ଚାଲିଗଲା ଜୀବନ…କରୋନା ଭୟରେ ପାଖ ମାଡିଲେନି ସାହି ପଡିଶା : ଶବକୁ କାନ୍ଧରେ ବୋହି ଶ୍ମଶାନକୁ ନେଲା ପୁତୁରା

କନକ ବ୍ୟୁରୋ : କରୋନା ହୋଇଥିଲା କି ନାହିଁ ଜଣାନାହିଁ । କାରଣ କରୋନା ପରୀକ୍ଷା କେବେ କରାଇନଥିଲେ । ହେଲେ କରୋନା ସଂକ୍ରମଣ ଭୟରେ ସାହିପଡିଶା ପାଖ ମାଡିଲେ ନାହିଁ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖୁର୍ସାପାଲିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ପୁନଉ ମାଝୀ ପ୍ରାୟ ୧୫ଦିନ ଧରି ଅସୁସ୍ଥ ଥିବାବେଳେ ଘରେ ରହି ଚିକିତ୍ସିତ ହେଉଥିଲେ । ଗତ ୧ ତାରିଖରେ ତାଙ୍କ ମୃତ୍ୟୁ ହୋଇଯିବା ପରେ,Continue reading “ଚାଲିଗଲା ଜୀବନ…କରୋନା ଭୟରେ ପାଖ ମାଡିଲେନି ସାହି ପଡିଶା : ଶବକୁ କାନ୍ଧରେ ବୋହି ଶ୍ମଶାନକୁ ନେଲା ପୁତୁରା”

ସଂପତି ଲଗାଇଲା ପରିବାରରେ କଳି : ଧାନ କଟାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ

କନକ ବ୍ୟୁରୋ : ସଂପତି ଲଗାଇଲା ପରିବାରରେ କଳି । ଧାନ କଟାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ । ସାନ ପୁଅକୁ ସମର୍ଥନ କରି ଧାନବିଲରେ ବଡ ପୁଅକୁ ରଶିରେ ବାନ୍ଧି ପକାଇଲା ବାପା । ସେପଟେ ଭାଉଜକୁ ଧାନ ବିଲରେ ତଂଟି ଚିପି ଗୋଡେଇ ଗୋଡେଇ ପିଟିଲା ଦିଅର । ବାଲେଶ୍ୱର ଜିଲ୍ଲା ନହରା ପଂଚାୟତର କଣ୍ଠାଳି ଗାଁରେ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାContinue reading “ସଂପତି ଲଗାଇଲା ପରିବାରରେ କଳି : ଧାନ କଟାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ”

କରୋନା ମୁକାବିଲା ପାଇଁ ସେନାର ସହାୟତା ଲୋଡିଲା ଦିଲ୍ଲୀ । ପ୍ରତିରକ୍ଷା ମନ୍ତ୍ରାଳୟକୁ ଚିଠି ଲେଖିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ।

କନକ ବ୍ୟୁରୋ : ଦୈନିକ ନୂତନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି କାରଣରୁ ୧୦,୦୦୦ ଅକ୍ସିଜେନ୍‌ ସୁବିଧା ଥିବା ଅଣ-ଆଇସିୟୁ ଏବଂ ୧୦୦୦ ଆଇସିୟୁ ଶଯ୍ୟାବିଶିଷ୍ଟ କେତେକ କୋଭିଡ୍‌-୧୯ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ସେଗୁଡ଼ିର ଚାଳନା ଓ ପରିଚାଳନା କରିବା ନିମନ୍ତେ ଦିଲ୍ଲୀ ସରକାର ସେନାର ସହାୟତା ଲୋଡ଼ିଛନ୍ତି । ଏ ସଂକ୍ରାନ୍ତରେ ମନୀଷ ଶିଶୋଦିଆ ପ୍ରତିରକ୍ଷା ବିଭାଗକୁ ଲେଖିଛନ୍ତି, ପୂର୍ବରୁ ଥିବା ଏବଂ ଏବେ ଗଠନ ଯାଉଥିବା କୋଭିଡ୍‌ ହସ୍ପିଟାଲ୍‌ ପରିଚାଳନା କରିContinue reading “କରୋନା ମୁକାବିଲା ପାଇଁ ସେନାର ସହାୟତା ଲୋଡିଲା ଦିଲ୍ଲୀ । ପ୍ରତିରକ୍ଷା ମନ୍ତ୍ରାଳୟକୁ ଚିଠି ଲେଖିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ।”

ଆଇପିଏଲ ଉପରେ କରୋନାର ଆଖି । ୨ଜଣ ଖେଳାଳୀ କରୋନା ପଜିଟିଭ୍ । ଆଜି ହେବାକୁ ଥିବା ବାଙ୍ଗାଲୋର-କୋଲକାତା ମ୍ୟାଚ୍ ବାତିଲ ।

