କନକ ବ୍ୟୁରୋ : ରାଜଧାନୀରେ ଆଜିଠୁ ସାବାଳକଙ୍କୁ ଟିକାକରଣ ଅଭିଯାନ ଜୋରଦାର ହୋଇଛି । ୧୮ବର୍ଷରୁ ଅଧିକ ଓ ୪୪ ବର୍ଷରୁ କମ ବୟସର ନାଗରିକଙ୍କୁ ଟିକା ଦେବା ନେଇ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସକାଳ ୮ଟାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୧ଟା ଯାଏଁ ଚାଲିବ । ଅପରାହ୍ନ ୩ଟାରୁ ୬ଟା ଯାଏଁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛିContinue reading “ଦୁଇ ଦିନର ସଟଡାଉନ ପରେ ଆଜି ସକାଳୁ ଟିକାକେନ୍ଦ୍ର ଆଗରେ ପ୍ରବଳ ଭିଡ : ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ଟିକା ନେବାକୁ ଆଗ୍ରହ”
Author Archives: Raghaba
ରୋଜଗାର ପାଇଁ ଯୁବ ଇଞ୍ଜିନିୟରଙ୍କ କୁକୁଡା ଚାଷ । କରୋନା ଛଡାଇନେଲା ଚାକିରୀ, ଚାଷ କରି ପାଇଲେ ସଫଳତା, ବାଲେଶ୍ୱରର ରାଜେଶ ଏବେ ଅନ୍ୟଙ୍କ ପାଇଁ ପ୍ରେରଣା ।
କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆସେ ଆଉ କଠିନ ପରିଶ୍ରମ କଲେ ସୁଫଳ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରୁପସାର ରାଜେଶ କୁମାର ପରିଡା । କରୋନା ମହାମାରୀ ରୋଜଗାର ହରାଇବାକୁ ବାଧ୍ୟ କରିଥିବା ବେଳେ ସ୍ୱାବଲମ୍ବୀ ହେବାର ଇଚ୍ଛା ସଫଳତା ଆଣି ଦେଇଛି । ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ରୁପସା କଶିପଦା ଗ୍ରାମର ରାଜେଶ କୁମାର ପରିଡ଼ା । ଇଞ୍ଜିନିୟରିଂ ପାସ କରିବାContinue reading “ରୋଜଗାର ପାଇଁ ଯୁବ ଇଞ୍ଜିନିୟରଙ୍କ କୁକୁଡା ଚାଷ । କରୋନା ଛଡାଇନେଲା ଚାକିରୀ, ଚାଷ କରି ପାଇଲେ ସଫଳତା, ବାଲେଶ୍ୱରର ରାଜେଶ ଏବେ ଅନ୍ୟଙ୍କ ପାଇଁ ପ୍ରେରଣା ।”
ବାତ୍ୟା ଫୋନିକୁ ୨ ବର୍ଷ…ଫଣା ଟେକି ଆସିଥିଲା ଫୋନି । ଝଡ଼ ମାଡ଼ରେ ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।
କନକ ବ୍ୟୁରୋ : ସବୁଦିନ ପରି ସେଦିନର ସକାଳ ବି ଥିଲା ସ୍ୱାଭାବିକ । କିନ୍ତୁ ବାଦଲ ବଳୟରେ ଭରି ରହିଥିଲା ଆକାଶ, କୋହଲା ପାଗରେ ଦାନ୍ତ ଚିପି ଥରୁଥିଲା ଓଡ଼ିଶା । ଆଉ ଏହି କୋହଲା ପାଗ କେତେବେଳେ ଯେ, କରାଳ ରୂପ ନେଇଯିବ, ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଝଡ ପୂର୍ବର ନୀରବତା ଏତେ ଭୟଙ୍କର ହୋଇପାରେ, ତାର ପରିକଳ୍ପନା ବୈଜ୍ଞାନିକମାନେ ବି ବାରି ପାରିନଥିଲେ । ଭୟଙ୍କର ରୂପରେ ଆସିଲା,Continue reading “ବାତ୍ୟା ଫୋନିକୁ ୨ ବର୍ଷ…ଫଣା ଟେକି ଆସିଥିଲା ଫୋନି । ଝଡ଼ ମାଡ଼ରେ ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।”
ଦୁନିଆର ସବୁଠୁ ଓଜନିଆ ଆମ୍ବ । ଜାଣନ୍ତୁ କେଉଁଠି ଚାଷ ହେଉଛି ଏପରି ଆମ୍ବ
