ଅକ୍ସିଜେନ ଅଭାବ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କହିଲେ ତୁମେ ଆଖିବୁଜି ଦେଇପାର, ଆମେ ନୁହେଁ ।

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗୁଥିବା ବେଳେ ଚିକିତ୍ସା ପାଇଁ ଅକ୍ସିଜେନ୍ ସାଜିଛି ବାଧକ । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ଆଜି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି ବେଳେ କୋର୍ଟ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି ଦିଲ୍ଲୀର ଅକ୍ସିଜେନ ଅଭାବ ନେଇ ତୁମେ ଆଖିContinue reading “ଅକ୍ସିଜେନ ଅଭାବ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ । କହିଲେ ତୁମେ ଆଖିବୁଜି ଦେଇପାର, ଆମେ ନୁହେଁ ।”

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍ । ଟ୍ୱିଟର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ ସ୍ଥାୟୀଭାବେ ସସପେଣ୍ଡ୍ କଲା ଟ୍ୱିଟର

କନକ ବ୍ୟୁରୋ: କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସସପେଣ୍ଡ୍ । ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖାଯାଇଛି । ଅଭିନେତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକାଧିକ ଟୁଇଟ କରିବା ସହ ରବିବାର ପଶ୍ଚିମବଙ୍ଗରେ ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ରାଜ୍ୟରେ ଘଟିଥିବା ହିଂସା ପାଇଁ ଅଭିନେତ୍ରୀ ମମତା ବାନାର୍ଜୀଙ୍କୁContinue reading “କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍ । ଟ୍ୱିଟର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ ପୋଷ୍ଟ କରିବା ପରେ ସ୍ଥାୟୀଭାବେ ସସପେଣ୍ଡ୍ କଲା ଟ୍ୱିଟର”

ଶ୍ରୀମନ୍ଦିର ସହ ଜଡିତ ୧୪୨ ଜଣ କରୋନାରେ ସଂକ୍ରମିତ : ୬୩ ସେବାୟତ ଓ ୩୩ ଜଣ ସେବାୟତ ପରିବାର ପଜିଟିଭ ଚିହ୍ନଟ ହେଲେଣି

କନକ ବ୍ୟୁରୋ : ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ସତ୍ତ୍ବେ କରୋନା ପ୍ରଭାବିତ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ । ଆଜି ସୁଦ୍ଧା ଶ୍ରୀମନ୍ଦିରେ ସେବା ସହ ଜଡିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଂଚିଛି । ସେମାନଙ୍କ ମଧ୍ୟରେ ୬୩ ଜଣ ସେବାୟତ ଓ ୩୩ ଜଣ ସେବାୟତଙ୍କ ପରିବାର ସଦସ୍ୟ ରହିଛନ୍ତି । ଅନ୍ୟପଟେ କରୋନା ପଜିଟିଭ ଚିହ୍ନଟ ଶ୍ରୀମନ୍ଦିର କର୍ମଚାରୀଙ୍କ ସଂଖ୍ୟା ୪୬କୁ ଛୁଇଁଛି । ତେବେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇContinue reading “ଶ୍ରୀମନ୍ଦିର ସହ ଜଡିତ ୧୪୨ ଜଣ କରୋନାରେ ସଂକ୍ରମିତ : ୬୩ ସେବାୟତ ଓ ୩୩ ଜଣ ସେବାୟତ ପରିବାର ପଜିଟିଭ ଚିହ୍ନଟ ହେଲେଣି”

ଅନୁଗୁଳରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା, ପଜିଟିଭ ଚିହ୍ନଟ ପରେ ବେକରେ ରଶି ଦେଇ ଜୀବନ ହାରିଲେ ଛେଣ୍ଡିପଦାର ଯୁବକ ।