କନକ ବ୍ୟୁରୋ : ଆଇପିଏଲ ଉପରେ କରୋନା ମାଡ । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲାକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବାତିଲ୍ କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସର ଦୁଇଜଣ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଯାହା ପରେ ଆଜିର ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । IPL 2021: Varun, Sandeep test positive forContinue reading “ଆଇପିଏଲ ଉପରେ କରୋନାର ଆଖି । ୨ଜଣ ଖେଳାଳୀ କରୋନା ପଜିଟିଭ୍ । ଆଜି ହେବାକୁ ଥିବା ବାଙ୍ଗାଲୋର-କୋଲକାତା ମ୍ୟାଚ୍ ବାତିଲ ।”

ରାଜଧାନୀରେ ଚେନ ଛିଣ୍ଡାଇ ଚମ୍ପଟ ମାରୁଥିବା ବେଳେ ଧରାପଡିଗଲା ଲୁଟେରା : ନିସ୍ତୁକ ମାଡ ମାରି ଗଛରେ ବାନ୍ଧି ପକାଇଲେ ଲୋକେ

କନକ ବ୍ୟୁରୋ : ମହିଳାଙ୍କ ବେକରୁ ଚେନ ଲୁଟ କରି ଖସି ପଳାଉଥିବା ବେଳେ ଚୋରକୁ କାବୁ କଲେ ଉପସ୍ଥିତ ଲୋକେ । ରାଜଧାନୀର ନାଲକୋ ଟ୍ରାଫିକ ଛକରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ନାଲକୋ ଟ୍ରାଫିକ ଛକ ପାଖ ଏକ ଔଷଧ ଦୋକାନରେ ଜଣେ ମହିଳା ଔଷଧ କିଣୁଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କ ବେକରୁ ଚେନ ଛିଣ୍ଡାଇ ଦୌଡି ପଳାଉଥିଲା । ମହିଳା ଜଣକ ଚୋର ଚୋର ଚିତ୍କାରContinue reading “ରାଜଧାନୀରେ ଚେନ ଛିଣ୍ଡାଇ ଚମ୍ପଟ ମାରୁଥିବା ବେଳେ ଧରାପଡିଗଲା ଲୁଟେରା : ନିସ୍ତୁକ ମାଡ ମାରି ଗଛରେ ବାନ୍ଧି ପକାଇଲେ ଲୋକେ”

କରୋନା କରୁଛି କଲବଲ : ସଙ୍ଗରୋଧ ପାଇଁ ଘରେ ସୁବିଧା ନଥିବାରୁ ଗଛମୂଳେ ଆଶ୍ରୟ ନେଇଥିଲା ଯୁବକ 

କନକ ବ୍ୟୁରୋ : କରୋନା ମହାମାରୀ କିଭଳି କଲବଲ କରୁଛି ତାର ବିକଳ ଚିତ୍ର ସବୁ ଆସିବାରେ ଲାଗିଛି । ଗଛମୂଳେ ଆଶ୍ରୟ ନେଲେ କରୋନା ଆକ୍ରାନ୍ତ । କଳାହାଣ୍ଡି କୋକସରା ବ୍ଲକ ଲିପାମାଲ ଗାଁରୁ ଆସିଛି ଏହିଭଳି ଚିନ୍ତାଜନକ ଦୃଶ୍ୟ । ମାଆଙ୍କୁ ଚିକିତ୍ସା କରାଇବା ପାଇଁ  କ୍ଷୀରୋଦ ନାୟକ ଭବାନୀପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ନିଜର କୋଭିଡ ପରୀକ୍ଷା କରାଇବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ହେଲେ ଘରେContinue reading “କରୋନା କରୁଛି କଲବଲ : ସଙ୍ଗରୋଧ ପାଇଁ ଘରେ ସୁବିଧା ନଥିବାରୁ ଗଛମୂଳେ ଆଶ୍ରୟ ନେଇଥିଲା ଯୁବକ “

ବର୍ତ୍ତମାନ ସାରାଦେଶରେ ଲାଗିବ ନାହିଁ ଲକଡାଉନ୍ : ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟଗୁଡିକ ନେବେ ପଦକ୍ଷେପ 

କନକ ବ୍ୟୁରୋ : ସାରାଦେଶରେ ଦୈନିକ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ କରୁଥିବା ସତ୍ୱେ ବର୍ତ୍ତମାନ ଦେଶବ୍ୟାପୀ ଲକଡାଉନର ଯୋଜନା ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ସୂତ୍ରରୁ ଏଭଳି ଖବର ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ । ସଂକ୍ରମଣକୁ ଦେଖି ରାଜ୍ୟ ସରକାରଗୁଡିକ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଥିବାରୁ ଦେଶବ୍ୟାପୀ ଲକଡାଉନର ଆବଶ୍ୟକତା ନାହିଁ । ତେବେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଦେଶର ସ୍ୱାସ୍ଥ୍ୟContinue reading “ବର୍ତ୍ତମାନ ସାରାଦେଶରେ ଲାଗିବ ନାହିଁ ଲକଡାଉନ୍ : ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟଗୁଡିକ ନେବେ ପଦକ୍ଷେପ “

ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ୨୦୦ତମ ମ୍ୟାଚ ଖେଳିବେ କୋହଲି, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନୀଳ ଜର୍ସିରେ ମ୍ୟାଚ୍ ଖେଳିବ ଆରସିବି ।

କନକ ବ୍ୟୁରୋ : ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ସୋମବାର କୋଲକାତା ନାଇଟ୍‌ ରାଇଡର୍ସ ଭେଟିବ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ । ଉଭୟ ଦଳ ୭ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲେ ମଧ୍ୟ ପାଲଟା ପଥରେ ରହିଛନ୍ତି । ବିରାଟ କୋହଲିଙ୍କ ଆର୍‌ସିବି ୫ ବିଜୟ ପାଇଥିବା ବେଳେ ଇଅନ୍ ମୋର୍ଗାନଙ୍କ କେକେଆର୍‌ ୫ ପରାଜୟ ବରଣ କରିଛି । ଦୁଇ ଦଳ ମଧ୍ୟରେ ଗୋଟିଏ କଥା ଚିନ୍ତାର କାରଣ ହୋଇଛି ଯେ ଗତ ମ୍ୟାଚ୍‌ରେ ହାରିଯାଇଛନ୍ତି । ତେଣୁContinue reading “ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ୨୦୦ତମ ମ୍ୟାଚ ଖେଳିବେ କୋହଲି, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନୀଳ ଜର୍ସିରେ ମ୍ୟାଚ୍ ଖେଳିବ ଆରସିବି ।”

ଆସିଲାନି ଅକ୍ସିଜେନ୍ । ‘ନିଶ୍ୱାସ’ ବିନା ହସ୍ପିଟାଲରେ ଚାଲିଗଲା ୨୪ କରୋନା ରୋଗୀଙ୍କ ଜୀବନ ।

କନକ ବ୍ୟୁରୋ : ମହାମାରୀ ସହ ଲଢେଇ ଭିତରେ ସାମ୍ନାକୁ ଆସୁଛି ଅନେକ ମରମସ୍ପର୍ଶୀ କାହାଣୀ । ଦେଶରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁର ତାଣ୍ଡବ ଥମିବାର ନାଁ ନେଉନାହିଁ । ଆଉ ଏହାରି ଭିତରେ କର୍ଣ୍ଣାଟକରୁ ଯେଉଁ ଖବର ଆସିଛି, ତାହା ସମସ୍ତଙ୍କୁ ବିବ୍ରତ କରିଦେବ । କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଗତକାଲି ମଧ୍ୟରାତ୍ରିର । ଆସିଲାନି ଅକ୍ସିଜେନ୍, ଚାଲିଗଲା ଜୀବନ । ଠିକ୍Continue reading “ଆସିଲାନି ଅକ୍ସିଜେନ୍ । ‘ନିଶ୍ୱାସ’ ବିନା ହସ୍ପିଟାଲରେ ଚାଲିଗଲା ୨୪ କରୋନା ରୋଗୀଙ୍କ ଜୀବନ ।”

ପାରିବାରିକ କଳିର ଅଶୋଭନୀୟ ଚିତ୍ର : ଧାନ କ୍ଷେତରେ ଭାଉଜକୁ ଗୋଡାଇ ପିଟିଲା ଦିଅର

କନକ ବ୍ୟୁରୋ : ସଂପତି ଲଗାଇଲା ପରିବାରରେ କଳି । ଧାନ କଟାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ । ସାନ ପୁଅକୁ ସମର୍ଥନ କରି ଧାନବିଲରେ ବଡ ପୁଅକୁ ରଶିରେ ବାନ୍ଧି ପକାଇଲା ବାପା । ସେପଟେ ଭାଉଜକୁ ଧାନ ବିଲରେ ତଂଟି ଚିପି ଗୋଡେଇ ଗୋଡେଇ ପିଟିଲା ଦିଅର । ବାଲେଶ୍ୱର ଜିଲ୍ଲା ନହରା ପଂଚାୟତର କଣ୍ଠାଳି ଗାଁରେ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାContinue reading “ପାରିବାରିକ କଳିର ଅଶୋଭନୀୟ ଚିତ୍ର : ଧାନ କ୍ଷେତରେ ଭାଉଜକୁ ଗୋଡାଇ ପିଟିଲା ଦିଅର”

Design a site like this with WordPress.com
Get started