କନକ ବ୍ୟୁରୋ : ମମତା ନନ୍ଦିଗ୍ରାମ ହାରିଯାଇଥିଲେ ବି ପଶ୍ଚିମବଙ୍ଗ ଲଢେଇ ପଛରେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା । ସେ ହେଉଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ବିଜେପିର ହେଭିୱେଟମାନଙ୍କ ସହ ଲଢେଇ କରିବାକୁ ମମତା ପ୍ରଶାନ୍ତ କିଶୋରଙ୍କୁ ନିଜର ପରାମର୍ଶଦାତା ନିଯୁକ୍ତି ଦେଇଥିଲେ । ଏବଂ ପ୍ରଶାନ୍ତ କିଶୋରଙ୍କ ରଣନୀତି ଶେଷରେ କାମ ଦେଲା । ଗୋଟି ଚଳାଇଲେ ପିକେ, ମାତ୍ ଖାଇଗଲେ ଚାଣକ୍ୟ । ଫୋକସ ରହିଲା ନନ୍ଦିଗ୍ରାମରେ, ଟିଏମସି ଆସିଲାContinue reading “ଗୋଟି ଚଳାଇଲେ ପିକେ, ମାତ୍ ଖାଇଗଲେ ଚାଣକ୍ୟ । ପଶ୍ଚିମବଙ୍ଗ ଲଢେଇ ପଛରେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା, କାମ ଦେଲା ପ୍ରଶାନ୍ତ କିଶୋରଙ୍କ ରଣନୀତି ।”
Author Archives: Raghaba
ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା, ଉପକୃତ ହେବେ ରାଜ୍ୟର ୬,୯୪୪ ସାମ୍ବାଦିକ ।
କନକ ବ୍ୟୁରୋ : ସାମ୍ବାଦିକ ହେଲେ କରୋନା ଯୋଦ୍ଧା । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଆଜି ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ସାମ୍ବାଦିକ ଏହି ଘୋଷଣାରେ ଉପକୃତ ହେବେ । ଏହା ଅଧୀନରେ ୨ ଲକ୍ଷ ଟଙ୍କାର ବାର୍ଷିକ ବୀମା ସାମ୍ବାଦିକଙ୍କୁ ମିଳୁଥିଲା । ଏହାଛଡା ନିଜ କାର୍ଯ୍ୟକୁ ସମ୍ପାଦନ କରୁଥିବା ସମୟରେ ଯଦି କୌଣସି ସାମ୍ବାଦିକ କୋଭିଡରେ ପ୍ରାଣ ହରାଉଛନ୍ତିContinue reading “ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା, ଉପକୃତ ହେବେ ରାଜ୍ୟର ୬,୯୪୪ ସାମ୍ବାଦିକ ।”
ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା ।
କନକ ବ୍ୟୁରୋ : ଗୋଟିଏ ପଟେ ୫ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଥିଲା, ଆଉ ଗୋଟିଏ ପଟେ, କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ସରକାର ପଦକ୍ଷେପ ଘୋଷଣା କରିଥିଲେ । ସଂକ୍ରମଣ ବଢ଼ୁଥିବାରୁ ଚେନ ଭାଙ୍ଗିବା ପାଇଁ ପୁଣି ଥରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ୫ ତାରିଖ ସକାଳୁ ମେ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ଲକଡାଉନ କଟକଣା । ତେବେContinue reading “ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା ।”
ପଶ୍ଚିମବଙ୍ଗରେ ଚାଲିଲା ମମତାଙ୍କ ଯାଦୁ । ବହୁମତଠାରୁ ବହୁ ଆଗରେ ଟିଏମସି । ନିଶ୍ୱାସ ଅଟକାଇ ଥିଲା ନନ୍ଦିଗ୍ରାମର ଫଳାଫଳ, ଶେଷରେ ବାଜି ମାରିନେଲେ ଶୁଭେନ୍ଦୁ ଅଧିକାରୀ ।