କନକ ବ୍ୟୁରୋ: ପୁଣି ଭୂତାଣୁ ଭୟରେ ଗଲା ଜୀବନ । ଆତ୍ମହତ୍ୟା କଲେ ଆକ୍ରାନ୍ତ । କରୋନା ଭୂତାଣୁ ଦ୍ୱାରା କବଳିତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଛନ୍ତି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳି ଗାଁରେ ଜଗବନ୍ଧୁ ବାଘ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଜଗବନ୍ଧୁ ୫ ଦିନ ତଳେ କରୋନା ପରୀକ୍ଷା କରାଇଥିଲେ । କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବାContinue reading “ଅନୁଗୁଳରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା, ପଜିଟିଭ ଚିହ୍ନଟ ପରେ ବେକରେ ରଶି ଦେଇ ଜୀବନ ହାରିଲେ ଛେଣ୍ଡିପଦାର ଯୁବକ ।”

ଆଇପିଏଲରେ ପଶିଲା କରୋନା ।  ରିଦ୍ଧିମାନ ଶାହା ଓ ଅମିତ ମିଶ୍ରା କରୋନା ପଜିଟିଭ ଚିହ୍ନଟ 

କନକ ବ୍ୟୁରୋ: ଆଇପିଏଲରେ ପଶିଲା କରୋନା ସଂକ୍ରମଣ । ଗୋଟିଏ ପରେ ଗୋଟିଏ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ପରେ ଶେଷରେ ବାତିଲ ହୋଇଛି ଆଇପିଏଲ । ଆଜି ସନରାଇର୍ଜସ ହାଇଦ୍ରାବାଦର ରଦ୍ଧିମାନ ଶାହା ଓ ଦିଲ୍ଲୀର ସ୍ପିନର ଅମିତ ମିଶ୍ରା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଆଇପିଏଲ ବାତିଲ ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ଗତକାଲି କୋଲକାତା ନାଇଟ ରାଇଡରର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦିପContinue reading “ଆଇପିଏଲରେ ପଶିଲା କରୋନା ।  ରିଦ୍ଧିମାନ ଶାହା ଓ ଅମିତ ମିଶ୍ରା କରୋନା ପଜିଟିଭ ଚିହ୍ନଟ “

ଫଟାଫଟ କ୍ରିକେଟ ଉପରେ ପୁଣି କରୋନା କୋପ । ବାତିଲ ହେଲା ଚଳିତ ବର୍ଷର ଆଇପିଏଲ ।

କନକ ବ୍ୟୁରୋ: କରୋନା ଭିତରେ ସବୁଠୁ ବଡ଼ ଖବର ବାତିଲ ହେଲା ଚଳିତ ବର୍ଷର ଆଇପିଏଲ । ଅତ୍ୟଧିକ ଖେଳାଳୀ କରୋନା ପଜିଟିଭ ବାହାରିବା ପରେ ୧୪ତମ ସଂସ୍କକରଣକୁ ସ୍ଥଗିତ ରଖିଗଲା । ଏନେଇ ଏଏନଆଇ ଖବର ସରବରାହକୁ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ସୁକ୍ଳା । ତେବେ ଫଟାଫଟ କ୍ରିକେଟ ଉପରେ ପୁଣି କରୋନା କାଳ । ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚContinue reading “ଫଟାଫଟ କ୍ରିକେଟ ଉପରେ ପୁଣି କରୋନା କୋପ । ବାତିଲ ହେଲା ଚଳିତ ବର୍ଷର ଆଇପିଏଲ ।”

ସ୍କୁଲ ମିଶ୍ରଣକୁ ନେଇ ସରକାରଙ୍କୁ ବଡ ଝଟକା : ୨୦ରୁ କମ ଉପସ୍ଥାନ ଥିବା ସ୍କୁଲର ମିଶ୍ରଣ ନେଇ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କନକ ବ୍ୟୁରୋ : ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି । ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲା ଗୁଡିକର ଏକତ୍ର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି । ସ୍କୁଲ ମିଶ୍ରଣ ସଂପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁContinue reading “ସ୍କୁଲ ମିଶ୍ରଣକୁ ନେଇ ସରକାରଙ୍କୁ ବଡ ଝଟକା : ୨୦ରୁ କମ ଉପସ୍ଥାନ ଥିବା ସ୍କୁଲର ମିଶ୍ରଣ ନେଇ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ”

ସ୍କୁଲ ଫି ଛାଡ ମାମଲା: ଶୁଣାଣି କରି ସୁପ୍ରିମକୋର୍ଟ କଲେ ପ୍ରଶ୍ନ, କାହିଁକି କମିବ ନାହିଁ ସ୍କୁଲ ଫି?

କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ବର୍ତମାନ ସମସ୍ତ ସ୍କୁଲଗୁରେ ଅନଲାଇନ କ୍ଲାସ ଚାଲିଛି । ଅନଲାଇନ କ୍ଲାସ ଚାଲୁଥିବା ଯୋଗୁଁ ସ୍କୁଲ ଫି ହ୍ରାସ କରିବା ଉପରେ ସମସ୍ତ ସ୍କୁଲ ବିଚାର କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏ.ଏମ ଖାନୱାଲିକର ଓ ଦିନେଶ ମାହେଶ୍ୱରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଅନଲାଇନ କ୍ଲାସ ଯୋଗୁଁ ସ୍କୁଲ ପରିସରରେ ଥିବା ପେଟ୍ରୋଲ, ଡିଜେଲ, ଇଲେକ୍ଟ୍ରି ଓ ରକ୍ଷାଣବେକ୍ଷଣ ଖର୍ଚ୍ଚ ହ୍ରାସContinue reading “ସ୍କୁଲ ଫି ଛାଡ ମାମଲା: ଶୁଣାଣି କରି ସୁପ୍ରିମକୋର୍ଟ କଲେ ପ୍ରଶ୍ନ, କାହିଁକି କମିବ ନାହିଁ ସ୍କୁଲ ଫି?”

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ୭୨ ଲକ୍ଷ ଲୋକଙ୍କୁ ୨ ମାସ ମାଗଣା ରାସନ । ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି

କନକ ବ୍ୟୁରୋ : କରୋନା ମହାମାରୀ କବଳରେ ପୁରା କବଳିତ ଦିଲ୍ଲୀ । କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ମେଡିସିନ୍ ଓ ମେଡିକାଲ ବେଡର ଅଭାବ । ଏହାରି ଭିତରେ ରାଜ୍ୟସରକାରଙ୍କ ପାଖରୁ ଅନେକ କ୍ଷମତା କାଢି ନେଇ ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏବେ ବି ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶୃତିବଦ୍ଧ ଦିଲ୍ଲୀ ସରକାର । କରୋନା କାଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ଏହିContinue reading “ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ୭୨ ଲକ୍ଷ ଲୋକଙ୍କୁ ୨ ମାସ ମାଗଣା ରାସନ । ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି”

ସରିଲା ନିର୍ବାଚନ ବଢିଲା ପେଟ୍ରୋଲ ଦାମ : ଦୁଇ ମାସର ବ୍ୟବଧାନ ପରେ ପେଟ୍ରୋଲ ଲିଟର ୧୫ ପଇସା ଓ ଡିଜେଲ ୧୮ ପଇସା ବୃଦ୍ଧି

କନକ ବ୍ୟୁରୋ : ନିର୍ବାଚନ ସରିବା ପରେ ବଢିଲା ତେଲ ଦର । ଦେଶରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ବିଧାନସଭା ନିର୍ବାଚନ ପ୍ରକ୍ରିୟା ପ୍ରାୟ ଦୁଇ ମାସ ଧରି ଚାଲିଥିଲା । ଏହି ସମୟରେ ପେଟ୍ରୋଲ, ଡିଜେଲ ଦର ବଢିନଥିଲା । ହେଲେ ନିର୍ବାଚନ ଫଳାଫଳର ଦିନକ ପରେ ଦୁଇ ମାସର ବ୍ୟବଧାନ ପରେ ପୁଣି ବଢିଛି ତେଲ ଦର । ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ମୋଟ ୫ଟି ରାଜ୍ୟରେContinue reading “ସରିଲା ନିର୍ବାଚନ ବଢିଲା ପେଟ୍ରୋଲ ଦାମ : ଦୁଇ ମାସର ବ୍ୟବଧାନ ପରେ ପେଟ୍ରୋଲ ଲିଟର ୧୫ ପଇସା ଓ ଡିଜେଲ ୧୮ ପଇସା ବୃଦ୍ଧି”

Design a site like this with WordPress.com
Get started