ଟିକା ଅଭାବ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ୮ଟି ରାଜ୍ୟରେ ସାଙ୍କେତିକ ଭାବେ ସାବଳକଙ୍କୁ ଦିଆଗଲା କରୋନା ଟିକା । 

କନକ ବ୍ୟୁରୋ: ସାରାଦେଶରେ ତୃତୀୟ ପର୍ଯ୍ୟାୟ ମେଗା କରୋନା ଟିକାକରଣ ବାଧାପ୍ରାପ୍ତ ହୋଇଛି । ଟିକା ଅଭାବରୁ ଦେଶର ୮ଟି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯାଇଛି । ମହାରାଷ୍ଟ୍ର, ରାଜସ୍ଥାନ, ଉତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁରେ ଟିକାକରଣ ଆରମ୍ଭ ହୋଇଛି । ଟିକା ଆସିବା ମଧ୍ୟପ୍ରଦେଶରେ ମଧ୍ୟ ଟିକାକରଣ କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀର ଦୁଇଟି ହସ୍ପିଟାଲ ଓ ଗୋଟିଏ ଟିକାକରଣ କେନ୍ଦ୍ରରେ ୧୮ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁContinue reading “ଟିକା ଅଭାବ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ୮ଟି ରାଜ୍ୟରେ ସାଙ୍କେତିକ ଭାବେ ସାବଳକଙ୍କୁ ଦିଆଗଲା କରୋନା ଟିକା । “

କରୋନାର କଷଣ, ଅକ୍ସିଜେନ ଅଭାବ ନେଲା ଜୀବନ । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୮ ଆକ୍ରାନ୍ତ ମୃତ । ସେପଟେ ଗୁଜୁରାଟର କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ

କନକ ବ୍ୟୁରୋ: ମହାମାରୀ ସଂକ୍ରମଣ ଭିତରେ ଅକ୍ସିଜେନ ଅଭାବ ଅଭିଶାପ ପାଲଟିଯାଇଛି । ଦେଶର ରାଜଧାନୀ ଦିଲ୍ଲୀ ତୁଗଲକବାଦ ଶିଳ୍ପାଂଚଳର ବାତ୍ରା ହସ୍ପିଟାଲରୁ ଆସିଛି ଛାତିକୁ ଥରେଇ ଦେଲା ଭଳି ଖବର । ଲିକ୍ୟୁଡ ମେଡିକାଲ ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତ ୮ ଜଣ ରୋଗୀଙ୍କ ଜୀବନ ଦୀପ ଲିଭିଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାତ୍ରା ହସ୍ପିଟାଲର ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ଆରକେ ହିମଥାନି । ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ।Continue reading “କରୋନାର କଷଣ, ଅକ୍ସିଜେନ ଅଭାବ ନେଲା ଜୀବନ । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୮ ଆକ୍ରାନ୍ତ ମୃତ । ସେପଟେ ଗୁଜୁରାଟର କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ”

ପରିବାରର କାହାକୁ ଛାଡ଼ିଲାନି କରୋନା । ୧୦ ବର୍ଷର ଝିଅ ସହ ଗୋଟିଏ ପରିବାରର ୪ ଜଣ କରୋନା ପଜିଟିଭ୍, ଜଣେ ମୃତ ।

କନକ ବ୍ୟୁରୋ: ବିପଦ ବେଳାରେ ଆପଣାର କେହି ନା କେହି ଜଣେ ଠିଆ ହୋଇଥାନ୍ତି । ହେଲେ ଭୂତାଣୁ ମଣିଷକୁ ଏତେ ଅସହାୟ କରିଦେଇଛି ଯେ, କିଏ କାହା ପାଖରେ ଠିଆ ହେବା ତ’ ଦୂରର କଥା, କେହି କାହାରି ମୁହଁ ଚାହିଁବା ସ୍ଥିତିରେ ନାହାଁନ୍ତି । କରୋନା ଯୋଗୁଁ ଏଭଳି କିଛି ସ୍ଥିତି ଦେଇ ଗତି କରୁଛନ୍ତି କୁଦପାଟଣା ସ୍କୁଲ ଶିକ୍ଷୟତ୍ରୀଙ୍କ ପରିବାର । ନିଆଳି କୁଦପାଟଣା ୟୁପି ସ୍କୁଲର ଶିକ୍ଷୟତ୍ରୀ ସସ୍ମିତା ସାହୁ କରୋନାରେContinue reading “ପରିବାରର କାହାକୁ ଛାଡ଼ିଲାନି କରୋନା । ୧୦ ବର୍ଷର ଝିଅ ସହ ଗୋଟିଏ ପରିବାରର ୪ ଜଣ କରୋନା ପଜିଟିଭ୍, ଜଣେ ମୃତ ।”

