କୋଭିଡ ନିୟମ ଭାଙ୍ଗିଲେ, ବିରୋଧ କରିବାରୁ ପୁଲିସକୁ ପିଟିଲେ : ଉଦଳା ଥାନା ଅଂଚଳରେ ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ

କନକ ବ୍ୟୁରୋ : ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୁଲିସ ଖାଇଲା ମାଡ । କୋଭିଡ ନିୟମ ଉଲ୍ଲଂଘନ କରି ଚଇତି ପର୍ବ ପାଳନ କରୁଥିଲେ, ପୁଲିସ ବିରୋଧ କରିବାରୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ । କେବଳ ପୁଲିସ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି, ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ବାରିପଦା ନିକଟ କପ୍ତିପଦା ଥାନା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତରContinue reading “କୋଭିଡ ନିୟମ ଭାଙ୍ଗିଲେ, ବିରୋଧ କରିବାରୁ ପୁଲିସକୁ ପିଟିଲେ : ଉଦଳା ଥାନା ଅଂଚଳରେ ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ”

ଦେଶର କରୋନା ମିଟର : ଗତ ୨୪ଘଣ୍ଟାରେ ୩,୯୨,୪୮୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୩୬୮୯ ଆକ୍ରାନ୍ତଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦେଶର କରୋନା ମିଟର । ଗତ ୨୪ ଘଂଟାରେ ଦେଶରୁ ୩ଲକ୍ଷ ୯୨ହଜାର ୪୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୫ଲକ୍ଷ ୫୭ହଜାର ୪୫୭ରେ ପହଁଚିଛି । ଅନ୍ୟପଟେ ଗତ ୨୪ଘଂଟାରେ ୩ହଜାର ୬୮୯ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ । ଦେଶରେ କରୋନାଜନିକ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୫ହଜାର ୫୪୨ ଛୁଇଁଛି । ଦେଶରେ ସକ୍ରିୟContinue reading “ଦେଶର କରୋନା ମିଟର : ଗତ ୨୪ଘଣ୍ଟାରେ ୩,୯୨,୪୮୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୩୬୮୯ ଆକ୍ରାନ୍ତଙ୍କ ମୃତ୍ୟୁ”

ଆସାମରେ ଲଢେଇ ଜୋରଦାର । ମ୍ୟାଜିକ ନମ୍ବର ପାଇଁ ହେବ ମହାଲଢେଇ, ଜାଣନ୍ତୁ ପ୍ରାଥମିକ ଟ୍ରେଣ୍ଡରେ କିଏ କେତେ ଆସନରେ ଆଗୁଆ ।

କନକ ବ୍ୟୁରୋ : ଆସାମରେ କିଏ ଆଗରେ, କିଏ ପଛରେ? ଇଭିଏମ ଖୋଲିବା ସହ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ୧୨୬ ଆସନରୁ ୩୩ ଆସନରେ ବିଜେପି ଆଗରେ ରହିଥିବା ବେଳେ କଂଗ୍ରେସ ମାତ୍ର ୨୨ଟି ଆସନରେ ଆଗୁଆ ରହିଛି । ତେବେ ଏହା ପ୍ରାରମ୍ଭିକ ଟ୍ରେଣ୍ଡ ହୋଇଥିବାରୁ ଆଗକୁ ଫଳାଫଳ ଆହୁରି ରୋମାଞ୍ଚକର ହୋଇପାରେ । ଆସାମରେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ୬୪ଟି ରହିଥିବା ବେଳେ ବିଜେପି ଏହିContinue reading “ଆସାମରେ ଲଢେଇ ଜୋରଦାର । ମ୍ୟାଜିକ ନମ୍ବର ପାଇଁ ହେବ ମହାଲଢେଇ, ଜାଣନ୍ତୁ ପ୍ରାଥମିକ ଟ୍ରେଣ୍ଡରେ କିଏ କେତେ ଆସନରେ ଆଗୁଆ ।”

କିଏ ହାତେଇବ ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର ସତ୍ତା? ବଦଳିଯିବ କି ତାମିଲନାଡୁ ସରକାର? ଦେଖନ୍ତୁ କିଏ ଆଗରେ, କିଏ ପଛରେ?

କନକ ବ୍ୟୁରୋ: ଚାଲିଛି ତାମିଲନାଡୁ ବିଧାନସଭା ଭୋଟ ଗଣତି । ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର  ସତା କାହା ହାତକୁ ଯିବ ତା ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ମୁଖ୍ୟ ଲଢେଇ ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ଚାଲିଛି । ଏପର୍ଯ୍ୟନ୍ତ ଡିଏମକେ ୪୪ଟି ସିଟରେ ଆଗୁଆ ରହିଥିବା ବେଳେ ଏଆଇଡିଏମକେ ୨୦ଟି ସିଟ ପାଇଛି । ତାମିଲନାଡୁରେ ମୋଟ ଆସନ ସଂଖ୍ୟା ୨୩୪ ରହିଛି । ବର୍ତ୍ତମାନ ତାମିଲନାଡୁରେ ଏଆଇଏଡିଏମକେର ସରକାରContinue reading “କିଏ ହାତେଇବ ଦକ୍ଷିଣ ଭାରତର ସବୁଠାରୁ ବଡ ରାଜ୍ୟର ସତ୍ତା? ବଦଳିଯିବ କି ତାମିଲନାଡୁ ସରକାର? ଦେଖନ୍ତୁ କିଏ ଆଗରେ, କିଏ ପଛରେ?”

ଦେଶରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ : ବିଶେଷଜ୍ଞଙ୍କ ସହ କରିବେ ଆଲୋଚନା

କନକ ବ୍ୟୁରୋ : ଦେଶରେ କରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ଭିତରେ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଶରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି । ଆଜି କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସାଢେ ୯ଟାରେ ଆରମ୍ଭ ହେବ । ଏଥିରେ ଅମ୍ଳଜାନ ଏବଂ ଔଷଧର ଉପଲବ୍ଧତା ବିଷୟରେ ସମୀକ୍ଷା କରାଯିବ ।Continue reading “ଦେଶରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ : ବିଶେଷଜ୍ଞଙ୍କ ସହ କରିବେ ଆଲୋଚନା”

ପଶ୍ଚିମବଙ୍ଗରେ କଡା ମୁକାବିଲା । ପ୍ରାରମ୍ଭିକ ଟ୍ରେଣ୍ଡରେ କିଏ ଆଗରେ, କିଏ ପଛରେ?

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ କିଏ ମାରିବ ବାଜି? ଇଭିଏମ ଖୋଲିଛି, ଭୋଟ ଗଣତି ଆରମ୍ଭ ହୋଇଛି । ଆଉ ଏହାସହ ଧୀରେ ଧୀରେ ଫଳାଫଳ ସାମ୍ନାକୁ ଆସୁଛି । ପ୍ରାଥମ୍ଭିକ ପର୍ଯ୍ୟାୟ ଭୋଟଗଣତିରେ ଟିଏମସି-ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି । ରେସରେ କେତେବେଳେ ଟିଏମସି ଆଗଉଛି ତ ପୁଣି କେତେବେଳେ ବିଜେପି ଆଗକୁ ବଢୁଛି । ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ଟିଏମସି ୮୨  ଆସନରେ ଆଗୁଆ ରହିଥିବାContinue reading “ପଶ୍ଚିମବଙ୍ଗରେ କଡା ମୁକାବିଲା । ପ୍ରାରମ୍ଭିକ ଟ୍ରେଣ୍ଡରେ କିଏ ଆଗରେ, କିଏ ପଛରେ?”

ରାଜ୍ୟର କରୋନା ମିଟର : ୨୪ ଘଣ୍ଟାରେ ଗଲା ୧୪ ଜଣଙ୍କ ଜୀବନ 

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଆଜି ତଳକୁ ଖସିଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି । ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି କେନ୍ଦୁଝରରୁ ୨ ଜଣ ଓ ରାୟଗଡାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨,୦୬୮ରେ ପହଞ୍ଚିଲା । ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫Continue reading “ରାଜ୍ୟର କରୋନା ମିଟର : ୨୪ ଘଣ୍ଟାରେ ଗଲା ୧୪ ଜଣଙ୍କ ଜୀବନ “

ଖୋଲିଲା ଇଭିଏମ, ଚାଲିଲା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ କିଏ କେଉଁଠି ଆଗରେ? ଦେଖନ୍ତୁ ପ୍ରାରମ୍ଭିକ ଟ୍ରେଣ୍ଡର ତାଜା ଝଲକ ।

କନକ ବ୍ୟୁରୋ : ଇଭିଏମ ଖୋଲିଛି, ଭୋଟ ଗଣତି ଆରମ୍ଭ ହୋଇଛି । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆରମ୍ଭ ହେଲା ମତଗଣନା । କିଏ କେଉଁଠି ବିଜୟ ହାସଲ କରିବ ତାହାକୁ ପୂରା ଦେଶବାସୀ ଅପେକ୍ଷା କରି ରହିଥିବା ବେଳେ ଫୋକସରେ ରହିଛି ପଶ୍ଚିମବଙ୍ଗ । ଟିଏମସି ନା ବିଜେପି, ପଶ୍ଚିମବଙ୍ଗରେ କିଏ ବାଜିମାତ୍ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ପଦ୍ମContinue reading “ଖୋଲିଲା ଇଭିଏମ, ଚାଲିଲା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ କିଏ କେଉଁଠି ଆଗରେ? ଦେଖନ୍ତୁ ପ୍ରାରମ୍ଭିକ ଟ୍ରେଣ୍ଡର ତାଜା ଝଲକ ।”

ଶନିବାର ରାଜ୍ୟରେ ସଂକ୍ରମଣ ୧୦ହଜାର ଟପିବା ପରେ ଆଜି ତଳକୁ ଖସିଲା କରୋନା ମିଟର : ୨୪ ଘଂଟାରେ ୮୦୧୫ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଆଜି ତଳକୁ ଖସିଲା କରୋନା । ରାଜ୍ୟରେ ଆଜି ୮୦୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ ପଜିଟିଭ; ସୁନ୍ଦରଗଡରେ ୭୩୫, ଅନୁଗୁଳରେ ୫୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନଗୁଳ ୫୨୫, ବାଲେଶ୍ୱର ୧୦୦, ବରଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବୌଦ୍ଧ ୧୦୩, ଦେବଗଡ ୧୦୧, ଢେଙ୍କାନାଳ ୮୬, ଗଜପତି ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬,Continue reading “ଶନିବାର ରାଜ୍ୟରେ ସଂକ୍ରମଣ ୧୦ହଜାର ଟପିବା ପରେ ଆଜି ତଳକୁ ଖସିଲା କରୋନା ମିଟର : ୨୪ ଘଂଟାରେ ୮୦୧୫ ଆକ୍ରାନ୍ତ ଚିହ୍ନଟ”

ରାଜ୍ୟରେ ୪ଦିନ ଧରି ଜାରି ରହିବ କାଳବୈଶାଖୀ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ଝଡବର୍ଷା ସହ କୁଆପଥର ମାଡ଼ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତିContinue reading “ରାଜ୍ୟରେ ୪ଦିନ ଧରି ଜାରି ରହିବ କାଳବୈଶାଖୀ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ସୂଚନା”

Design a site like this with WordPress.com
Get started