କନକ ବ୍ୟୁରୋ : ଗୋଟିଏ ପଟେ ଥିଲେ ମୋଦି ଓ ଅମିତ ଶାହା ଏବଂ ଅନ୍ୟପଟେ ଥିଲେ ମମତା ବାନାର୍ଜୀ । ଲଢେଇଥିଲା ପଶ୍ଚିମବଙ୍ଗ ପାଇଁ । ଗତଥର ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବିଜେପି ଏଥର ପୁରା ଦମରେ ପୁରା ପଶ୍ଚିମବଙ୍ଗ ଜିତିବା ପାଇଁ ଅଂଟା ଭିଡିଥିଲା । ନନ୍ଦିଗ୍ରାମ ହାରିଯାଇଥିଲେ ମଧ୍ୟ ତୃତୀୟ ଥର ଲାଗି ବାଜି ମାରିଛନ୍ତି ମମତା । ୨୦୧୧ରେ ବାମସାମ୍ରାଜ୍ୟକୁ ଧୂଳିସାତ କରି ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀContinue reading “ପଶ୍ଚିମବଙ୍ଗରେ ଚାଲିଲା ମମତାଙ୍କ ଯାଦୁ । ବହୁମତଠାରୁ ବହୁ ଆଗରେ ଟିଏମସି । ନିଶ୍ୱାସ ଅଟକାଇ ଥିଲା ନନ୍ଦିଗ୍ରାମର ଫଳାଫଳ, ଶେଷରେ ବାଜି ମାରିନେଲେ ଶୁଭେନ୍ଦୁ ଅଧିକାରୀ ।”
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ କିଙ୍ଗସ ।
କନକ ବ୍ୟୁରୋ : ଆଇପିଏଲର ୨୯ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମୁକାବିଲା । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅନ୍ୟପଟେ ପଞ୍ଜାବ କିଙ୍ଗସକୁ ଲାଗିଛି ବଡ଼ ଝଟକା । ଦଳର ଅଧିନାୟକ କେଏଲ ରାହୁଲ ଆଇପିଏଲର ୧୪ତମ ସଂସ୍କରଣ ଅର୍ଥାତ ଚଳିତ ସିଜିନରୁ ବାହାରି ଯାଇଛନ୍ତିContinue reading “ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ କିଙ୍ଗସ ।”
ନନ୍ଦିଗ୍ରାମ ଆସନରୁ ଜିତିଲେ ଶୁଭେନ୍ଦୁ ଅଧିକାରୀ, ହାରିଲେ ମମତା ବାନାର୍ଜୀ । ୯୮୬୨ ଭୋଟରେ ନନ୍ଦିଗ୍ରାମ ଆସନ ହାତେଇଲେ ଶୁଭେନ୍ଦୁ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ୍ ଗଣତିରେ ବଡ ଖବର । ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ୯୮୬୨ ଭୋଟରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ବିଜୟୀ ହୋଇଛନ୍ତି । ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ଏବଂ ଶେଷ ମୁହୂର୍ତ୍ତରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ୍ ଦେଇ ନନ୍ଦିଗ୍ରାମରେ ବିଜୟ ହାସଲ କରିଛନ୍ତି । ନନ୍ଦିଗ୍ରାମରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମରେ ବିଜେପିContinue reading “ନନ୍ଦିଗ୍ରାମ ଆସନରୁ ଜିତିଲେ ଶୁଭେନ୍ଦୁ ଅଧିକାରୀ, ହାରିଲେ ମମତା ବାନାର୍ଜୀ । ୯୮୬୨ ଭୋଟରେ ନନ୍ଦିଗ୍ରାମ ଆସନ ହାତେଇଲେ ଶୁଭେନ୍ଦୁ ।”
ପଞ୍ଜାବ କିଙ୍ଗସକୁ ବଡ଼ ଝଟକା । ଚଳିତ ସିଜିନରୁ ବାହାରିଗଲେ ଅଧିନାୟକ କେଏଲ ରାହୁଲ, ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ହସ୍ପିଟାଲରେ ଭର୍ତ୍ତି ।
କନକ ବ୍ୟୁରୋ : ପଞ୍ଜାବ କିଙ୍ଗସକୁ ଲାଗିଲା ବଡ଼ ଝଟକା । ଦଳର ଅଧିନାୟକ କେଏଲ ରାହୁଲ ଆଇପିଏଲର ୧୪ତମ ସଂସ୍କରଣ ଅର୍ଥାତ ଚଳିତ ସିଜିନରୁ ବାହାରି ଯାଇଛନ୍ତି । ରାହୁଲଙ୍କୁ ଆପେଣ୍ଡିକ୍ସ ହୋଇଥିବା ବେଳେ ତାଙ୍କୁ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ଖୁବ ଶୀଘ୍ର ତାଙ୍କର ଅପରେସନ୍ ହେବାକୁ ଯାଉଥିବା ମଧ୍ୟ ଜାତୀୟ ଗଚ୍ଚମାଧ୍ୟମରୁ ସୂଚନା ମିଳିଛି । Praying for KL Rahul’s health and speedy recovery #SaddaPunjabContinue reading “ପଞ୍ଜାବ କିଙ୍ଗସକୁ ବଡ଼ ଝଟକା । ଚଳିତ ସିଜିନରୁ ବାହାରିଗଲେ ଅଧିନାୟକ କେଏଲ ରାହୁଲ, ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ହସ୍ପିଟାଲରେ ଭର୍ତ୍ତି । “
