କନକ ବ୍ୟୁରୋ : ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୭,୨୨୯ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ମଧ୍ୟ ଅଧିକ ରହିଛି । ଗତକାଲିଠାରୁ ଆଜି ସୁସ୍ଥ ସଂଖ୍ୟା ଅଧିକ ରହିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ୩,୨୦,୨୮୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେContinue reading “ଦେଶରେ ୨ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୩,୫୭,୨୨୯ ନୂଆ ଆକ୍ରାନ୍ତ ଚିହ୍ନଟ”
Author Archives: Raghaba
ପୁଣି ଲୋକଙ୍କ ରୋଜଗାର ଛଡାଇନେଲା କରୋନା ମହାମାରୀ : ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ୪ ମାସରେ ସର୍ବୋଚ୍ଚସ୍ତର ଛୁଇଁଲା ବେକାରୀ ହାର
କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ପୁଣିଥରେ ଲୋକଙ୍କ ରୋଜଗାର ଛଡାଇ ନେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ଅନେକ ଲୋକ ଜିବୀକା ହରାଇ ବେକାର ହୋଇପଡିଛନ୍ତି । ଏପ୍ରିଲରେ ଦେଶର ବେକାରୀ ହାର ୪ ମାସ ଭିତରେ ସର୍ବୋଚ୍ଚ ସ୍ତର ୮ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଛି । ନଜର ପକାନ୍ତୁ ସେଂଟର ଫର ମନିଟରିଂ ଇଣ୍ଡିଆ ଇକୋନୋମିର ଏହି ତଥ୍ୟ ଉପରେ । – ଏପ୍ରିଲରେ ଦେଶରେ ବେକାରୀ ହାରContinue reading “ପୁଣି ଲୋକଙ୍କ ରୋଜଗାର ଛଡାଇନେଲା କରୋନା ମହାମାରୀ : ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ୪ ମାସରେ ସର୍ବୋଚ୍ଚସ୍ତର ଛୁଇଁଲା ବେକାରୀ ହାର”
ଆସନ୍ତାକାଲି ଶପଥ ନେବେ ମମତା : ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ
କନକ ବ୍ୟୁରୋ : ୫ରେ ଶପଥ ନେବେ ମମତା, ୭ରେ ଷ୍ଟାଲିନ । ପଶ୍ଚିମବଙ୍ଗରେ ବିଜେପିର ବିଜୟ ରଥକୁ ରୋକିବାରେ ସଫଳ ହୋଇଥିବା ମମତା ବାନାର୍ଜୀ ଆସନ୍ତାକାଲି ରାଜ୍ୟରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ କ୍ଷମତାରେ ଥିବା ଟିଏମସି, ବିଜେପି ଓ ଏଲଡିଏଫ ପୁଣିଥରେ ସରକାର ଗଢିବାକୁ ଯାଉଛନ୍ତି ।Continue reading “ଆସନ୍ତାକାଲି ଶପଥ ନେବେ ମମତା : ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ”
ପଣସ ବୋଝେଇ ଗାଡିରୁ ଗଞ୍ଜେଇ ଜବତ : ପାଟ୍ରୋଲିଂ ବେଳେ ଜବତ କଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ
କନକ ବ୍ୟୁରୋ : ପଣସ ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ । ଉପରେ ପଣସ ଭିତରେ ଗଂଜେଇ ବୋଝେଇ କରି ଚୋରାରେ ଚାଲାଣ କରୁଥିଲେ ମାଫିଆ । କୋରାପୁଟ ଜିଲ୍ଲା ଟିକାପୁଟ ଛକ ନିକଟରୁ ଦଶଚକିଆ ଟ୍ରକରୁ ଏକ ଟନରୁ ଅଧିକ ଓଜନର ଗଂଜେଇ ଜବତ କରିଛି ପୁଲିସ । କୌଣସି ସୁତ୍ରରୁ ଗଂଜେଇ ଚୋରା ଚାଲାଣ ନେଇ ଖବର ଏସଡିପିଓ ସୂଚନା ପାଇ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ସହାୟତାରେ ଚଢାଉ କରିଥିଲେ । ଟ୍ରକକୁContinue reading “ପଣସ ବୋଝେଇ ଗାଡିରୁ ଗଞ୍ଜେଇ ଜବତ : ପାଟ୍ରୋଲିଂ ବେଳେ ଜବତ କଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ”
ଦଶମ ପରୀକ୍ଷା ଫଳ ପାଇଁ ପ୍ରଧାନଶିକ୍ଷକଙ୍କ ଉପରେ ବୋର୍ଡର ଚାପ : ଟାବୁଲେସନ ରେଜିଷ୍ଟାର ଦେଇପାରିଲେନି ସ୍କୁଲ କର୍ତୃପକ୍ଷ
କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରଧାନଶିକ୍ଷକଙ୍କୁ ପିଲାଙ୍କ ଆସେସମେଣ୍ଟ ମାର୍କ ମାଗିଥିଲେ ବୋର୍ଡ । ସନ୍ଧ୍ୟା ୩ ତାରିଖ ସୁଦ୍ଧା ଦଶମ ପିଲାଙ୍କ ଟେବୁଲେସନ ରେଜିଷ୍ଟାର ମେଣ୍ଟର ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ଦାଖଲ ପାଇଁ ନିର୍ଦ୍ଦେଶ ରହିଥିଲା । ଦୁଇ ତାରିଖ ମଧ୍ୟ ରାତିରେ ନୋଟିସ ପଠାଇ ୩ ତାରିଖ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିଲା । ମାତ୍ର ଗୋଟିଏ ଦିନର ସମୟ ଦିଆଯାଇଥିବାରୁ ଅଧିକାଂଶ ସ୍କୁଲ କର୍ତୃପକ୍ଷ ଟିଆରContinue reading “ଦଶମ ପରୀକ୍ଷା ଫଳ ପାଇଁ ପ୍ରଧାନଶିକ୍ଷକଙ୍କ ଉପରେ ବୋର୍ଡର ଚାପ : ଟାବୁଲେସନ ରେଜିଷ୍ଟାର ଦେଇପାରିଲେନି ସ୍କୁଲ କର୍ତୃପକ୍ଷ”