ଆସିଗଲାଣି ଆମ୍ବ ଋତୁ | ଆପଣଙ୍କ ଅଞ୍ଚଳରେ ବି ପେନ୍ଥାପେନ୍ଥା ଆମ୍ବ ଫଳିଥିବ | ଏହା ବାଦ ବଜାରରେ ବି ଆମ୍ବ ବିକ୍ରି ହେଉଛି | ତେବେ ଆମ୍ବର ଓଜନ କେତେ ହୋଇପାରେ, କେବେ ଭାବିଛନ୍ତି କି ? ଯଦି ନା, ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଓଜନିଆ ଆମ୍ବ ବାବଦରେ କହିବୁ | ଯାହାର ଓଜନ ବାବଦରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଆମ୍ବର ଓଜନ ୪.୨୫ କିଲୋଗ୍ରାମ ହୋଇଥିବାବେଳେContinue reading “ଦୁନିଆର ସବୁଠୁ ଓଜନିଆ ଆମ୍ବ । ଜାଣନ୍ତୁ କେଉଁଠି ଚାଷ ହେଉଛି ଏପରି ଆମ୍ବ”
କୋଭିଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ : ନୟାଗଡ଼ ଇଟାମାଟି ଗାଁ ଟାଙ୍ଗିସାହିପାଟଣାର ଘଟଣା
କନକ ବ୍ୟୁରୋ : କୋଭିଡରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଘଟଣା ଘଟିଛି ନୟାଗଡର ଇଟାମାଟି ଗାଁ ଟାଙ୍ଗିସାହି ପାଟଣାରେ । ଏହି ଗାଁର ଦିଲ୍ଲୀପ ପାତ୍ର ବର୍ଷେ ତଳେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା । ସଂପୃକ୍ତ ଦମ୍ପତି ଆଠମଲ୍ଲିକରେ ରହୁଥିଲେ । ଦିଲ୍ଲୀପ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ । ଦିଲ୍ଲୀପ ଗତ ସପ୍ତାହରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଯୁବକଙ୍କୁContinue reading “କୋଭିଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ : ନୟାଗଡ଼ ଇଟାମାଟି ଗାଁ ଟାଙ୍ଗିସାହିପାଟଣାର ଘଟଣା”
ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୯୧୪ ପଜିଟିଭ୍ : ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ
କନକ ବ୍ୟୁରୋ : ରାଜ୍ୟରେ ଆଜି ୮୯୧୪ ପଜିଟିଭ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ଚିହ୍ନଟ ଅଛନ୍ତି । ଅନୁଗୁଳ ୩୩୧, ବାଲେଶ୍ୱର ୧୭୯, ବରଗଡ ୪୫୨, ଭଦ୍ରକ ୩୫୧, ବଲାଙ୍ଗୀର ୨୯୧, ବୌଦ୍ଧ ୧୭୫, କଟକ ୫୮୭, ଦେବଗଡ ୧୦୩, ଢେଙ୍କାନାଳ ୧୪୯, ଗଜପତି ୨୬୨, ଜଗତସିଂହପୁର ୧୦୯, ଯାଜପୁର ୨୩୨, ଝାରସୁଗୁଡା ୩୦୪, କଳାହାଣ୍ଡି ୨୩୬, କନ୍ଧମାଳ ୬୨, କେନ୍ଦ୍ରାପଡା ୧୩୨, କେନ୍ଦୁଝର ୧୦୪, କୋରାପୁଟ ୧୪୫, ମାଲକାନଗିରି ୭୩, ମୟୂରଭଞ୍ଜ ୧୩୪,Continue reading “ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୯୧୪ ପଜିଟିଭ୍ : ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ”
କାଳବୈଶାଖୀ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ
କନକ ବ୍ୟୁରୋ : କାଳବୈଶାଖୀ ପାଇଁ ଆଜି ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ । ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ପବନର ବେଗ ୫୦ରୁ ୬୦ କିମି ମଧ୍ୟରେ ରହିବ। ତେଣୁ ଗଛ, କଚା ଘର ଆଦି ଭାଙ୍ଗିବାର ସମ୍ଭାବନା ରହିଛି ।Continue reading “କାଳବୈଶାଖୀ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ”