ଭାରତରେ କରୋନା ସଙ୍କଟ । ବିଶ୍ୱର ୪୦ରୁ ଅଧିକ ଦେଶ ବଢାଇଲେ ସହାୟତାର ହାତ 

କନକ ବ୍ୟୁରୋ: ଭାରତ କରୋନା ସଂକ୍ରମଣର ଗମ୍ଭୀର ସଂକଟ ଦେଇ ଗତି କରୁଥିବା ବେଳେ ବିଶ୍ୱର ୪୦ରୁ ଅଧିକ ରାଷ୍ଟ୍ର ସହାୟତାର ହାତ ବଢାଇଛନ୍ତି । ଆମେରିକାରୁ ବିପୁଳ ପରିମାଣର ଅକ୍ସିଜେନ କନସେନଟ୍ରେଟର, ଅକ୍ସିଜେନ ସିଲିଣ୍ଡର, ଚିକିତ୍ସା ସଂପର୍କିତ ଅନ୍ୟ ଉପକରଣ ଭାରତକୁ ପଠାଇଛି । ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ସାମଗ୍ରୀ ବୋଝେଇ ହୋଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସେପଟେ ଥାଇଲାଣ୍ଡର ଏକ ସ୍ୱତନ୍ତ୍ର କାର୍ଗୋବିମାନ କୋଭିଡ ସହାୟତା ନେଇ ନୂଆContinue reading “ଭାରତରେ କରୋନା ସଙ୍କଟ । ବିଶ୍ୱର ୪୦ରୁ ଅଧିକ ଦେଶ ବଢାଇଲେ ସହାୟତାର ହାତ “

ସବୁଠୁ ଉତ୍ତପ୍ତ ସହର ସୋନପୁର । ୪୦ ଡିଗ୍ରୀ ଉପରେ ରହିଲା ରାଜ୍ୟର ୪ଟି ସହରର ତାପମାତ୍ରା, ପଢ଼ନ୍ତୁ କେଉଁଠି କେତେ ଥିଲା ଆଜିର ତାପମାତ୍ରା ।

କନକ ବ୍ୟୁରୋ: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୋନପୁର। ଆଜି ସୋନପୁରର ତାପମାତ୍ରା ୪୧ .୩ ଡିଗ୍ରୀ ରେକର୍ଡ । ସେହପରି ୪୦ ଡିଗ୍ରୀ ଉପରେ ରାଜ୍ୟର ୩ଟି ସହରର ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଥିଲା । ଭୁବନେଶ୍ୱର ସମେତ କିଛି ସ୍ଥାନରେ ସକାଳୁ ସକାଳୁ ପାଗ କୋହଲା ରହିଥିଲେ ବି ମଧ୍ୟାହ୍ନ ବେଳକୁ ଖରା ଅନୁଭୂତ ହୋଇଛି । ତେବେContinue reading “ସବୁଠୁ ଉତ୍ତପ୍ତ ସହର ସୋନପୁର । ୪୦ ଡିଗ୍ରୀ ଉପରେ ରହିଲା ରାଜ୍ୟର ୪ଟି ସହରର ତାପମାତ୍ରା, ପଢ଼ନ୍ତୁ କେଉଁଠି କେତେ ଥିଲା ଆଜିର ତାପମାତ୍ରା ।”

ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢୁଛି କରୋନା । ୩ ଦିନ ହେଲା ଏକ ହଜାର ଉପରେ ସଂକ୍ରମଣ । ୮ ହଜାର ଉପରେ ସକ୍ରିୟ ଆକ୍ରାନ୍ତ

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ହସପିଟାଲାର ମଧ୍ୟ ଚାପ ବଢ଼ିବାରେ ଲାଗିଛି । ସବୁଠୁ ଚିନ୍ତାଜନକ ହେଉଛି ଆଇସିୟୁର ୯୦ ପ୍ରତିଶତ ବେଡ୍ ପୂରଣ ହୋଇଗଲାଣି । ତେବେ ୯୫ ପ୍ରତିଶତ ସାଧାରଣ ଶଯ୍ୟାରେ ରହିଛି ଅକ୍ସିଜେନ୍ ବ୍ୟବସ୍ଥା । ନଜର ପକାନ୍ତୁ ଭୁବନେଶ୍ୱର ର କୋଭିଡ୍ ହସପିଟାଲର ସ୍ଥିତି ଉପରେ । ଆଇସିୟୁ ସଂଖ୍ୟା – ୫୩୧ – ୯୦% ପୂର୍ଣ୍ଣ ହୋଇଯାଇଛି । ଏଚ୍ଡିୟୁ ଶଯ୍ୟା –Continue reading “ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢୁଛି କରୋନା । ୩ ଦିନ ହେଲା ଏକ ହଜାର ଉପରେ ସଂକ୍ରମଣ । ୮ ହଜାର ଉପରେ ସକ୍ରିୟ ଆକ୍ରାନ୍ତ”

