଓ ରେଳ ଷ୍ଟେସନ ଭିତରେ ମଧ୍ୟ ବସ୍ ଚଳାଚଳContinue reading “ଲକଡାଉନରେ ଗଡିବନି ମୋ ବସ୍ । କେବଳ ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଯୋଗାଇବ ସେବା। “
ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
କନକ ବ୍ୟୁରୋ : ଏପ୍ରିଲ୍ ପରେ, ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ ର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଏ ସମ୍ପର୍କରେ ନୋଟିସ ଜାରି କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ନିଜ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନଟିଏ କହିଛି ଯେ ଫେବୃଆରୀ ଏବଂ ମାର୍ଚ୍ଚରେ ଜେଇଇ-ମେନ ୨୦୨୧ ର ଦୁଇଟି ଅଧିବେଶନ ପରୀକ୍ଷା ହୋଇଯାଇଛି । ଏପ୍ରିଲ୍ ପରୀକ୍ଷା ୨୭, ୨୮ ଏବଂContinue reading ” ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ”
ସ୍ଥଗିତ ରହିଲା ଜେଇଇ-ମେନ ପରୀକ୍ଷା । ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ।
କନକ ବ୍ୟୁରୋ: ସ୍ଥଗିତ ହେଲା ଜେଇଇ ମେନ ପରୀକ୍ଷା । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ଏ ସର୍ମ୍ପକରେ ନୋଟିସ ଜାରି କରିଛି । ଏନଟିଏ କହିଛି ଫେବୃଆରୀ ଓ ମାର୍ଚ୍ଚରେ ଜେଇଇ ମେନ ୨୦୨୧ର ଦୁଇଟି ଅଧିବେଶନ ପରୀକ୍ଷା ହେବାର ଥିଲା । ତେବେ କରୋନାକୁContinue reading “ସ୍ଥଗିତ ରହିଲା ଜେଇଇ-ମେନ ପରୀକ୍ଷା । ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ।”
ଭାରତ ପରେ ବ୍ରିଟେନରେ କାରବାର ବଢାଇବେ ଆଦର ପୁନାୱାଲା । ଟିକା ଉତ୍ପାଦନରେ କରିବେ ୨,୪୫୭ କୋଟି ଟଙ୍କା ନିବେଶ
କନକ ବ୍ୟୁରୋ : କୋଭିଡ -୧୯ ବିରୋଧରେ କୋଭିସିଲ୍ଡ ଟିକା ନିର୍ମାତା ପୁଣେର କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର କାରବାର ବୃଦ୍ଧି କରିବାକୁ ଯାଉଛି । ଆଦର ପୁନାୱାଲାଙ୍କ କମ୍ପାନି ବ୍ରିଟେନରେ ୨,୪୫୭ କୋଟି ଟଙ୍କା ନିବେଶ କରିବେ ବୋଲି ସୂଚନା ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର ଏକ ସେଲ୍ସ ଅଫିସ ଖୋଲିବ । ଏହା ସହ ଭ୍ୟାକ୍ସିନ ଉତ୍ପାଦନ ଓ କାରବାର ବୃଦ୍ଧି କରିବ ।Continue reading “ଭାରତ ପରେ ବ୍ରିଟେନରେ କାରବାର ବଢାଇବେ ଆଦର ପୁନାୱାଲା । ଟିକା ଉତ୍ପାଦନରେ କରିବେ ୨,୪୫୭ କୋଟି ଟଙ୍କା ନିବେଶ”
ସେବାର ସାକ୍ଷାତ ସେବକ: ବାପାଙ୍କ ଜୁଇ ଜାଳିବାର ୨୪ ଘଣ୍ଟା ପରେ ଡାକ୍ତରଖାନାକୁ ଫେରିଲେ ଏମକେସିଜିର ଡାକ୍ତର ନିହାର ରଞ୍ଜନ ସାହୁ ।
କନକ ବ୍ୟୁରୋ: ସେବା ହିଁ ଧର୍ମ । ଡ୍ୟୁଟି ପ୍ରତି ଡାକ୍ତରଙ୍କ ଗଭୀର ନିଷ୍ଠା । ପୁଅ ହିସାବରେ ପୁତ୍ର ଧର୍ମ ପାଳନ କରିବା ପରେ ଚିକିତ୍ସକ ହିସାବରେ କର୍ମକ୍ଷେତ୍ରକୁ ଫେରିଲେ ଡାକ୍ତର । ମୃତ ବାପାଙ୍କ ଅନ୍ତିମ ସଂସ୍କାର ସାରି ମାତ୍ର ୨୪ ଘଂଟା ଭିତରେ ଡାକ୍ତରଖାନାକୁ ଫେରି ଆସିଲେ ଡାକ୍ତର ନିହାର ରଂଜନ ସାହୁ । ବ୍ରହ୍ମପୁର ଏମକେସିଜିରେ ଆସିଷ୍ଟାଂଡ ପ୍ରଫେସର ଭାବେ ଚିକିତ୍ସା ଯୋଗାଉଛନ୍ତି ଡାକ୍ତର ନିହାର । ତେବେ କରୋନା ରୋଗୀଙ୍କContinue reading “ସେବାର ସାକ୍ଷାତ ସେବକ: ବାପାଙ୍କ ଜୁଇ ଜାଳିବାର ୨୪ ଘଣ୍ଟା ପରେ ଡାକ୍ତରଖାନାକୁ ଫେରିଲେ ଏମକେସିଜିର ଡାକ୍ତର ନିହାର ରଞ୍ଜନ ସାହୁ ।”
ମହାମାରୀ ବେଳେ ମଣିଷପଣିଆର ହତ୍ୟା ! କରୋନା ଆକ୍ରାନ୍ତଙ୍କୁ ଲୁଟୁଛନ୍ତି ହସ୍ପିଟାଲ ! ଆସିଲା ସାଂଘାତିକ ଅଭିଯୋଗ, ୫ ହଜାର ବଦଳରେ ୨୫ ହଜାର କରୁଛନ୍ତି ଦାବି ।
କନକ ବ୍ୟୁରୋ : କରୋନା ମହାମାରୀ ଦିନକୁ ଦିନ କାୟା ମେଲାଉଥିବା ବେଳେ, ହସ୍ପିଟାଲ ଗୁଡିକର ଅବସ୍ଥା ଭୟାବହ ହୋଇପଡିଲାଣି । ସରକାରୀ ହସ୍ପିଟାଲ ଗୁଡିକରେ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ୍ ଏବଂ ଭେଣ୍ଟିଲେଟରର ସଙ୍କଟ ପଡିଛି । ଆଉ ଏପରି ସ୍ଥିତିରେ ସମସ୍ତେ ପ୍ରାଇଭେଟ୍ ହସ୍ପିଟାଲ ଉପରେ ନିର୍ଭରଶୀଳ ହେଉଛନ୍ତି । କିନ୍ତୁ ଚିନ୍ତାଜନକ ବିଷୟ ହେଉଛି, ଲୋକଙ୍କ ଅସହାୟତାକୁ ଟଙ୍କା ରୋଜଗାରର ସୁଯୋଗ ବୋଲି ଭାନିନେଇଛନ୍ତି କିଛି ପ୍ରାଇଭେଟ୍ ହସ୍ପିଟାଲ୍ । ଆଲିଗଡରୁContinue reading “ମହାମାରୀ ବେଳେ ମଣିଷପଣିଆର ହତ୍ୟା ! କରୋନା ଆକ୍ରାନ୍ତଙ୍କୁ ଲୁଟୁଛନ୍ତି ହସ୍ପିଟାଲ ! ଆସିଲା ସାଂଘାତିକ ଅଭିଯୋଗ, ୫ ହଜାର ବଦଳରେ ୨୫ ହଜାର କରୁଛନ୍ତି ଦାବି । “
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ମେସେଜରେ କୁହାଯାଇଛି, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ ।
କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଉତ୍ତରପ୍ରଦେଶ କଣ୍ଟ୍ରୋଲ ରୁମର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଛି। ତେବେ ଧମକ ପଠାଇ କୁହାଯାଇଛି କି, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ। ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ୍ମୌ ସୁଶାନ୍ତ ଗୋଲଫ ସିଟି ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଟିମକୁ ଆଲର୍ଟ କରି ଦିଆଯାଇଛି। ନମ୍ବର ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସContinue reading “ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ମେସେଜରେ କୁହାଯାଇଛି, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ । “
ଦେଶରେ କରୋନା ସଂକ୍ରମଣକୁ ନେଇ ସୂତ୍ର ମଡେଲର ସାନି ଆକଳନ : ଆଗାମୀ ୨୪ ଘଂଟା ମଧ୍ୟରେ ଶୀର୍ଷ ଛୁଇଁବା ସମ୍ଭାବନା
କନକ ବ୍ୟୁରୋ : ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ କେବେ ଏହା ଶୀର୍ଷକୁ ଛୁଇଁବ, ତାକୁ ନେଇ ସମସ୍ତଙ୍କ ଭିତରେ ଆଶଙ୍କା ରହିଛି । କେବେ ଏହା ପିକ୍ ଛୁଇଁବ ଓ ପୁଣି କମିବା ଆରମ୍ଭ କରିବ ତାକୁ ନେଇ ଉତ୍କଣ୍ଠା । ଏହାରି ଭିତରେ ପୁଣିଥରେ ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି ଆଇଆଇଟି କାନପୁରର ବିଶେଷଜ୍ଞ ଦଳ । ସୂତ୍ର ମଡେଲର କହିବା ହେଲା ଆଗାମୀ ୨୪ ଘଂଟା ମଧ୍ୟରେ ଭାରତରେ କରୋନାରContinue reading “ଦେଶରେ କରୋନା ସଂକ୍ରମଣକୁ ନେଇ ସୂତ୍ର ମଡେଲର ସାନି ଆକଳନ : ଆଗାମୀ ୨୪ ଘଂଟା ମଧ୍ୟରେ ଶୀର୍ଷ ଛୁଇଁବା ସମ୍ଭାବନା”