ମରିଗଲା ମାନବିକତା । ଶବକୁ ଶଶ୍ମାନକୁ ନବାକୁ ମାତ୍ର ୬କିମି ପାଇଁ ୧୪ ହଜାର ଟଙ୍କା ମାଗିଲେ ଆମ୍ବୁଲାନ୍ସ ଚାଳକ ।
କନକ ବ୍ୟୁରୋ : ଅଦୃଶ୍ୟ ଭୂତାଣୁ ସହ ସାରା ବିଶ୍ୱ ଲଢୁଥିବା ବେଳେ, ଏକ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହା ମଣିଷପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ର ୬ କିଲୋମିଟର ବାଟ ଯିବାକୁ ୧୪ ହଜାର ଟଙ୍କା ଦାବି କରିଛନ୍ତି ଜଣେ ଆମ୍ବୁଲାନ୍ସ ଚାଳକ । ମାନବିକତାକୁ ମାରିଦେଇଥିବା ଏହି ଘଟଣାଟି ହେଉଛି ରାଜଧାନୀ ଦିଲ୍ଲୀର । ଦିଲ୍ଲୀର ନ୍ୟୁ ଲାଇଫ୍ ହସ୍ପିଟାଲରେ ଜଣେ ରୋଗୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।Continue reading “ମରିଗଲା ମାନବିକତା । ଶବକୁ ଶଶ୍ମାନକୁ ନବାକୁ ମାତ୍ର ୬କିମି ପାଇଁ ୧୪ ହଜାର ଟଙ୍କା ମାଗିଲେ ଆମ୍ବୁଲାନ୍ସ ଚାଳକ ।”
୧୯୭୦ ମସିହାରୁ ପଲିଟିକାଲ୍ କ୍ୟାରିଅର ଆରମ୍ଭ କରିଥିଲେ ମମତା । ଏବେ ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ!
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ରାଜନୈତିକ ଗୋଟି ଚାଳନା କରି ପୁଣି ଶାସନ କ୍ଷମତା ଅକ୍ତିଆର କରିବାକୁ ଯାଉଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ଆଉ ତୃତୀୟ ଥର ପାଇଁ ବସିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଆସନରେ । ଚଳିତଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଏକପ୍ରକାର ପକ୍କା ହେବା ଦେଖାଯାଉଥିବାବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଦିଦି । ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ସାମ୍ନାରେ ଅନେକ ରଥୀ ମହାରଥୀ ଥିଲେ ମଧ୍ୟContinue reading “୧୯୭୦ ମସିହାରୁ ପଲିଟିକାଲ୍ କ୍ୟାରିଅର ଆରମ୍ଭ କରିଥିଲେ ମମତା । ଏବେ ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ!”
ବିଜୟ ପରେ ସାମ୍ନାକୁ ଆସିଲେ ଦିଦି । କହିଲେ କରୋନା ପାଇଁ ହେବନି ବିଜୟ ଶୋଭାଯାତ୍ରା । ନିୟମ ମାନ, ଘରକୁ ଫେରିଯାଅ…
କନକ ବ୍ୟୁରୋ: ବିଜୟ ପରେ ସାମ୍ନାକୁ ଆସିଲେ ମମତା । ନନ୍ଦିଗ୍ରାମ ବିଜୟ ସହ ପଶ୍ଚିମବଙ୍ଗରେ ଟିଏମସି ଭଲ ପ୍ରଦର୍ଶନ ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଲେ ମମତା । ମହାମାରୀ ପାଇଁ ବିଜୟ ଉତ୍ସବ ପାଳିବେନି ଦିଦି । କହିଲେ ସମସ୍ତେ ନିଜ ନିଜ ଘରକୁ ଫେରିଯାଅ । ମୁଁ ସନ୍ଧ୍ୟା ୬ଟା ପରେ ଗଣମାଧ୍ୟମରେ ସୂଚନା ଦେବି । ବିଜୟ ଉତ୍ସବ ନେଇ ପରେ ନିଷ୍ପତ୍ତି ନିଆଯିବ । ଅନେକ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତିContinue reading “ବିଜୟ ପରେ ସାମ୍ନାକୁ ଆସିଲେ ଦିଦି । କହିଲେ କରୋନା ପାଇଁ ହେବନି ବିଜୟ ଶୋଭାଯାତ୍ରା । ନିୟମ ମାନ, ଘରକୁ ଫେରିଯାଅ…”