ପୁଣି କରୋନାର ଅଲୋଡ଼ା ରେକର୍ଡ – ଦେଶରେ ଦୈନିକ ସଂକ୍ରମଣ ଟପିଲା ୪ଲକ୍ଷ । ଏପଟେ ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା ।

କନକ ବ୍ୟୁରୋ: ଓଡ଼ିଶାର ୧୯ଟି ଜିଲ୍ଲା ଏବେ ରେଡ୍ ଜୋନରେ । ବିଶେଷ କରି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ଉଦବେଗଜନକ ହୋଇଛି । କ୍ରମାଗତ ୧୦ ଦିନ ଧରି ଉପରମୁହାଁ ହୋଇ ରହିଛି ସଂକ୍ରମଣ । ଏପ୍ରିଲ ୨୫ ତାରଖରେ ୬୫୯୯ ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟ-ପଜିଟିଭିଟି ହାର ଥିଲା ୧୬.୬୫ ପ୍ରତିଶତ । ଏପ୍ରିଲ ୨୭ ତାରିଖରେ ପାଖାପାଖି ୨୦ ପ୍ରତିଶତ ପହଁଚି ଯାଇଥିଲା ସଂକ୍ରମଣ ହାର । ୨୮Continue reading “ପୁଣି କରୋନାର ଅଲୋଡ଼ା ରେକର୍ଡ – ଦେଶରେ ଦୈନିକ ସଂକ୍ରମଣ ଟପିଲା ୪ଲକ୍ଷ । ଏପଟେ ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା ।”

ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୧୩ ତାରିଖରେ ନେଇପାରେ ବାତ୍ୟାର ରୂପ ।

କନକ ବ୍ୟୁରୋ: ମେ’ ଦ୍ୱିତୀୟ ସପ୍ତାହରେ ଦାନା ବାନ୍ଧିପାରେ ଲଘୁଚାପ । ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁସାରେ ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ଆଉ ୧୩ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ତେବେ ଏ ନେଇContinue reading “ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୧୩ ତାରିଖରେ ନେଇପାରେ ବାତ୍ୟାର ରୂପ ।”

ଆସନ୍ତାକାଲି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ନିର୍ବାଚନ ଫଳାଫଳ । ଫୋକସରେ ପଶ୍ଚିମବଙ୍ଗ ରେଜଲ୍ଟ ।

କନକ ବ୍ୟୁରୋ: ଆସନ୍ତାକାଲି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରର ନିର୍ବାଚନ ଫଳାଫଳ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର କିଏ କ୍ଷମତାକୁ ଆସିବ ଏହି ଫଳାଫଳରୁ ସ୍ପଷ୍ଟ ହେବ । ବିଶେଷକରି ପଶ୍ଚିମବଙ୍ଗ ଉପରେ ସାରାଦେଶର ନଜର ରହିଛି । କାରଣ ଏଠାରେ କେନ୍ଦ୍ରରେ ଗାଦିରେ ଥିବା ବିଜେପି ଓ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଛି । ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ବିଜେପି ତାରContinue reading “ଆସନ୍ତାକାଲି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ନିର୍ବାଚନ ଫଳାଫଳ । ଫୋକସରେ ପଶ୍ଚିମବଙ୍ଗ ରେଜଲ୍ଟ ।”

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶର କେତେକ ସ୍ଥାନରେ ଲାଗୁ ହୋଇପାରେ ସଟଡାଉନ୍ ଭଳି ଶକ୍ତ କଟକଣା । 

କନକ ବ୍ୟୁରୋ: ଦେଶର କେତେକ ସ୍ଥାନରେ ଲାଗୁ ହୋଇପାରେ ସଟଡାଉନ ଭଳି ଶକ୍ତ କଟକଣା । ଯେଉଁ ସ୍ଥାନଗୁଡିକରେ ଦୈନିକ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି ଓ ୬୦ ପ୍ରତିଶତରୁ ଅଧିକ ରୋଗୀ ଆଇସିୟୁରେ ଭର୍ତ୍ତି ହେଉଛନ୍ତି ସେସବୁ ଅଂଚଳରେ ସଟଡାଉନ ଲାଗୁ ହୋଇପାରେ । ଏଭଳି ଅଂଚଳରେ କରୋନା ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେଥିପାଇଁ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସେହି ବୈଠକରେ ଆଲୋଚନାContinue reading “ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶର କେତେକ ସ୍ଥାନରେ ଲାଗୁ ହୋଇପାରେ ସଟଡାଉନ୍ ଭଳି ଶକ୍ତ କଟକଣା । “

Design a site like this with WordPress.com
Get started