ପୁଣି ଫେରିଲା ଲକଡାଉନ : ମେ ୫ ରୁ ୧୯ ତାରିଖ ଯାଏ ତାଲାବନ୍ଦ; ଆବଶ୍ୟକ ସାମଗ୍ରୀ ଯୋଗାଡ ପାଇଁ ଦୁଇ ଦିନ ଦେଲେ ସରକାର
କନକ ବ୍ୟୁରୋ : ଗୋଟିଏ ପଟେ ୫ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଥିଲା, ଆଉ ଗୋଟିଏ ପଟେ, କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ସରକାର ପଦକ୍ଷେପ ଘୋଷଣା କରିଥିଲେ । ସଂକ୍ରମଣ ବଢ଼ୁଥିବାରୁ ଚେନ ଭାଙ୍ଗିବା ପାଇଁ ପୁଣି ଥରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ୫ ତାରିଖ ସକାଳୁ ମେ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ଲକଡାଉନ କଟକଣା । ତେବେContinue reading “ପୁଣି ଫେରିଲା ଲକଡାଉନ : ମେ ୫ ରୁ ୧୯ ତାରିଖ ଯାଏ ତାଲାବନ୍ଦ; ଆବଶ୍ୟକ ସାମଗ୍ରୀ ଯୋଗାଡ ପାଇଁ ଦୁଇ ଦିନ ଦେଲେ ସରକାର”
ରାଜଧାନୀରେ ଆଜିଠୁ ଜୋରଦାର ହେବ ସାବାଳକଙ୍କୁ ଟିକାକରଣ ଅଭିଯାନ : ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଶହ ଜଣଙ୍କୁ ଦିଆଯିବ ଟିକା
କନକ ବ୍ୟୁରୋ : ରାଜଧାନୀରେ ଆଜିଠୁ ସାବାଳକଙ୍କୁ ଟିକାକରଣ ଅଭିଯାନ ଜୋରଦାର ହେବ । ୧୮ବର୍ଷରୁ ଅଧିକ ଓ ୪୪ ବର୍ଷରୁ କମ ବୟସର ନାଗରିକଙ୍କୁ ଟିକା ଦେବା ନେଇ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସକାଳ ୮ଟାରୁ ଅପରାହ୍ନ ୧ଟା ଯାଏଁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜଧାନୀର ମୋଟ ୨୬ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଏହାପରେ ଅପରାହ୍ନ ୩ଟାରୁ ୬ଟା ଯାଏଁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାରContinue reading “ରାଜଧାନୀରେ ଆଜିଠୁ ଜୋରଦାର ହେବ ସାବାଳକଙ୍କୁ ଟିକାକରଣ ଅଭିଯାନ : ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଶହ ଜଣଙ୍କୁ ଦିଆଯିବ ଟିକା”
ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନ ଉପରକୁ ଅଙ୍ଗୁଳି ଉଠାଇଲେ ମମତା : କହିଲେ ପକ୍ଷପାତିତା ବିରୋଧରେ ଯିବେ କୋର୍ଟ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ପରାଜୟବରଣ କରିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ । ଏହା ପରେ ନନ୍ଦିଗ୍ରାମ ଭୋଟଗଣତି ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । କହିଛନ୍ତି, କମିଶନଙ୍କ ପକ୍ଷପାତିତା ବିରୋଧରେ ସେ କୋର୍ଟ ଯିବେ । ସେପଟେ ନନ୍ଦିଗ୍ରାମରେ ପୁଣି ଥରେ ଭୋଟଗଣତି ପାଇଁ ତୃଣମୂଳ କଂଗ୍ରେସର ଅନୁରୋଧକୁ ନିର୍ବାଚନ କମିଶନ ଖାରଜ କରିଦେଇଛନ୍ତି । ରାଜ୍ୟରେ ଟିଏମସି ୨୧୩ ଆସନରେ ଆଗୁଆContinue reading “ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନ ଉପରକୁ ଅଙ୍ଗୁଳି ଉଠାଇଲେ ମମତା : କହିଲେ ପକ୍ଷପାତିତା ବିରୋଧରେ ଯିବେ କୋର୍ଟ”