ଟିକା ଅଭାବରୁ ୧୧ ଜିଲ୍ଲାରେ ଟିକାକରଣ ବନ୍ଦ : ରାଜ୍ୟର କେବଳ ୧୨୩ କେନ୍ଦ୍ରରେ ଚାଲିଛି ଟିକା ଦାନ; ଆଜି ଆସିବ ୧ଲକ୍ଷ କୋଭିସିଲଡ ଟିକା
କନକ ବ୍ୟୁରୋ : ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଏପଟେ ଆଜି ୧ଲକ୍ଷ କୋଭିସିଲଡ ଟିକା ଆସିବ ବୋଲି ସୂଚନା ମିଳିଛି । ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ହେଉ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେବଳ ୧୨୩ଟି କେନ୍ଦ୍ରରେ ଟିକା କରଣ ଚାଲିଛି ।Continue reading “ଟିକା ଅଭାବରୁ ୧୧ ଜିଲ୍ଲାରେ ଟିକାକରଣ ବନ୍ଦ : ରାଜ୍ୟର କେବଳ ୧୨୩ କେନ୍ଦ୍ରରେ ଚାଲିଛି ଟିକା ଦାନ; ଆଜି ଆସିବ ୧ଲକ୍ଷ କୋଭିସିଲଡ ଟିକା”
୨୪ ଘଂଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧ ପଜିଟିଭ; ସୁନ୍ଦରଗଡ ୬୩୬ ଓ କଟକରୁ ୪୪୭ ନୂଆ ମାମଲା
କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । କିଛି ଦିନ ହେଲା ଦୈନିକ ଆକ୍ରାନ୍ତ ୮ ହଜାର ଉପରେ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୮୨୧୬ ନୂଆ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଓ ସୁନ୍ଦରଗଡରୁ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୪୭, ପୁରୀରେ ୪୦୨ ପଜିଟିଭ ସମେତ ରାଜ୍ୟର ୨୧ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ । ୬Continue reading “୨୪ ଘଂଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧ ପଜିଟିଭ; ସୁନ୍ଦରଗଡ ୬୩୬ ଓ କଟକରୁ ୪୪୭ ନୂଆ ମାମଲା”
‘ସମ୍ବାଦ’ ସାଲେଭଟା ପ୍ରତିନିଧି ଶୁଭ୍ରାଂଶୁ ମିଶ୍ରଙ୍କ ପରଲୋକ : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ
କନକ ବ୍ୟୁରୋ : ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ସାଲେଭଟା ପ୍ରତିନିଧି ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଗତକାଲି ପରଲୋକ ଘଟିଛି । ସେ ଗତ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ପରଲୋକ ଘଟିଛି । ଜ୍ୱରରେ ପୀଡ଼ିତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାଇଥିଲେ। ପ୍ରଥମେ କୋଭିଡ ଆଇସୋଲେସନ ୱାର୍ଡରେ ପରିବାରବର୍ଗ ଭର୍ତ୍ତି କରିଥିଲେ । ଅକ୍ସିଜେନ ସ୍ତର କମିବାରୁContinue reading “‘ସମ୍ବାଦ’ ସାଲେଭଟା ପ୍ରତିନିଧି ଶୁଭ୍ରାଂଶୁ ମିଶ୍ରଙ୍କ ପରଲୋକ : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ”
ଆସନ୍ତାକାଲିଠାରୁ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ପୀଠ : କୋଭିଡ ସଂକ୍ରମଣ ଓ ଲକଡାଉନକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି
କନକ ବ୍ୟୁରୋ : ଆସନ୍ତାକାଲିଠାରୁ ୧୯ ତାରିଖ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ହେଲା ମା’ ସମଲେଶ୍ୱରୀଙ୍କ ପୀଠ । କୋଭିଡ ସଂକ୍ରମଣ ଓ ଲକଡାଉନକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ଏହି ନିଷ୍ପତ୍ତି ନେଇଛି । ଏହି ସମୟରେ କେବଳ ପୂଜକଙ୍କୁ ରୀତିନୀତି ପାଇଁ ଅନୁମତି ଦିଆଯିବ । କିନ୍ତୁ ଭକ୍ତଙ୍କ ପାଇଁ ସମଲେଶ୍ୱରୀ ମନ୍ଦିର ବନ୍ଦ ରହିବ । ବର୍ତମାନ କୋଭିଡ କଟକଣା ଭିତରେ ମନ୍ଦିର ଭିତରକୁ ୫ ଜଣ ଭକ୍ତଙ୍କୁ ଛଡାଯାଉଥିଲା ଓContinue reading “ଆସନ୍ତାକାଲିଠାରୁ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ପୀଠ : କୋଭିଡ ସଂକ୍ରମଣ ଓ ଲକଡାଉନକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି”
କାଳବୈଶାଖୀ ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ
କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିଥିବାରୁ ଧୀରେଧୀରେ ରାଜ୍ୟରେ ପାରଦ ତଳକୁ ଖସୁଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସୂଚନା ରହିଛି । ରାଜ୍ୟର ୧୮ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାରେ ୟେଲୋ-ୱାର୍ଣ୍ଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର,Continue reading “କାଳବୈଶାଖୀ ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ”